ବାତ୍ୟା ଜୱାଦ୍ ଉଜାଡ଼ି ଦେଲା ବର୍ଷକର ଭାତ ହାଣ୍ଡି; କଟକ ଜିଲ୍ଲାରେ ବ୍ୟାପିଲା ହାହାକାର

Cyclone Jawad damages paddy crops in Cuttack district | ଅଧିକାଂଶ ଚାଷୀ ଭାଗ ଚାଷ କରୁଥିଲେ ଓ ପ୍ରାୟ ସମସ୍ତେ କରଜ କରି ଚାଷ କରିଥିଲେ । କିନ୍ତୁ ଅଦିନିଆ ବର୍ଷା ଓ ପବନ ସେମାନଙ୍କ ବର୍ଷ ଯାକର ପରିଶ୍ରମକୁ ନିମିଷକେ ଉଡ଼ାଇ ନେଇଗଲା ।

ଧାନ କିଆରୀରେ ପାଣି ଭର୍ତ୍ତି ହୋଇଛି ।

ଧାନ କିଆରୀରେ ପାଣି ଭର୍ତ୍ତି ହୋଇଛି ।

  • Share this:
News18 Odia Digital

କଟକ: ଚାଲି ଯାଇଛି ବାତ୍ୟା ଜୱାଦ୍‌ । ବର୍ଷା ଓ ପବନ ବି ଆଉ ନାହିଁ । କିନ୍ତୁ ଏହି ଅଦିନିଆ ବର୍ଷା ଓ ପବନ ଛଡ଼ାଇ ନେଇଛି କଟକ ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀଙ୍କ ସୁଖ । ବର୍ଷା ଓ ବାତ୍ୟା ମାଡ଼ରେ ଜିଲ୍ଲାର ହଜାର ହଜାର ହେକ୍ଟର୍‌ ଜମିରେ ଫସଲ ହାନି ଘଟିଛି । ତିନି ଦିନ ତଳେ ଖେତରେ ଯେଉଁ ସୁନାର ଫସଲ ଲହଡ଼ି ମାରୁଥିଲା ତାହା ଏବେ ଧରାଶାୟୀ ହୋଇଛି ।

କଟକ ସାଲେପୁର ବ୍ଲକର ସୁନାଖଳା ଗାଁରୁ ନେଇ ପ୍ରଧାନପଡ଼ା ପର୍ଯ୍ୟନ୍ତ ଲମ୍ବିଛି ହଜାର ହଜାର ଏକର ବିଶିଷ୍ଟ ଧାନଗହୀର । ଦିନ କେଇଟା ପୂର୍ବରୁ ଯେଉଁ ଗହୀରରେ ସୁନାର ଫସଲ ଲହଡ଼ି ମାରୁଥିଲା ବାତ୍ୟାର ପବନ ଓ ବର୍ଷା ଯୋଗୁଁ ସେହି ଫସଲ ଏବେ କ୍ଷେତରେ ହିଁ ଶୋଇ ଯାଇଛି । ଖାଲୁଆ ଜମି ଗୁଡ଼ିକ କଥା ନ କହିଲେ ଭଲ । କେଉଁଟି ଆଣ୍ଠୁଏ ଉଚ୍ଚାର ପାଣି ଜମିଛି ତ ଆଉ କେଉଁଠି ଦୁଇ ଦିନ ବର୍ଷା ପାଣି ଖାଇବା ପରେ ଧାନ ପଚିବା ଆରମ୍ଭ ହୋଇଛି । କେବଳ ଧାନ ନୁହେଁ, କୋବି ଓ ବାଇଗଣ ଭଳି ପରିବା ଚାଷ କରିଥିବା ଚାଷୀ ମଧ୍ୟ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଅଦିନିଆ ବର୍ଷା ଓ ପବନ ଯୋଗୁଁ ଏ ଥର ଆଶାନୁରୂପକ ପରିବା ଅମଳ ହୋଇ ପାରିବ ନାହିଁ ବୋଲି କହିଛନ୍ତି ପରିବା ଚାଷୀମାନେ ।

ଏହା ବି ପଢ଼ନ୍ତୁ | Tomato Price: ଟମାଟୋରେ ଲାଗିଛି ନିଆଁ; ଏହି ସ୍ଥାନରେ କିଲୋ ପିଛା ୧୪୦ ଟଙ୍କାରେ ବିକ୍ରି ହେଉଛି

‘‘ଧାନ ଭଲ ହୋଇଥିଲା ଭାବୁଥିଲି ଏ ବର୍ଷ ଭଲ ଅମଳ ହେବ । ହେଲେ ବର୍ଷା ଆଉ ପବନ ଯୋଗୁଁ ସବୁ ଫସଲ ଉଜୁଡ଼ିଗଲା । ପବନରେ ଧାନ ଗଛ ସବୁ ଶୋଇ ଗଲା ଆଉ ପାଣିରେ ଓଦା ବି ହୋଇଗଲା । କୋବି କଥା ବି ସମାନ । ପବନରେ ଡଙ୍କ ମୋଡ଼ି ହୋଇଯାଇଛି । ଏ ଥର କୋବିରୁ ବି ଭଲ ଆୟ କରି ପାରିବି ନାହିଁ,’’ କହିଛନ୍ତି ଦୁଇ ମାଣ ଜମିରେ ଧାନ ଓ ତିନି ଗୁଣ୍ଠ ଜମିରେ କୋବି ଫସଲ କରିଥିବା ସାଲେପୁରର ଚାଷୀ ଅଲେଖ ଭୋଇ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନଗ୍ନ ଫଟୋ ଲିକ୍ ହେବା ପରେ ଜେନିଫର୍ ଲରେନ୍ସଙ୍କୁ କଷ୍ଟ ହୋଇଥିଲା; ‘‘ସେ ଆଘାତ ସବୁ ଦିନ ରହିବ’’

ଜିଲ୍ଲାର ମାହାଙ୍ଗା, ଆଠଗଡ଼, ନିଆଳି ଓ ସଦର ଭଳି ଅଧିକାଂଶ ବ୍ଳକରେ ସମାନ ଅବସ୍ଥା ଦେଖିବାକୁ ମିଳୁଛି । ଜିଲ୍ଲାରେ ଅଧିକାଂଶ ଚାଷୀ ଭାଗ ଚାଷ କରୁଥିବା ବେଳେ ପ୍ରାୟ ସମସ୍ତେ କରଜ କରି ଚାଷ କରିଥିଲେ । କିନ୍ତୁ ବର୍ଷା ଓ ପବନ ସେମାନଙ୍କର ବର୍ଷ ଯାକର ପରିଶ୍ରମକୁ ନିମିଷକେ ଉଡ଼ାଇ ନେଇଛି । ଏହାରି ଭିତରେ ଜିଲ୍ଲାରେ ଫସଲ ହାନି ସମ୍ପର୍କରେ ଅନୁଧ୍ୟାନ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତାମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା

‘‘କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଳାର ବିଡିଓ, ତହସିଲଦାର ଓ କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆକଳନ ପରେ ରିଲିଫ୍‌ ନିର୍ଦ୍ଦେଶନାମା ଅନୁଯାୟୀ କ୍ଷତିପୂରଣ ଦିଆଯିବ,’’ କହିଛନ୍ତି କଟକ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କଙ୍ଗନା ରାଣାୱତଙ୍କ କାର୍କୁ ପଞ୍ଜାବରେ ଲୋକେ ଅଟକାଇଲେ, କହିଲେ ସେ କ୍ଷମା ମାଗନ୍ତୁ

ବାତ୍ୟା ଜୱାଦ କେବଳ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇନାହିଁ, ବରଂ ଫସଲ ହାନି, ବିଶେଷ କରି ପରିବା ଚାଷ ନଷ୍ଟ, ହେବା ଫଳରେ ପରିବା ଦର ବୃଦ୍ଧିର ସମ୍ଭାବନାକୁ ବଢ଼ିଯାଇଛି ।
Published by:Anand S.T. Das
First published:
)}