ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କରାଳ ରୂପ ନେଲା ବାତ୍ୟା ‘ଗୁଲାବ’; ଓଡି଼ଶାକୁ ବିପଦ ଟଳିଲା, କିନ୍ତୁ ଆନ୍ଧ୍ରରେ କ୍ଷତି କଲା; ୨ ଜଣ ମୃତ

କରାଳ ରୂପ ନେଲା ବାତ୍ୟା ‘ଗୁଲାବ’; ଓଡି଼ଶାକୁ ବିପଦ ଟଳିଲା, କିନ୍ତୁ ଆନ୍ଧ୍ରରେ କ୍ଷତି କଲା; ୨ ଜଣ ମୃତ

Cyclone Gulab passes Odisha, wreaks damages in Andhra Pradesh; 2 dead | ପଲାସାର ଛଅ ଜଣ ମତ୍ସ୍ୟଜୀବୀ ଓଡ଼ିଶାରୁ ଏକ ନୂଆ ଡଙ୍ଗା କିଣିବା ପରେ ନିଜ ଗାଁକୁ ସମୁଦ୍ରରେ ଫେରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗାଁକୁ ଫୋନ୍ କରି କହିଥିଲା ଯେ ଡଙ୍ଗାଟି ଭାରସାମ୍ୟ ହରାଇଛି ଓ ସମୁଦ୍ରରେ ପାଞ୍ଚ ଜଣ ନିଖୋଜ ହୋଇଯାଇଛନ୍ତି ।

କରାଳ ରୂପ ନେଲା ବାତ୍ୟା ‘ଗୁଲାବ’; ଓଡି଼ଶାକୁ ବିପଦ ଟଳିଲା, କିନ୍ତୁ ଆନ୍ଧ୍ରରେ କ୍ଷତି କଲା; ୨ ଜଣ ମୃତ
ଆନ୍ଧ୍ର ପ୍ରଦେଶରେ ଦୁଇ ଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 27, 2021, 1:57 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର/ଅମରାବତୀ: Cyclone Gulab Landfall Update: ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲାର କଳିଙ୍ଗପଟନମ୍ ନିକଟ ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କରିବା ପରେ ବାତ୍ୟା ‘ଗୁଲାବ୍‌’ (Cyclone Gulab) ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିଥିଲା । ରବିବାର ସନ୍ଧ୍ୟା ସାଢ଼େ ୭ଟାରୁ ସାଢ଼େ ୮ଟା ଭିତରେ ଏହି ବାତ୍ୟା ଉପକୂଳ ଅତିକ୍ରମ କରି ସ୍ଥଳ ଭାଗ ଛୁଇଁଥିଲା । ସେତେବେଳେ ଘଣ୍ଟା ପ୍ରତି ୯୪ କିଲୋମିଟର ବେଗରେ ପବନ ବହିLfବା ରେକର୍ଡ଼ ହୋଇଛି । ବାତ୍ୟା କ୍ରମଶଃ ଦୁର୍ବଳ ହୋଇ ପଶ୍ଚିମ-ଉତ୍ତର ଦିଗକୁ ଗତି କରି ଏକ ଗଭୀର ଅବପାତରେ ପରିଣତ ହୋଇଥିଲା ।

ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲାର (Srikakulam) ଦୁଇ ଜଣ ମତ୍ସ୍ୟଜୀବୀଙ୍କର ରବିବାର ସନ୍ଧ୍ୟାରେ ଏହି ବାତ୍ୟାରେ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ଜଣାପଡ଼ିଛି । ଅନ୍ୟ ତିନି ଜଣ ମତ୍ସ୍ୟଜୀବୀ ନିରାପଦରେ କୂଳକୁ ଆସିପାରିଥିଲେ । ଭାରତୀୟ ପାଣିପାଗ ବିଭାଗ (ଆଇ.ଏମ୍‌.ଡି.) ସୂଚନା ଦେଇଛି ଯେ ଏହି ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ପରେ ତିନି ଘଣ୍ଟା ମଧ୍ୟରେ କାଲିଙ୍ଗାପଟନମଠାରୁ ୨୫ କିଲୋମିଟର ଉତ୍ତରରେ ଉପକୂଳ ଅତିକ୍ରମ କରିଛି (Cyclone Gulab Landfall Update)।

ଏହା ବି ପଢ଼ନ୍ତୁ | ବଲିଉଡ୍ ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଏସିଡ୍ ଆଟାକ୍ ହେଲା; VIDEO ଜାରି କରି ଜଣାଇଲେ

ପଲାସାର ଛଅ ଜଣ ମତ୍ସ୍ୟଜୀବୀ ଦୁଇ ଦିନ ତଳେ ଓଡ଼ିଶାରୁ ଏକ ନୂଆ ଡଙ୍ଗା କିଣିବା ପରେ ନିଜ ଗାଁକୁ ସମୁଦ୍ରରେ ଫେରୁଥିଲେ । ଡଙ୍ଗାରେ ଥିବା ଛଅ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଜଣେ ଗାଁକୁ ଫୋନ୍‌ କରି କହିଥିଲା ଯେ ଡଙ୍ଗାଟି ଭାରସାମ୍ୟ ହରାଇଛି ଓ ସମୁଦ୍ରରେ ପାଞ୍ଚ ଜଣ ନିଖୋଜ ହୋଇଯାଇଛନ୍ତି । ତା’ ପରେ ତାଙ୍କ ଫୋନ୍ ବି ବନ୍ଦ ହୋଇଯାଇଥିଲା । ଏଥିରୁ ସେ ବି ନିଖୋଜ ହୋଇଯାଇଥିବା ଆଶଙ୍କା କରାଯାଇଥିଲା ।

ବାତ୍ୟା ପ୍ରଭାବରେ ହାଇଦ୍ରାବାଦରେ ପ୍ରବଳ ବର୍ଷା ହୋଇଥିଲା ।


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଲୋମହର୍ଷକ VIDEO: ଆସାମରେ ପୋଲିସ ଗୁଳିରେ ବ୍ୟକ୍ତିର ମତ୍ୟୁ; ଶବ ଉପରେ ଯୁବକର ଗୋଇଠା ମାଡ଼

ସେମାନଙ୍କ ମଧ୍ୟରୁ ତିନି ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ କୂଳକୁ ଆସିଥିବା ବେଳେ ଦୁଇ ଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିଲା (Andhra fishermen dead in cyclone Gulab)। ଫୋନ୍‌ ଯୋଗେ ଗାଁକୁ ସୂଚନା ଦେଇଥିବା ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ତାଙ୍କ ସହଯୋଗୀମାନେ ଭୟ କରୁଛନ୍ତି ଯେ ସେ ଡଙ୍ଗାରେ ଫସି ରହିଥାଇପାରନ୍ତି । ଏହି ମାମଲା ରାଜ୍ୟ ମତ୍ସ୍ୟ ସମ୍ପଦ ବିଭାଗ ମନ୍ତ୍ରୀ ଏସ୍‌. ଅପାଲା ରାଜୁଙ୍କ ନଜରକୁ ଆସିବା ପରେ ସେ ସଙ୍ଗେ ସଙ୍ଗେ ନୌସେନା ଅଧିକାରୀମାନଙ୍କୁ ନିଖୋଜ ମତ୍ସ୍ୟଜୀବୀମାନଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ କହିଥିଲେ ।

ଏହା ବି ପଢ଼ନ୍ତୁ | କରୋନା ମୃତକଙ୍କ ପରିବାର ବର୍ଗଙ୍କୁ ମିଳିବ ୫୦,୦୦୦ ଟଙ୍କା କ୍ଷତିପୂରଣ; କେମିତି ମିଳିବ ଜାଣନ୍ତୁ

ଏଇଠି ଦେଖନ୍ତୁ ଆନ୍ଧ୍ରରେ ବାତ୍ୟା ଗୁଲାବ ଆସିବା ପୂର୍ବର ଭିଡିଓ:



ବାତ୍ୟା ଗୁଲାବ ଯୋଗୁଁ ଆନ୍ଧ୍ର ପ୍ରଦେଶର ତିନୋଟି ଉପକୂଳବର୍ତ୍ତୀ ଜିଲ୍ଲାରେ – ବିଶାଖାପାଟନମ୍‌, ଭିଜିଆନଗରମ୍ ଓ ଶ୍ରୀକାକୁଲମ୍ – ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି । ଆନ୍ଧ୍ର ପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କମିଶନର୍‌ କେ. କନ୍ନା ବାବୁ କହିଛନ୍ତି ଯେ ଏହି ତିନିଟି ଉପକୂଳବର୍ତ୍ତୀ ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) ଓ ରାଜ୍ଯ ବିପର୍ଯ୍ୟୟ ମୁକାବିଲା ଫୋର୍ସର (SDRF) ଟିମ୍ ନିୟୋଜିତ ହୋଇଛନ୍ତି (Cyclone Gulab Update)।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଶ୍ଳୀଳ ଫିଲ୍ମ ମାମଲା: ଗେହନା ବଶିଷ୍ଟଙ୍କୁ ସୁପ୍ରିମ କୋର୍ଟରୁ କୋହଳତା ମିଳିଲା; ଏବେ ଗିରଫ ହେବେନି

ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (Indian Railways) ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ବାତ୍ୟା ଯୋଗୁଁ ବିଜୟୱାଡା-ହାଓଡ଼ା ମାର୍ଗରେ ଯିବାକୁ ଥିବା ଆଠଟି ଟ୍ରେନକୁ ଖଡ଼ଗପୁର-ଝାରସୁଗୁଡା, ବିଳାସପୁର ଓ ବଲ୍ଲାରଶାହ ମାର୍ଗ ଦେଇ ଯିବା ପାଇଁ କୁହାଯାଇଛି (train time changed due to cyclone Gulab)। ରବିବାର ଦିନ ଛାଡି଼ବାକୁ ଥିବା ଦୁଇଟି ଟ୍ରେନର ସମୟ ବି ପରିବର୍ତ୍ତନ କରାଯାଇଛି । ସେମାନେ ସୋମବାର ଛାଡି଼ବେ ।

ବାତ୍ୟା ‘ଗୁଲାବ’ର ଗତି ପଥ


ଏହା ବି ପଢ଼ନ୍ତୁ | ଆମାଜନ୍ ଭାରତରେ ,୫୪୬ କୋଟି ଟଙ୍କା ଲାଞ୍ଚ ଦେଇଛି; PM ମୋଦି ଜବାବ ଦିଅନ୍ତୁ: କଂଗ୍ରେସ

ଓଡ଼ିଶାରେ ପ୍ରାରମ୍ଭିକ ସୂଚନା ଅନୁସାରେ ବାତ୍ୟା ଗୁଲାବର ପ୍ରଭାବରେ କିଛି ସ୍ଥାନରେ ଗଛ ଭାଙ୍ଗିଛି ଓ ହୋର୍ଡି଼ଂ ଉଡି଼ଯାଇଛି, ହେଲେ କୌଣସି ଲୋକଙ୍କ ମୃତ୍ୟୁ ହୋଇ ନ ଥିବା ଜଣାପଡ଼ିଛି । ଏସ୍‌.ଆର୍‌.ସି. ପ୍ରଦୀପ ଜେନା କହିଛନ୍ତି ଯେ ଓଡ଼ିଶା ପ୍ରତି ବିପଦ ଟଳିଛି । ରାସ୍ତାରେ ପଡ଼ିଥିବା ଗଛଗୁଡ଼ିକୁ ହଟା ଯାଉଛି ।

ଏହା ବି ପଢ଼ନ୍ତୁ | ମୁମ୍ବାଇରେ ଅଭିନେତ୍ରୀଙ୍କୁ ଜଣେ ଫ୍ୟାନ୍ ଅନ୍ତବସ୍ତ୍ର ସେକ୍ସ ଟୟ ଉପହାର ପଠାଉଥିଲା; ତଦନ୍ତ ଜାରି

‘‘ଓଡ଼ିଶାରେ ବାତ୍ୟା ପ୍ରଭାବରେ କୌଣସି କ୍ଷୟକ୍ଷତିର ସୂଚନା ଆସିନି । ରାତିରେ ଗଜପତି, ରାୟଗଡ଼ା ଓ କୋରାପୁଟର ଅତି ପ୍ରବଳ ବର୍ଷା ହେବ । ବାତ୍ୟାର ଆଖି ଉପକୂଳ ଅତିକ୍ରମ କରିସାରିଛି ଓ ଏବେ ଏହା ଘଣ୍ଟା ପ୍ରତି ୨୭ କିମି ବେଗରେ ଗତି କରୁଛି । ସୋମବାର ଅପରାହ୍‌ଣ ସୁଦ୍ଧା ଓଡ଼ିଶା ସୀମା ଅତିକ୍ରମ କରି ଛତିଶଗଡ଼ ଯିବ ଏହି ବାତ୍ୟା,’’ କହିଥିଲେ ଜେନା । ଓଡ଼ିଶାର ଛଅଟି ଜିଲ୍ଲାରେ ରବିବାର ରାତି ସୁଦ୍ଧା ୩୯,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି ।
Published by: Anand S.T. Das
First published: September 26, 2021, 11:59 PM IST