ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଓଡ଼ିଶାକୁ ମାଡ଼ି ଆସୁଛି ଆଉ ଏକ ବାତ୍ୟା; ନାଁ ‘ଗୁଲାବ୍‌’; ସମୁଦ୍ରରେ ଘଣ୍ଟା ପ୍ରତି ୭ କିମି ବେଗରେ ଆଗଉଛି

ଓଡ଼ିଶାକୁ ମାଡ଼ି ଆସୁଛି ଆଉ ଏକ ବାତ୍ୟା; ନାଁ ‘ଗୁଲାବ୍‌’; ସମୁଦ୍ରରେ ଘଣ୍ଟା ପ୍ରତି ୭ କିମି ବେଗରେ ଆଗଉଛି

Cyclone Gulab nears Odisha coast alert issued | ବାତ୍ୟା ‘ଗୁଲାବ୍‌’ ଶନିବାର ସନ୍ଧ୍ୟାରେ ଗଞ୍ଜାମର ଗୋପାଳପୁରଠାରୁ ୩୭୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏହା ରବିବାର ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡ଼ିଶାର ସ୍ଥଳ ଭାଗ ଛୁଇଁପାରେ ।

ଓଡ଼ିଶାକୁ ମାଡ଼ି ଆସୁଛି ଆଉ ଏକ ବାତ୍ୟା; ନାଁ ‘ଗୁଲାବ୍‌’; ସମୁଦ୍ରରେ ଘଣ୍ଟା ପ୍ରତି ୭ କିମି ବେଗରେ ଆଗଉଛି
ବାତ୍ୟା ‘ଗୁଲାବ୍‌’ର ଗତିପଥ
  • News18 Odia
  • Last Updated: September 26, 2021, 12:57 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବଙ୍ଗୋପ ସାଗରରେ ମାଡ଼ି ଆସୁଥିବା ବାତ୍ୟା ‘ଗୁଲାବ୍‌’ ଏକ ଗଭୀର ଅବପାତର ରୂପ ନେଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ଶନିବାର ଦିନ କହିଛି । ଏହି ବାତ୍ୟା ରବିବାର (ସେପ୍ଟେମ୍ବର ୨୬) ସନ୍ଧ୍ୟାରେ ଗୋପାଳପୁର ଓ କଳିଙ୍ଗପାଟନମ୍ ମଧ୍ୟରେ ଲାଣ୍ଡଫଲ୍ କରିବାର ସମ୍ବାବନା ଅଛି ।

ଗୁଲାବର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନର ଆଶଙ୍କା ଅଛି । ଆଇ.ଏମ୍‌.ଡି.ର ମହାନିର୍ଦ୍ଦେଶକ କହିଛନ୍ତି ଯେ ଏହି ବାତ୍ୟାର ପ୍ରଭାବରେ ୯୦ କିମି ପ୍ରତି ଘଣ୍ଟାରୁ ୧୦୦ କିମି ପ୍ରିତି ଘଣ୍ଟା ବେଗରେ ପବନ ବହିପାରେ । ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

ଏହା ବି ପଢ଼ନ୍ତୁ | Punjab Congress crisis: ଅମରିନ୍ଦର ସିଂ କହିଥିଲେସିଦ୍ଧୁ ପାକିସ୍ତାନର ବନ୍ଧୁ, ପଞ୍ଜାବକୁ ନଷ୍ଟ କରିଦେବେ

ବାତ୍ୟା ‘ଗୁଲାବ୍‌’ ଶନିବାର ସନ୍ଧ୍ୟାରେ ଗଞ୍ଜାମର ଗୋପାଳପୁରଠାରୁ ୩୭୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ସମୁଦ୍ର ଭିତରେ ବାତ୍ୟା ଗୁଲାବ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଆଗଉଛି । ଏହା ରବିବାର ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡ଼ିଶାର ସ୍ଥଳ ଭାଗ ଛୁଇଁପାରେ । ଗୋପାଳପୁର ଓ ବିଶାଖାପଟନମ ମଝିରେ କଳିଙ୍ଗପଟନମରେ ଏହି ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଛି ।

ବାତ୍ୟା ‘ଗୁଲାବ୍‌’ ରବିବାର ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡ଼ିଶାର ସ୍ଥଳ ଭାଗ ଛୁଇଁପାରେ ।


ଏହା ବି ପଢ଼ନ୍ତୁ | GST ନିର୍ଣ୍ଣୟ: ପେଟ୍ରୋଲ୍ ଡିଜେଲ୍ ଉପରେ ସହମତି ହେଲାନି; ଜୀବନରକ୍ଷକ ଔଷଧ ଶସ୍ତା ହେଲା

ଏହି ବାତ୍ୟା ସ୍ଥଳ ଭାଗ ଛୁଇଁବା ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବା ଆଶଙ୍କା କରାଯାଉଛି । ଏହି ବାତ୍ୟାର ପ୍ରଭାବରେ ଓଡ଼ିଶାର ସାତଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନେହା ଧୁପିଆ ଗର୍ଭବତୀ ହେଲେ, ପୁଲ୍ ପାର୍ଟିରେ କଳା ମୋନୋକିନି ପିନ୍ଧି ଶିଶୁ ଫୁଲା ଦେଖାଇଲେ

ସେପ୍ଟେମ୍ବର ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହୋଇପାରେ । ଏ ଥର ପବନ ଅପେକ୍ଷା ପାଣିକୁ ଅଧିକ ଡର । ବାତ୍ୟା ତିତଲି ଭଳି ବର୍ଷାଜନିତ ବନ୍ୟା ଓ ଭୂ-ସ୍ଖଳନର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଋଷିକୂଲ୍ୟା ଓ ନାଗାବଳୀ ନଦୀରେ ବନ୍ୟା ଆସିବା ଆଶଙ୍କା ବି କରାଯାଇଛି । ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡା ଧସିବାର ସମ୍ଭାବନା ରହିଛି। ତେଣୁ ଭୂସ୍ଖଳର  ସମ୍ଭାବନା ଥିବା ଅଞ୍ଚଳରୁ ଲୋକଙ୍କୁ ପ୍ରାଥମିକତା ଭିତିରେ  ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳମାନେ ନିର୍ଦ୍ଦେଶ ଜାରି କରିଛନ୍ତି ।

ଏହା ବି ପଢ଼ନ୍ତୁ | ବ୍ୟାଙ୍କ ଖାତାକୁ ଆସିଗଲା .୬୦ ଲକ୍ଷ ଟଙ୍କା; ମୋଦି ପଠେଇଛନ୍ତି ଭାବି ଖର୍ଚ୍ଚ କରିଦେଲା; ଆଉ ଏବେ

‘‘ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଥିବା ସାତଟି ଜିଲ୍ଲା ପାଇଁ ୪୨ଟି ଓଡ୍ରାଫ୍‌, ୨୪ଟି ଏନ୍‌.ଡି.ଆର.ଏଫ୍‌. ଟିମ୍ ସହ ୧୦୨ଟି ଅଗ୍ନିଶମ ଟିମ୍ ସଜାଗ ରହିଛନ୍ତି । ଏଥି ସହ ଛଅଟି ଓଡ୍ରାଫ୍‌ ଓ ଆଠଟି ଏନ୍‌.ଡି.ଆର୍‌.ଏଫ୍‌. ଟିମକୁ ରିଜର୍ଭ ରଖାଯାଇଛି । ସବୁ ରିଜର୍ଭୟର୍‌ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଉଛି,’’ କହିଛନ୍ତି ଏସ୍‌.ଆର୍‌.ସି. ପ୍ରଦୀପ ଜେନା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିରାଟ କୋହଲିଙ୍କ ପରି T-20 କ୍ୟାପଟେନ୍ ଖୋଜିଲେ ବି ମିଳିବେନି; ତାଙ୍କର ଏହି ୫ଟି ବଡ଼ ରେକର୍ଡ଼ ଅଛି

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି, ‘‘ଦକ୍ଷିଣ ଓଡ଼ିଶାର କୌଣସି ଜଳ ଭଣ୍ଡାରରେ ବିପଦ ନାହିଁ । ଇନ୍ଦ୍ରାବତୀ, କୋଲାବ ଓ ବାଲିମେଳା ରିଜର୍ଭୟର୍‌ ଏବେ ଖାଲି ଅଛି । ବର୍ଷା ହେଲେ ବି ସମସ୍ୟା ହେବନାହିଁ । ତଥାପି ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ନଜର ରଖାଯାଇଛି । ଋଷିକୂଲ୍ୟା, ବଂଶଧାରା ଓ ନାଗାବଳୀ ନଦୀ ଅବବାହିକାରେ ଅହରହ ନଜର ରଖିଛନ୍ତି ଜଳ ସମ୍ପଦ ବିଭାଗର ଅଧିକାରୀମାନେ । ପ୍ରତି ମୁହୂର୍ତ୍ତରେ ନଦୀ ସ୍ଥିତିର ଅପଡେଟ୍ ଦେଉଛନ୍ତି ସେମାନେ ।’’ ଗୋଟା ବ୍ୟାରେଜର ସ୍ଥିତି ସମ୍ପର୍କରେ ଆନ୍ଧ୍ର ପ୍ରଦେଶର ଅଧିକାରୀମାନଙ୍କ ସହ ପାରଳାଖେମୁଣ୍ଡିର ମୁଖ୍ୟ କାର୍ଯ୍ୟନିର୍ଵାହୀ ଯନ୍ତ୍ରୀ ଆଲୋଚନା କରିଛନ୍ତି ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନୋରା ଫତେହିଙ୍କ ପାଇଁ ସମସ୍ୟା ପାଲଟିଗଲା ଏହି ଡ୍ରେସ୍! କ୍ୟାମେରା ଆଗରେ ଡ୍ରେସ୍ ସଜାଡି଼ଲେ

କଳିଙ୍ଗପାଟଣା ଗଜପତି ଜିଲ୍ଲାର ନିକଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏହି ବାତ୍ୟାର ପ୍ରଭାବ ଗଜପତି ଜିଲ୍ଲା ଉପରେ ପଡି଼ବାର ସମ୍ଭାବନା ରହିଛି । ସ୍ଥାନାନ୍ତରିତ ହେବାକୁ ଥିବା ଲୋକଙ୍କୁ ରନ୍ଧ୍ୟାଖାଦ୍ୟ ମଧ୍ୟ ଯୋଗାଇଦେବାକୁ କୁହାଯାଇଛି ।  ବାତ୍ୟା ଓ ଏହାର ପରବର୍ତ୍ତୀ ସ୍ଥିତିର ମୁକାବିଲା ଉପରେ ବି ଗଜପତି ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି । ପବନ କମିବା ପରେ ବିଦ୍ୟୁତ୍ ଓ ଟେଲିଫୋନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢ଼ନ୍ତୁ | ଖରାପ ଖବର: ନଭେମ୍ବର ୧ରୁ ଏହି ୪୩ଟି ସ୍ମାର୍ଟଫୋନରେ ଆଉ ଚାଲିବ ନାହିଁ WhatsApp

ଗଜପତି ଜିଲ୍ଲାରେ ଛଅଟି ଓଡ୍ରାଫ୍ ଓ ଦୁଇଟି ଏନଡିଆରଏଫ ଟିମ୍ ମୁତୟନ ହେବେ । ବାତ୍ୟାକୁ ଆତଙ୍କିତ ନ ହେବାକୁ ଲୋକଙ୍କୁ କୁହାଯାଇଛି । କୌଣସି ଗୁଜବରେ ବିଶ୍ବାସ ନ କରି କେବଳ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ସୂଚନା ଅନୁସାରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଜିଲ୍ଲାର ସବୁ ବ୍ଲକ୍ ପାଇଁ ସାତ ଜଣ ନୋଡାଲ୍‌ ଅଫସର ନିଯୁକ୍ତ ହୋଇଛନ୍ତି ।
Published by: Anand S.T. Das
First published: September 25, 2021, 11:54 PM IST