ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେଲା; ୩ ଘଣ୍ଟା ଯାଏ ଚାଲିବ; ସମୁଦ୍ର ଅଶାନ୍ତ ହେଲା

ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେଲା; ୩ ଘଣ୍ଟା ଯାଏ ଚାଲିବ; ସମୁଦ୍ର ଅଶାନ୍ତ ହେଲା

Cyclone Gulab landfall begins; ocean is agitated; Odisha is on high alert | ବର୍ତ୍ତମାନ ପୁରୀରେ ଘଣ୍ଟା ପ୍ରତି ୩୧ କିମି ବେଗରେ ପବନ ବହୁଥିବା ବେଳେ ଗୋପାଳପୁରରେ ଘଣ୍ଟା ପ୍ରତି ୨୬ କିମି ବେଗରେ ପବନ ବହୁଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ । ରାଜ୍ୟ ପ୍ରଶାସନ ସବୁ ସତର୍କତା ଅବଲମ୍ବନ କରିଛନ୍ତି ।

ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେଲା; ୩ ଘଣ୍ଟା ଯାଏ ଚାଲିବ; ସମୁଦ୍ର ଅଶାନ୍ତ ହେଲା
ଗୋପାଳପୁରରେ ଘଣ୍ଟା ପ୍ରତି ୨୬ କିଲୋମିଟର ବେଗରେ ପବନ ବହୁଛି ।
  • News18 Odia
  • Last Updated: September 26, 2021, 7:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: Cyclone Gulab Updates: ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆନ୍ଧ୍ର ପ୍ରଦେଶ ଉପକୂଳର ଶ୍ରୀକାକୁଲମ୍‌ ଜିଲ୍ଲାରେ ଆରମ୍ଭ ହୋଇଯାଇଛି । ବାତ୍ୟା ଆନ୍ଧ୍ର ପ୍ରଦେଶର ଉତ୍ତର ଉପକୂଳ ଓ ଓଡ଼ିଶାର ଦକ୍ଷିଣ ଉପକୂଳକୁ ଛୁଇଁଛି ବୋଲି ସୂଚନା ଦେଇଛନ୍ତି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ତିନି ଘଣ୍ଟା ଯାଏ ଚାଲିବ ।

କଳିଙ୍ଗପଟ୍ଟନମଠାରୁ ୨୫ କିଲୋମିଟର ଦୂରରେ ଥିବା ମୁଡ଼ିଗୁଡ଼ାରେ ଏହି ବାତ୍ୟା ଉପକୂଳକୁ ଅତିକ୍ରମ କରିବ । ବର୍ତ୍ତମାନ ପୁରୀରେ ଘଣ୍ଟା ପ୍ରତି ୩୧ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଗୋପାଳପୁରରେ ଘଣ୍ଟା ପ୍ରତି ୨୬ କିଲୋମିଟର ବେଗରେ ପବନ ବହୁଛି । ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ ବୋଲି କହିଛନ୍ତି ମହାପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଲୋମହର୍ଷକ VIDEO: ଆସାମରେ ପୋଲିସ ଗୁଳିରେ ବ୍ୟକ୍ତିର ମତ୍ୟୁ; ଶବ ଉପରେ ଯୁବକର ଗୋଇଠା ମାଡ଼

ବାତ୍ୟା ‘ଗୁଲାବ’ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ (SRC) ପ୍ରଦୀପ ଜେନା କହିଛନ୍ତି ଯେ ଏବେ ଯାଏଁ ଓଡ଼ିଶାକୁ କିଛି ଅସୁବିଧା ନାହିଁ । ଆକଳନର ତିନି ଘଣ୍ଟା ପୂର୍ବରୁ ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ସମୁଦ୍ରରେ ବାତ୍ୟାର ବେଗ ବଢ଼ିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଲ୍ୟାଣ୍ଡଫଲ ହେଲା ବୋଲି ସେ କହିଛନ୍ତି । ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ରାତି ୯ଟାରୁ ୯ଟା ୩୦ ମଧ୍ୟରେ ସରିବ (Cyclone Gulab Updates Odisha) ।

ବାତ୍ୟା ‘ଗୁଲାବ’ର ସମ୍ଭାବ୍ୟ ଗତି ପଥ


ଏହା ବି ପଢ଼ନ୍ତୁ | କରୋନା ମୃତକଙ୍କ ପରିବାର ବର୍ଗଙ୍କୁ ମିଳିବ ୫୦,୦୦୦ ଟଙ୍କା କ୍ଷତିପୂରଣ; କେମିତି ମିଳିବ ଜାଣନ୍ତୁ

‘‘ବାତ୍ୟା ମୁକାବିଲା ପାଇଁ ଆମେ ପୂର୍ବରୁ ସବୁ ସତର୍କତା ଅବଲମ୍ବନ କରିଛୁ । ଦକ୍ଷିଣ ଓଡ଼ିଶାର ସବୁ ଜିଲ୍ଲାରେ ଆକ୍ଟିଭ୍ ମୋଡରେ ରହିଛି ପ୍ରଶାସନ । ଗଞ୍ଜାମ, ରାୟଗଡ଼ା, ଗଜପତି ଓ କନ୍ଧମାଳରେ ଏ ଯାଏଁ କିଛି ଅସୁବିଧା ହୋଇନି । ବନ୍ୟା ଓ ଭୂସ୍ଖଳନ ଆଶଙ୍କା ଥିବା ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଓ ସେମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି । ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି ଓଡ୍ରାଫ୍, ଏନ୍‌.ଡି.ଆର୍‌.ଏଫ୍. ଓ ଅଗ୍ନିଶମ ବାହିନୀ,’’ କହିଛନ୍ତି ଜେନା  (Cyclone Gulab Updates Odisha) ।

ଏହା ବି ପଢ଼ନ୍ତୁ | Hathras Rape Case: ନାବାଳିକାକୁ ବଳାତ୍କାର ପରେ ହତ୍ୟା କରିଥିବା ଯୁବକକୁ ମୃତ୍ୟୁ ଦଣ୍ଡ ମିଳିଲା

ବାତ୍ୟା ‘ଗୁଲାବ୍‌’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ସାମାନ୍ୟ ବର୍ଷା ଆରମ୍ଭ ହୋଇଛି । ରାଜ୍ୟର ସାତଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାତ୍ୟା ଯୋଗୁଁ ଅଶାନ୍ତ ହୋଇଉଠିଛି ସମୁଦ୍ର । ଗଞ୍ଜାମ ଜିଲ୍ଲା ଚିକିଟି ରମେୟାପାଟଣାରେ ସମୁଦ୍ରରେ ଉଠୁଛି ଉଚ୍ଚ ଜୁଆର । କୂଳ ସୁରକ୍ଷା ପାଇଁ ଥିବା ବାଲି ବସ୍ତା ସବୁ ଭସାଇ ନେଇଛି ଉତ୍ତୁଙ୍ଗ ଢେଉ । ରାମେୟାପାଟଣାର ବସ୍ତି ବାସିନ୍ଦାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲି ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ନିଜେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ରାମେୟାପାଟଣାରେ ପହଞ୍ଚି ସ୍ଥିତି ପରଖିଛନ୍ତି (Cyclone Gulab Updates Odisha) ।

ବାତ୍ୟା ‘ଗୁଲାବ’ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ (SRC) ପ୍ରଦୀପ ଜେନା ସୂଚନା ଦେଉଛନ୍ତି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଶ୍ଳୀଳ ଫିଲ୍ମ ମାମଲା: ଗେହନା ବଶିଷ୍ଟଙ୍କୁ ସୁପ୍ରିମ କୋର୍ଟରୁ କୋହଳତା ମିଳିଲା; ଏବେ ଗିରଫ ହେବେନି

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ ମଧ୍ୟ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ରାମେୟାପାଟଣାରେ ବାତ୍ୟା ସ୍ଥିତି ଦେଖିଛନ୍ତି । ବ୍ରହ୍ମପୁର-ଗୋପାଳପୁର ରାସ୍ତାରେ ଗଛ କାଟି ସଫା କରିଛନ୍ତି ଉଦ୍ଧାରକାରୀ ଦଳ । କନିଷିରେ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି (Cyclone Gulab Updates Odisha) ।

ଏହା ବି ପଢ଼ନ୍ତୁ | ମୁମ୍ବାଇରେ ଅଭିନେତ୍ରୀଙ୍କୁ ଜଣେ ଫ୍ୟାନ୍ ଅନ୍ତବସ୍ତ୍ର ସେକ୍ସ ଟୟ ଉପହାର ପଠାଉଥିଲା; ତଦନ୍ତ ଜାରି

ଗୋପାଳପୁର ଓ କଳିଙ୍ଗପଟନମ୍ ମଝି ଅର୍ଥାତ୍ ଶ୍ରୀକାକୁଲମ ଜିଲ୍ଲାର ପଲାସା କିମ୍ବା ବାରୁଆ ନିକଟରେ ବାତ୍ୟା ‘ଗୁଲାବ୍‌’ ଲ୍ୟାଣ୍ଡଫଲ୍ କରିପାରେ । ଏହି ଅଞ୍ଚଳ ଗଜପତି ଜିଲ୍ଲାର ନିକଟବର୍ତ୍ତୀ ହୋଇଥିବାରୁ ବାତ୍ୟାର ପ୍ରଭାବ ଜିଲ୍ଲାରେ ଅଧିକ ଅନୁଭୂତ ହେବା ସମ୍ଭାବନା ରହିଛି । ଜିଲ୍ଲାର କିଛି ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ସେସବୁ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ପ୍ରାଣ ବଞ୍ଚାଇବା ପାଇଁ ପିଲାଛୁଆ ଧରି ଲୋକେ ବାତ୍ୟା ଆଶ୍ରୟ ସ୍ଥଳୀକୁ ଚାଲିଆସିଛନ୍ତି । ସେଠାରେ ସେମାନଙ୍କୁ ଦିଆଯାଉଛି ରନ୍ଧାଖାଦ୍ୟ । ନିଜେ ଜିଲ୍ଲାପାଳ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି (Cyclone Gulab Updates Odisha) ।

ବାତ୍ୟା ‘ଗୁଲାବ’ ନେଇ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରୁଛନ୍ତି ।


ଏହା ବି ପଢ଼ନ୍ତୁ | ଆମାଜନ୍ ଭାରତରେ ,୫୪୬ କୋଟି ଟଙ୍କା ଲାଞ୍ଚ ଦେଇଛି; PM ମୋଦି ଜବାବ ଦିଅନ୍ତୁ: କଂଗ୍ରେସ

ଗଞ୍ଜାମ ଜିଲ୍ଲାରେ ମୋଟ ୫୫ଟି ଆଶ୍ରୟ ସ୍ଥଳୀ ପ୍ରସ୍ତୁତ କରାଯାଇଛି । ସ୍ଥାନାନ୍ତରଣ ପ୍ରକ୍ରିୟା ତଦାରଖ ପାଇଁ ସାତଟି ବ୍ଲକରେ ସାତ ଜଣ ନୋଡାଲ୍‌ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ବାତ୍ୟାରେ ବିଜୁଳି ଓ ଟେଲିଫୋନ୍ ଖୁଣ୍ଟି ଉପୁଡ଼ିବା ଆଶଙ୍କା ରହିଥିବାରୁ ବିଭାଗୀୟ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ଛଅଟି ଓଡ୍ରାଫ୍ ଓ ଦୁଇଟି ଏନ୍‌.ଡି.ଆର୍‌.ଏଫ୍. ଟିମ୍ ମୁତୟନ ହୋଇଛନ୍ତି (Cyclone Gulab Updates Odisha) ।

ଏହା ବି ପଢ଼ନ୍ତୁ | IPL 2021: ଯଶସ୍ୱୀ ଜୈସୱାଲ ଖେଳିଳେ କରିଅରର ସର୍ବୋତ୍ତମ ଇନିଂସ୍, ତୃତୀୟ ଦିନ ବି ଧମାକା କଲେ

ବାତ୍ୟା ପାଇଁ ରାୟଗଡ଼ା ଜିଲ୍ଲା ରେଡ୍ ଆଲର୍ଟରେ ଅଛି । ଦୁଇ ବଡ଼ ନଦୀ ବଂଶଧାରା ଓ ନାଗାବଳୀ ଉପରେ ସତର୍କ ଦୃଷ୍ଟି ରଖିଛି ପ୍ରଶାସନ (Cyclone Gulab Updates Odisha) । ବର୍ଷା ଓ ପବନ ଆଶଙ୍କାରେ ସବୁ ବ୍ଲକର ବିଡିଓ ଓ ତହସିଲଦାରମାନଙ୍କୁ ଆଲର୍ଟ କରାଯାଇଛି । ଭୂସ୍ଖଳନ ଆଶଙ୍କାରେ ପାହାଡ଼ ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ମାଇକ୍‌ ଯୋଗେ ସତର୍କ କରାଇ ଦିଆଯାଇଛି । ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ନଈକୂଳିଆ ଗାଁଗଣ୍ଡାରେ ପ୍ରାୟ ୯୭ଟି ସ୍କୁଲ ଘରକୁ ଆଶ୍ରୟ ସ୍ଥଳୀରେ ପରିଣତ କରାଯାଇଛି । ଜିଲ୍ଲାରେ ଦୁଇଟି ଓଡ୍ରାଫ୍ ଓ ଦୁଇଟି ଏନ୍‌.ଡି.ଆର୍‌.ଏଫ୍. ଟିମ୍ ମୁତୟନ ହୋଇଛନ୍ତି । ବୋଲି କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।
Published by: Anand S.T. Das
First published: September 26, 2021, 7:31 PM IST