ଆରବ ସାଗରରେ ଲଘୁଚାପ ବଳୟ ୧୬ ତାରିଖରେ ବାତ୍ୟାର ରୂପ ନେବ; ଓଡ଼ିଶାରେ ପ୍ରବଳ ବର୍ଷା ହେବ

ଏହି ବାତ୍ୟାର ପ୍ରକୋପ ଓଡ଼ିଶା ଉପରେ ପଡି଼ବ ନାହିଁ, ହେଲେ ଏହାର ପ୍ରଭାବରେ ଓଡ଼ିଶାରେ କାଳବୈଶାଖୀ ବର୍ଷା ଅଧିକ ହେବ । ଏହି ବାତ୍ୟା କେଉଁ ଆଡ଼କୁ ଗତି କରିବ ଓ କେଉଁଠି ସ୍ଥଳ ଭାଗ ଛୁଇଁବ ତାହା ୧୫ ତାରିଖ ପରେ ଜଣାଯିବ ।

ଆରବ ସାଗରରେ ଲଘୁଚାପ ବଳୟ ୧୬ ତାରିଖରେ ବାତ୍ୟାର ରୂପ ନେବ; ଓଡ଼ିଶାରେ ପ୍ରବଳ ବର୍ଷା ହେବ
ଏହି ବାତ୍ୟା ଫଳରେ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଭଲ ବର୍ଷା ହେବ। (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆରବ ସାଗରରେ ଦାନା ବାନ୍ଧୁଥିବା ଲଘୁଚାପ କାରଣରୁ ୨୦୨୧ ମସିହାର ପ୍ରଥମ ବାତ୍ୟା ସୃଷ୍ଟି ହେଉଛି । ଗୁରୁବାର ଦିନ ସୃଷ୍ଟି ହୋଇଥିବା ଏହି ଲଘୁଚାପ ବଳୟର ପ୍ରକୋପ ଓଡି଼ଶା ଉପରେ ପଡ଼ିବ ନାହିଁ, ହେଲେ ଏହା ଯୋଗୁଁ ରାଜ୍ୟରେ କାଳବୈଶାଖୀ ବର୍ଷା ବଢି଼ବ।

ମେ ୧୭ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଯୋଗୁଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ବାବନାକୁ ନେଇ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି ହୋଇଛି । ମେ ୧୪ ତାରିଖରେ ବାଲେଶ୍ଵର, ଭଦ୍ରକ ଓ ଯାଜପୁରରେ ପ୍ରବଳ ବର୍ଷା ସାଙ୍ଗକୁ ୪୦ରୁ ୫୦ କିମି ପ୍ରତି ଘଣ୍ଟା ବେଗରେ ପବନ ବହିବା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ୧୬ ତାରିଖରେ ସାରା ରାଜ୍ୟରେ ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧ, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ ଓ ରାୟଗଡ଼ା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧାରେ ଭୀଷଣ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ରାଜ୍ୟରେ ଆସନ୍ତା କିଛି ଦିନ ପାଇଁ କାଳବୈଶାଖୀର ପ୍ରଭାବ ରହିବ । ଏହା ଫଳରେ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଭଲ ବର୍ଷା ହେବ। ବିଶେଷ କରି ଉତ୍ତର ଓ ଉପକୂଳରେ ଭଲ ବର୍ଷା ହେବ । ଏଥି ପାଇଁ ସହ ଅରେଞ୍ଜ ଆଲର୍ଟ ଜାରି ହୋଇଛି,’’ କହିଛନ୍ତି ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌. ଆର୍‌. ବିଶ୍ୱାସ ।

ଗୁରୁବାର ଦିନ ଲଘୁଚାପର ଏକ ଦୃଶ୍ୟ


ଏହା ବି ପଢ଼ନ୍ତୁ | ‘‘ମୋଅକ୍ସିଜେନ୍ ସ୍ତର କମୁଛିଅକ୍ସିଜେନ୍ ବେଡ୍ ମିଳିବ କି? ମୁଁ ପୁଣି ଜନ୍ମ ନେବି:’’ ମୃତ୍ୟୁ ପୂର୍ବରୁ କହିଲେ ଅଭିନେତା ରାହୁଲ

ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଘନୀଭୂତ ହୋଇ ୧୬ ତାରିଖରେ ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ ମହାରାଷ୍ଟ୍ର, ଗୋଆ, ଗୁଜୁରାଟ ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବ। ତେବେ ଏହି ବାତ୍ୟା କେଉଁ ଆଡ଼କୁ ଗତି କରିବ ଓ କେଉଁଠି ସ୍ଥଳ ଭାଗ ଛୁଇଁବ ତାହା ୧୫ ତାରିଖ ପରେ ଜଣାଯିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

ଏହି ବାତ୍ୟାର ସିଧାସଳଖ ପ୍ରକୋପ ଓଡ଼ିଶା ଉପରେ ପଡି଼ବ ନାହିଁ । ହେଲେ ଏହାର ପ୍ରଭାବରେ ଓଡ଼ିଶାରେ କାଳବୈଶାଖୀ ବର୍ଷା ଅଧିକ ହେବ । ରାଜ୍ୟକୁ ବର୍ତ୍ତମାନ ପଶ୍ଚିମା ପବନ ପ୍ରବେଶ କରୁଛି । ଲଘୁଚାପ ବଳୟ ସୃଷ୍ଟି ହେଲେ ସାମୁଦ୍ରିକ ପବନ ରାଜ୍ୟରେ ପ୍ରବେଶ କରିବ । ଉତ୍ତାପ ଓ ଜଳୀୟ ବାଷ୍ପର ମିଶ୍ରଣ ହେବାରୁ ଓଡ଼ିଶାରେ ଭଲ ବର୍ଷା ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

‘‘ବାତ୍ୟାର ଯଦିଓ ପ୍ରକୋପ ଓଡ଼ିଶାରେ ଦେଖାଯିବ ନାହିଁ, ଏହା ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଅଧିକ ହେବ । ଲଘୁଚାପ ଯୋଗୁଁ ସାଗରରୁ ପବନ ଆସିଲେ ଜଳୀୟ ବାଷ୍ପ ଆସିବ ଓ ଉତ୍ତପ୍ତ ପବନ ସହ ମିଶି ବର୍ଷା କରିବାରେ ସହାୟକ ହେବ । ତେଣୁ ରାଜ୍ୟରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଭଲ ବର୍ଷା ହେବ ଓ ତାପମାତ୍ରା କମିବ । ଗୁଳୁଗୁଳି ଅଧିକ ହେବ,’’ କହିଛନ୍ତି ପଶୁପାଳକ।



ଓଡ଼ିଶାରେ ଦିନର ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିଅସ୍‌ ପର୍ଯ୍ୟନ୍ତ ହ୍ରାସ ପାଇବ । ଉତ୍ତର ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ଅଧିକ ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।
Published by: Anand ST Das
First published: May 13, 2021, 11:57 PM IST