ବାତ୍ୟା ଖବର ଶୁଣି ଚାଷୀକୁଳ ଛାନିଆ
- News18 Odia
- Last Updated :
- New Delhi, India
News 18 Odia Digital
ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ବାତ୍ୟା ଖବର ଶୁଣି ଚାଷୀ କୂଳ ଏବେ ଛାନିଆ । ବାତ୍ୟା ଖବର ଚାଷୀମାନେ ଟିଭିରୁ ଶୁଣି ତରତର ହୋଇ ଦର ପାଚିଲା ଧାନକୁ ମେସିନ ସାହାଯ୍ୟରେ ଜମିକୁ କାଟି ଆଣି ସୁରକ୍ଷିତ ସ୍ଥାନରେ ରଖୁଛନ୍ତି । ଧାନ ଅମଳ ସମୟରେ ପୁଣି ଏକ ବାତ୍ୟା ଚାଷୀ ମାନଙ୍କ ମନରୁ ନିଦ ହଜାଇ ଦେଇଛି। କୃଷ୍ଣପ୍ରସାଦ ବ୍ଲକରେ ପୂର୍ବରୁ ଚାଷୀ ଅନେକ ବାତ୍ୟାର ସମ୍ମୁଖିନ ହୋଇଛନ୍ତି। ଯାହା ଆଜି ପର୍ଯ୍ୟନ୍ତ ଚାଷୀ ତାର ଅଣ୍ଟା ସଳଖୀ ଠିଆ ହୋଇଛନ୍ତି। ଫାଇଲିନ ,ଫନି, ହୁଡୁହୁଡୁ ,ଭଳି ବାତ୍ୟା ଚାଷୀମାନେ ଅଙ୍ଗେ ଲିଭେଇଛନ୍ତି । ପୁଣି ଆଉ ଏକ ବାତ୍ୟା ଆସୁଥିବାର ଚାଷୀ କୂଳ ସୂଚନା ପାଇ ଚାଷୀଙ୍କ ମନରେ ଛନକା ପଶି ଯାଇଛି ।
ଚଳିତ ବର୍ଷ କୃଷ୍ଣପ୍ରସାଦ ବ୍ଲକରେ ୨୧ ପଞ୍ଚାୟତରେ ୮ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ, ପ୍ରାୟ କିଛି କିଛି ଧାନ ଜମିରେ ଧାନ ପାଚି ଜମିରେ ରହିଥିବା ଦେଖିବାକୁ ମିଳିଛି ଏବଂ କିଛି ଜାଗାରେ ମଧ୍ୟ ଦର ପାଚିଲା ଧାନକୁ କାଟି ସୁରକ୍ଷିତ ସ୍ଥାନକୁ ନେଇ ଆସୁଛନ୍ତି । ଯଦି ବାତ୍ୟା କିମ୍ବା ବର୍ଷା ହୁଏ ଚଳିତ ବର୍ଷ ଧାନ ଫସଲ ଉପରେ ପ୍ରଭାବ ନିଶ୍ଚିତ ପକାଇବ ବୋଲି ଚାଷୀମାନେ କହିଛନ୍ତି ।
ସେପଟେ ବାତ୍ୟାକୁ ନେଇ ଏବେ ପୂର୍ବାନୁମାନ ଠିକ ଭାବେ ହୋଇ ନ ଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ସାମ୍ଭାବ୍ୟ ବାତ୍ୟାକୁ ନେଇ ପୁରୀ ଜିଲ୍ଲାପାଳ ଏ ନେଇ ଏସଆରସିଙ୍କ ସହ ଆଲୋଚନା କରିଥିବା ବେଳେ ପୁରୀ ପ୍ରଶାସନ ପୂର୍ବରୁ ଫନି ଓ ହୁଡହୁଡ ବାତ୍ୟାର ସଫଳ ମୁକାବିଲା କରିଥିବାରୁ ଏଥର ପୂର୍ବରୁ ଚାଷ ,ଲୋକଙ୍କୁ ସ୍ଥାନାନ୍ତର ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ଜିଲାପାଳ ସମର୍ଥ ବର୍ମା ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।