ଗୋପାଳପୁର ସହ ଅନ୍ୟ ସମୁଦ୍ର କୂଳକୁ ଯିବାକୁ ବାରଣ କଲେ ଗଞ୍ଜାମ ଜିଲ୍ଲାପାଳ

ଆଜି ଓ ଆସନ୍ତାକାଲି ଗୋପାଳପୁର ସହ ଅନ୍ୟ ସମୁଦ୍ରକୂଳକୁ ଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ଅସାନି ୧୨ ତାରିଖ ପୂର୍ବାହ୍ନ ସମୟରେ ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କି.ମି. ଦୂର ଦେଇ ଅତିକ୍ରମ କରିବ ବୋଲି କହିଛି ପାଣିପାଗ ବିଭାଗ।

ଗୋପାଳପୁର ସହ ଅନ୍ୟ ସମୁଦ୍ର କୂଳକୁ ଯିବାକୁ ବାରଣ କଲେ ଗଞ୍ଜାମ ଜିଲ୍ଲାପାଳ

ଗୋପାଳପୁର ସହ ଅନ୍ୟ ସମୁଦ୍ର କୂଳକୁ ଯିବାକୁ ବାରଣ କଲେ ଗଞ୍ଜାମ ଜିଲ୍ଲାପାଳ

  • Share this:
News18 Odia Digital

ବାତ୍ୟା ଅସାନି ପାଇଁ ଗଞ୍ଜାମରେ ସମୁଦ୍ର ଉପକୂଳ ଯିବା ବାରଣ କରାଯାଇଛି। ଆଜି ଓ ଆସନ୍ତାକାଲି ଗୋପାଳପୁର ସହ ଅନ୍ୟ ସମୁଦ୍ରକୂଳକୁ ଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ଅସାନି ୧୨ ତାରିଖ ପୂର୍ବାହ୍ନ ସମୟରେ ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କି.ମି. ଦୂର ଦେଇ ଅତିକ୍ରମ କରିବ ବୋଲି କହିଛି ପାଣିପାଗ ବିଭାଗ।

୧୨ ତାରିଖ ଦିନ ୧୧.୩୦ ସୁଦ୍ଧା ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କିମି ଦୂର ଦେଇ ଅତିକ୍ରମ କରିବ ବାତ୍ୟା। ପୁରୀଠାରୁ ପାଖାପାଖି ୧୫୩ କି.ମି. ଓ ପାରାଦ୍ୱୀପ ଠାରୁ ପୁରୀ ଅପେକ୍ଷା ଅଧିକ କି.ମି. ଦୂରରେ ବାତ୍ୟା ଅତିକ୍ରମ କରିବ। ଏହାର ପ୍ରଭାବରେ ପାଗ ମେଘୁଆ ରହିବ। କିଛି ଜିଲ୍ଲାରେ ଆଜିଠୁ ୧୨ ତାରିଖ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି।

ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ପୁରୀ, ଚାନ୍ଦବାଲି/ଧାମରା ଓ ପାରାଦ୍ୱୀପ ବନ୍ଦର ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି।

ସେହିପରି ୧୧ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ବର୍ଷିବ। ସେହିଭଳି ୧୨ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେବ। ଏହା ସହ ୧୨ରେ ପାରାଦୀପ ନିକଟରେ ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ।

ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଓ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦କିମି ଦୂରରେ କେନ୍ଦ୍ରୀଭୂତ ହେଉଛି ଭୀଷଣ ବାତ୍ୟା 'ଅସାନି'। ବର୍ତ୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୫କିମି ରହିଛି।
Published by:Soumya Das
First published: