ଦେଖାଗଲା ବାତ୍ଯା ଅସାନିର ଆଖ; ଗୋପାଳପୁର ବନ୍ଦର ପାଇଁ ୩ ନଂ ବିପଦ ସଙ୍କେତ ଜାରି

ଆନ୍ଧ୍ରପ୍ରଦେଶ ମଛଲିପଟ୍ଟନମ୍ ଡପଲର ରାଡାରରେ ଅସାନିର ଆଖି ଦୃଶ୍ୟମାନ ହୋଇଛି। ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୪୯୦ କିମି କେନ୍ଦ୍ରୀଭୂତ ହେଉଛି ଭୀଷଣ ବାତ୍ୟା ଅସାନି।

ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି (ପ୍ରତୀକାତ୍ମକ ଛବି)

ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି। ସମୁଦ୍ରରେ ଭୀଷଣ ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି। ଆଜି ସକାଳ ୯ଟା ବେଳେ ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି। ତେବେ ଆନ୍ଧ୍ରପ୍ରଦେଶ ମଛଲିପଟ୍ଟନମ୍ ଡପଲର ରାଡାରରେ ଏହା ଦୃଶ୍ୟମାନ ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୪୯୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦କିମି ଦୂରରେ କେନ୍ଦ୍ରୀଭୂତ ହେଉଛି ଭୀଷଣ ବାତ୍ୟା ଅସାନି।

ଖବର ଅନୁଯାୟୀ ଆଜି ଏବଂ ଆସନ୍ତାକାଲି ସମୁଦ୍ର କୂଳ ପରିଦର୍ଶନ ନକରିବାକୁ ଲୋକଙ୍କୁ କୁହାଯାଇଛି। ଗୋପାଳପୁର ବନ୍ଦର ପାଇଁ ବିପଦ ସଙ୍କେତ ୩ ଜାରି କରାଯାଇଛି।

ସେହିଭଳି ପୁରୀ, ଚାନ୍ଦବାଲି, ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ବିପଦ ସଙ୍କେତ ୨ ଜାରି କରାଯାଇଛି।

ବର୍ଷାର ପୂର୍ବାନୁମାନ ଏବଂ ଚେତାବନୀ:

ମେ ୧୦ରୁ ସକାଳ ୮.୩୦ ରୁ ୧୧:୩୦ ପର୍ଯ୍ୟନ୍ତ ୟେଲୋ ଚେତାବନୀ ଜାରି କରାଯାଇଛି କାରଣ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ମେ ୧୧ର ସକାଳ ୮.୩୦ ରୁ ସକାଳ ୮.୩୦ ପର୍ଯ୍ୟନ୍ତ -ୟେଲୋ ଚେତାବନୀ ଜାରି କରାଯାଇଛି କାରଣ ଗଞ୍ଜାମ, ଖୋର୍ଦା, ପୁରୀ, ଜଗତସିଂହପୁର ଓ କଟକ ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ମଇ ୧୧ର ସକାଳ ୮.୩୦ ରୁ ମେ ୧୩ ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ - ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରାକ ଏବଂ ବାଲେଶ୍ଵର ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ହଳଦିଆ ଚେତାବନୀ ଦିଆଯାଇଛି।
Published by:Soumya Das
First published: