ପଶ୍ଚିମ ବଙ୍ଗରେ ଲ୍ୟାଣ୍ଡଫଲ କଲା ବାତ୍ୟା ଅମ୍ଫନ; ରାଜ୍ୟରେ ଏ ଯାଏଁ ୧୨ ଜଣଙ୍କ ମୃତ୍ୟୁ

ଏବେ ପଶ୍ଚିମ ବଙ୍ଗର ଅନେକ ସ୍ଥାନରେ ପବନର ବେଗ ୧୫୦ରୁ ୧୬୦ କିମି ରହିଛି । ପରେ ଏହାର ବେଗ ୧୭୫ କିମି ଯାଏ ବଢ଼ିପାରେ ବୋଲି ପାଣିପାଗ ବିଭାଗ କହିଛି । ହାଓଡ଼ା, ହୁଗୁଳି ଓ କୋଲକାତାରେ ପବନର ବେଗ ୧୩୫ କିମି ହୋଇପାରେ ବୋଲି ଆକଳନ କରାଯାଇଛି ।

ପଶ୍ଚିମ ବଙ୍ଗରେ ଲ୍ୟାଣ୍ଡଫଲ କଲା ବାତ୍ୟା ଅମ୍ଫନ; ରାଜ୍ୟରେ ଏ ଯାଏଁ ୧୨ ଜଣଙ୍କ ମୃତ୍ୟୁ
ଅମ୍ଫାନର ପ୍ରଭାବରେ ପଶ୍ଚିମ ବଙ୍ଗର ଅନେକ ସ୍ଥାନରେ ଗଡ଼ିପଡ଼ିଛି ବଡ଼ ବଡ଼ ଗଛ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ପଶ୍ଚିମ ବଙ୍ଗରେ ବାତ୍ୟା ଅମ୍ଫନ ଲ୍ୟାଣ୍ଡଫଲ କରିଛି । ପଶ୍ଚିମ ବଙ୍ଗ ଓ ବାଂଲାଦେଶ ମଝିରେ ସୁନ୍ଦରବନରେ ଏହି ଲ୍ୟାଣ୍ଡଫଲ ହୋଇଛି । ପ୍ରାୟ ତିନି ଘଣ୍ଟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଲ୍ୟାଣ୍ଡଫଲ ଆରମ୍ଭରୁ ପଶ୍ଚିମ ବଙ୍ଗରେ ଅମ୍ଫନ କରିଛି ବିତ୍ପାତ । ବିଭିନ୍ନ ଘଟଣାରେ ରାଜ୍ୟରେ ଏ ଯାଏଁ ୧୨ ଜଣଙ୍କ ମୃତ୍ୟୁ ଘଟିଛି ।

ଏବେ ପଶ୍ଚିମ ବଙ୍ଗର ଅନେକ ସ୍ଥାନରେ ପବନର ବେଗ ୧୫୦ରୁ ୧୬୦ କିମି ରହିଛି । ପରେ ଏହାର ବେଗ ୧୭୫ କିମି ଯାଏ ବଢ଼ିପାରେ ବୋଲି ପାଣିପାଗ ବିଭାଗ କହିଛି । ହାଓଡ଼ା, ହୁଗୁଳି ଓ କୋଲକାତାରେ ପବନର ବେଗ ୧୩୫ କିମି ହୋଇପାରେ ବୋଲି ଆକଳନ କରାଯାଇଛି ।

କୋଲକାତା ଓ ଦୀଘା ଠାରୁ ୮୦ କିମି ଦୂରରେ ଏବେ ଅଛି ବାତ୍ୟା ଅମ୍ଫନ । ବାଂଲାଦେଶର ଖେପୁପଡ଼ାରୁ ୨୦୫ କିମି ଦୂରରେ ଅମ୍ଫନ ଏବେ ରହିଛି ।

ଅମ୍ଫାନର ପ୍ରଭାବରେ ପଶ୍ଚିମ ବଙ୍ଗର ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି ।


ଏବେ ବାଲେଶ୍ବରରେ ୬୭ କିମି ପ୍ରତି ଘଣ୍ଟା ଓ ପାରାଦୀପରେ ୩୦ କିମି ପ୍ରତି ଘଣ୍ଚା ବେଗରେ ବହୁଛି ପବନ । ଅମ୍ଫନ ଯୋଗୁଁ ପାରାଦୀପ, ଚାନ୍ଦବାଲି ଓ ଧାମରା ବନ୍ଦରରେ ୮ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ସେହିପରି ପୁରୀ ଓ ଗୋପାଳପୁର ବନ୍ଦରରେ ୩ ନମ୍ବର ସତର୍କ ସଙ୍କେତ ଜାରି କରାଯାଇଛି ।

ଓଡ଼ିଶାରୁ ବାତ୍ୟା ଭୟ ଟଳିଥିବା ବେଳେ ପାରାଦୀପ ଠାରୁ ଦୂରଉଛି ବାତ୍ୟା । ବାତ୍ୟା ପ୍ରଭାବରେ ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତିସଂହପୁର ଜିଲ୍ଲାରେ ହୋଇଛି ପ୍ରବଳ ବର୍ଷା ଓ ପବନ । ଭୋଗରାଇ ବ୍ଲକର ସମୁଦ୍ର କୂଳିଆ ଅଞ୍ଚଳରେ ପ୍ରବଳ ବେଗରେ ପବନ ବହିଛି । ତା’ ସାଙ୍ଗକୁ ବର୍ଷା ବି ଲାଗି ରହିଛି ।

ଆଇଏମଡି ସୂଚନା ଅନୁଯାୟୀ ରାତି ପର୍ଯ୍ୟନ୍ତ ବାଲେଶ୍ବର ଜିଲ୍ଲାରେ ବର୍ଷା ଓ ପବନ ଲାଗି ରହିବ । ବର୍ଷା ଓ ପବନ ଯୋଗୁଁ ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବାତ୍ୟାର ମୁକାବିଲା ଲାଗି ଉପକୂଳ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି ପ୍ରଶାସନ । ବାତ୍ୟା ଅଶ୍ରୟସ୍ଥଳୀଗୁଡ଼ିକରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି ।

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଜୁନ୍ ୧ ତାରିଖରୁ ଦୈନିକ ଚାଲିବ ୨୦୦ଟି ନନ୍-ଏସି ଟ୍ରେନ୍; ଟିକଟ ବୁକିଂ ଶୀଘ୍ର ଆରମ୍ଭ ହେବ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 20, 2020, 7:51 PM IST
corona virus btn
corona virus btn
Loading