ବାଲେଶ୍ୱର ଜିଲ୍ଲାରେ ବାତ୍ୟା ଅମ୍ଫନ ରଚିଛି ବିଭୀଷିକା, ଭାଙ୍ଗିଛି ଘର, ଉଜାଡ଼ିଛି ଫସଲ

ବାତ୍ୟା ଅମ୍ଫନରେ ବାଲେଶ୍ୱର ଜିଲ୍ଲାରେ ସବୁ ଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାଲିଆପାଳ ଓ ଭୋଗରାଇ ବ୍ଲକ । କ୍ଷୟକ୍ଷତିର ଆକଳନ କରୁଛନ୍ତି ସରକାରୀ ଅଧିକାରୀମାନେ ।

ବାଲେଶ୍ୱର ଜିଲ୍ଲାରେ ବାତ୍ୟା ଅମ୍ଫନ ରଚିଛି ବିଭୀଷିକା, ଭାଙ୍ଗିଛି ଘର, ଉଜାଡ଼ିଛି ଫସଲ
ବାତ୍ୟାରେ ଗଡ଼ିପଡ଼ିଥିବା ଏକ ବିଜୁଳି ଖୁଣ୍ଟକୁ ଉଠାଇବାରେ ଲାଗିଛନ୍ତି ଲୋକେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଚାଲି ଯାଇଛି ବାତ୍ୟା ଅମ୍ଫନ, ହେଲେ ଲୁହ ଦେଇଯାଇଛି ଚାଷୀଙ୍କ ଉପରେ । ବାତ୍ୟା ପ୍ରଭାବରେ ପବନ ଓ ବର୍ଷାରେ ବାଲେଶ୍ୱର ଜିଲ୍ଲାର ଶହ ଶହ ହେକ୍ଟର ଚାଷ ଜମି ଉପରେ ପାଣି ମାଡ଼ି ଯାଇଛି । ଚାଷ ଜମିରୁ ଧାନ ଆଣିବା ପାଇଁ ଲୋକେ ଏବେ ବଡ଼ ବଡ଼ କଢ଼େଇକୁ ଡଙ୍ଗା ଭଳି ବ୍ୟବହାର କରୁଛନ୍ତି ।

ଧାନ ବିଲରେ ପାଣି ଜମିଛି । ଅମଳ ସମୟରେ ଧାନ ପୂରା ପାଚି ନ ଥିବା ବେଳେ ଏବେ ବାତ୍ୟା ମାଡ଼ରେ ନଷ୍ଟ ହେବାକୁ ବସିଛି ଫସଲ । ତେବେ ଏବେ ଧାନ ଗଜା ହେବା ଭୟରେ କିଛି ସ୍ଥାନରେ କଞ୍ଚା ଧାନ କାଟି ଆଣୁଛନ୍ତି ଚାଷୀ । ଉତ୍ତର ବାଲେଶ୍ୱର ସବୁ ଠାରୁ ଅଧିକ ପ୍ରଭାବିତ ହୋଇଛି । ବସ୍ତା, ବାଲିଆପାଳ ଓ ଭୋଗରାଇରେ ଧାନ ଚାଷ ବ୍ୟାପକ ନଷ୍ଟ ହୋଇଛି ।

ଭୋଗରାଇ ବ୍ଲକର ୫୦ଟି ପଞ୍ଚାୟତ, ବାଲିଆପାଳର ୨୭ଟି ଓ ବସ୍ତାର ୩୧ଟି ପଞ୍ଚାୟତର ମିଶି ୧,୩୩୬ ହେକ୍ଟର ଡାଲୁଅ ଧାନ ଓ ୮୫୪ ହେକ୍ଟର ଅଣଧାନ ନଷ୍ଟ ହୋଇଯାଇଛି । ବାଲିଆପାଳରେ ହଜାରେରୁ ଅଧିକ ହେକ୍ଟର ଧାନ ଚାଷ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣା ପଡ଼ିଛି । ରେମୁଣା, ସଦର, ନୀଳଗିରି, ସୋର, ଖଇରା ଓ ସିମୁଳିଆ ବ୍ଲକରେ ମଧ୍ୟ ଅନେକ ଚାଷ ଜମି ପାଣି ଘେରରେ ଅଛି । କେବଳ ଧାନ ନୁହେଁ ଚିନା ବାଦାମ ଓ ପନି ପରିବା ଚାଷ ମଧ୍ୟ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ପାନ ବରଜ ଭାଙ୍ଗି ଲକ୍ଷାଧିକ ଟଙ୍କାର ପାନ ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଧାନ ବିଲରେ ପାଣି ଜମିଥିବାରୁ ଲୋକେ ଅସମୟରେ ଧାନ କାଟି ଘରକୁ ଆଣୁଛନ୍ତି ।


‘‘ବାତ୍ୟାରେ ଏବେ ରବି ଫସଲ ନଷ୍ଟ ହେଇଯାଇଛି । ପୂର୍ବରୁ ଜଳକା ନଦୀରେ ବନ୍ୟା ଫଳରେ ଚାଷ ନଷ୍ଟ ହୋଇଥିଲା । ଏବେ ବାତ୍ୟା ଫଳରେ ଆହୁରି ନଷ୍ଟ ହେଲା । ପରିଶ୍ରମ କରି ଅମଳ ସମୟରେ ଏଭଳି ନଷ୍ଟ ହେଲେ ଆମେ ଆଉ ଚାଷ କରିପାରିବା ନାହିଁ । ଆମ ଛୁଆ ପିଲା ଏବେ ସରକାରଙ୍କ ସାହାଯ୍ୟ ଭରଷାରେ,’’ କହିଛନ୍ତି ବସ୍ତା ଅଞ୍ଚଳର ଚାଷୀ ରତ୍ନାକର ପାତ୍ର ।

ପୁଣିଥରେ ଅଣ୍ଟା ସଳଖେଇବା ପାଇଁ ଚାଲିଛି ପୁନଃରୁଦ୍ଧାର । ଏବେ ବି ଅନେକ ଗାଁରେ ବିଦ୍ୟୁତ ସେବା ସ୍ୱାଭାବିକ ହୋଇପାରିନି । ବାଲିଆପାଳ ଓ ଭୋଗରାଇରେ ଏ ଯାଏଁ ବିଦ୍ୟୁତ ସେବା ଆରମ୍ଭ ହୋଇ ପାରି ନ ଥିବା ବେଳେ କାମ ଜୋରସୋରରେ ଚାଲିଛି । କିଛି ସ୍ଥାନରେ କଚ୍ଚା ଘର ଭାଙ୍ଗିଥିବାର ମଧ୍ୟ ଦେଖିବାକୁ ମିଳୁଛି । ଗ୍ରାଉଣ୍ଡ ଜିରୋରେ ଅଫିସର କରୁଛନ୍ତି ଆକଳନ । ତହସିଲଦାର ଓ ବିଡ଼ିଓ ଆକଳନ କରି ତିପୋର୍ଟ ପ୍ରସ୍ତୁତ ପାଇଁ ଲାଗି ପଡ଼ିଛନ୍ତି ।

‘‘ଆମକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ । ଆମେ ଏବେ ପ୍ରତି ଅଞ୍ଚଳ ଓ ଲୋକଙ୍କ ସହିତ କଥାବାର୍ତ୍ତା କରି ଆକଳନ କରୁଛୁ । ତେବେ ଚାଷ ବିପୁଳ ପରିମାଣରେ ନଷ୍ଟ ହୋଇଥିବା ବେଳେ କିଛି ପାନ ବରଜ ଭାଙ୍ଗିଛି । ଘର ମଧ୍ୟ କିଛି କ୍ଷତିଗ୍ରସ୍ତ ହୋଇଛି । ତେବେ ଆକଳନ କରି ଯଥା ଶୀଘ୍ର ରିପୋର୍ଟ ଜିଲ୍ଲାପାଳଙ୍କୁ ଦେବୁ,’’ କହିଛନ୍ତି ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ ।

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 22, 2020, 9:57 PM IST
corona virus btn
corona virus btn
Loading