News 18 Odia Digital
ବାଲେଶ୍ଵର: ଆପଣଙ୍କ ଅର୍ଥନୈତିକ ପ୍ରତିଟି ଗତିବିଧି ଉପରେ ନଜର ରଖୁଛନ୍ତି ସାଇବର ଠକ । ଟିକିଏ ଅସାବଧାନ ହେଲେ ଖାଲି ହୋଇଯିବ ଆକାଉଣ୍ଟ । ଆଉ ଏବେ ଟଙ୍କା ମାଗିବା ପାଇଁ ବ୍ୟବହାର କରାଯାଉଛି ଉଚ୍ଚ ପଦସ୍ତ ଅଧିକାରୀଙ୍କୁ । ଏପରି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ସନ୍ଧ୍ୟାରେ ଏକ ହ୍ରାଟ୍ସଆପ୍ ନମ୍ବରରେ ଅଗ୍ନିଶମ ବିଭାଗର ଡିଜି ସନ୍ତୋଷ କୁମାର ଉପାଧ୍ୟାୟଙ୍କ ଫୋଟ ଲଗାଇ ଉପାଧ୍ୟାୟଙ୍କ ଫଟୋ ଲଗାଇ ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କ ଅଫିସିଆଲ ନମ୍ବରକୁ ଏକ ମେସେଜ୍ ଆସିଥିଲା । ଏହି ମେସେଜ ହେଲା ...ମୁଁ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ କହୁଛି। ଜିଲ୍ଲାପାଳ ଶ୍ରୀ ଶିନ୍ଦେ ମେସେଜ୍ ଦେଖି ଏହାର ଉତ୍ତର ରଖିବାକୁ ଯାଇ ଆଜ୍ଞା ସାର୍ କହିଥିଲେ ।
ଏଥିରେ ଉକ୍ତ ନମ୍ବରରୁ ମେସେଜ ଆସିଥିଲା ' ତୁମେ ଏବେ କେଉଁଠି ବୋଲି ମେସେଜ୍ ଆସିଥିଲା । ମୋର ଗୋଟିଏ ସହଯୋଗ ଦରକାର ଥିଲା ବୋଲି ଜିଲ୍ଲାପାଳଙ୍କୁ ମେସେଜ୍ ଆସିଥିଲା। ଜିଲ୍ଲାପାଳ ନମ୍ରତାର ସହିତ କହିଥିଲେ ସାର୍ କୁହନ୍ତୁ । ଏଥିରେ ସେପଟରୁ ମେସେଜ୍ଆସିଥିଲା, ମୁଁ ଏବେ ଜରୁରୀ ମିଟିଂରେ ଅଛି, ତୁମର ଗୋଟିଏ ସହଯୋଗ ଦରକାର। ଜିଲ୍ଲାପାଳ ଶ୍ରୀ ଶିନ୍ଦେ ବୁଝିପାରି ଆପଣଙ୍କର ଟଙ୍କା ବୋଲି ପଚାରିଥିଲେ। ସେପଟରୁ ହିଁ ମେସେଜ୍ ଆସିବା ସହିତ ଗିଫ୍ କାର୍ଡ ହିସାବରେ ଆମାଜନ୍ ମାଧ୍ୟମରେ ଟଙ୍କା ପଠେଇବାକୁ କହିଥିଲେ । ଏହି ନମ୍ବର ଫେକ୍ ବୋଲି ଜିଲ୍ଲାପାଳ ଜାଣି ଶିନ୍ଦେ ଜାଣିପାରିଥିଲେ । ଆଉ ପରେ ଶ୍ରୀ ଶିନ୍ଦେ ସଙ୍ଗେ ସଙ୍ଗେ ଏହି ନମ୍ବରକୁ ବ୍ଲକ କରିବା ସହିତ ଡିଜି ଶ୍ରୀ ଉପାଧ୍ୟାୟଙ୍କୁ ଜଣାଇଥିଲେ। ପରେ ଆଇଜି କ୍ରାଇମ୍ଙ୍କୁ ମଧ୍ୟ ସେ ଜଣାଇଥିଲେ।
ଏନେଇ ସନ୍ତୋଷ ଉପାଧ୍ୟାୟ ନିଯେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବା ସହିତ ଘଟଣା କୁ ସ୍ୱୀକାର କରିଛନ୍ତି । ସେପଟେ ଏନେଇ ଜିଲ୍ଲାପାଳ ମଧ୍ୟ ଘଟଣାକୁ ନେଇ ସ୍ୱୀକାର କରିଛନ୍ତି । ତେବେ ବଡ଼ ପ୍ରଶ୍ନ ଅପରାଧୀମାନେ ସିଧାସଳଖ ଟଙ୍କା ମାଗିବା ପୁଣି ଜିଲ୍ଲାପାଳଙ୍କୁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଅଛି ଖାଲି ସେତିକି ନୁହେଁ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଫୋଟ ଲଗାଇବା ଦ୍ୱାରା ସାଇବର ଠକ ପୋଲିସ କୁ ଖୋଲା ଦେଉଥିବା ଚ୍ଯାଲେଞ୍ଜ କୁହାଯାଉଛି ।
ଏନେଇ ଜିଲ୍ଲାପାଳ ଡି. ବି. ଶିନ୍ଦେ କହିଛନ୍ତି , ଏପରି ଏକ ମେସେଜ ଆସିଥିଲା ଯାହା ଜଣେ ସିନିଅର ଆପିଏସଙ୍କ ନାମରେ । ଯେଉଁଥିରେ କିଛି ଟଙ୍କା ମଗା ଯାଇଥିଲା ତେବେ ଘଟଣା ଜାଣିବା ପରେ ତଦନ୍ତ ପାଇଁ ସାଇବର କ୍ରାଇମ ଅଧିକାରୀଙ୍କୁ ମୁଁ କହିଛି । ତେବେ ଏପରି ଯେତେବେଳେ ମେସେଜ ଆସୁଛି ଲୋକେ ସାବଧାନ ରହିବା ଆବଶ୍ୟକ। "
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।