News18 Odia Digital
ଭୁବନେଶ୍ୱର: ସ୍ତ୍ରୀ ଗୋଲକ ଧନ୍ଦା କରେ। ରଙ୍ଗିଲା ସ୍ବାମୀ ଲୋକଙ୍କୁ ବନାଏ ମୋହରା। ଟଙ୍କା ପାଇଁ ଚାଲେ ଅନୈତିକ କାରବାର। ସ୍ତ୍ରୀକୁ ଦେଖାଇ ଲୁଟ ହୁଏ ଟଙ୍କା। ଏଭଳି ଏକ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସୁଶାନ୍ତ ପାତ୍ରକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ। ବର୍ତ୍ତମାନ ସୁଶାନ୍ତଙ୍କ ପତ୍ନୀ ତଥା ଗ୍ୟାଙ୍ଗର ଆଉ ଜଣେ ସଦସ୍ୟା ଏବେ ଫେରାର ଅଛି। ଗିରଫ ପରେ ଏମାନଙ୍କ ଠାରୁ ୧୧ଟି ମୋବାଇଲ, ୯୩ଟି ସିମକାର୍ଡ, ୨୩ ଏଟିଏମ୍ କାର୍ଡ, ୮୭ ହଜାର ଟଙ୍କା ଜବତ କରିଥିଲା ପୋଲିସ।
ମାଷ୍ଟର ମାଇଣ୍ଡର ଗିରଫ ପରେ ଅନଲାଇନ ସେକ୍ସ ରାକେଟ କେମିତି ଓ କିଭଳି ହୁଏ। ଏସକର୍ଟ ସର୍ଭିସ ଦେବା ନାଁରେ ଠକେଇ କରୁଥିବା ଏକ ସାଇବର ଠକ୍ କିଭଳି ନିଜ ପରିବାର ଲୋକଙ୍କୁ ଏଥିରେ ସାମିଲ କରେ। ନିଜ ପତ୍ନୀର ଚେହେରା ଦେଖାଇ କାମାନ୍ଧ ଯୁବକଙ୍କୁ କିଭଳି ଶୋଷଣ କରେ ସବୁକିଛି ସାମ୍ନାକୁ ଆସିଛି।
ମାଷ୍ଟର ମାଇଣ୍ଡ ସୁଶାନ୍ତ ପାତ୍ର କିଭଳି ମାଷ୍ଟର ରୋଲ କରୁଥିଲା ଯାହା ପୋଲିସ ତଦନ୍ତରେ ପର୍ଦ୍ଦାଫାସ ହୋଇଛି। ଚହଟ ଚିକ୍କଣ ସାଙ୍ଗକୁ ଗଳାରେ ଦାମୀ ସୁନା ଚେନ। ଘର ବି ରଙ୍ଗ ମହଲ। ରାଜକୀୟ ଜୀବନ ବିତାଉଥିବା ସୁଶାନ୍ତ ପାତ୍ରଙ୍କ ଭିତିରି କାରନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଦେହର ଦାମ ଥିଲା ୫ ହଜାରରୁ ୧୫ହଜାର। ସମୟ ଅନୁସାରେ ବଢ଼ୁଥିଲା ଦେହର ଦର। ଗୁଗୁଲରେ ଆଡ଼ ଦେଉଥିଲେ, ଟଙ୍କା ନେବାପରେ ଗାଏବ ହୋଇଯାଉଥିଲେ ସୁଶାନ୍ତ ଓ ତାଙ୍କ ପତ୍ନୀ। ଏହି ଗ୍ୟାଙ୍ଗ ଏସକର୍ଟ ସର୍ଭିସ ଦେବା ନାମରେ ଗୁଗୁଲରେ ଆଡ଼ ଦେଇଥିଲେ। ଯେଉଁମାନେ ଏହି ଆଡ଼କୁ ଯାଇ କ୍ଲିକ କରୁଥିଲେ ସେଥିରେ ଏକ ନମ୍ବର ଆସୁଥିଲା। ସେ ନମ୍ବରରେ ଯୋଗାଯୋଗ କଲେ କେଉଁ ଦରର ଯୁବତୀ ଉପଲବ୍ଧ ହେବେ ଫୋନ ଯୋଗେ ଗ୍ରାହକଙ୍କୁ କହୁଥିଲେ। ଆଉ ଏଥିପାଇଁ ୩ଜଣ ଯୁବତୀଙ୍କୁ ମଧ୍ୟ ନିୟୋଜିତ ଥିଲେ। ଗ୍ରାହକ ଥରେ ଟଙ୍କା ଦେଲାପରେ ସବୁ ନମ୍ବର ସୁଇଚ ଅଫ ହୋଇଯାଏ। ସାଇବର ଥାନା ଏସିପି କହିଛନ୍ତି, ବହୁ ଜଣଙ୍କୁ ଏମାନେ ଚୁନ ଲଗାଇଛନ୍ତି। ଟଙ୍କା ନେବାପରେ କାହାକୁ ସେଭଳି ସର୍ଭିସ ଦେଇନାହାନ୍ତି।
ଗତ ୪ ତାରିଖରେ ପୋଲିସ ଗିରଫ ୫ଜଣଙ୍କୁ ଗିରଫ କରିଥିଲା। ସୁଶାନ୍ତ ପାତ୍ର, ସଦାଶିବ ସେଠି, ସସ୍ମିତା ଜେନା, ଉପମନ୍ୟୁ ବେରାଲ ଓ ଜଗନ୍ନାଥ ପ୍ରଧାନ। ସୁଶାନ୍ତ ପାତ୍ର ଥିଲା ହିଁ ଗ୍ୟାଙ୍ଗ ମାଷ୍ଟରମାଇଣ୍ଡ। ନିଜ ସ୍ତ୍ରୀ ସମେତ ଆଉ ଦୁଇଜଣ ଯୁବତୀଙ୍କୁ ଚାକିରି ଦେଇଥିଲା । ସୁଶାନ୍ତ ପାତ୍ର ଗିରଫ ହୋଇଥିଲା ବେଳେ ତା ପତ୍ନୀ ଓ ଜଣେ ଯୁବତୀ ଫେରାର ହୋଇ ଯାଇଛନ୍ତି। ସୁଶାନ୍ତ ପୋଷ୍ଟଲ ବିଭାଗରେ କଣ୍ଟ୍ରାକଚୁଆଲ ଭାବେ କାମ କରୁଥିଲା।
ଏ ନେଇ ସୁଶାନ୍ତଙ୍କ ପ୍ରଥମ ପତ୍ନୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ସେ କହିଛନ୍ତି କେବଳ ସୁଶାନ୍ତ ନୁହନ୍ତି ତାଙ୍କ ପରିବାର ମଧ୍ୟ ଏହି ଅନୈତିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୁଶାନ୍ତଙ୍କ ୭ନମ୍ବର ସ୍ତ୍ରୀ ଏବେ ଫେରାର ଅଛି। ପୋଲିସ ତାକୁ ଧରିଲେ ଅନେକ କିଛି ଗୁମର ପଦାକୁ ଆସିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।