କ୍ୟାସବ୍ୟାକ୍ ମିଳିବ ବୋଲି ଫୋନ୍ ଆସିଲେ ସାବଧାନ; ଠକମାନେ ଆକାଉଣ୍ଟ୍ ଶୂନ୍ୟ କରିଦେବେ

କୌଣସି ବ୍ୟାଙ୍କ୍ ବା ଇ-ପେମେଣ୍ଟ୍ ସଂସ୍ଥାର କର୍ମଚାରୀ କ୍ୟାସବ୍ୟାକ୍ ବା ରିୱାର୍ଡ଼ ବାବଦରେ କଲ୍ କରି ବା ମେସେଜ୍ ପଠାଇ ଜଣାନ୍ତି ନାହିଁ ବା ପିନ୍ ନମ୍ବର ମାଗନ୍ତି ନାହିଁ ବୋଲି ପୋଲିସର ସାଇବର୍ ସେଲ୍ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି ।

କ୍ୟାସବ୍ୟାକ୍ ମିଳିବ ବୋଲି ଫୋନ୍ ଆସିଲେ ସାବଧାନ; ଠକମାନେ ଆକାଉଣ୍ଟ୍ ଶୂନ୍ୟ କରିଦେବେ
ମୋବାଇଲ୍ ଫୋନ୍ ମାଧ୍ୟମରେ ଅଧିକାଂଶ ସାଇବର ଠକେଇ ହେଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ‘‘ହେଲୋ... ଆପଣଙ୍କୁ ଫୋନ ପେ’ରେ ୪,୮୦୦ ଟଙ୍କାର କ୍ୟାସ୍-ବ୍ୟାକ୍ ମିଳିଛି । ନେବାକି ଚାହିଁବେ ନା ବାତିଲ କରିବେ? ଯଦି ନେବେ ତେବେ ଫୋନ୍ ପେ ଖୋଲନ୍ତୁ ଓ ଯାହା ପ୍ରକ୍ରିୟା ବତାଉଛି ସେହିପରି କରନ୍ତୁ...।’’ ନିଜ ମୋବାଇଲ୍‌ ଫୋନରେ ଏମିତି କଲ୍‌ ପାଇବା ପରେ କାହାର ମନ ହେବନି ଟଙ୍କା ପାଇବାକୁ? ହେଲେ ସେହି ଅନ୍ଧ ଲୋଭ ଯୋଗୁଁ ଅନେକ ଲୋକ ଠକେଇର ଶିକାର ହେଉଛନ୍ତି । ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ଗଚ୍ଛିତ ଥିବା ଅର୍ଥ ରାଶି ଉଡ଼େଇ ନେଉଛନ୍ତି ଠକମାନେ ।

ପୁରୀରେ ଅନଲାଇନ୍‌ ଠକମାନେ ଏମିତି ପ୍ରଲୋଭନ ଦେଇ ଲୋକଙ୍କୁ ଫୋନ୍‌ କରୁଛନ୍ତି ଓ ମେସେଜ୍‌ ପଠାଉଛନ୍ତି । ଜୁନ୍‌ ୧୬ ତାରିଖ ଦିନ ଏଭଳି ଏକ କଲ୍‌ ପୁରୀ ଚାରିନଳା ଖୁଣ୍ଟିଆବାଡି଼ର ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଥିଲା । ହେଲେ ସେ ବିଶେଷଜ୍ଞମାନଙ୍କ ଉପଦେଶ ମନେ ପକାଇ ପ୍ରଲୋଭିତ ହୋଇ ନ ଥିଲେ ।

ଏହା ବି ପଢ଼ନ୍ତୁ | ଏକା ଥରକେ ୧୦ଟି ଶିଶୁ ଜନ୍ମ ଦେଲେ? ହେଲେ ସେ ଗର୍ଭବତୀ ଥିଲେ! ରେକର୍ଡ଼ ଅନ୍ୟ ମହିଳାଙ୍କର

‘‘ମୋ’ ବି.ଏସ୍‌.ଏନ୍‌.ଏଲ୍‌. ନମ୍ବରକୁ ଏକ ମେସେଜ ଆସିଥିଲା । ସେଥିରେ ଲେଖାଥିଲା ମୋ’ର ଟେଲି-ଭେରିଫିକେସନ୍‌ କରାଯିବ ଓ ସେଇଥି ପାଇଁ ମୁଁ ସେହି ମେସେଜରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିବା ଉଚିତ । ସେହି ନମ୍ବରରେ ଯୋଗାଯୋଗ କରିବା ପରେ ମୋତେ କୁହାଗଲା ଯେ ପ୍ଲେ-ଷ୍ଟୋରକୁ ଯାଇ ଟିମ୍‌ ଭିୱର ଆପ୍‌ ଇନଷ୍ଟଲ୍‌ କରି ଓପନ କରି ପାସୱାର୍ଡ଼ କହିବାକୁ । ତାହା ଶୁଣିବା ପରେ ମୋ’ର ସନ୍ଦେହ ହେଲା । ମୁଁ ତୁରନ୍ତ ବି.ଏସ୍‌.ଏନ୍‌.ଏଲ୍‌. ସହ ଯୋଗାଯୋଗ କଲି ଓ ତାହା ଫ୍ରଡ୍‌ କଲ୍‌ ବୋଲି ଜାଣିଲି । ମୁଁ ରକ୍ଷା ପାଇଗଲି,’’ କହିଛନ୍ତି ୩୨ ବର୍ଷୀୟ ବ୍ୟବସାୟୀ କମଳେଶ ମିଶ୍ର ।

ଏହା ବି ପଢ଼ନ୍ତୁ | Railway ଟିକେଟ୍ ବୁକିଂ ପାଇଁ ଏଣିକି ଦରକାର ହେବ ଏହି ଡକ୍ୟୁମେଣ୍ଟ୍; ଦଲାଲି ରୋକିବାକୁ ନୂଆ ନିୟମ ଆସୁଛି

ଆଇ.ଟି. ବିଶେଷଜ୍ଞ ଚିରାଗ ରଥ କହିଛନ୍ତି, ‘‘ବିଭିନ୍ନ ବ୍ୟାଙ୍କ୍‌, ଆର୍‌.ବି.ଆଇ. ଓ ପୋଲିସର ସାଇବର୍‌ ସେଲ୍‌ ପକ୍ଷରୁ ବାରମ୍ବାର ଏମିତି ଠକେଇ ବିଷୟରେ ଲୋକଙ୍କୁ ସଚେତନ କରାଯିବା ସହ ଏସ୍‌.ଏମ୍‌.ଏସ୍‌. ଜରିଆରେ ସୂଚାଇ ଦିଆଯାଇଛି ଯେ କୌଣସି ବ୍ୟାଙ୍କ୍‌ ବା ଇ-ପେମେଣ୍ଟ୍‌ ସଂସ୍ଥାର କର୍ମଚାରୀ କ୍ୟାସବ୍ୟାକ୍‌ ବା ରିୱାର୍ଡ଼ ବାବଦରେ ଫୋନ୍‌ ଜରିଆରେ କଲ୍‌ କରି ଜଣାନ୍ତି ନାହିଁ ବା ପିନ୍ ନମ୍ବର ମାଗନ୍ତି ନାହିଁ । ଏହା ସତ୍ତ୍ୱେ ଅନେକ ଲୋକ କ୍ୟାସବ୍ୟାକ୍‌ କିମ୍ବା ଅନଲାଇନ୍‌ ଠକଙ୍କ ଚକ୍ରବ୍ୟୁହରେ ଫସି ସର୍ବସ୍ୱାନ୍ତ ହେଉଛନ୍ତି । ଏପରିକି ଫେସବୁକରେ ମଧ୍ୟ ଜାଲି ଆକାଉଣ୍ଟ୍‌ ବନାଇ ବା କାହାରି ଆକାଉଣ୍ଟ୍‌ ହ୍ୟାକ୍‌ କରି ଲୋକେ ଅର୍ଥ ସାହାଯ୍ୟ ମାଗୁଥିବା ଦେଖିବାକୁ ମିଳୁଛି ।’’

ଏହା ବି ପଢ଼ନ୍ତୁ | କରୋନା ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ ଅର୍ଥ ମନ୍ତ୍ରୀ; ₹,୫୦୦ କୋଟିର ଗ୍ୟାରେଣ୍ଟେଡ୍ ଋଣ ମିଳିବ

‘‘ଏମିତି କଲ୍‌ ଓ ମେସେଜ୍‌ କେବେ ବି ଆପଣଙ୍କ ପାଖକୁ ଆସିପାରେ । ଯଦି ଆପଣ କ୍ୟାସବ୍ୟାକ୍‌ ଲୋଭରେ ପଡି଼ ଠକଙ୍କ ଜାଲରେ ପଡି଼ବେ, ତେବେ ଆପଣଙ୍କ ଆକାଉଣ୍ଟ ବି ଶୁନ ହୋଇଯିବ । ଏମିତି ଏକ କଲ୍‌ ଆସିବା ପରେ ଫୋନ ପେ’ର କଷ୍ଟମର୍‌ କେୟାରକୁ ଫୋନ କରିବା ପରେ ସତ୍ୟ ଜଣାପଡି଼ଲା । ଏପରି କୌଣସି କଲ୍‌ ଇ-ପେମେଣ୍ଟ୍‌ ସଂସ୍ଥାରୁ କାହା ପାଖକୁ ଯାଏ ନାହିଁ ବୋଲି ସେମାନେ ସ୍ପଷ୍ଟ କଲେ,’’ କହିଛନ୍ତି ଆଇନଜିବୀ ଚିନ୍ମୟ ଦାଶ ।

ଏହା ବି ପଢ଼ନ୍ତୁ | ଓଃ, କି ମର୍ମନ୍ତୁଦ ଦୁର୍ଘଟଣା! କିଆ ସେଲ୍ଟୋସ୍ କାର୍ ମଝିରୁ ଖଣ୍ଡ ହୋଇଗଲା; ଜଣଙ୍କ ମୃତ୍ୟୁ ହେଲା

ପୁରୀ ଟାଉନ୍‌ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ କହିଛନ୍ତି ଯେ ଯଦି ଏଭଳି କୌଣସି କଲ୍‌ ବା ମେସେଜ୍‌ କାହା ପାଖକୁ ଆସୁଛି ତେବେ ତୁରନ୍ତ ସମ୍ପୃକ୍ତ ସଂସ୍ଥା ଅର୍ଥାତ୍‌ ଫୋନ-ପେ ହେଉ ବା ବି.ଏସ୍‌.ଏନ୍‌.ଏଲ୍‌. ହେଉ, ତା’ ସହ ଯୋଗାଯୋଗ କରିବା ଉଚିତ ।



‘‘ଅନଲାଇନ୍‌ ଠକମାନେ ବ୍ୟବହାର କରୁଥିବା ସିମଗୁଡି଼କ ବିନା ପ୍ରମାଣ ପତ୍ରରେ ଥାଏ । କୌଣସି ବ୍ୟକ୍ତିର ଚୋରି ପ୍ରମାଣ ପତ୍ରରେ ସେଗୁଡ଼ିକୁ କିଣି ଠକମାନେ ଠକେଇରେ ବ୍ୟବହାର କରନ୍ତି । ଯଦି ସେଭଳି କିଛି କଲ୍‌ ପାଉଛନ୍ତି ତେବେ ପୋଲିସର ସହାୟତା ନେବାକୁ ତୁରନ୍ତ ସାଇବର୍‌ ସେଲ୍‌ ସହ ଅଭିଯୋଗ କରନ୍ତୁ । ସେହି ସମୟରେ ସାଇବର୍‌ ସେଲ୍‌ ପକ୍ଷରୁ ସେହି ନମ୍ବରକୁ ଟ୍ରାକ୍‌ କରି ସମ୍ପୃକ୍ତ ଠକକୁ ଗିରଫ କରିବା ପାଇଁ ଜାଲ ବିଛାଇବ ଓ ତାକୁ ଧରିବ,’’ କହିଛନ୍ତି ଦାସ ।
Published by: Anand ST Das
First published: June 29, 2021, 11:38 PM IST