ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱରରେ ସାଇବର୍ ଠକେଇ ବଢ଼ିଚାଲିଛି; ରୋକିବାରେ ଓ ଟଙ୍କା ଫେରାଇବାରେ ପୋଲିସ୍ ଫେଲ୍

ଭୁବନେଶ୍ୱରରେ ସାଇବର୍ ଠକେଇ ବଢ଼ିଚାଲିଛି; ରୋକିବାରେ ଓ ଟଙ୍କା ଫେରାଇବାରେ ପୋଲିସ୍ ଫେଲ୍

ପ୍ରତି ମାସ ୩୦୦ରୁ ଅଧିକ ସାଇବର୍ ଠକେଇ ଅଭିଯୋଗ ପୋଲିସକୁ ମିଳୁଛି । ଗଲା ତିନି ମାସରେ ସାଇବର୍ ଠକମାନେ ଭୁବନେଶ୍ୱର ବାସିନ୍ଦାଙ୍କ ଠାରୁ ଲୁଟିଲେଣି ୧ କୋଟି ୮୮ ଲକ୍ଷରୁ ଅଧିକ ଟଙ୍କା । ସଚେତନତା ଉପରେ ପୋଲିସ ଗୁରୁତ୍ୱ ଦେଉଛି ।

ଭୁବନେଶ୍ୱରରେ ସାଇବର୍ ଠକେଇ ବଢ଼ିଚାଲିଛି; ରୋକିବାରେ ଓ ଟଙ୍କା ଫେରାଇବାରେ ପୋଲିସ୍ ଫେଲ୍
ସାଇବର୍ କ୍ରାଇମ୍ ଉପରେ ଡିସିପି ଉମା ଶଙ୍କର ଦାଶଙ୍କ (ବାମ) ତୀକ୍ଷ୍ଣ ନଜର ରହିଛି ।
  • News18 Odia
  • Last Updated: April 1, 2021, 11:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଦୀପକ କୁମାର ସାମଲ | News18 Odia Digital

ଭୁବନେଶ୍ୱର: ସାଇବର ଅପରାଧୀଙ୍କ କବଳରେ ପଡ଼ିଛନ୍ତି ରାଜଧାନୀ ଭୁବନେଶ୍ୱରର ବାସିନ୍ଦାମାନେ । ଗଲା ତିନି ମାସରେ ଲୁଟିଲେଣି ୧ କୋଟି ୮୮ ଲକ୍ଷରୁ ଅଧିକ ଟଙ୍କା । ଏଥିରୁ ପୋଲିସ ଜବତ କରିପାରିଛି ମାତ୍ର ୧୬ ଲକ୍ଷ ୫୯ ହଜାର ଟଙ୍କା । ଲୋକଙ୍କୁ ବାରମ୍ବାର ସଚେତନ କରାଇବା ସତ୍ତ୍ୱେ ଠକେଇ ସଂଖ୍ୟା ବଢ଼ୁଥିବାରୁ ଚିନ୍ତାରେ ଅଛି କମିସନରେଟ ପୋଲିସ ।

ଗତ ତିନି ମାସରେ ଭୁବନେଶ୍ୱରରେ ଘଟିଥିବା ସାଇବର୍‌ ଅପରାଧ ବିଷୟରେ କମିସନରେଟ ପୋଲିସର ସାଇବର ହେଲ୍ପଡେସ୍କରୁ ମିଳିଥିବା ତଥ୍ୟ ଅନୁସାରେ ଜାନୁଆରୀ ମାସରେ ଭୁବନେଶ୍ୱରରେ ୩୬୮ଟି ସାଇବର୍‌ ଠକେଇ ହୋଇଥିବା ନେଇ ପୋଲିସକୁ କଲ୍‌ ଆସିଥିଲା । ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶଙ୍କ ସୂଚନା ଅନୁସାରେ ଜାନୁଆରୀରେ ଭୁବନେଶ୍ୱରର ବାସିନ୍ଦାଙ୍କ ପାଖରୁ ସାଇବର୍‌ ଠକମାନେ ଲୁଟିନେଇଛନ୍ତି ୫୨ ଲକ୍ଷ ୧୬ ହଜାର ୪୮୩ ଟଙ୍କା । ଠକେଇର ଶିକାର ହୋଇଥିବା ଲୋକେ ପୋଲିସକୁ ଅବଗତ କରିବା ପରେ ପୋଲିସ ମାତ୍ର ୭ ଲକ୍ଷ ୧୯ ହଜାର ୭୧୧ ଟଙ୍କା ଜବତ କରିବାରେ ସକ୍ଷମ ହୋଇଥିଲା ।

ଏହା ବି ପଢ଼ନ୍ତୁ | ଅତି ସତର୍କ ବ୍ୟାଟିଂ ଯୋଗୁଁ ଭାରତ ହାତରୁ ଖସିଯାଇପାରେ ୨୦୨୩ର ବିଶ୍ୱ କପ୍, କହିଲେ ମାଇକେଲ୍ ଭଉଗାନ୍

ଠକେଇର ଶିକାର ୩୬୮ ଜଣଙ୍କ ମଧ୍ୟରେ ଥିଲେ ୟୁପିଆଇ କୋର୍ଡ଼ ପଠେଇ ଟଙ୍କା ହରେଇଥିବା ୧୭୦ ଜଣ । କ୍ରେଡିଟ କାର୍ଡ଼ ଓ ଡେବିଟ କାର୍ଡ଼ ଜରିଆରେ ଠକେଇରେ ପଡ଼ିଥିଲେ ୮୦ ଜଣ । ବାକି ଲୋକଙ୍କୁ ଅନ୍ୟ ଉପାୟରେ ଠକିଥିଲେ ସାଇବର୍‌ ଠକମାନେ । ଜାନୁଆରୀରେ ମୋଟ ୧୯ଟି ମାମଲା ରୁଜୁ ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମାଛ ତରକାରୀରେ ଥ୍ୟାଲିୟମ୍ମିଶାଇ ସ୍ତ୍ରୀ ଶ୍ୱଶୁର ଘର ଲୋକଙ୍କୁ ଦେଲା; ଶାଶୁ ଶାଳୀଙ୍କ ପ୍ରାଣ ଗଲା

ଫେବୃଆରୀ ମାସରେ ସାଇବର ହେଲ୍ପଡେସ୍କକୁ ୩୨୨ଟି ଅଭିଯୋଗ କଲ୍‌ ଆସିଥିଲା । ସେହି ମାମଲାଗୁଡ଼ିକରେ ସାଇବର୍‌ ଲୁଟେରାମାନେ ମୋ’ଟ ୫୧ ଲକ୍ଷ ୩୯ ହଜାର ୯୮୯ ଟଙ୍କା ଲୁଟିନେଇଥିଲେ । ୟୁପିଆଇ କୋର୍ଡ଼ ଜରିଆରେ ୧୨୫ ଜଣଙ୍କୁ ସେମାନେ କଳା କନା ବୁଲେଇଥିବା ବେଳେ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ଼ ଜରିଆରେ ୩୫ ଜଣଙ୍କୁ ଲୁଟିଥିଲେ । ଅନ୍ୟ ଉପାୟରେ ୧୬୨ ଜଣଙ୍କୁ ଚୁନ ଲଗାଇଥିଲେ ସାଇବର ଲୁଟେରାମାନେ । ଫେବୃଆରୀ ମାସରେ କମିସନରେଟ ପୋଲିସ ୧୩ଟି ସାଇବର ଅପରାଧ ମାମଲା ରୁଜୁ କରିଥିଲା ଓ ୬ ଲକ୍ଷ ୮୫ ହଜାର ୮୪୭ ଟଙ୍କା ସାଇବର୍‌ ଅପରାଧୀଙ୍କ ଠାରୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲା ।

ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମରେ ଜିତିବା ପାଇଁ BJP ନେତାଙ୍କ ସାହାଯ୍ୟ ଲୋଡ଼ିଥିଲେ ମମତା? BJP କଲ୍ ରେକର୍ଡ଼ିଂ ଶୁଣାଇଲା

ମାର୍ଚ୍ଚ ମାସରେ ସାଇବର୍‌ ହେଲ୍ପଡେସ୍କକୁ ଆସିଥିଲା ୩୧୦ଟି ଅଭିଯୋଗ ଫୋନ୍‌ କଲ୍‌ । ଏହି ମାମଲାଗୁଡ଼ିକରେ ସାଇବର୍‌ ଲୁଟେରାମାନେ ୮୪ ଲକ୍ଷ ୭୮ ହଜାର ୩୪୯ ଟଙ୍କା ଲୁଟିଥିଲେ । ୟୁପିଆଇ କୋର୍ଡ଼ ଜରିଆରେ ସେମାନେ ୧୭୦ ଜଣଙ୍କୁ କଳା କନା ବୁଲେଇଥିବା ବେଳେ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ଼ ଜରିଆରେ ୮୦ ଜଣଙ୍କୁ ଲୁଟିଥିଲେ । ଅନ୍ୟ ଉପାୟରେ ୩୭୯ ଜଣଙ୍କୁ କଳା କନା ବୁଲାଇଥିଲେ ସାଇବର ଲୁଟେରାମାନେ । ମାର୍ଚ୍ଚ ମାସରେ କମିସନରେଟ ପୋଲିସ ପକ୍ଷରୁ ୧୬ଟି ସାଇବର୍‌ ଅପରାଧ ମାମଲା ରୁଜୁ ହୋଇଥିଲା ଓ ୨ ଲକ୍ଷ ୫୩ ହଜାର ୬୪୭ ଟଙ୍କା ସାଇବର ଅପରାଧୀଙ୍କ ଠାରୁ ପୋଲିସ ଫେରାଇ ଆଣିବାରେ ସକ୍ଷମ ହୋଇଥିଲା ।

ଏହା ବି ପଢ଼ନ୍ତୁ | ଫିଲ୍ମସ୍ଲମ୍ଡଗ୍ ମିଲିଅନେୟାର୍' ଏହି ଅଭିନେତାଙ୍କୁ Sex ଆକ୍ରମଣ ମାମଲାରେ ଜାମିନ ମିଳିଲା

‘‘ଭୁବନେଶ୍ୱରରେ ସାଇବର୍‌ ଅପରାଧ ବଢୁଥିବାରୁ ରାଜଧାନୀ ବାସିନ୍ଦାମାନଙ୍କୁ ସଚେତନ ହେବାକୁ ଆମେ ବାରମ୍ବାର ଅନୁରୋଧ କରୁଛୁଁ । ସାଇବର୍‌ ଠକେଇର ଶିକାର ହେବା ପରେ ସଙ୍ଗେ ସଙ୍ଗେ ପୀଡ଼ିତ ଲୋକେ ସାଇବର୍‌ ହେଲ୍ପଡେସ୍କ ସହ ଯୋଗାଯୋଗ କରିବା ଉଚିତ । ଠକେଇର ଗୋଲଡେନ୍‌ ପିରିୟଡ଼ ମଧ୍ୟରେ ଯଦି ସେମାନେ ପୋଲିସକୁ ଖବର ଦେବେ ତେବେ ହୁଏତ ଟଙ୍କା ଫେରିପାଇବାରେ ପୋଲିସ ସଫଳ ହେବ । ୟୁପିଆଇ କୋର୍ଡ଼ ଜରିଆରେ ଠକେଇ ବଢୁଥିବାରୁ ସତର୍କତା ସହ ଅନଲାଇନ୍‌ କାରବାର କଟିବାକୁ ଆମେ ଲୋକଙ୍କୁ ନିବେଦନ କରୁଛୁଁ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।



ସାଇବର୍‌ ସିକ୍ୟୁରିଟି ଏକ୍ସପର୍ଟ୍‌ ଲିଙ୍ଗରାଜ ସେଠୀ କହିଛନ୍ତି, ‘‘ସଚେତନତା ହିଁ ସବୁଠୁ ବଡ଼ ଆବଶ୍ୟକତା । ଲୋକେ ସଚେତନ ହେଲେ ଯାଇ ପୋଲିସ ସାଇବର ଅପରାଧ ରୋକିବାରେ ସକ୍ଷମ ହୋଇପାରିବ । କାରଣ ଟଙ୍କା ଥରେ ଲୁଟ୍‌ ହେଲା ପରେ ଆଖି ପାଛୁଳାକେ ଏକାଧିକ ଆକାଉଣ୍ଟକୁ ଟ୍ରାଞ୍ଜକସନ ହୋଇଯାଏ । ତେଣୁ ଏ ନେଇ ସତର୍କତା ଅବଲମ୍ବନ କରିବା ଉଚିତ । ପୋଲିସ ମଧ୍ୟ ନୂଆ ନୂଆ ଜ୍ଞାନକୌଶଳ ବ୍ୟବହାର କରିବା ଉଚିତ ।’’
Published by: Anand ST Das
First published: April 1, 2021, 11:32 PM IST