୨ ଗୁଣ କରିବା କଥା କହି ଲୁଟି ନେଲେ ୨ କୋଟି ଟଙ୍କା; ସାମ୍ନାକୁ ଆସିଲା ସାଇବର ଠକେଇର ନୂଆ ଅନ୍ଦାଜ

ରାଜଧାନୀରେ ଏଭଳି ଠକେଇ ନୂଆ ଘଟଣା । ପୂର୍ବରୁ ଏଭଳି ଠକେଇ ନେଇ କୌଣସି ଅଭିଯୋଗ ଆସିନଥିବା ଜଣା ପଡ଼ିଛି । ଓବି- ସାଇକେଲ ନାଁରେ ଲିଙ୍କ ପଠାଇ ବିଭିନ୍ନ ଶେୟାର ଅଂଶର ଲାଭ ଦେବାକୁ କହି ସାଇବର ଠକେଇ କରିଛନ୍ତି ସାଇବର ଠକ।

୨ ଗୁଣ କରିବା କଥା କହି ଲୁଟି ନେଲେ ୨ କୋଟି ଟଙ୍କା

୨ ଗୁଣ କରିବା କଥା କହି ଲୁଟି ନେଲେ ୨ କୋଟି ଟଙ୍କା

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଏବେ ନୂଆ ଅନ୍ଦାଜରେ ସାଇବର ଠକ ଠକିବାରେ ଲାଗିଛନ୍ତି । ଓବି-ସାଇକେଲ ନା'ରେ ଲିଙ୍କ ପଠାଇ ବିଭିନ୍ନ ଲୋଭନୀୟ ଅଫର ଲୋଭ ଦେଖାଇ ଲୁଟୁଛନ୍ତି କୋଟି କୋଟି ଟଙ୍କା ।ସୋମବାର ଭୁବନେଶ୍ୱର ଡିସିପି ଅଫିସରେ ଖୋଲା ଯାଇଥିବା ସାଇବର ଥାନାକୁ ଦୁଇ କୋଟି ଟଙ୍କା ଠକେଇ ନେଇ ଅଭିଯୋଗ ଆସିବା ପରେ ଏଭଳି ତରିକାର ଠକେଇ ସାମ୍ନାକୁ ଆସିଛି। ସାଇବର ଥାନା ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା।

ରାଜଧାନୀରେ ଏଭଳି ଠକେଇ ନୂଆ ଘଟଣା । ପୂର୍ବରୁ ଏଭଳି ଠକେଇ ନେଇ କୌଣସି ଅଭିଯୋଗ ଆସିନଥିବା ଜଣା ପଡ଼ିଛି । ଓବି- ସାଇକେଲ ନାଁରେ ଲିଙ୍କ ପଠାଇ ବିଭିନ୍ନ ଶେୟାର ଅଂଶର ଲାଭ ଦେବାକୁ କହି ସାଇବର ଠକେଇ କରିଛନ୍ତି ସାଇବର ଠକ । ଅଭିଯୋଗ ପରେ ଯେଉଁ ସବୁ ଲିଙ୍କ ଗୁଡିକ ଆସିଥିଲା ସେଗୁଡ଼ିକ ନେଇ ତଦନ୍ତ କରୁଥିବା ସାଇବର ଥାନା ପକ୍ଷରୁ ସୂଚନା ଦିଆଯାଇଛି।

"ଆମେ ଜଣେ ସମ୍ପର୍କୀୟଙ୍କ ଜରିଆରେ ଓବି ସାଇଅକେଲ ଲିଙ୍କରେ ଯୋଡି ହେଲୁ । ଏହି ରାକେଟର ଏକ ହ୍ଵାଟ୍ସଆପ ଗ୍ରୁପ ଅଛି । ସେହି ଗ୍ରୁପରେ ରହି ଲିଙ୍କ ସମ୍ୱନ୍ଧୀୟ ସମସ୍ତ ତଥ୍ୟ ମିଳୁଥିଲା । ଟଙ୍କା ଦୁଇଗୁଣା ଦେବାକୁ କହି ଲୋଭ ଦେଖାଇଲେ। ପ୍ରଥମେ ୫୦୦ ରିଚାର୍ଜ କରିବା ପରେ ଏକ ହଜାର ମିଳିଥିଲା ପରେ ଅଧିକ ଲୋଭ ଆଶାରେ ୩୦,୦୦୦ ରିଚାର୍ଜ କରିଥିଲି । ହେଲେ ଟଙ୍କା ଆସିବା ପରିବର୍ତ୍ତେ ଆକାଉଣ୍ଟ ବନ୍ଦ ହୋଇଗଲା,’’ କହିଥିଲେ ସହିଦ ନଗର ଅଞ୍ଚଳର ଠକେଇର ଶିକାର ହୋଇଥିବା ନଗେଶ ସାହୁ।

ଭୁବନେଶ୍ବରରେ ମାତିଛନ୍ତି ସାଇବର ଠକ


ଭୁବବେଶ୍ବର-କଟକରୁ ଏଭଳି ୨୦ରୁ ଅଧିକ ଲୋକଙ୍କ ଠାରୁ ୨ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ଲୋକ ଲିଙ୍କକୁ ଯାଞ୍ଚ କଲା ବେଳେ ସିଆରପି ଅଞ୍ଚଳରେ ଥିବା ଏକ ଠିକଣ ଦେଖିବାକୁ ମିଳିଥିଲା । ସେଠି ଯାଞ୍ଚ କଲା ବେଳ ଗୋଟିଏ ହୋଟେଲର ଠିକଣା ଥିବା ବେଳେ ଅଫିସ ନଥିବା ଠକେଇର ଶିକାର ହୋଇଥିବା ଲୋକ ଅଭିଯୋଗ କରିଥିଲେ।

"ଓବି ସାଇକେଲ ଅନଲାଇନ ରିଚାର୍ଜ କରି ଠକେଇ ଶିକାର ହୋଇଥିବା ୨୦ରୁ ଅଧିକ ଲୋକ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। ଏବେ ସୁଦ୍ଧା ସ୍ପଷ୍ଟ ରୂପେ କହି ହେବନାହିଁ ଏ ସବୁ କେଉଁ ଅଞ୍ଚରୁ ଅପରେଟ ହେଉଥିଲା । ସେଥିପାଇଁ ଆମେ ଅଜଣା ଲିଙ୍କ୍, ଲୋଭନୀୟ ଅଫର, କ୍ରେଡିଟ ଓ ଡେବିଟ୍ କାର୍ଡ ଅପଡେଟ କରିବା ବାହାନାରେ ସାଇବର ଠକ ଫେକ୍ ଲିଙ୍କ ପଠାଉଥିବା ଲୋକଙ୍କୁ ବାରମ୍ବାର ଅବଗତ କରିବା ସହ ସଚେତନ କରିବା ସତ୍ତ୍ୱେ ସଚେତନ ହେଉନଥିବା," କହିଥିଲେ ଭୁବନେଶ୍ୱର ସାଇବର ଥାନାର ଅଧିକାରୀ ରଶ୍ମିତା ଜେନା।

ସୂଚନାଯୋଗ୍ୟ, ୨୦୨୧ରେ ଭୁବନେଶ୍ବରେ ସାଇବର ଅପରାଧୀ ଗ୍ରାଫ ବଢ଼ିଥିଲା । ୮ କୋଟି ୬ ଲକ୍ଷ ୮୧ ହଜାର ଠକେଇ ହୋଇଥିବା ନେଇ ସାଇବର ହେଲ୍ପ ଡେସ୍କରେ ରିପୋର୍ଟ ହୋଇଛି । ୧୩ ଜଣଙ୍କୁ ଗିରଫ କରିଥିବା ବେଳେ ୧ କୋଟି ୬୭ ଲକ୍ଷ ଫେରାଇ ଆଣିବା ଓ ବ୍ଳକ କରିବା ସମର୍ଥ ହୋଇଛି । ସେପଟେ ହେଲ୍ପ ଡେସ୍କ ଓ ଆଣ୍ଟି ଫ୍ରଡସେଲ ସାଇବର ଥାନାକୁ ଲୋକଙ୍କ ହିଣ୍ଟ ତଦନ୍ତରେ ସହଯୋଗ କରିବ ବୋଲି ଡି.ସି.ପି କହିଛନ୍ତି।
Published by:Lipina Das
First published:
)}