ମୟୁରଭଞ୍ଜରୁ ୬ ସାଇବର ଠକ ଗିରଫ ଘଟଣା; ଗିରଫ ଅଭିଯୁକ୍ତଙ୍କ ଜାମତାରା ଗ୍ୟାଙ୍ଗ ସହ ଲିଙ୍କ

KYC ଅପଡେଟ କରିବା ଆଳରେ ଲୋକଙ୍କୁ ମେସେଜ ପଠାଇବା ଓ ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ ୬ ଜଣ ସାଇବର ଠକଙ୍କୁ ଗିରଫ କରିବା ପରେ ଅଭିଯୁକ୍ତଙ୍କ ଠାରୁ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରିବ ।

ମୟୁରଭଞ୍ଜରୁ ୬ ସାଇବର ଠକ ଗରିଫ ଘଟଣା; ଗିରଫ ଅଭିଯୁକ୍ତଙ୍କର ଜାମତାରା ଗ୍ୟାଙ୍ଗ ସହ ଲିଙ୍କ

ମୟୁରଭଞ୍ଜରୁ ୬ ସାଇବର ଠକ ଗରିଫ ଘଟଣା; ଗିରଫ ଅଭିଯୁକ୍ତଙ୍କର ଜାମତାରା ଗ୍ୟାଙ୍ଗ ସହ ଲିଙ୍କ

  • News18 Odia
  • Last Updated :
  • Share this:
fNews 18 Odia Digital

କଟକ: KYC ଅପଡେଟ କରିବା ଆଳରେ ଲୋକଙ୍କୁ ମେସେଜ ପଠାଇବା ଓ ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ ୬ ଜଣ ସାଇବର ଠକଙ୍କୁ ଗିରଫ କରିବା ପରେ ଏବେ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ଏହି କ୍ରମରେ ଗିରଫ ଅଭିଯୁକ୍ତଙ୍କ ଠାରୁ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରିବ କ୍ରାଇମବ୍ରାଞ୍ଚ ।

ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିବା ସିମ ବକ୍ସ


ମାମଲାର ପ୍ରାଥମିକ ଅନୁସନ୍ଧାନରୁ କ୍ରାଇମବ୍ରାଞ୍ଚକୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ବିଶେଷ କରି ସାଇବର ଠକେଇ ପାଇଁ କୁଖ୍ୟାତି ହାସଲ କରିଥିବା ଜାମତାରା ଗ୍ୟାଙ୍ଗ ସହିତ ଏହି ମୟୁରଭଞ୍ଜର ସାଇବର ଠକଙ୍କ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ ହାତରେ କିଛି ସୁରାକ ଲାଗିଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ମୁତାବକ ମୟରୁଭଞ୍ଜରୁ ଆକ୍ଟିଭେଟ ହୋଇଥିବା କିଛି  ସିମ୍  ଜାମତାରା ଗ୍ୟାଙ୍ଗର ସାଇବର ଠକମାନେ ବ୍ୟବହାର କରୁଛନ୍ତି । ତେଣୁ ଏହି ଅଭିଯୁକ୍ତମାନେ ଜାମତାରା ସାଇବର ଠକଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ରହି ସାଇବର ଠକେଇ କରୁଥିବା ପେସାଦାର ସାଇବର ଠକଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିଥିବା ସନ୍ଦେହ କରାଯାଉଛି ।

ଏମାନଙ୍କ ଠାରୁ ଏଆରଟେଲ କମ୍ପାନୀର ୧୦୪୯ ଟି ସିମ, ଜିଓର ୧୨୩୪ ସିମ ଭୋଡାଫୋନ କମ୍ପାନୀର ୧୫୮ ଟି ସିମ ଏବଂ ବିଏସଏନଏଲର ୧୩୪ଟି ସିମ କାର୍ଡ ଜବତ ହୋଇଛି । ଏହା ସହ ୭ ଟି ଲାପଟପ, ୨୧ ଟି ମୋବାଇଲ ଫୋନ ଏବଂ ୨ ଟି ଜିଓ ଫାଇ ରାଉଟର ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ । ଏହି ଗ୍ୟାଙ୍ଗର ସଦସ୍ୟଙ୍କ ମଧ୍ୟରୁ ତାପସ ପାତ୍ର ଦଶମ ଶ୍ରେଣୀ ପାସ କରିଥିବା ବେଳେ ଅଜୁ ଓ ଅଜୟ ପାତ୍ରଙ୍କ ଶିକ୍ଷାଗତ ଯୋଗ୍ୟତା ୭ମ ପାସ ।

ତଦନ୍ତରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଠକେଇ ଉଦେଶ୍ୟରେ ଲୋକଙ୍କୁ ଫେକ ମେସେଜ ପଠାଉଥିଲେ । ଏମାନେ ନିଜେ ଲୋକଙ୍କୁ ଫୋନ କରି ଠକେଇ କରୁଥିଲେ କିମ୍ବା ଏମାନଙ୍କ ଠାରୁ ମିଳିଥିବା ତଥ୍ୟକୁ ଆଧାର କରି ଅନ୍ୟ କେହି ଲୋକଙ୍କୁ କଲ କରି ଠକୁଥିଲେ ତାର ତଦନ୍ତ ଚାଲିଛି । ଏହି ଗ୍ୟାଙ୍ଗ ଜରିଆରେ କେତେ ଲୋକ ଠକେଇ ଶିକାର ହୋଇଛନ୍ତି ତାର ଅନୁସନ୍ଧାନ ମଧ୍ୟ ଆରମ୍ଭ ହୋଇଛି । ଆମକୁ କିଛି ଲିଡ୍ ମିଳିଛି ସେଥିପାଇଁ ଆମେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯାଉଛୁ" ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଆଇ.ଜି ଅମିତେନ୍ଦ୍ର ନାଥ ସିହ୍ନା ।

ତେବେ ଗିରଫ ହୋଇଥିବା ସାଇବର ଠକମାନଙ୍କୁ ବେଆଇନ ଭାବେ ପ୍ରି-ଆକ୍ଟିଭେଟେଡ୍ ସିମ ଦେଇଥିବା ନେଇ ବିଭିନ୍ନ ଟେଲିକମ କମ୍ପାନୀ କର୍ମଚାରୀ ଓ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ କ୍ରାଇମବ୍ରାଞ୍ଚକୁ ସୁରାକ ମିଳିଛି । ଫଳସ୍ବରୂପ ଏହି ମାମଲାରେ ଆଗକୁ ଗିରଫଦାରୀ ବଢିବ ବୋଲି ଜଣା ପଡ଼ିଛି ।
Published by:Soubhagya Mishra
First published: