ରାଜଧାନୀରେ ସାଇବର ଠକ: ବର୍ଷକ ଭିତରେ ଗାଏବ କରିନେଇଛନ୍ତି ୭କୋଟି ଟଙ୍କା

ରାଜଧାନୀବାସୀଙ୍କୁ ଅଣନିଶ୍ଵାସୀ କରିଦେଲାଣି ସାଇବର ଠକ ଗ୍ୟାଙ୍ଗ । ଗୋଟିଏ ବର୍ଷରେ ଠକ ଠକିନେଲେ ୭କୋଟି ଟଙ୍କା ।

ବର୍ଷକ ଭିତରେ ସାଇବର ଠକ ୭କୋଟି ଠକି ନେଇଛନ୍ତି (ପ୍ରତୀକାତ୍ମକ ଛବି)

ବର୍ଷକ ଭିତରେ ସାଇବର ଠକ ୭କୋଟି ଠକି ନେଇଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ଅଣନିଶ୍ଵାସୀ କରିଦେଲାଣି ସାଇବର ଠକ ଗ୍ୟାଙ୍ଗ । ଗୋଟିଏ ବର୍ଷରେ ଠକ ଠକିନେଲେ ୭କୋଟି ଟଙ୍କା । ଅଧିକାଂଶ ସାଇବର ଠକ ଜାମତାରା ଗ୍ୟାଙ୍ଗର ହୋଇଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି । ଚଳିତ ବର୍ଷ ମୋଟ ୨୮୭୨ ଜଣଙ୍କୁ କଲ କରିଛନ୍ତି ସାଇବର ଠକ । ତେବେ ଗୋଲଡେନ ପିରିୟଡ଼ ମଧ୍ୟରେ ପୋଲିସ କେବଳ ୧କୋଟି ୪୮ହଜାର ଟଙ୍କା ଫେରି ପାଇଛି ।

ଡି.ସି.ପି ହେଡ କ୍ୱାଟର ରିପୋର୍ଟ ଅନୁସାରେ ଚଳିତବର୍ଷ ଏବେ ସୁଦ୍ଧା ୬୭ଟି ମାମଲା ରୁଜୁ ହୋଇଥିବା ବେଳେ, ୧୩ ଜଣ ଗିରଫ ହୋଇଛନ୍ତି । ଡିସିପି ଅଫିସରେ ଥିବା ସାଇବର ହେଲ୍ପ ଡେସ୍କକୁ ୬ ହଜାର ୪୯୫ଟି ରିପୋର୍ଟ ହୋଇଛି  ।  ସେ ଭିତରୁ କେବଳ ଭୁବନେଶ୍ବରରୁ ୨୮୭୨ଟି କଲ ଆସିଥିବା ବେଳେ ୩୩୭୮ଟି ପୁରା ଓଡିଶାରୁ ଆସିଛି  । ଗୋଲଡେନ ପିରିୟରିଡରେ ଆସିଥିବା କଲକୁ ତଦନ୍ତ କରି ଠକଙ୍କ ଆକାଉଣ୍ଟରୁ ୯୧ ଲକ୍ଷ ୪୦ ହଜାର ଟଙ୍କା ଫେରାଇବା ଆଣଇଥିବା ବେଳେ  ୫୬ ଲକ୍ଷ ୭୧ ହଜାର ଟଙ୍କା ବ୍ଳକ କରିଛି ହେଲ୍ପ ଡେସ୍କ । ଗୃହ ମନ୍ତ୍ରାଳୟର ସାଇବର ସେଫ ପୋର୍ଟାଲକୁ ବ୍ଳକ କରିବା ପାଇଁ ସମସ୍ତ ଫ୍ରଡ଼ କଲ ନମ୍ବର ପଠାଇଛି ପୋଲିସ  ।

"ଆମେ ପ୍ରତିଦିନ ଲୋକଙ୍କୁ ସଚେତନ କରୁଛୁ । ଅଜଣା ଲୋକଙ୍କୁ ତଥ୍ୟ ନ ଦେବାକୁ ଅନୁରୋଧ କରୁଛୁ । ତଥାପି ସାଇବର ଠକେଇ କମିବାରେ ନା ଧରୁନି । ସାଇବର ଠକମାନେ ନୂଆ ନୂଆ ତାରିକରେ ଠକେଇ କରୁଛନ୍ତି । ଗତ କିଛିଦିନ ହେବ ଆମ ପାଖରେ ନୂଆ ଧରଣର ଠକେଇ ନେଇ ଅଭିଯୋଗ ଆସୁଛି । 'ଏନିଡେସ୍କ ଆପ' ଜରିଆରେ  ଆଇବାର ଠକ ଠକେଇ କରୁଥିବା ନେଇ ଅଭିଯୋଗ ବାରମ୍ବାର ହେଉଛି । ତେଣୁ ମୋବାଇଲକୁ ଆସୁଥିବା କୌଣସି ଅଜଣା ଲିଙ୍କରେ କ୍ଲିକ ନ କରନ୍ତୁ," କହିଛନ୍ତି ଭୁବନେଶ୍ୱର ଡ଼ି.ସି.ପି ଉମା ଶଙ୍କର ଦାଶ।

ସାଇବର ଠକେଇ ନେଇ, ଚଳିତବର୍ଷ ଜାନୁୟାରୀ ମାସରେ ୧୨୦୭ ଅଭିଯୋଗ ଆସିଥିବା ବେଳେ, ଠକ ଲୁଟିଛନ୍ତି ୫୨ଲକ୍ଷ ୧୬ହଜାର ୪୮୩ ଟଙ୍କା । ଫେବୃଆରୀ ମାସରେ ୭୮୪ଜଣଙ୍କ ଠାରୁ ୫୧ଲକ୍ଷ ୩୯ହଜାର ୯୮୯ ଟଙ୍କା ଲୁଟିଥିବା ବେଳେ ମାର୍ଚ୍ଚ ମାସରେ ୬୨୯ଜଣଙ୍କ ଠାରୁ ଲୁଟିଛନ୍ତି ୮୪ଲକ୍ଷ ୭୮ହଜାର ୩୯୪ ଟଙ୍କା । ଏପ୍ରିଲ ମାସରେ ୪୭୬ଜଣଙ୍କ ଠାରୁ ଠକ  ୭୪ଲକ୍ଷ ଠକିଥିବା ବେଳେ ମେ ମାସରେ ୫୨୯ଜଣଙ୍କ ଠାରୁ ଲୁଟିଛନ୍ତି ୭୦ଲକ୍ଷ ୭୮ହଜାର ଟଙ୍କା । ଜୁନ ମାସରେ ୪୬୩ଜଣଙ୍କ ଠାରୁ ୮୩ଲକ୍ଷ ଠଠେଇ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଜୁଲାଇ ମାସରେ ୩୭୦ଜଣଙ୍କ ଠାରୁ ୫୫ଲକ୍ଷ୬୦ ହଜାର ଟଙ୍କା ।

ସେହିପରି ଅଗଷ୍ଟ ମାସରେ ୪୭୫ଜଣଙ୍କ ଠାରୁ ୬୪ଲକ୍ଷ୨୪ ହଜାର ଟଙ୍କା ଲୁଟିଛନ୍ତି ସାଇବର ଠକ । ସେପ୍ଟେମ୍ବର ମାସରେ ୪୮୫ଜଣଙ୍କ ଠାରୁ ୬୦ ଲକ୍ଷ ୪୮ହଜାର, ଅକ୍ଟୋବର ମାସରେ ୪୨୫ଜଣଙ୍କ ଠାରୁ ୭୨ଲକ୍ଷ ୩୩ହଜାର ଟଙ୍କା ଓ ନଭେମ୍ବର ମାସରେ ୪୬୦ଜଣଙ୍କ ଠାରୁ ୭୭ଲକ୍ଷ ୪୨ ହଜାର ଟଙ୍କା ଠକିଛନ୍ତି ସାଇବର ଠକ ।
Published by:Soumya Das
First published: