ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଷ୍ଟମର୍ କେୟାର ନାମରେ ସାଧାରଣ ଲୋକଙ୍କୁ ଠକୁଛନ୍ତି ସାଇବର ଠକ୍; ଗୁଗଲ ଜରିଆରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

କଷ୍ଟମର୍ କେୟାର ନାମରେ ସାଧାରଣ ଲୋକଙ୍କୁ ଠକୁଛନ୍ତି ସାଇବର ଠକ୍; ଗୁଗଲ ଜରିଆରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ଶନିବାର ବରମୁଣ୍ଡା ଅଞ୍ଚଳର ଅକ୍ଷୟ କୁମାର ପାତ୍ର ଏସବିଆଇ ଗ୍ରାହକ ସେବାକୁ ଫୋନ କରି ୨ ଲକ୍ଷ ୩୦ ହଜାର ଟଙ୍କା ହରେଇଛନ୍ତି । ଏ ନେଇ ପ୍ରଥମେ ଖଣ୍ଡଗିରି ଥାନା ପରେ ଡି.ସି.ପି. ଅଫିସରେ ଥିବା ସାଇବର ହେଲ୍ପ ଡେସ୍କରେ ଅଭିଯୋଗ କରିଥିଲେ ।

କଷ୍ଟମର୍ କେୟାର ନାମରେ ସାଧାରଣ ଲୋକଙ୍କୁ ଠକୁଛନ୍ତି ସାଇବର ଠକ୍; ଗୁଗଲ ଜରିଆରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା
କଷ୍ଟମର୍ କେୟାର ନାମରେ ସାଧାରଣ ଲୋକଙ୍କୁ ଠକୁଛନ୍ତି ସାଇବର ଠକ୍
  • News18 Odia
  • Last Updated: November 22, 2021, 5:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଏବେ ସାଇବର ଠକଙ୍କ ନୂଆ ଅନ୍ଦାଜରେ ଠକେଇ କରୁଥିବା ନେଇ ସାଇବର ହେଲ୍ପ ଡେସ୍କରେ ଅଭିଯୋଗ ବୃଦ୍ଧି ପାଉଛି । ଗୁଗଲରେ ବିଭିନ୍ନ ସଂସ୍ଥାର କଷ୍ଟମର୍ କେୟାର ନମ୍ବର ସ୍ଥାନରେ ସାଇବର ଠକ ନିଜ ନମ୍ବର ଦେଇ ଟଙ୍କା ଲୁଟୁଥିବା ନେଇ ଅଭିଯୋଗ ହୋଇଛି । ଏହି ଅନ୍ଦାଜରେ ଗତ ୨୦ ଦିନରେ ୨୫ ଲକ୍ଷ ଟଙ୍କା ସାଇବର ଠକ ଲୁଟିଥିବା ନେଇ ଅଭିଯୋଗ ହେବା ପରେ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଛି କମିସନରେଟ ପୋଲିସ।

ଏହି ମାମଲାରେ ଭୁବନେଶ୍ବର ଡି.ସି.ପି. ଉମା ଶଙ୍କର ଦାଶ କହିଛନ୍ତି, "ସାଇବର ଠକ ନିଜ ନମ୍ବରକୁ ଗୁଗଲର ବିଭିନ୍ନ ୱେବ୍ ସାଇଟରେ ଉପଲବ୍ଧ କରିଛନ୍ତି । ଫଳରେ ଯେଉଁମାନେ କଷ୍ଟମର୍ କେୟାରକୁ କଲ କରି ନିଜର କୌଣସି ସମସ୍ୟାର ସମାଧାନ ପାଇଁ କଷ୍ଟମର୍ କେୟାର ସହ ଯୋଗାଯୋଗ କରନ୍ତି, ସେମାନର ସାଇବର ଠକଙ୍କ ଜାଲରେ ଛନ୍ଦି ହୋଇଯାଆନ୍ତି । ଏହି ସୁଯୋଗ ନେଇ ଠକ ଅଭିଯୋଗକାରୀଙ୍କ ପାଖରୁ ସମସ୍ତ ବ୍ୟକ୍ତିଗତ ତଥ୍ୟ ହ୍ୟାକ କରି ନେଇ ଆକାଉଣ୍ଟକୁ ଖାଲି କରିଦିଅନ୍ତି ।"

ଶନିବାର ବରମୁଣ୍ଡା ଅଞ୍ଚଳର ଅକ୍ଷୟ କୁମାର ପାତ୍ର ଏସବିଆଇ ଗ୍ରାହକ ସେବାକୁ ଫୋନ କରି ୨ ଲକ୍ଷ ୩୦ ହଜାର ଟଙ୍କା ହରେଇଛନ୍ତି । ଏ ନେଇ ପ୍ରଥମେ ଖଣ୍ଡଗିରି ଥାନା ପରେ ଡି.ସି.ପି. ଅଫିସରେ ଥିବା ସାଇବର ହେଲ୍ପ ଡେସ୍କରେ ଅଭିଯୋଗ କରିଥିଲେ ।

ଠକେଇ ଶିକାର ହୋଇଥିବା ଅକ୍ଷୟ କହିଥିଲେ, "ଶନିବାର ସକାଳେ ଏସବିଆଇର କ୍ରେଡିଟ କାର୍ଡ଼ରେ ବିଲ୍ ବାବଦକୁ ଏକ ହଜାର ଟଙ୍କା ପେମେଣ୍ଟ କରିଥିଲି । କିନ୍ତୁ ଟଙ୍କା ବକେୟା ଥିବା ନେଇ ଏସବିଆଇ ପକ୍ଷରୁ ମତେ କୌଣସି ମେସେଜ ଆସିଥିଲା । ଏ ନେଇ ଗୁଗଲରେ ଏସବିଆଇ କ୍ରେଡିଟ୍ କାର୍ଡ଼ର ହେଲ୍ପ ଲାଇନ ନମ୍ବର ଖୋଜିଥିଲି । ତେବେ ମୁଁ ଯେଉଁ ନମ୍ବରକୁ କଲ୍ କରିଥିଲେ ସେ ନମ୍ବର କଲ କରିବା ପରେ ମୁଁ ସାଇବର ଅପରାଧର ଶିକାର ହୋଇଥିଲେ ।"

ଭୁବନେଶ୍ବର ସାଇବର ହେଲ୍ପ ଡେସ୍କରେ ଏନେଇ ଅକ୍ଷୟ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜଣାପଡ଼ିଥିଲା ଅନଲାଇନରେ ସଠିକ୍ ଭାବେ ନ ପରଖି ଠକ ଦେଇଥିବା ମାଳମାଳ ହେଲ୍ପ ଲାଇନ‌ ନମ୍ବରକୁ କଲ କରି ଏପରି ଫସିଯାଇଥିଲେ। ଗୁଗଲରେ ସର୍ଚ୍ଚ କଲେ ଏହି ନମ୍ବରରେ ଆସୁଛି ପୁଳା ପୁଳା ସଂସ୍ଥାର ହେଲ୍ପ ଲାଇନ ନମ୍ବର । ଠକଙ୍କ ୮୩୮୮୦୦୮୮୪୬ ଏହି ନମ୍ବର ଗୁଗଲରେ ସର୍ଚ୍ଚ କଲେ ଆସୁଛି ଏକାଧିକ ଏଜେନ୍ସି ନମ୍ବର।

ସୂଚନାଯୋଗ୍ୟ, ରାଜ୍ୟରେ ସାଇବର ଅପରାଧ ରୋକିବାକୁ ଆଉ ୨୫ଟି ସାଇବର ଥାନା ଖୋଲିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଓଡ଼ିଶା ପୋଲିସ। ମିଳିଥିବା ସୂଚନା ଅନୁସାରେ, ୧୪ଟି ଥାନା ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ଏହି ଥାନା ଗୁଡ଼ିକ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାମାନଙ୍କରେ ଖୋଲାଯିବ । ବର୍ତ୍ତମାନ ରାଜ୍ୟରେ କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ଗୋଟିଏ ଲେଖାଏଁ ସାଇବର ଥାନା ରହିଛି।
Published by: Lipina Das
First published: November 22, 2021, 5:56 PM IST