ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱର: ଘର ଭଡ଼ା ଟଙ୍କା ନେଇଗଲା ସାଇବର୍ ଠକ; ପଠେଇଥିଲେ ₹୬,୪୦୦; ଉଡ଼ିଗଲା ₹୪୯,୮୫୨

ଭୁବନେଶ୍ୱର: ଘର ଭଡ଼ା ଟଙ୍କା ନେଇଗଲା ସାଇବର୍ ଠକ; ପଠେଇଥିଲେ ₹୬,୪୦୦; ଉଡ଼ିଗଲା ₹୪୯,୮୫୨

ଅବସରପ୍ରାପ୍ତ ସେନା ଅଧିକାରୀ ଜଣକ ଫୋନ୍-ପେ’ ଜରିଆରେ ଟଙ୍କା ପଠେଇବା ପରେ ଟଙ୍କା ପହଞ୍ଚି ନ ଥିବା ଜାଣି ଚିନ୍ତାରେ ପଡ଼ିଥିଲେ । ତାଙ୍କ ଅଧୈର୍ଯ୍ୟ ହେବାର ଫାଇଦା ଉଠେଇଥିଲା ସୁଯୋଗ ଅପେକ୍ଷାରେ ଥିବା ଜଣେ ସାଇବର୍ ଠକ ।

ଭୁବନେଶ୍ୱର: ଘର ଭଡ଼ା ଟଙ୍କା ନେଇଗଲା ସାଇବର୍ ଠକ; ପଠେଇଥିଲେ ₹୬,୪୦୦; ଉଡ଼ିଗଲା ₹୪୯,୮୫୨
ଠକେଇର ଶିକାର ଅଭୟ କୁମାର ଲେଙ୍କା (ବାମ)
  • News18 Odia
  • Last Updated: April 11, 2021, 11:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଘରଭଡା ଟଙ୍କା ଅନଲାଇନରେ ଟ୍ରାଞ୍ଜେକ୍ସନ କରି ଏକ ବଡ଼ ସାଇବର୍‌ ଠକେଇର ଶିକାର ହୋଇଛନ୍ତି ଜଣେ ପୁର୍ବତନ ସେନା ଅଧିକାରୀ । ଏନେଇ ବାଣୀବିହାର ଛକରେ ଥିବା କମିଶନରେଟ ପୋଲିସର ସାଇବର୍‌ ହେଲ୍ପଡେସ୍କର ଦ୍ୱାରସ୍ଥ ହୋଇଛନ୍ତି ସେ ।

ଅବସରପ୍ରାପ୍ତ ସେନା ଅଧିକାରୀ ଅଭୟ କୁମାର ଲେଙ୍କା ଶୁକ୍ରବାର ସନ୍ଧ୍ୟାରେ ନିଜ ଘର ମାଲିକଙ୍କ ପାଖକୁ ଫୋନ୍‌-ପେ' ଜରିଆରେ ୬,୪୦୦ ଟଙ୍କା ପଠେଇଥିଲେ । ଟଙ୍କା ପହଞ୍ଚି ନାହିଁ ବୋଲି ତାଙ୍କୁ କହିଥିଲେ ଘର ମାଲିକ । ତା’ ପରେ ଲେଙ୍କା ଶନିବାର ଦିନ ଗୁଗଲରୁ ଫୋନ୍‌-ପେ'ର କଷ୍ଟମର୍‌ କେୟାର୍‌ ନମ୍ବର ସଂଗ୍ରହ କରି ଫୋନ୍‌ କଲାରୁ ସେପଟୁ ଉତ୍ତର ଆସିଥିଲା ଯେ ତାଙ୍କ ଟଙ୍କା ହୋଲଡ଼ ହୋଇଯାଇଛି ।

ଏହା ବି ପଢ଼ନ୍ତୁ | IPL 2021: ନୀତିଶ ରାଣା ରାହୁଲ ତ୍ରିପାଠୀଙ୍କ ଅର୍ଦ୍ଧଶତକ ଯୋଗୁଁ ଜିତିଲା KKR; ତୃତୀୟ ଥର ହାରିଲା SRH

‘‘ମୋତେ ସେପଟୁ କୁହାଯାଇଥିଲା ‘ଏବେ ଫୋନ୍‌-ପେ’ ଖୋଲ, ଅପଡେଟ୍‌ ହେବ’ । ମୁଁ ସଙ୍ଗେ ସଙ୍ଗେ ଫୋନ୍‌-ପେ’ ଖୋଲିଥିଲି । ଗୋଟେ ଓଟିପି ନମ୍ବର୍‌ ଆସିଥିଲା । ସେପଟୁ କହିବା ଅନୁସାରେ ମୁଁ ଓଟିପି ନମ୍ବର ଉପରେ କ୍ଲିକ୍‌ କରିଥିଲି । ଯେମିତି ଓଟିପି ନମ୍ବର ଉପରେ କ୍ଲିକ୍‌ କରିଛି ସଙ୍ଗେ ସଙ୍ଗେ ତିନୋଟି କିସ୍ତିରେ ୪୯ ହଜାର ୮୫୨ ଟଙ୍କା ମୋ’ ବ୍ୟାଙ୍କ୍‌ ଆକାଉଣ୍ଟରୁ ଗାଏବ ହୋଇଗଲା,’’ କହିଛନ୍ତି ଲେଙ୍କା ।

ସାଇବର୍ ଏକ୍ସପର୍ଟ ଲିଙ୍ଗରାଜ ସେଠୀ


ଏହି ଠକେଇର ପ୍ରକାର ବିଷୟରେ କହିବାକୁ ଯାଇ ସାଇବର୍‌ ଏକ୍ସପର୍ଟ ଲିଙ୍ଗରାଜ ସେଠୀ କହିଛନ୍ତି ଯେ ଲୋକେ କୌଣସି ଆପ୍ଲିକେସନରେ ଥିବା ନମ୍ବରକୁ ନେଇ କଲ୍‌ କରିବା ଉଚିତ ନୁହେଁ । ‘‘ଯଦି ଅନଲାଇନରେ ଟଙ୍କା ଟ୍ରାଞ୍ଜକସନ କରୁଛନ୍ତି ଓ ଆପଣ ପଠେଇଥିବା ବ୍ୟକ୍ତିଙ୍କ ପାଖରେ ଟଙ୍କା ପହଞ୍ଚି ନାହିଁ, ତେବେ କିଛି ସମୟ ଅପେକ୍ଷା କରନ୍ତୁ । ଧୈର୍ଯ୍ୟହରା ହୋଇ ଆପ୍ଲିକେସନରୁ ନମ୍ବର ଆଣି ଫୋନ୍‌ କରନ୍ତୁ ନାହିଁ । ଅତି କମରେ ୪୮ ଘଣ୍ଟା ଅପେକ୍ଷା କରନ୍ତୁ । ଏହି ସମୟ ମଧ୍ୟରେ ବ୍ୟାଙ୍କ୍‌ ସହ ଯୋଗାଯୋଗ କରନ୍ତୁ । ଥରେ ଟଙ୍କା କଟିଗଲେ ଟଙ୍କା ମିଳିବା କଷ୍ଟ ହେବ । ପୋଲିସ ପାଇଁ ମଧ୍ୟ ଟଙ୍କା ଫେରେଇ ଆଣିବା ଏକ ଚାଲେଞ୍ଜ୍‌ ହେବ । ସେଥି ପାଇଁ ନିଜେ ନିଜକୁ ସଚେତନ କରିବା ଉଚିତ,’’ ପରାମର୍ଶ ଦେଇଛନ୍ତି ସେଠୀ ।

ଏହା ବି ପଢ଼ନ୍ତୁ | କଶ୍ମୀରରେ ୧୪ ବର୍ଷର ବାଳକ ଆତଙ୍କବାଦୀ ହେଲା; ଆତ୍ମସମର୍ପଣ କଲାନି; ସେନାର ଗୁଳିରେ ପ୍ରାଣ ଗଲା

‘‘ସାଇବର୍‌ ଠକେଇକୁ ନେଇ ପୋଲିସ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି । ଗଣମାଧ୍ୟମ ଜରିଆରେ ମଧ୍ୟ ଏତେ ଖବର ପ୍ରସାରିତ ହେଉଛି । ତଥାପି ଲୋକେ ଚେତୁ ନାହାନ୍ତି । ପୁଣି ଥରେ ଆମେ ଜନସାଧାରଣଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଉଛୁ । ଗୁଗୁଲରେ ଥିବା କୌଣସି ସଂସ୍ଥାର ନମ୍ବରକୁ ଫୋନ୍‌ କରନ୍ତୁ ନାହିଁ । କାରଣ ଅନେକ ସଂସ୍ଥା ଗୁଗୁଲରେ ନିଜର ନମ୍ବର ଦିଅନ୍ତି ନାହିଁ । ସଂସ୍ଥାଗୁଡି଼କ ନିଜର ଆପ୍ଲିକେସନ ଜରିଆରେ ବ୍ୟକ୍ତିଗତ ତଥ୍ୟ ଉପଲବ୍ଧ କରାନ୍ତି । ସାଇବର୍‌ ଠକମାନେ ଦିନକୁ ଦିନ ନୂଆ ନୂଆ ଉପାୟରେ ଠକେଇ କରୁଥିବା ଦେଖାଯାଉଛି । ତେଣୁ ଏଭଳି କ୍ଷେତ୍ରରେ ଲୋକେ ସଚେତନ ହେବା ଆବଶ୍ୟକ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।



ଏହା ବି ପଢ଼ନ୍ତୁ | Jio ଆଣିଲା IPL 2021 ଉପଭୋଗ କରିବା ପାଇଁ ୧୦୦% ଲାଭପ୍ରଦ ଯୋଜନା; ପ୍ରତି ଦିନ ପୁରସ୍କାର ଜିତନ୍ତୁ

ସାଇବର୍‌ ଅପରାଧ ଦିନକୁ ଦିନ ବଢୁଛି । ଗଲା ତିନି ମାସରେ ସାଇବର୍‌ ଠକମାନେ କେବଳ ରାଜଧାନୀବାସୀଙ୍କ ଠାରୁ ଲୁଟିଲେଣି ୧ କୋଟି ୮୮ ଲକ୍ଷ ଟଙ୍କାରୁ ଅଧିକ । ଗୋଲଡେନ୍‌ ପିରିୟଡ଼ ମଧ୍ୟରେ ଠକେଇ ବିଷୟରେ ସୂଚନା ପାଇବା ପରେ ପୋଲିସ ଜବତ କରିପାରିଛି ମାତ୍ର ୧୬ ଲକ୍ଷ ୫୯ ହଜାର ଟଙ୍କା ।  ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଠକେଇ ପରିମାଣ ବଢୁଥିବାରୁ ଚିନ୍ତାରେ ପଡ଼ିଛି କମିସନରେଟ ପୋଲିସ ।
Published by: Anand ST Das
First published: April 11, 2021, 11:50 PM IST