ଚଳିତ ବର୍ଷ ୫୩ଟି ବିଭିନ୍ନ ଠକେଇ ଓ ଅପରାଧିକ ଜନିତ ମାମଲା ରୁଜୁ କରିଛି ସାଇବର କ୍ରାଇମ୍ ପୋଲିସ

ଠକେଇର ଶିକାର ହୋଇଥିବା ଅଭିଯୋଗକାରୀମାନଙ୍କୁ ମୋଟ ୧,୨୩,୦୨,୮୦୪ ଟଙ୍କା ଫେରସ୍ତ କରାଯାଇପାରିଥିବା ବେଳେ ମୋଟ ୧,୪୬,୦୨,୩୧୯ ଟଙ୍କାକୁ ବ୍ଲକ/ଫ୍ରିଜ କରାଯାଇ ପାରିଛି। ଏହିପରି ଭାବେ ମୋଟ ୨,୬୯,୦୫,୧୨୩ ଟଙ୍କା ସାଇବର ଠକଙ୍କ କବଜାକୁ ଯିବା ପୂର୍ବରୁ ସୁରକ୍ଷିତ କରାଯାଇପାରିଛି।

ଚଳିତ ବର୍ଷ ୫୩ଟି ବିଭିନ୍ନ ଠକେଇ ଓ ଅପରାଧିକ ଜନିତ ମାମଲା ରୁଜୁ କରିଛି ସାଇବର କ୍ରାଇମ୍ ପୋଲିସ

ଚଳିତ ବର୍ଷ ୫୩ଟି ବିଭିନ୍ନ ଠକେଇ ଓ ଅପରାଧିକ ଜନିତ ମାମଲା ରୁଜୁ କରିଛି ସାଇବର କ୍ରାଇମ୍ ପୋଲିସ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଭୁବନେଶ୍ୱର ସହରାଞ୍ଚଳ ପୋଲିସର ସାଇବର୍ କ୍ରାଇମ ଥାନାରେ ଚଳିତ ବର୍ଷ ଫେବୃଆରୀ ମାସରୁ ନଭେମ୍ବର ମାସ ମଧ୍ୟରେ ସମୁଦାୟ ୫୩ଟି ବିଭିନ୍ନ ଠକେଇ ଓ ଅପରାଧିକ ଜନିତ ମାମଲା ରୁଜୁ କରାଯାଇଥିଲା।

ସେଥିମଧ୍ୟରୁ ୩୩ଟି ଆର୍ଥିକ ଠକେଇ ମାମଲା, ୧୧ଟି ସୋସିଆଲ୍ ମିଡ଼ିଆ ମାମଲା, ୩ଟି ଠକେଇ ମାମଲା, ୧ଟି ଜମିବାଡ଼ି ଠକେଇ ମାମଲା, ୨ଟି ଚାକିରି ଯୋଗାଇଦେବା ଠକେଇ ମାମଲା, ଗୋଟିଏ ଇନଷ୍ଟାଗ୍ରାମ ଜଡ଼ତି ମାମଲା, ଗୋଟିଏ ତଥ୍ୟ ଚୋରି ମାମଲା ଏବଂ ଗୋଟିଏ ଫୋନରେ ଧମକ ଦେବା ମାମଲା ରୁଜୁ କରାଯାଇଥିଲା।

ଏଥିମଧ୍ୟରୁ ସାଇବର ଥାନା ପୋଲିସ ଆର୍ଥିକ ଠକେଇ ମାମଲାରେ ୨୬ଜଣ ଅଭିଯୁକ୍ତ, ସୋସିଆଲ ମିଡ଼ିଆ ମାମଲାରେ ୭ ଜଣ ଅଭିଯୁକ୍ତ, ଠକେଇ ମାମଲାରେ ୨ଜଣ ଅଭିଯୁକ୍ତ, ଚାକିରି ଯୋଗାଇଦେବା ଠକେଇ ମାମଲାରେ ୪ଜଣ ଅଭିଯୁକ୍ତ, ଇନଷ୍ଟାଗ୍ରାମ ଜଡ଼ିତ ମାମଲାରେ ଜଣେ ଏବଂ ତଥ୍ୟ ଚୋରି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସ୍ଥଳେ ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା।

ସେହିପରି ସାଇବର ଥାନା ପୋଲିସ ଚଳିତ ବର୍ଷ ସମୁଦାୟ ଠକେଇ ମାମଲାରେ ମୋଟ ୧୨.୬୫.୫୩୧ ଟଙ୍କା ଉଦ୍ଧାର କରିପାରିଛନ୍ତି। ଭୁବନେଶ୍ୱର ସହରାଞ୍ଚଳ ପୋଲିସର ସାଇବର କ୍ରାଇମ ହେଲ୍ପ ଡେସ୍କରେ ଚଳିତ ୨୦୨୨ ମସିହା ଜାନୁୟାରୀ ମାସରୁ ଡିସେମ୍ବର ମାସ ମଧ୍ୟରେ ହେଲ୍ପଲାଇନ ନମ୍ବର-୭୪୪୦୦୦୬୭୦୯ ମାଧ୍ୟମରେ ସର୍ବମୋଟ ୩୮୧୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା।

ସେଥି ମଧ୍ୟରୁ ୩୨୪୬ଟି ଟଙ୍କା ଠକେଇ ଜନିତ ଅଭିଯୋଗ ହୋଇଥିବା ବେଳେ ମୋଟ ୫୬୫ଟି ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ଜନିତ ଠକେଇ ଅଭିଯୋଗ ଏହି ସାଇବର କ୍ରାଇମ ହେଲ୍ପଡ଼େସ୍କ ଗ୍ରହଣ କରିଥିଲେ।

ଏହି ପରିପ୍ରେକ୍ଷୀରେ ଠକେଇର ଶିକାର ହୋଇଥିବା ଅଭିଯୋଗକାରୀମାନଙ୍କୁ ମୋଟ ୧,୨୩,୦୨,୮୦୪ ଟଙ୍କା ଫେରସ୍ତ କରାଯାଇପାରିଥିବା ବେଳେ ମୋଟ ୧,୪୬,୦୨,୩୧୯ ଟଙ୍କାକୁ ବ୍ଲକ/ଫ୍ରିଜ କରାଯାଇ ପାରିଛି। ଏହିପରି ଭାବେ ମୋଟ ୨,୬୯,୦୫,୧୨୩ ଟଙ୍କା ସାଇବର ଠକଙ୍କ କବଜାକୁ ଯିବା ପୂର୍ବରୁ ସୁରକ୍ଷିତ କରାଯାଇପାରିଛି।
Published by:Lipina Das
First published: