ରାଜଧାନୀରେ ବଢ଼ିଚାଲିଛି ସାଇବର କ୍ରାଇମ; ଭୁଲରେ ବି ଡାଉନଲୋଡ୍ କରନ୍ତୁନି ଏହି ୩ଟି ଆପ୍

ଭୁବନେଶ୍ୱର ସାଇବର ଥାନାର ତଥ୍ୟ ଅନୁସାରେ, ଡିଜିଟାଲ ପେମେଣ୍ଟ ପାଇଁ ସାଇବର ଅପରାଧ ବୃଦ୍ଧି ପାଇଛି। ବିଭିନ୍ନ ଉପାୟ ଅବଲମ୍ବନ କରି ସାଇବର ଠକ ଖାଲି କରୁଛନ୍ତି ଆକାଉଣ୍ଟ। ଏବେ ୟୁ.ପି.ଆଇ. ଜନିତ ଠକେଇ ଅଧିକ ହେଉଛି ।

ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ

ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଏବେ ଆକ୍ଟିଭ ମୁଡରେ ସାଇବର ଲୁଟେରା । ଲିଙ୍କ ପଠାଇବା ସହ ମାତ୍ର ଗୋଟିଏ ଓ.ଟି.ପି ଜରିଆରେ ଖାଲି ହୋଇ ଯାଉଛି ଲୋକଙ୍କ ପୂରା ଆକାଉଣ୍ଟ। ରାଜଧାନୀରେ ଏବେ ତିନୋଟି ଆପ୍ ଜରିଆରେ ସାଇବର ଲୁଟେରାମାନେ ଲକ୍ଷାଧିକ ଟଙ୍କା ଠକେଇ ହେଉଥିବା ନେଇ ସାଇବର ଥାନାରେ ମାଳ ମାଳ ଅଭିଯୋଗ ଆସୁଛି । ଏହାକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀବାସୀଙ୍କୁ ଏନିଡେସ୍କ , କୁଇକ୍ ସପୋର୍ଟ, ଟିମ୍ ଭ୍ୟୁୟର ଆପକୁ ଇନଷ୍ଟଲ ନ କରିବାକୁ ପରାମର୍ଶ ଦିଆଯାଇଛି।

ଭୁବନେଶ୍ୱର ସାଇବର ଥାନାର ତଥ୍ୟ ଅନୁସାରେ, ଡିଜିଟାଲ ପେମେଣ୍ଟ ପାଇଁ ସାଇବର ଅପରାଧ ବୃଦ୍ଧି ପାଇଛି। ବିଭିନ୍ନ ଉପାୟ ଅବଲମ୍ବନ କରି ସାଇବର ଠକ ଖାଲି କରୁଛନ୍ତି ଆକାଉଣ୍ଟ। ଏବେ ୟୁ.ପି.ଆଇ. ଜନିତ ଠକେଇ ଅଧିକ ହେଉଛି । ବିଶେଷ କରି ସାଇବର ଠକ ଏବେ ବଦଳାଇଛନ୍ତି ଠକାମିର ଉପାୟ। ତଥାପି ଲୋକଙ୍କୁ ସଚେତନ କରିବା ସତ୍ତ୍ୱେ ଲୋକେ ଠକେଇର ଶିକାର ହେଉଛନ୍ତି।

"ଚଳିତ ବର୍ଷ ଏବେ ସୁଦ୍ଧା ୧୦୦ରୁ ଅଧିକ ଠକେଇ ହୋଇଛି। ସାଇବର ଠକ ଲୋକଙ୍କୁ Anydesk, Team viewer, Quick Support ଭଳି APP ଡାଉନଲୋଡ଼ କରିବାକୁ ଲୋକଙ୍କୁ କହୁଛନ୍ତି। ଏହି APP ଡାଉନଲୋଡ଼ ହେଲାପରେ ଠକ ପୂରା ତଥ୍ୟ ପାଉଛନ୍ତି ଓ ଟଙ୍କା ଠକେଇ କରୁଛନ୍ତି। ଏଭଳି APP ଡାଉନଲୋଡ଼ ନ କରିବାକୁ ଜନସାଧରଣଙ୍କୁ ପରାମର୍ଶ ଦିଆଯାଇଛି । ଏହି ଆପ ଗୁଡ଼ିକ ବ୍ୟବହାର କରି ଅତି ସହଜରେ ସାଇବର ଲୁଟେରା ଆକାଉଣ୍ଟ ଖାଲି କରୁଛନ୍ତି,’’ କହିଛନ୍ତି ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ।

ସୂଚନାଯୋଗ୍ୟ, ଗତ ତିନି ଦିନ ତଳେ ଶୈଳଶ୍ରୀ ବିହାର ଅଞ୍ଚଳରେ ରହୁଥିବା ଟ୍ରାନ୍ସପୋର୍ଟ କରପରେସନ ଅଫ ଇଣ୍ଡିଆର ଅବସରପ୍ରାପ୍ତ ରିଜୋନାଲ ମ୍ୟାନେଜର ସଦାଶିବ ମହାନ୍ତିଙ୍କ ଠାରୁ ସାଇବର ଠକମାନେ Quick Support ଆପଙ୍କୁ ଢାଉନଲୋଡ଼ କରାଇ ୧୩ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଏନେଇ ସଦାଶିବ ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଆକାଉଣ୍ଟରୁ ଟଙ୍କା ଯିବାପରେ ମାତ୍ର କିଛି ସମୟ ମଧ୍ୟରେ ତିନୋଟି ଆକାଉଣ୍ଟକୁ ଟ୍ରାଞ୍ଜକ୍ସନ ହୋଇଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା।

ସାଇବର ଠକଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ସଦାଶିବ ମହାନ୍ତି କହିଛନ୍ତି, "ମୋ ମୋବାଇଲ ନମ୍ବର ପ୍ରୋଟେବିଲିଟି କରିବା ପାଇଁ ମୁଁ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଦୋକାନକୁ ଯାଇଥିଲି । ଦୋକାନୀ ୨୪ ଘଣ୍ଟା ମଧ୍ୟରେ ପୋର୍ଟାବିଲିଟି ହୋଇଯିବ କହିଥିଲେ। ପରେ ମୋ ପାଖକୁ ଏକ ନମ୍ବରରୁ ଫୋନ କଲ ଆସିଥିଲା । କେହି ଜଣେ ହିନ୍ଦୀରେ କହିଥିଲେ କ୍ୱିଇକ ସୋପର୍ଟ ଆପ ଡାଉନଲୋଡ଼ କରିବାକୁ। ମୁଁ ଡାଉନଲୋଡ଼ କରିବା ପରେ ସେ ୧୦ଟଙ୍କା ପଠାଇବାକୁ କହିଥିଲା। ପରେ କହିଥିଲେ ନମ୍ବରକୁ ଏକ ଓ.ଟି.ପି.ଯିବ। ଓ.ଟି.ପି. ଆସିବା ପରେ ମୁଁ ସେମାନଙ୍କୁ ଓ.ଟି.ପି. ଦେଇଥିଲି। ଏହାର କିଛି ସମୟପରେ ସାଇବର ଠକ ଫିକ୍ସ ଡିପୋଜିଟ ସମେତ ସେଭିଂ ଆକାଉଣ୍ଟକୁ ଖାଲି କରିଦେଇଥିଲେ। ମୋଟ ୧୩ ଲକ୍ଷ ଟଙ୍କା ନେଇ ଯାଇଥିଲେ ସାଇବର ଠକ।"

ସୂଚନାଯୋଗ୍ୟ ଗତ ବର୍ଷରେ ରାଜଧାନୀବାସୀଙ୍କ ଠାରୁ ପ୍ରାୟ ୮ କୋଟି ଟଙ୍କା ଲୁଟିଛନ୍ତି ସାଇବର ଠକ। ମୋଟ ୨,୮୭୨ ଜଣଙ୍କୁ କଲ କରିସାରିଛନ୍ତି ଏହି ଠକମାନେ । ତେବେ ଗୋଲଡେନ ପିରିୟଡ଼ ମଧ୍ୟରେ ପୋଲିସ କେବଳ ୧ କୋଟି ୪୮ହଜାର ଟଙ୍କା ଫେରି ପାଇଛି । ୬୭ଟି ମାମଲା ରୁଜୁ ହୋଇଥିବା ବେଳେ, ପୋଲିସ ୧୩ ଜଣ ସାଇବର ଠକକୁ ଗିରଫ କରିଛି।
Published by:Lipina Das
First published: