ରାଜଧାନୀରେ ମାତିଛନ୍ତି ସାଇବର ଠକ; ଅନଲାଇନରେ ଲୁଟୁଛନ୍ତି ପାଠୁଆ ବ୍ୟକ୍ତିଙ୍କୁ

ଅନଲାଇନରେ ଆକ୍ଟିଭ ପାଠୁଆ ଲୋକଙ୍କୁ ଠକାମିର ଶିକାର କରୁଛନ୍ତି ସାଇବର ଠକ। ଏନେଇ ଭୁବନେଶ୍ୱର ସାଇବର ଥାନାରେ ରିପୋର୍ଟ ହୋଇଛି। ଅନଲାଇନ ଜରିଆରେ ଲୁଟ ପାଇଁ ସାଇବର ଠକଙ୍କ ନୂଆ ତରିକା।

ରାଜଧାନୀରେ ମାତିଛନ୍ତି ସାଇବର ଠକ

ରାଜଧାନୀରେ ମାତିଛନ୍ତି ସାଇବର ଠକ

  • Share this:
News18 Odia Digital

ଭୁବନେଶ୍ବର: ଠକାମି ପାଇ ଠକ ବଦଳାଉଛନ୍ତି ତରିକା। ସାମ୍ନାକୁ ଆସୁଛି ସାଇବର ଠକଙ୍କ ନୂଆ ନୂଆ ଚାଲ। ଚିରାଚରିତ ନୁହେଁ ଏବେ ବିଜନେସମ୍ୟାନ ଓ ଷ୍ଟକ ମାର୍କେଟ ଇନଭେଷ୍ଟରଙ୍କ ଉପରେ ପକାଇଛନ୍ତି ନଜର।

ଅନଲାଇନରେ ଆକ୍ଟିଭ ପାଠୁଆ ଲୋକଙ୍କୁ ଠକାମିର ଶିକାର କରୁଛନ୍ତି ସାଇବର ଠକ। ଏନେଇ ଭୁବନେଶ୍ୱର ସାଇବର ଥାନାରେ ରିପୋର୍ଟ ହୋଇଛି। ଅନଲାଇନ ଜରିଆରେ ଲୁଟ ପାଇଁ ସାଇବର ଠକଙ୍କ ନୂଆ ତରିକା। ଯାହାର ଶିକାର ହୋଇଛନ୍ତି ଏମାନେ। ଜଣେ କାଚ ବ୍ୟବସାୟୀଙ୍କ ଠାରୁ ଫୋନ-ପେରେ ଟଙ୍କାଟିଏ ଦେଇ ଆଖି ପିଚୁଳାକେ ନେଇଗଲେ ୪୯, ୯୯୯ ଟଙ୍କା।

କ୍ରେଡିଟ କାର୍ଡ଼ ନବୀକରଣ କହି ଜଣେ ଉଚ୍ଚ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ଚୂନ ଲଗାଇ ଦେଲେ ୭୬ ହଜାର ଟଙ୍କାର। ସେପଟେ ଆମେରିକୀୟ ମହିଳାଙ୍କ ଜାଲରେ ରାଜଧାନୀର ବି ଟେକ ଛାତ୍ର। ସେୟାର ମାର୍କେଟରେ ଅଧିକ ରୋଜଗାର ଆଶାରେ ସେ ହରାଇଛନ୍ତି ୨ ଲକ୍ଷ ୬୦ ହଜାର ଟଙ୍କା।

ଏବେ ସାଇବର ଠକଙ୍କ ଟାର୍ଗେଟରେ ବିଜନେସମ୍ୟାନ। ଆର୍ଥିକ କାରବାର କରୁଥିବା ଲୋକଙ୍କୁ ଏବେ ନିଶାନା। ବିଭିନ୍ନ ବିଜନେସ ସଂସ୍ଥା ଓ ଚଲାଉଥିବା ମାଲିକଙ୍କୁ ଟ୍ରାପ୍ବିଜନେସ ଡିଲ୍ ଆଳରେ ଠକାମିର ମାୟାଜାଲ ପକାଉଛନ୍ତି ଏହି ଠକମାନେ। ଅନଲାଇନରେ ଆଡ୍ ଦେଉଥିବା ବ୍ୟବସାୟୀଙ୍କୁ ଏବେ କରିଛନ୍ତି ଶିକାର।

ଏହି ବ୍ୟବସାୟୀ ଦମ୍ପତି ହେଉଛନ୍ତି କୃଷ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ। ଗ୍ଲାସ ପ୍ଲାଏଉଡ ବ୍ୟବସାୟରୁ ମିଳୁଥିବା ଅର୍ଥକୁ ସଞ୍ଚୟ କରିଥିଲେ ପୁଅକୁ ଯୁକ୍ତ ଦୁଇରେ ନାମ ଲେଖିବା ପାଇଁ। ହେଲେ ଦମ୍ପତି ପଡ଼ିଗଲେ ଠକ୍ ସିଆଇଏସଏଫ ଯବାନ ଶ୍ରୀକାନ୍ତଙ୍କଙ୍କ ଜାଲରେ। ଆଉ ଏ ହେଉଛନ୍ତି ନିଜକୁ ପରିଚୟ ଦେଇ ଠକିଥିବା ଅଣ ଓଡ଼ିଆ ଯୁବକ ଶ୍ରୀକାନ୍ତ। ପ୍ରଥମେ ଅନଲାଇନରେ ଆଡ ଦେଖି ସାମଗ୍ରୀ କିଣିବା ପାଇ ମାଗିଲେ କୋଟେସନ।

ଆଉ କୋଟେସନ ମିଳିବା ନିଜକୁ ସିଆଇଏସଫ କର୍ମଚାରି କହି ନଖରା ଠିକଣାରେ ମାଲ ପହଞ୍ଚାଇବାକୁ ଦେଲେ ଅର୍ଡର। ପ୍ଲାଏ ବିଜନେସମ୍ୟାନଙ୍କୁ ପ୍ରଥମେ ୧ ଟଙ୍କାର ୟୁପିଆଇ ପେମେଣ୍ଟ କରି ଭରସା ଜିତିବା ପରେ। ସମାନ ତରିକାରେ ୪୯,୯୯୯ଟଙ୍କାର ଲିଙ୍କ ପଠାଇ ବିଜନେସମାନଙ୍କୁ ଠକିନେଲେ ପାଖାପଖି ୫୦ ‌ହଜାର ଟଙ୍କା। ଯାହାକୁ ନେଇ ସାଇବର ଥାନାରେ ପତ୍ନୀଙ୍କ ସହ ଆସି ଅଭିଯୋଗ ଦେଇଛନ୍ତି ବିଜନେସମ୍ୟାନ। କେବଳ ଏତିକି ନୁହେଁ ସେୟାର ମାର୍କେଟ ବିଜନେସ ଲୋଭ ଦେଖାଇ ଜଣେ ଆମେରିକାନ ମହିଳା ଜଣେ ବି-ଟେକ୍ ଛାତ୍ରଙ୍କଠାରୁ ଠକି ନେଲେ ୨ ଲକ୍ଷ ୬୦ ହଜାର।

ଇନଷ୍ଟାଗ୍ରାମରେ ଫ୍ରେଣ୍ଡ ରିକ୍ୟୁଷ୍ଟ ଓ ପରେ ୱାର୍ଟ୍ସଆପରେ ଚାଟିଂ। ବମ୍ବେ ଷ୍ଟକ ଏକ୍ସଚେଞ୍ଜ, ନିଫ୍ଟି ଭଳି ସେୟାର ବଜାରକୁ ଅଧିକ ଲାଭର ଆଶା ଦେଇ ଠକିଲେ ଠକ। ୟୁଏସ ସେୟାର ବଜାରରେ ନିବେଶର ଲୋଭ ଦେଖାଇ ଡଲାରରେ ଟଙ୍କାକୁ କନଭର୍ଟ ଆଳରେ ଠକି ନେଇଛନ୍ତି ୨ ଲକ୍ଷ ୬୦ ହଜାର ଟଙ୍କା। ପାଠୁଆ ହୋଇ ବି ଠକାମିର ମାୟାଜାଲରେ ଫସିଛନ୍ତି ହୋଇଛନ୍ତି ଯୁବ ଇନଭେଷ୍ଟର କିଶାନ ବେହେରା। ଅନଲାଇନରେ ଓ ମେଲରେ ୧୧ ଲକ୍ଷ ଟଙ୍କା ସେୟାର ଜିତିବା ଦେଖି ଅଧିକ ଉତ୍ସାହିତ ହୋଇ ଲୋଭରେ ନିଜ ଆକାଉଣ୍ଟକୁ ଖାଲି କରି ଦେଲେ ଏହି ଯୁବକ। ଖୋର୍ଦ୍ଧା ବାଣପୁର ସ୍କୁଲରେ ଶିକ୍ଷକତା କରୁଥିବା ଲକ୍ଷ୍ମୀଧର ବେହେରାଙ୍କୁ ମଧ୍ୟ ଚୂନା ଲଗାଇଛନ୍ତି ସାଇବର ଠକ୍।

ତାଙ୍କ ଆକାଉଣ୍ଟରେ ଥିଲା ୭୬,୦୧୮ ଟଙ୍କା। କ୍ରେଡିଟ୍ କାର୍ଡ଼ ନବୀକରଣ କରିବାକୁ କହି ପାସ ୱାର୍ଡ ମାଗି ଲୁଟି ନେଲେ ସବୁ ଟଙ୍କା। ଏବେ ଲକ୍ଷ୍ମୀଧରଙ୍କ ଆକାଉଣ୍ଟରେ ପଡ଼ିଛି ମାତ୍ର ୧୮ ପଇସା।

ଖୋର୍ଦ୍ଧା ମଳିପଡ଼ା ପାଟଣା ଗ୍ରାମର ଲକ୍ଷ୍ମୀଧର ଭୁବନେଶ୍ଵର ସାଇବର ସେଲକୁ ଅଭିଯୋଗ ପାଇଁ ଆସିଥିଲେ। ସେ ଏଠାରେ ଅଭିଯୋଗ କରି ନ ପାରି ଜିଲ୍ଲା ସାଇବର ସେଲରେ ଅଭିଯୋଗ କରିଛନ୍ତି। ତେବେ ଠକେଇ ପାଇଁ ଠକ ତରିକା ବଦଳାଉଥିବା ସାଇବର ଠକ ଟାର୍ଗେଟରେ ଏବେ ବ୍ୟବସାୟୀ , ଶିକ୍ଷିତ ବର୍ଗ। କମିଶନରେଟ ପୋଲିସର ତଥ୍ୟ କହୁଛି ବିଗତ ୬ ମାସରେ ଠକ ଲୁଟିଲେଣି ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା।
Published by:Lipina Das
First published: