News18 Odia Digital
ଭୁବନେଶ୍ବର: ପୁଣି ଅନଲାଇନ ଠକେଇ ଅଭିଯୋଗ। ନିଜକୁ ସିଭିଲ ସର୍ଭିସ ଅଧିକାରୀ କହି ସାଇବର ଠକ ଲୁଟି ନେଲେ ୫୨ ହଜାର ଟଙ୍କା। କଣ୍ଟ୍ରୋଲ ଦୋକାନରୁ ଲୁଟ ହୋଇଛି ୫୨ ହଜାର।
ଠକାମୀର ଶିକାର ହୋଇଛନ୍ତି ଜଟଣୀ ଅଞ୍ଚଳର ଦୁର୍ଯ୍ୟୋଧନ ସାହୁ। ସାଇବର ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି ରହିଛି। ମାସ୍କ ଓ ସାନିଟାଇଜର ବିକ୍ରି କରାଇବା ନାଁରେ ଠକେଇ କରିଛନ୍ତି ସାଇବର ଠକ ୪ଟି ପର୍ଯ୍ୟାୟରେ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି।
ଏହା ପୂର୍ବରୁ KBCରେ ୨୫ ଲକ୍ଷ ଟଙ୍କା ଲଟେରୀ ଉଠିବା କହି ଠକେଇ ହୋଇଥିଲା। ସାଇବର ଠକ ଲୁଟିଥିଲେ ୨ ଲକ୍ଷ ୪୦ ହଜାର ଟଙ୍କା। ଏହି ମାମଲାରେ ୩ ଜଣ ସାଇବର ଠକକୁ ଗିରଫ କରିଥିଲା ସାଇବର ପୋଲିସ।
ଜବତ ହୋଇଥିଲା ଲୁଟେରାଙ୍କ ମୋବାଇଲ ଓ ଲାପଟପ।

ସାଇବର ଠକ ଘିରଫ
ପ୍ରଥମେ ଲୋକଙ୍କ ପାଖକୁ ୨୫ ଲକ୍ଷ ଟଙ୍କାର ମେସେଜ ଆସିବ। ଲକି ଡ୍ର କହି ଟଙ୍କା ଉଠେଇବାକୁ କହିବେ ଠକ। ୨ ଲକ୍ଷ ୪୦ ହଜାର ଟଙ୍କା ଲକ୍ଷ ଡିପୋଜିଟ କଲେ ୨୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରିବାର ଲୋଭ ଦେଖିବେ।
ପ୍ରକାଶ ଥାଉକି ଗତ ୨୫ ତାରିଖରେ ଏନେଇ ଏକ ଅଭିଯୋଗ ଆସିଥିଲା। ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଲୁଟୁ ହୋଇଥିଲା। ଏନେଇ ଅଭିଯୋଗ କରିବା ପରେ ଆକାଉଣ୍ଟକୁ ଯାଞ୍ଚ କରିଥିଲା ପୋଲିସ। ପରେ ଜଣାପଡ଼ିଲା ତିନୋଟି ଅକାଉଣ୍ଟକୁ ଟଙ୍କା ଟ୍ରାଞ୍ଜେକସନ ହୋଇଛି। ସେଥି ମଧ୍ୟରୁ ଦୁଇ ଜଣ ଲକ୍ଷ୍ନୌର ଆଉ ଜଣେ ବିହାର ବୋଲି ଜଣାପଡ଼ିଥିଲା।
ଗିରଫ ପରେ ସେମାନଙ୍କୁ ଅକାଉଣ୍ଟରୁ 90 ହଜାର ଟଙ୍କା ବ୍ଲକ କରାଯାଇଛି। ତିନି ଅଭିଯୁକ୍ତ ହେଲେ ଦୀପକ କୁମାର, ମୋହିତ ସିଂ, ମୋବିନ ଖାନ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।