ବାଲେଶ୍ୱର: ସାଇବର୍ ଲୁଟେରାଙ୍କ ନୂଆ ପ୍ଲାନ୍; ଫେସବୁକ ହ୍ୟାକ୍ କରି ବନ୍ଧୁମାନଙ୍କୁ ଟଙ୍କା ମାଗିଲେ

ସୋର ଅଞ୍ଚଳର ପ୍ରମୋଦ ଦାସ ନାମକ ବ୍ୟକ୍ତି ଏମିତି ଠକେଇର ଶିକାର ହେବା ପରେ ସାଇବର୍ ଲୁଟେରାଙ୍କ ଏହି ନୂଆ ପ୍ଲାନ ସାମ୍ନାକୁ ଆସିଛି । ତାଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ କରି ଲୁଟେରା ତାଙ୍କର କିଛି ବନ୍ଧୁଙ୍କ ନିକଟରୁ ଟଙ୍କା ମାଗିଥିଲା ।

ବାଲେଶ୍ୱର: ସାଇବର୍ ଲୁଟେରାଙ୍କ ନୂଆ ପ୍ଲାନ୍; ଫେସବୁକ ହ୍ୟାକ୍ କରି ବନ୍ଧୁମାନଙ୍କୁ ଟଙ୍କା ମାଗିଲେ
ହ୍ୟାକିଂର ଶିକାର ହୋଇଥିବା ପ୍ରମୋଦ ଦାସ; (ଡାହାଣ) ତାଙ୍କ ଆକାଉଣ୍ଟରୁ ଯାଇଥିବା ଚାଟ୍
  • News18 Odia
  • Last Updated: September 13, 2020, 10:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଆପଣଙ୍କ ବନ୍ଧୁଙ୍କର ହଠାତ ଦରକାର ପଡ଼ିବ କିଛି ଟଙ୍କା । ଟଙ୍କା ଦେବାକୁ ଅନୁରୋଧ କରିବେ ବନ୍ଧୁ ଜଣକ, ଆଉ ନିଜ ବନ୍ଧୁଙ୍କ ଅସୁବିଧାରେ ସାହାଯ୍ୟ କରିବା ପାଇଁ ଆପଣ ମଧ୍ୟ ଆଗେଇ ଆସିବେ । ମାଗୁଥିବା ଟଙ୍କା ଦେଇ ତାଙ୍କୁ ସାହାଯ୍ୟ କରିବେ । ଆଉ ଆପଣ ଭାବିବେ ଆବଶ୍ୟକ ବେଳେ ବନ୍ଧୁଙ୍କୁ ସହଯୋଗ କଲେ । ମାତ୍ର ବାସ୍ତବତା ହେଉଛି ଏହା ଯେ ଏ ସମ୍ପର୍କରେ ଆପଣଙ୍କ ବନ୍ଧୁ ତିଳେ ବି ଜାଣି ପାରିବେ ନାହିଁ । ଆପଣ ଦେଇଥିବା ଟଙ୍କା ବନ୍ଧୁଙ୍କ ପାଖକୁ ଯିବ ହିଁ ନାହିଁ । ବରଂ ସେହି ଟଙ୍କା ସିଧା ସଳଖ ସାଇବର ଲୁଟେରା ହାତେଇ ନେବେ । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଏଭଳି ଘଟଣା ଏବେ ବାଲେଶ୍ୱର ଜିଲ୍ଲାରେ ଚର୍ଚ୍ଚା ଓ ଭୟ ସୃଷ୍ଟି କରିଛି ।

ଗତ କାଲି ସୋର ଅଞ୍ଚଳର ପ୍ରମୋଦ ଦାସ ନାମକ ଜଣେ ବ୍ୟକ୍ତି ଏଭଳି ଭାବରେ ଠକେଇର ଶିକାର ହେବା ପରେ ସାଇବର୍‌ ଲୁଟେରାଙ୍କ ଏହି ନୂଆ ପ୍ଲାନ ସାମ୍ନାକୁ ଆସିଛି । ପ୍ରମୋଦଙ୍କ ଫେସବୁକ ଆକାଉଣ୍ଟକୁ ଜଣେ ସାଇବର ହ୍ୟାକର ହ୍ୟାକ କରିବା ପରେ ତାଙ୍କର କିଛି ବନ୍ଧୁଙ୍କ ନିକଟରୁ ଟଙ୍କା ମାଗିଥିଲା ସେ । ମେସେଞ୍ଜର ମାଧ୍ୟମରେ ଟଙ୍କା ମାଗି ନିଜେ ବହୁତ ଅସୁବିଧାରେ ଥିବା କହିଥିଲା । ଏପରିକି ନିହାତି ଟଙ୍କା ଦରକାର ଏଣୁ ତାଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଥିଲା ।

ଟଙ୍କା ପଠାଇବାକୁ ଫୋନ ପେର ଏକ ନମ୍ବର ଦେଇଥିଲା ସାଇବର ଲୁଟେରା । ଏହି ଫୋନ ପେରେ ଶୀଘ୍ର ଟଙ୍କା ଦେବାକୁ ଅନୁରୋଧ କରିଥିଲା ଓ ଶୀଘ୍ର ଟଙ୍କା ଫେରାଇ ଦେବ ବୋଲି ବି ପ୍ରତିଶୃତି ଦେଇଥିଲା ସେ । ସବୁ ଠାରୁ ବଡ଼ କଥା ହେଲା ଯେ ଏ ସବୁ ଘଟଣା ସମ୍ପର୍କରେ ପ୍ରମୋଦଙ୍କୁ କିଛି ବି ଜଣା ନ ଥିଲା ।

ଏହି ଫୋନ୍ ପେ ଆକାଉଣ୍ଟକୁ ଟଙ୍କା ପଠାଇବାକୁ କହିଥିଲା ଲୁଟେରା


ପ୍ରମୋଦଙ୍କ ଅଜାଣତରେ ହ୍ୟାକର ତାଙ୍କ ଫେସବୁକ ବନ୍ଧୁମାନଙ୍କ ସହିତ ଚାଟ କରି ଟଙ୍କା ମାଗୁଥିଲା । ଗତ କାଲି ଏମିତି ପ୍ରାୟ ୭୦ ଜଣ ବନ୍ଧୁଙ୍କୁ ଏଭଳି ମେସେଜ କରି ଟଙ୍କା ମାଗିବା ପରେ ଜଣେ ବନ୍ଧୁ ଏ କଥା ପ୍ରମୋଦଙ୍କୁ ଫୋନ୍‌ କରି ଜଣାଇଥିଲେ । ଏହା ପରେ ପ୍ରମୋଦ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହି ଘଟଣାକୁ ନେଇ ପ୍ରମୋଦ ଏକ ମାମଲାରେ ଜିଲ୍ଲା ସାଇବର ସେଲରେ ଦାୟର କରିଛନ୍ତି ।

‘‘ମୋ’ର ଜଣେ ବନ୍ଧୁଙ୍କ ନିକଟରୁ ଫୋନ ଆସି ନ ଥିଲେ ମୋ’ ଫେସବୁକ୍‌ ଆକାଉଣ୍ଟ ଆଉ କିଏ ବ୍ୟବହାର କରୁଛି ବୋଲି ମୁଁ ଜାଣି ପାରିନଥାନ୍ତି । ହ୍ୟାକରମାନେ ମୋ’ ବିଷୟରେ ସମସ୍ତ ତଥ୍ୟ ହାସଲ କରିଛନ୍ତି । ସେମାନେ ମୋ’ ବନ୍ଧୁମାନଙ୍କ ସହିତ ଯେଭଳି ଭାବରେ କଥା ହେଉଛନ୍ତି କେବେ ବି କାହାରି ମନରେ ସନ୍ଦେହ ଉପୁଜିବ ନାହିଁ । ଏଭଳି ବାରମ୍ବାର ଅନେକ ସ୍ଥାନରେ ହେଉଛି । ତେଣୁ ଏଭଳି ଘଟଣାକୁ ପୋଲିସ ଗୁରୁତର ସହକାରେ ନେଇ ତଦନ୍ତ କରିବା ଦରକାର,’’ କହିଛନ୍ତି ପ୍ରମୋଦ ।

ଏହା ବି ପଢ଼ନ୍ତୁ କି ସାହସରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲାଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ଏଭଳି ଘଟଣା ବାଲେଶ୍ୱର ଜିଲ୍ଲାରେ ଏବେ ବଢ଼ିବାରେ ଲାଗିଛି । କିଛି ଦିନ ତଳେ ସୋରର ଜିଲ୍ଲା ପରିଷଦ ସଦସ୍ୟ କମଳାକାନ୍ତ ଘଡ଼େଇ ମଧ୍ୟ ସମାନ ଦଶା ଭୋଗିଥିଲେ । ତାଙ୍କ ଫେସବୁକ୍‌ ଆକାଉଣ୍ଟକୁ ସମାନ ଢଙ୍ଗରେ କେହି ଜଣେ ହ୍ୟାକର ହ୍ୟାକ୍‌ କରି ତାଙ୍କର କିଛି ବନ୍ଧୁଙ୍କ ନିକଟରୁ ଟଙ୍କା ମାଗିଥିଲେ । ତେବେ ସେହି ସମୟରେ କିଛି ବନ୍ଧୁ ହ୍ୟାକରମାନଙ୍କ ଜାଲରେ ପଡ଼ି ଲୁଟର ଶିକାର ହୋଇଥିବା କମଳାକାନ୍ତ କହିଛନ୍ତି ।

;

‘‘ଏଭଳି ଲୁଟ୍‌ ଅତି ସହଜରେ ହୋଇପାରୁଛି । ଫେସବୁକ ଓ ଟ୍ୱିଟର ଆକାଉଣ୍ଟ ହ୍ୟାକ କରିବା କିଛି ବଡ଼ କଥା ନୁହେଁ । ପ୍ରଥମେ ହ୍ୟାକର କିଛି ଦିନ ଏକାଉଣ୍ଟ ହ୍ୟାକ୍‌ କରି ୟୁଜରର ଗତିବିଧି ଓ କଥାବାର୍ତ୍ତା ଉପରେ ନଜର ରଖେ । ତା’ ପରେ ସାଇବର ଆଟାକ କରେ ଲୁଟେରା,’’ କହିଛନ୍ତି ସାଇବର ଏକ୍ସପୋର୍ଟ ରଘୁନାଥ ଗଙ୍ଗେଇ ।
Published by: Anand Shankar Thankur Das
First published: September 13, 2020, 10:27 PM IST
corona virus btn
corona virus btn
Loading