News18 Odia Digital
ଭୁବନେଶ୍ୱର: ସାଇବର୍ ଠକେଇ ମାମଲାରେ କମିଶନରେଟ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ସ୍ପେଶାଲ୍ ସ୍କ୍ୱାର୍ଡ଼ ଓ ସହିଦ ନଗର ଥାନା ପୋଲିସ ମିଳିତଭାବେ ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝରରେ ଚଢ଼ାଉ କରି ସାତ ଜଣ ସାଇବର୍ ଅପରାଧୀଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ପାଖରୁ ୧୧୦ଟି ମୋବାଇଲ୍ ଫୋନ୍, ୧୬,୦୦୦ରୁ ଅଧିକ ସିମ୍ କାର୍ଡ଼ ଜବତ ହୋଇଛି ।
ଗିରଫ ହୋଇଥିବା ସାତ ଜଣ ହେଉଛନ୍ତି ଭଦ୍ରକ ଜିଲ୍ଳା ବାସୁଦେବପୁର ଅଞ୍ଚଳର ୩୮ବର୍ଷୀୟ ମହେଶ୍ୱର ବାରିକ୍, ରଜନୀକାନ୍ତ ପାଣିଗ୍ରାହୀ (୩୦), ଶ୍ରୀନିବାସ ଘଡ଼ାଇ (୨୧), ରାଜେଶ ସେଠୀ (୨୯); କେନ୍ଦୁଝର ଅଦଳପଙ୍କର ସୁବ୍ରତ ପାଣିଗ୍ରାହୀ (୨୪), ସୁକାନ୍ତ ଦାସ (୩୦); ଓ ବାଲେଶ୍ୱର ସିମୁଳିଆ ଅଞ୍ଚଳର ମଙ୍ଗଳମୟ ମିଶ୍ର । ସେମାନଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।
ଏହା ବି ପଢ଼ନ୍ତୁ | ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁ“ଲକଡାଉନ ପରଠୁ ରାଜ୍ୟରେ ସାଇବର୍ ଅପରାଧ ବଢ଼ିଥିଲା । କେମିତି ଏହାକୁ ରୋକାଯାଇପାରିବ ସେ ନେଇ ଆମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲୁ । ଗତ କିଛି ଦିନ ତଳେ ସହିଦ ନଗର ଅଞ୍ଚଳରୁ ଜଣେ ମହିଳାଙ୍କୁ କ୍ୟୁ.ଆର୍. କୋଡ଼୍ ପଠାଇ ଦୁଇ ଲକ୍ଷ ଟଙ୍କା ଠକି ନେଇଥିଲେ ସାଇବର ଠକମାନେ । ମହିଳା ଜଣକ ଅଭିଯୋଗ କରିବା ପରେ ଆମେ ତଦନ୍ତ ଆରମ୍ଭ କରିଥିଲୁ ଓ ତାଙ୍କ ପାଖକୁ ଆସିଥିବା ଫୋନ୍ ନମ୍ବରକୁ ଟ୍ରାକ୍ କରିଥିଲୁ । ନମ୍ବରଟି ଯଦିଓ ବନ୍ଦ ଥିଲା, ତଥାପି ଆମେ ସେହି ନମ୍ବରକୁ ଆଧାର କରି ତଦନ୍ତ କରିଥିଲୁ । ସେହି ପ୍ରୟାସରେ ହିଁ ଆମେ ଏହି ସାତ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛୁ,” ମଙ୍ଗଳବାର ଦିନ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଏହା ବି ପଢ଼ନ୍ତୁ | Petrol ଦର ବୃଦ୍ଧି: ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କୋର୍ଟରେ କେସ୍ ରୁଜୁ ହେଲା
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ଉମାଶଙଅକର ଦାଶଙ୍କ ସହ ଡିଜିପି ଅଭୟ
ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଜବତ ହୋଇଛି ୧୧୦ଟି ମୋବାଇଲ ଫୋନ୍, ଯାହା ମାଧ୍ୟମରେ ସେମାନେ ଲୋକଙ୍କୁ ଫୋନ୍ କରୁଥିଲେ ଓ ଓ କ୍ୟୁ.ଆର୍. କୋର୍ଡ଼ ପଠାଉଥିଲେ । ଚାରିଟି ମୋବାଇଲ୍ ସେବା ସଂସ୍ଥାର ୧୬,୦୦୦ରୁ ଅଧିକ ସିମ୍ କାର୍ଡ଼ ଜବତ ହୋଇଛି ସେମାନଙ୍କଠାରୁ । ନମ୍ବରଗୁଡି଼କ ପ୍ରି-ଆକ୍ଟିଭେଟେଡ୍ ଥିବାରୁ ରାଜ୍ୟ ବାହାରକୁ କଲ୍ କରିବାରେ କୌଣସି ଅସୁବିଧା ହେଉ ନ ଥିଲା ।
ଏହା ବି ପଢ଼ନ୍ତୁ | ଏକା ଥରକେ ୧୦ଟି ଶିଶୁ ଜନ୍ମ ଦେଲେ? ହେଲେ ସେ ତ ଗର୍ଭବତୀ ନ ଥିଲେ! ରେକର୍ଡ଼ ଅନ୍ୟ ମହିଳାଙ୍କର“ଜବତ ସିମ୍ କାର୍ଡ଼ଗୁଡି଼କ ସବୁ ଓଡ଼ିଶାର ନମ୍ବର୍ । ହେଲେ ଏ ସବୁ ଓଡି଼ଶାରୁ ଅପରେଟ୍ ହୁଏ ନାହିଁ । ରାଜ୍ୟ ବାହାରୁ ଏ ସବୁକୁ ଅପରେଟ୍ କରନ୍ତି ସାଇବର ଅପରାଧୀମାନେ । ପ୍ରତି ସିମ୍ ଏମାନେ ୫୦୦ ଟଙ୍କାରେ କିଣିଥାନ୍ତି ଓ ପ୍ରତି ନମ୍ବରକୁ ବ୍ୟବହାର କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଠକିଥାନ୍ତି ଲୋକଙ୍କଠାରୁ । ଥରେ ଗୋଟିଏ ନମ୍ବର୍ ବ୍ୟବହାର କରିବା ପରେ ତାକୁ ବ୍ଳକ୍ କରିଦିଅନ୍ତି ସୋମାନେ । ଜବତ ସିମ୍ କାର୍ଡ଼ଗୁଡିଟକ ଚାରିଟି ମୋବାଇଲ୍ ସେବା କମ୍ପାନୀର । ଏହି ଠକେଇରେ ଏହି ସାତ ଜଣଙ୍କ ବ୍ୟତୀତ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ କରାଯିବ,’’ କହିଛନ୍ତି ପ୍ରିୟଦର୍ଶୀ ।
ଏହା ବି ପଢ଼ନ୍ତୁ | Railway ଟିକେଟ୍ ବୁକିଂ ପାଇଁ ଏଣିକି ଦରକାର ହେବ ଏହି ଡକ୍ୟୁମେଣ୍ଟ୍; ଦଲାଲି ରୋକିବାକୁ ନୂଆ ନିୟମ ଆସୁଛିଏହି ସାଇବର୍ କ୍ରାଇମ୍ ରାକେଟର ପର୍ଦ୍ଦାଫାସ କରିଥିବା କମିଶନରେଟ ପୋଲିସକୁ ସାଧୁବାଦ ଜଣାଇଛନ୍ତି ପୋଲିସ ଡିଜି ଅଭୟ । ‘‘ସହିଦ ନଗର ଥାନାରୁ ତଦନ୍ତ ଆରମ୍ଭ ହୋଇ ଏହି ସଫଳତା ମିଳିଛି । ସାଇବର୍ ଅପରାଧ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ । ଗିରଫ ଅଭିଯୁକ୍ତମାନଙ୍କୁ ନେଇ ତଦନ୍ତ ହେବ । ଗ୍ୟାଙ୍ଗ୍ ରାଜ୍ୟ ବାହାରକୁ ସିମ୍ ଚାଲାଣ କରୁଥିଲେ । ଏବେ ସେମାନଙ୍କ ରାଜ୍ୟ ବାହାରର ଲିଙ୍କକୁ ନେଇ ତଦନ୍ତ ହେବ,” କହିଛନ୍ତି ଅଭୟ ।
ଗତ ବର୍ଷ ଲକଡାଉନ ସମୟରୁ ଆକ୍ଟିଭ୍ ରହିଥିଲା ଏହି ଗ୍ୟାଙ୍ଗ୍ । ଏବେ ପ୍ରଶ୍ନ ଉଠୁଛି କେମିତି ଆକ୍ଟିଭ୍ ହେଉଥିଲା ସେହି ସିମ୍ କାର୍ଡ଼ଗୁଡ଼ିକ ଓ କେବେ ଠାରୁ ରାଜ୍ୟ କାହାରକୁ ସେଗୁଡ଼ିକର ଚାଲାଣ ହେଉଥିଲା । ପୂରା ରାକେଟର ମାଷ୍ଟରମାଇଣ୍ଡ୍ କିଏ? ଏ ସବୁ ପ୍ରଶ୍ନର ଉତ୍ତର ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି କମିଶନରେଟ ପୋଲିସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।