ସୋସିଆଲ ମିଡ଼ିଆରେ ଲୋକଙ୍କୁ ଲୁଟୁଛନ୍ତି ସାଇବର ସୁନ୍ଦରୀ; ସତର୍କ ରହିବାକୁ କହିଲା ପୋଲିସ

ସାଇବର ସୁନ୍ଦରୀଙ୍କ ଜାଲରେ ପଡ଼ି ଠକେଇର ଶିକାର ହେଲେ ଲୋକ ଲଜ୍ୟା ଭୟରେ ଚୁପ ନ ରହି ଥାନାରେ ଅଭିଯୋଗ କରନ୍ତୁ ବୋଲି ରାଜ୍ୟବାସୀଙ୍କୁ ଟ୍ବିଟ କରି ସତର୍କ କରିଛି ଓଡ଼ିଶା ପୋଲିସ।

ହ୍ୟାକ ହେଲା ଦେଶର ୫୦୦ରୁ ଅଧିକ ୱେବ ସାଇଟ (ପ୍ରତୀକାତ୍ମକ ଛବି)

ହ୍ୟାକ ହେଲା ଦେଶର ୫୦୦ରୁ ଅଧିକ ୱେବ ସାଇଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ସାଇବର ଠକ କାୟା ବିସ୍ତାର କରିଥିବା ବେଳେ ଏବେ ନୂଆ ନୂଆ ଅନ୍ଦାଜରେ ଠକୁଥିବା ନେଇ ଅଭିଯୋଗ ହେଉଛି। ବିଶେଷ କରି ସୋସିଆଲ ମିଡ଼ିଆରେ ମାତିଛନ୍ତି ସାଇବର ସୁନ୍ଦରୀ। ଅଜଣା ଲୋକଙ୍କୁ କଲ୍ କରି ଅଶ୍ଲୀଳ ଭିଡିଓ ଚାଟ୍ ପରେ ବ୍ଲାକ୍ ମେଲ୍ କରି ଟଙ୍କା ଲୁଟୁଛନ୍ତି। ଏଭଳି ଅଭିଯୋଗ ବାରମ୍ବାର ହେବା ପରେ ଠକଙ୍କ କବଳରୁ ମୁକ୍ତ ରହିବାକୁ ଓଡ଼ିଶା ପୋଲିସ ଟ୍ବିଟ କରି ରାଜ୍ୟ ବାସୀଙ୍କୁ ସଚେତନ କରିଛନ୍ତି।

ଯେଉଁମାନେ ସାଇବର ସୁନ୍ଦରୀଙ୍କ ଜାଲରେ ପଡ଼ି ଠକେଇର ଶିକାର ହେଲେ ଲୋକ ଲଜ୍ୟା ଭୟରେ ଚୁପ ନ ରହି ଥାନାରେ ଅଭିଯୋଗ କରନ୍ତୁ ବୋଲି ରାଜ୍ୟବାସୀଙ୍କୁ ଟ୍ବିଟ କରି ସତର୍କ କରିଛି ଓଡ଼ିଶା ପୋଲିସ।

ଡିଜିଟାଲ ଇଣ୍ଡିଆରେ ମାତିଛନ୍ତି ଡିଜିଟାଲ ସୁନ୍ଦରୀ। ସାଇବର ଠକମାନେ ଯୁବତୀଙ୍କୁ ମୋହରା କରି ପ୍ରେମ ଫାଶରେ ପକାଉଛନ୍ତି ପରେ ନ୍ୟୁଡ୍ କଲ କରୁଛନ୍ତି। ଯେଉଁମାନେ ଯୁବତୀଙ୍କ କବଳରେ ପଡ଼ି ଯାଉଛନ୍ତି ସେମାନେ ଭିଡ଼ିଓ କଲିଂ କିମ୍ବା ଚାଟିଂରେ ବ୍ୟସ୍ତ ରହୁଛନ୍ତି। ପରେ ସେହି ଭିଡ଼ିଓ କଲିଂର ସ୍କ୍ରିନ ସଟକୁ ନେଇ ଭାଇରଲ ଧମକ ଦେଇ ଠକ କରୁଛି ବ୍ଳାକ ମେଲିଂ। ତେଣୁ ଲୋକେ କିଭଳି ଏହି ଠକେଇ ଠାରୁ ଦୂରରେ ରହିବେ, ସେନେଇ ଟ୍ବିଟ କରି ସତର୍କ କରିଛି ଓଡ଼ିଶା ପୋଲିସ।

ସତର୍କ ରହିବାକୁ କହିଲା ପୋଲିସ


"ପ୍ରଥମେ ଲୋକଙ୍କ ମୋବାଇଲ ସୁନ୍ଦରୀମାନେ ଫେସବୁକରେ ଫ୍ରେଣ୍ଡ ରିକ୍ୟୁଷ୍ଟେ ପଠାନ୍ତି। ଆଉ ଆକ୍ସସେପ୍ଟ କଲା ପରେ ଆରମ୍ଭ କରିନ୍ତି ଅପରେସନ। ପ୍ରଥମେ ମିଠା ମିଠା ଚାର୍ଟ। ତା ପରେ ଅଶୀଳ୍ଳ ଭିଡିଓ କଲ। ପରେ କଥା ହେବା ବାହାନାରେ ସ୍କ୍ରିନ ରେକର୍ଡ କରିନ୍ତି। ଯଦି ଫାଶରେ ପଡ଼ିଯାନ୍ତି ଫେକ୍ ଆକାଉଣ୍ଟରେ ଅଶ୍ଲୀଳ ଭିଡିଓ ଚାଟ୍ କରି ବ୍ଲାକ ମେଲିଂ ଜରିଆରେ ଟଙ୍କା ଲୁଟି ନେଉଛନ୍ତି ସୁନ୍ଦରୀ ଲୁଟେରା,’’ କହିଛନ୍ତି ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ।
ଭୁବନେଶ୍ୱର ସାଇବର କ୍ରାଇମ ହେଲ୍ଫ ଡେସ୍କରେ ଫେବୃୟାରୀ ମାସରେ ସର୍ବମୋଟ ୨୮୮ ଜଣ ଠକେଇର ଶିକାର ହୋଇଥିବା ରିପୋର୍ଟ ହୋଇଛି। ୧ କୋଟି ୩୯ ଲକ୍ଷ ୬୦ ହଜାର ଟଙ୍କା ଠକେଇର ପରିମାଣ ରହିଛି। କେବଳ ଭୁବନେଶ୍ୱରରେ ୨୫୪ଟି ଅଭିଯୋଗ ଆସିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ୩୪ଟି ଠକେଇ କଲ ଗ୍ରହଣ କରିଛି ଡେସ୍କ। କେବଳ ଭୁବନେଶ୍ୱରରୁ ୯୪ ଟି ୟୁପିଆଇ ଫ୍ରଡ ଓ ୯୭ଟି Credit / Debit Card ଦ୍ବାରା ଠକେଇ ହୋଇଥିବା ରିପୋର୍ଟ ହୋଇଛି।

ଅନ୍ୟ ୬୩ଟି ଅନଲାଇନ ଠକେଇ ଅଭିଯୋଗ ଏହି ହେଲ୍ପ ଡ଼େସ୍କ ଗ୍ରହଣ କରିଥିଲେ। ଅଭିଯୋଗକାରୀମାନଙ୍କୁ ମୋଟ ୧୦, ୫୨, ୮୦୨ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ୧୨, ୭୩, ୪୮୩ ଟଙ୍କା ବ୍ଲକ କରାଯାଇପାରିଛିI ଠକାମୀର ଶିକାର ହୋଇଥିବା ୩୯ ଜଣ ଅଭିଯୋଗକାରୀଙ୍କର ସମ୍ପୂର୍ଣ କିମ୍ବା ଆଂଶିକ ଅର୍ଥରାଶି ଫେରସ୍ତ କରାଯାଇ ପାରିଛିI

ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ କହିଛନ୍ତି,"ଯେଉଁମାନେ ଏଭଲି ଠକେଇର ଶିକାର ହେଉଛନ୍ତି, ସେମାନେ ଲୋକଲଜ୍ଜା ଭୟ ନକରି ପୋଲିସ ସହ ଯୋଗାଯୋଗ କରନ୍ତୁ। ପୋଲିସ ପାଖରେ ଅଭିଯୋଗ ଆସିବା ପରେ ପୋଲିସ ସେଥିପ୍ରତି ନଜର ଦେବ। ଯେଉଁସବୁ ଆକାଉଣ୍ଟରୁ ଏଭଳି ଫୋନ କଲ ଆସୁଛି ସେସବୁ ଆକାଉଣ୍ଟକୁ ପୋଲିସ ବ୍ଲକ କରିବ।’’
Published by:Lipina Das
First published: