News18 Odia Digital
କଟକ: ହାତରେ ବନ୍ଧୁକ ଓ ଖଣ୍ଡା ଧରି କଟକ ସହରର ବ୍ୟସ୍ତ-ବହୁଳ ସର୍ବସାଧାରଣ ସ୍ଥାନରେ ଭିଡିଓ ପ୍ରସ୍ତୁତ କରି ହରଡ଼ଘଣାରେ ପଡିଛନ୍ତି କଟକ ସହରର ଦଳେ ଯୁବକ । ଭିଡିଓଗୁଡ଼ିକରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ସାଙ୍ଗକୁ ନିଜକୁ ଡନ୍ ବୋଲି ପରିଚୟ ଦେଉଥିବା ସାତ ଜଣ ଯୁବକଯୁବତୀ ପୋଲିସ ଜେରାର ସମ୍ମୁଖୀନ ହୋଇଛନ୍ତି । ‘ପବ୍ଲିକ୍ ଷଣ୍ଢ’ ନାମକ ଏକ ଗୃପର ସଦସ୍ୟମାନଙ୍କୁ ଦୀର୍ଘ ୧୧ ଘଣ୍ଟା ଧରି ଥାନାରେ ଜେରା କରାଯାଇଥିଲା । ସେମାନଙ୍କ ଭିଡିଓରେ ପ୍ରଦର୍ଶିତ ହୋଇଥିବା ଖଣ୍ଡା ସହ ବନ୍ଧୁକକୁ ବି ଜବତ କରିଛି ପୋଲିସ ।
ଚର୍ଚ୍ଚାରେ ଥିବା ସେହି ଭିଡିଓଗୁଡ଼ିକୁ ପ୍ରସ୍ତୁତ କରିଥିବା ଯୁବକଯୁବତୀମାନଙ୍କୁ ଜେରା ପରେ ନୋଟିସ୍ କରି ଛାଡ଼ି ଦେଇଛି ପୋଲିସ । ସେମାନେ ଆଉ କେବେ ଏମିତି ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରିବେ ନାହିଁ ବୋଲି ପୋଲିସକୁ ଲିଖିତ ଭାବେ ଅବଗତ କରିବା ସହ କ୍ଷମା ପ୍ରାର୍ଥନା କରିବା ପରେ ହିଁ ପୋଲିସ ସେମାନଙ୍କୁ ତାଗିଦ କରି ଛାଡ଼ିଛି ।
ଏହା ବି ପଢ଼ନ୍ତୁ | T20 World Cup: ଅମ୍ପାୟାରଙ୍କ ଭୁଲ୍ ପରେ ବି ଫାଇନାଲରେ ପହଞ୍ଚି ପାରିଲାନି ପାକିସ୍ତାନ! ଏବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ଫାଇନାଲରେ
‘‘ଏହି ଘଟଣାର ଅନୁସନ୍ଧାନ କରିବାକୁ ଯାଇ ଆମେ ପାଇଲୁ ଯେ ଏହି ପିଲାମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଭିଡିଓ ପଛରେ କୌଣସି ଆପରାଧିକ ଅଭିପ୍ରାୟ ନ ଥିଲା । ଏମାନେ କେବଳ ନିଜକୁ ଚର୍ଚ୍ଚିତ କରିବା ଉଦ୍ଦେଶ୍ୟ ନେଇ ଏହି ଭିଡିଓଗୁଡି଼କୁ ପ୍ରସ୍ତୁତ କରିଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ କଲେଜ ଛାତ୍ରଛାତ୍ରୀ ହୋଇଥିବାରୁ ସେମାନଙ୍କ ଭବିଷତକୁ ଦେଖି ଆମେ ତାଗିଦ୍ କରି ସମସ୍ତଙ୍କୁ ଛାଡ଼ିଦେଇଛୁ,’’ କହିଛନ୍ତି ମାଲଗୋଦାମ ଥାନାର ଜଣେ ପୋଲିସ ଅଧିକାରୀ ।

ଗୋଟିଏ ଭିଡିଓରେ ଦିଶୁଥିବା ଯୁବକମାନେ
ଏହା ବି ପଢ଼ନ୍ତୁ | Is this Love? ଗର୍ଲଫ୍ରେଣ୍ଡ୍ ବାହା ହେବାକୁ ରାଜି ନ ହେବାରୁ ତାକୁ ୨୦ ଥର ଛୁରୀ ଭୁସିଲା ଯୁବକ
ଏବେ ଏହି ଯୁବକଯୁବତୀମାନେ ଏମିତି ଭିଡିଓ ପ୍ରସ୍ତୁତ କରିବା ପଛରେ ଥିବା ଉଦ୍ଦେଶ୍ୟ ଓ ମାନସିକତାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ ଇନଷ୍ଟାଗ୍ରାମରେ ‘ଅମାନିଆ ବାଘ’ ଓ ‘ପବ୍ଲିକ୍ ଷଣ୍ଢ’ ନାମରେ ଦୁଇଟି ଗୋଷ୍ଠୀ ସକ୍ରିୟ ଅଛନ୍ତି । ‘ଅମାନିଆ ବାଘ’ ଗୃପ୍ ମୁଳତଃ ଭୁବନେଶ୍ବରର କଲେଜ ଛାତ୍ରଙ୍କୁ ନେଇ ଗଠିତ ହୋଇଥିବା ବେଳେ ସେଥିରେ କଟକର ମଧ୍ୟ କେତେକ ଛାତ୍ର ଅଛନ୍ତି । ‘ପବ୍ଲିକ୍ ଷଣ୍ଢ’ ଗୃପରେ କେବଳ କଟକର କଲେଜ ଛାତ୍ରଛାତ୍ରୀ ଅଛନ୍ତି ।
ଏହା ବି ପଢ଼ନ୍ତୁ | 7th Pay Commission: ଜାନୁଆରୀ ମାସରେ ମୋଦି ସରକାର କର୍ମଚାରୀମାନଙ୍କର ଆଉ ଏକ ଭତ୍ତା ବଢ଼ାଇବେ
ଉଭୟ ଗୃପ୍ ଇନଷ୍ଟାଗ୍ରାମରେ ଅନେକ ସମୟରେ ଭିନ୍ନ ଭିନ୍ନ ଭିଡିଓ ପୋଷ୍ଟ୍ କରିଥାନ୍ତି । ଇନଷ୍ଟାଗ୍ରାମରେ ନିଜ ନିଜର ଭିଡିଓ ପାଇଁ ଅଧିକ ଲାଇକ୍ ଓ ଶେୟାର୍ ଆଣିବା ଆଶା ସହିତ ଫଲୋଅର୍ସ୍ ସଂଖ୍ୟା ବୃଦ୍ଧି କରିବା ପାଇଁ କିଛି ଦିନ ହେଲା ଉଭୟ ଗୃପ୍ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ନିଜକୁ ଅନ୍ୟଠାରୁ ଶ୍ରେଷ୍ଠ ବୋଲି ପ୍ରଦର୍ଶିତ କରିବା ପାଇଁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ପ୍ରତିଶୋଧର ଶୈଳୀରେ ପରିବର୍ତ୍ତିତ ହୋଇଥିଲା ଓ ତା’ ପରେ ଉଭୟ ପରସ୍ପରକୁ ଧମକ ଦେବା ଉଦ୍ଦେଶ୍ୟରେ ଏମିତି ଭିଡିଓ ପ୍ରସ୍ତୁତ କରିବା ଆରମ୍ଭ କରିଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଅନିୟନ୍ତ୍ରିତ ହୋଇ ଅଡ଼ି କାର୍ ରାସ୍ତାରେ ଲୋକଙ୍କ ଉପରେ ଚଢ଼ିଗଲା; ୧ ମୃତ, ୧୦ ଆହତ
ଫଳ ସ୍ବରୂପ ‘ଅମାନିଆ ବାଘ’ ଗୃପର ଜଣେ ସଦସ୍ୟ ନିଜ ଘରେ ଥିବା ଖଣ୍ଡାକୁ ଆଣି ନିୟମିତ ଭାବେ ନିଜ ଗୃପର ସଦସ୍ୟମାନଙ୍କ ସହ ଧମକପୂର୍ଣ୍ଣ ଭିଡିଓ ପ୍ରସ୍ତୁତ କରିଥିଲେ । ଏହାର ଜବାବରେ ‘ପବ୍ଲିକ୍ ଷଣ୍ଢ’ ଗୃପର ସଦସ୍ୟମାନେ ଖେଳନା ବନ୍ଧୁକକୁ ଅସଲି ବୋଲି ଦର୍ଶାଇ ସମାନ ଧରଣର ଭିଡିଓ ପ୍ରସ୍ତୁତ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରି ଚାଲିଥିଲେ । ଥାନାରେ ପହଞ୍ଚିବା ପରେ ନିଜ ନିଜ ଭୁଲ୍ ସ୍ବୀକାର କରିଛନ୍ତି ଉଭୟ ଗୃପର ସଦସ୍ୟମାନେ ।

ମାଲଗୋଦାମ ଥାନାରେ ଏହି ଯୁବକ ଯୁବତୀମାନଙ୍କୁ ୧୧ ଘଣ୍ଟା ଧରି ଜେରା କରିଥିଲା ପୋଲିସ ।
ଏହା ବି ପଢ଼ନ୍ତୁ | ପେନସନ୍ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର: ମୋଦି ସରକାର ବଢ଼ାଇ ପାରନ୍ତି ପେନସନ୍
‘‘ତାଙ୍କର ଯେମିତି ଏକ ଗୃପ ଅଛି ଆମେ ବି ସେମିତି ଏକ ଗୃପ୍ ତିଆରି କରିଥିଲୁ । ସେମାନେ ସେମିତି ସୋସିଆଲ୍ ମିଡି଼ଆରେ ନାଁ କମେଇଥିଲେ ଆମେ ବି ସେମିତି ନାଁ କମେଇବା ପାଇଁ ଇଚ୍ଛା କରିଥିଲୁ । କିନ୍ତୁ ଏମିତି (ପୋଲିସ ତଦନ୍ତ) ହେବ ବୋଲି ଆମେ କେହି ଜାଣି ନ ଥିଲୁ । ଆମର ଭୁଲ୍ ହୋଇଯାଇଛି । ବନ୍ଧୁକ ଓ ଖଣ୍ଡା କାହାର ମୁଁ ଜାଣିନି । ଦୀପାବଳୀ ଦିନ ମୁଁ ସେମାନଙ୍କ ସହ ଗୋଟିଏ ଭିଡିଓ କରିଥିଲି । ହେଲେ ମତେ ନ ଜଣାଇ ସେମାନେ ସେହି ଭିଡିଓରେ ଅସଭ୍ୟ ଭାଷାର ପ୍ରୟୋଗ କରିଥିଲେ,’’ କହିଛନ୍ତି ‘ପବ୍ଲିକ୍ ଷଣ୍ଢ’ ଗୃପର ସଦସ୍ୟା ଇତିଶ୍ରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅନନ୍ୟା ପାଣ୍ଡେଙ୍କ ଭଉଣୀ ଆଲାନା ପାଣ୍ଡେଙ୍କୁ ତାଙ୍କ ବୟଫ୍ରେଣ୍ଡ୍ ରୋମାଣ୍ଟିକ୍ ଷ୍ଟାଇଲରେ ପ୍ରପୋଜ୍ କଲେ ଓ KISS କଲେ
ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ସହ ଅସାମାଜିକ ଶୈଳୀରେ ଡାଇଲଗବାଜି ହେଉଥିବାର ପ୍ରାୟ ୧୦ଟି ଭିଡିଓ ବୁଧବାର ଅପରାହ୍ଣରେ ଭାଇରାଲ୍ ହୋଇଥିଲା । ଏହି ସବୁ ଭିଡ଼ିଓକୁ ତାଳଦଣ୍ଡା କେନାଲ ସହ ମହାନଦୀ ପଠାରେ ସୁଟ୍ କରାଯାଇଥିବା ଜଣା ପଡ଼ିବା ପରେ ତାକୁ ନେଇ ସହରରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଭୁବନେଶ୍ବରର କେ.ବି.ଏନ୍. ଗ୍ୟାଙ୍ଗ୍ ଭଳି କଟକରେ ମଧ୍ୟ ଏକାଧିକ ଗ୍ୟାଙ୍ଗ୍ ସକ୍ରିୟ ଥିବା ଆଲୋଚନା ହେବା ପରେ ଆକ୍ସନ୍ ମୋଡକୁ ଆସିଥିଲା ପୋଲିସ । ଏହି ଭିଡିଓଗୁଡିକୁ ପ୍ରସ୍ତୁତ କରିଥିବା ସହରର ବିଭିନ୍ନ ସ୍ଥାନର ଯୁବକଙ୍କୁ ସ୍କାନରକୁ ନେଇ ଉଭୟ ଗୃପର ସଦସ୍ୟମାନଙ୍କୁ ଥାନାକୁ ଡାକିଥିଲା ।
ଏହା ବି ପଢ଼ନ୍ତୁ | ବିହାରରେ ମଦ ବ୍ୟାନ୍ ହୋଇଛି, ହେଲେ ବିଷାକ୍ତ ମଦ ପିଇ ୪୦ ମଲେଣି; ଏବେ ସହଯୋଗୀ BJPର ଟାର୍ଗେଟରେ CM ନୀତିଶ କୁମାର
ଅସ୍ତ୍ରଶସ୍ତ୍ର ଧରି ଭିଡିଓ ପ୍ରସ୍ତୁତ କରୁଥିବା ଇନଷ୍ଟା ପ୍ରେମୀମାନଙ୍କ ମଧ୍ୟରେ କେବଳ ଏହି ଦୁଇ ଗୃପର ଯୁବକଯୁବତୀ ନାହାଁନ୍ତି । ଇନଷ୍ଟାଗ୍ରାମରେ ଏମିତି ଗଣ୍ଡା ଗଣ୍ଡା ଭିଡିଓ ପୋଷ୍ଟ୍ ହେଉଛି, ଯେଉଁଥିରେ କିଛି ଯୁବ ଗୋଷ୍ଠୀ ନିଜର ଗୃପ୍ ତିଆରି କରି ଏବଂ ଆଉ କିଛି ନିଜ ନିଜ ବ୍ୟକ୍ତିଗତ ହ୍ୟାଣ୍ଡେଲ୍ ବ୍ୟବହାର କରି ଏମିତି ଆପତ୍ତିଜନକ ଭିଡିଓ ପୋଷ୍ଟ୍ କରିବାରେ ଲାଗିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।