News18 Odia Digital
କଟକ: ପ୍ରଥମେ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇଲା ଓ ପରେ ଚଞ୍ଚକତା କରି ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ହଡ଼ପ କଲା ପ୍ରେମିକ । ରେଭେନ୍ସା ବିଶ୍ବବିଦ୍ୟାଳୟରେ ଘଟିଥିବା ଏହି ଘଟଣା ପୂରା କ୍ୟାମ୍ପସରେ ଚର୍ଚ୍ଚାର ବିଷୟ ପାଲଟିଛି । ଠକେଇ କରିଥିବା ପ୍ରେମିକକୁ ଗିରଫ କରି କୋର୍ଟ ଚାଲଣ କରିଛି କଟକ ମାଲଗୋଦାମ ପୋଲିସ । ବଡ଼ କଥା ହେଉଛି ଯେ ଛାତ୍ରୀ ଜଣକ ଦୃଷ୍ଟିହୀନ ।
ଗିରଫ ହୋଇଥିବା ଯୁବକ ସୌମ୍ୟରଞ୍ଜନ ବେହେରାର ଘର ଆଠଗଡ଼ ଅଞ୍ଚଳରେ । ପୋଲିସ ସୌମ୍ୟରଞ୍ଜନ ଠାରୁ ଠକେଇ ଅର୍ଥରେ କିଣାଯାଇଥିବା ଏକ ଲ୍ୟାପଟପ୍ ସହିତ ଏକ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି । ଏହା ପୂର୍ବରୁ ସୌମ୍ୟରଞ୍ଜନ ଅନ୍ୟ କୌଣସି ଯୁବତୀକୁ ତା’ ପ୍ରେମିକା ବୋଲି ବିଶ୍ୱାସ ଜଗାଇ ସେମାନଙ୍କ ଠାରୁ ଠକେଇ କରିଛି କି ନାହିଁ ତା’ର ମଧ୍ୟ ଛାନବିନ୍ ଆରମ୍ଭ କରିଛି ପୋଲିସ ।
ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ ଏହି ସବୁ ବ୍ୟାଙ୍କ୍ର ଚେକ୍ ବୁକ୍ ଓ ପାସ୍ ବୁକ୍ ଆଉ କାମ କରୁନାହିଁ; ଜାଣନ୍ତୁ କେଉଁ ବ୍ୟାଙ୍କ୍
ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ରେଭେନ୍ସା ବିଶ୍ବବିଦ୍ୟାଳୟର ଏକ ଛାତ୍ରୀନିବାସରେ ରହୁଥିବା ଦୃଷ୍ଟିହୀନ ଛାତ୍ରୀ ଜଣଙ୍କୁ ଫେସବୁକରୁ ଜାଣିବାକୁ ପାଇଥିଲା ସୌମ୍ୟରଞ୍ଜନ । ଛାତ୍ରୀଜଣକ ଫେସବୁକରେ ଏକ ଆକାଉଣ୍ଟ ଖୋଲିଥିଲେ ଓ ତାଙ୍କ ଆଖିକୁ ସାମାନ୍ୟ ଦେଖାଯାଉଥିବାରୁ ସେ ମଝିରେ ମଝିରେ ନିଜ ଫେସବୁକ୍ ଆକାଉଣ୍ଟ ପରିଚାଳନା କରୁଥିଲେ । ଗତ ବର୍ଷ ସେପ୍ଟେମ୍ବର ମାସରେ ଛାତ୍ରୀ ଜଣଙ୍କର ଫେସବୁକ୍ ଜରିଆରେ ଅଭିଯୁକ୍ତ ସୌମ୍ୟରଞ୍ଜନ ସହିତ ପରିଚୟ ହୋଇଥିଲା ।
ଏହା ବି ପଢ଼ନ୍ତୁ | ସଚିନ ତେନ୍ଦୁଲକରଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା; ୫ ଦିନ ପୂର୍ବେ କରୋନା ପଜିଟିଭ୍ ହୋଇଥିଲେ
କିଛି ଦିନର ବ୍ୟବଧାନରେ ପରେ ଏହି ପରିଚୟ ବନ୍ଧୁତା ଓ ପରେ ପ୍ରେମରେ ପରିଣତ ହୋଇଥିଲା । ଛାତ୍ରୀ ଜଣକ ତାଙ୍କୁ ଭଲ ପାଇବସିଥିବା ଜାଣି ସୌମ୍ୟରଞ୍ଜନ ତାଙ୍କ ସହିତ ପ୍ରେମ କରିବାର ଅଭିନୟ କରିଥିଲା । ଛାତ୍ରୀଙ୍କ ହୃଦୟ ସହ ତାଙ୍କ ବିଶ୍ବାସ ଜିତିବା ପରେ ତାଙ୍କୁ ବିବାହ କରିବାର ପ୍ରତିଶୃତି ମଧ୍ୟ ଦେଇଥିଲା । ନୀରିହ ଦୃଷ୍ଟିହୀନ ଛାତ୍ରୀ ଜଣକ ମଧ୍ୟ ସୌମ୍ୟରଞ୍ଜନ ମିଠା କଥାରେ ଭାସି ଯାଇଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଭୋଜପୁରୀ ଗୀତ 'ରସେ ରସେ ଚୁସଲା ଭୱଁରୱା ବନ୍ କେ' ଖୁବ୍ ଭାଇରାଲ୍ ହେଉଛି
‘‘ଗତ ଜାନୁଆରୀ ମାସରେ ଛାତ୍ରୀଜଣକ ନିଜ ମୋବାଇଲ ଫୋନ୍ରେ ଅନ୍ ଲାଇନ୍ ବ୍ୟାଙ୍କିଂ ଆପ୍ ଇନଷ୍ଟାଲ୍ କରିବା ପାଇଁ ସୌମ୍ୟରଞ୍ଜନକୁ ନିଜ ମୋବାଇଲ୍ ଫୋନ୍ ଦେଇଥିଲେ । ଛାତ୍ରୀଙ୍କ ଛାତ୍ରବୃତ୍ତି ଟଙ୍କା ସେହି ଆକାଉଣ୍ଟରେ ଜମା ହେଉଥିଲା । ପ୍ରେମିକାର ଆକାଉଣ୍ଟରେ ଟଙ୍କା ଥିବା ଜାଣିବା ପରେ ଅନ୍ଧତ୍ବର ଶିକାର ହୋଇଥିବା ପ୍ରେମିକାକୁ ଅନ୍ଧାରରେ ରଖି ଚଞ୍ଚକତା କରି ଦୁଇଟି ପର୍ଯ୍ୟାୟ ତାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ଟଙ୍କା ହଡ଼ପ କରି ନେଇଥିଲା ସୌମ୍ୟରଞ୍ଜନ,’’ କହିଛନ୍ତି ଏହି ମାମଲାର ତଦନ୍ତ କରୁଥିବା ଜଣେ ପୋଲିସ ଅଧିକାରୀ ।
ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ କ୍ଷୀର, ବିଜୁଳି, TV, AC, କାର୍ ଓ ବିମାନ ଯାତ୍ରା ମହଙ୍ଗା ହୋଇଛି; ଜାଣନ୍ତୁ କେତେ
ମିଥ୍ୟା ପ୍ରେମ ଓ ଠକେଇର ଶିକାର ହୋଇଥିବା ନେଇ ଛାତ୍ରୀ ଜଣକ ହୃଦବୋଧ କରିବା ପରେ ମାଲଗୋଦାମ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ମାମଲାର ତଦନ୍ତ କରି ପୋଲିସ ସୌମ୍ୟରଞ୍ଜନକୁ ଗରିଫ କରିବା ସହ ଠକେଇ ଟଙ୍କାରେ କିଣାଯାଇଥିବା ଲ୍ୟାପଟପ୍ ଓ ଏକ ମୋବାଇଲ ଫୋନ୍କୁ ଜବତ କରିଛି ।
‘‘ଅଭିଯୁକ୍ତ ସୌମ୍ୟରଞ୍ଜନ ଜଣେ ଆଇଟିଆଇ ପାସ୍ କରିଥିବା ଛାତ୍ର । କିଛି କାମ ନ କରି ରେମିଓଗିରି କରିବା ତା’ କାମ । ସେ ଏହି ଭଳି ଅନ୍ୟ କାହାକୁ ଠକେଇ କରିଛି ବା ନାହିଁ ତାର ତଦନ୍ତ ଜାରି ରହିଛି,’’ କହିଛନ୍ତି ମାଲଗୋଦାମ ଥାନାର ଜଣେ ଅଧିକାରୀ ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।