News18 Odia Digital
କଟକ: ଏହି ଦମ୍ପତି ଭଲପାଇ ପରସ୍ପରକୁ ବିବାହ କରିଥିଲେ, କିନ୍ତୁ ବିବାହର ମାତ୍ର ବର୍ଷକ ପରେ ପରିବାରରେ ଏମିତି ଝଡ଼ ଉଠିଲା ଯେ ଅନ୍ୟ ଉପାୟ ନ ପାଇ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ସ୍ତ୍ରୀ । ତାଙ୍କୁ ବଞ୍ଚାଇବା ପାଇଁ ସ୍ବାମୀ ବି ନଦୀ ଗର୍ଭରୁ ଲମ୍ପ ଦେଲେ । କଟକରେ ଘଟିଥିବା ଏହି ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାରେ ଗରୁତର ଆହତ ହୋଇଥିବା ପତ୍ନୀଙ୍କର ଏବେ ଏସ୍.ସି.ବି. ହସପିଟାଲରେ ଚିକିତ୍ସା ଚାଲିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ୪୫ରେ ଜୋବ୍ରା ବ୍ୟାରେଜ୍ ଉପରେ ଛିଡ଼ା ହୋଇଥିବା ଏହି ଦମ୍ପତିଙ୍କ ମଧ୍ୟରେ କଥା କଥା କଟି ହୋଇଥିଲା । ଏହା ବେଶ୍ କିଛି ସମୟ ଧରି ଚାଲିଥିଲା । ଏହାକୁ ଏକ ସାଧାରଣ ଘଟଣା ଭାବି ଉପସ୍ଥିତି ଲୋକେ ଏଡ଼ାଇ ଯାଇଥିଲେ । କିନ୍ତୁ ହଠାତ ବ୍ୟାରେଜ୍ ଉପରୁ ୪୦ ଫୁଟ ତଳେ ଥିବା ନଦୀ ପାଣିକୁ ଡିଆଁ ମାରିଥିଲେ ପତ୍ନୀ । କେହି କିଛି ବୁଝିବା ଆଗରୁ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ସ୍ବାମୀ ବି ନଦୀ ଭିତରକୁ ଡେଇଁ ପଡ଼ିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ସାନ ପିଲାଙ୍କର ଏତେ ଅନଲାଇନ୍ ପାଠ କାହିଁକି, ମୋଦି ସାହାବ୍?’’ VIDEOରେ ମୋଦିଙ୍କୁ ପଚାରୁଛି କୁନି ଝିଅଟି
ହସପିଟାଲରେ ପତ୍ନୀଙ୍କ ଚିକିତ୍ସାରେ ସହାୟତା କରୁଥିବା ସ୍ୱାମୀ ରାଜେଶ ସାହୁ
ଉଭୟ ଗଭୀର ପାଣିରେ ଭାସୁଥିବା ଦେଖି ଉପସ୍ଥିତ ଲୋକେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । କିଛି ସ୍ଥାନୀୟ ଲୋକ ବି ନଦୀ ମଧ୍ୟକୁ ପଶିଯାଇ ଥିଲେ । କିନ୍ତୁ ନଦୀରେ ପାଣି କମ୍ ଥିବାରୁ ସ୍ବାମୀ କୌଶଳ କ୍ରମେ ସ୍ତ୍ରୀଙ୍କୁ ଉଦ୍ଧାର କରି ନଦୀ ଭିତରେ ପଡ଼ିଥିବା ଏକ କଙ୍କ୍ରିଟ୍ ବ୍ଲକ୍ ଉପରକୁ ନେଇ ଆସିଥିଲେ । ପରେ ଅଗ୍ନିଶମ ବାହୀନିର ପାୱାର ବୋଟ୍ ଯୋଗେ ଉଭୟ ପତି ପତ୍ନୀଙ୍କୁ ନଦୀ ଗର୍ଭରୁ ବାହାର କରାଯାଇ ଏସ୍.ସି.ବି. ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହସପିଟାଲ୍ ସୂତ୍ରରୁ ମିଳିଥିବା ଖବର ମୁତାବକ ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ନିଜ ଯୌନ ଜୀବନ କେମିତି ସକ୍ରିୟ ରଖିବେ? VIDEOରେ ଦେଖାଇଲେ ଅଭିନେତା ବିଦ୍ୟୁତ୍ ଜାମୱାଲ୍ଏହି ଘଟଣାର ଖବର ପାଇ ଉଭୟଙ୍କ ପରିବାର ଲୋକେ ଏବେ ହସପିଟାଲରେ ପହଞ୍ଚିଥିଲେ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କଟକ କଲ୍ୟାଣୀ ନଗରର ମୂଳ ବାସିନ୍ଦା ସାଗରିକା ମହାନ୍ତି (ଛଦ୍ମ ନାମ) କେନ୍ଦ୍ରାପଡ଼ା ନିକିରାଇ ଅଞ୍ଚଳର ରାଜେଶ ସାହୁଙ୍କୁ ଭଲ ପାଇ ବର୍ଷେ ତଳେ ବିବାହ କରିଥିଲେ । ହେଲେ ଉଭୟ ବର୍ଷକ ଯାକ କୁଆଡ଼େ ନିଖୋଜ ଥିଲେ । ଏ ନେଇ ସାଗରିକାଙ୍କ ପରିବାର ଲୋକେ ଗତ ବର୍ଷ ମେ' ମାସରେ କଟକ ମଧୁପାଟଣା ଥାନାରେ ଝିଅ ନିଖୋଜ ହେବା ନେଇ ଅଭିଯୋଗ ମଧ୍ୟ କରିଥିଲେ ।

ନଦୀକୁ ଡେଇଁ ମହିଳା ଗୁରୁତର ଆହତ ହୋଇଥିବା ହସପିଟାଲ ସୂତ୍ରରୁ ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୯୮ ଦିନ ଧରି ଚାଲିବ କରୋନାର ୩ୟ ଲହର, ସାଙ୍ଘାତିକ ହେବ, ଆସିଲା ନୂଆ ତଥ୍ୟ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରାୟ ବର୍ଷେ ହେଲା ଏହି ଦମ୍ପତି ରାୟଗଡ଼ାରେ ରହି ଆସୁଥିଲେ । ସାଗରିକା ସେଠାରେ ଏକ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ, କିନ୍ତୁ ରାଜେଶ ରୋଜଗାରକ୍ଷମ ନ ଥିଲେ । ଗତ କିଛି ଦିନ ତଳେ ଉଭୟ କଟକ ଆସିଥିଲେ । କିନ୍ତୁ ଏହି ବିବାହକୁ ନେଇ ସେମାନଙ୍କ ପରିବାର ଲୋକଙ୍କ ସମ୍ମତି ଦେଇ ନ ଥିବାରୁ ମହିଳା ଜଣଙ୍କ ମ୍ରିୟମାଣ ଥିବା କୁହାଯାଉଛି ।
ଉଭୟ ସ୍ବାମୀ ଓ ସ୍ତ୍ରୀ ନଦୀକୁ ଡେଇଁବା ସମୟରେ ସେମାନଙ୍କ ସହିତ ଆସିଥିବା ଜଣେ ମହିଳା ବ୍ୟାରେଜ୍ ଉପରେ ଥାଇ କନ୍ଦାକଟା କରୁଥିବା ଦେଖାଯାଇଥିଲା । ପରିବାରର ବିନା ସମ୍ମତିରେ ହୋଇଥିବା ଏହି ବିବାହକୁ କେନ୍ଦ୍ର କରି ଦମ୍ପତିଙ୍କ ମଧ୍ୟରେ ଘଟିଥିବା କହଳର ଏହି ଘଟଣା ଏକ କରୁଣ ପରିଣତି ବୋଲି ଅନୁମାନ କରାଯାଉଛି । ପୋଲିସ ତଦନ୍ତ ଜାରି ରଖିଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।