କଟକ: ଦାଦାବଟି ନେଉଥିବା ଡି-ବ୍ରଦର୍ସ ଗ୍ୟାଙ୍ଗର ୩ ଗିରଫ; ସେଥିରୁ ଜଣେ ପୂର୍ବ ମହିଳା କର୍ପୋରେଟର୍

ଏ ଥରକୁ ମିଶାଇ ଡି-ବ୍ରଦର୍ସ ଲିଙ୍କରେ CMCର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ବାଳ ତୃତୀୟ ଥର ଗରିଫ ହୋଇଛନ୍ତି । ପୋଲିସର ‘ଦାଦାବଟିକୁ ନାଁ’ ଅଭିଯାନରେ ମାସକ ଭିତରେ ୩୯ଟି ମାମଲା ରୁଜୁ ହୋଇଛି ଓ ଏ ଯାଏଁ ୪୮ ଜଣ ଗିରଫ ହେଲେଣି ।

କଟକ: ଦାଦାବଟି ନେଉଥିବା ଡି-ବ୍ରଦର୍ସ ଗ୍ୟାଙ୍ଗର ୩ ଗିରଫ; ସେଥିରୁ ଜଣେ ପୂର୍ବ ମହିଳା କର୍ପୋରେଟର୍
(ବାମରୁ ଡାହାଣ) ସୁଚିତ୍ର ନାରାୟଣ ମହାପାତ୍ର, ରଞ୍ଜିତା ବିଶ୍ବାଳ ଓ ରଞ୍ଜିତ ସିଂ
  • News18 Odia
  • Last Updated: November 10, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ‘ଦାଦାବାଟିକୁ ନାଁ’ ଅଭିଯାନ କ୍ରମରେ କଟକ କମିଶନରେଟ ହାତରେ ଧରା ପଡ଼ିଛନ୍ତି ଡି-ବ୍ରସର୍ସ ଗ୍ୟାଙ୍ଗର ତିନି ଜଣ ସଦସ୍ୟ । ସେମାନଙ୍କ ମଧ୍ୟରେ ଅଛନ୍ତି କଟକ ମହାନଗର ନିଗମର (ସିଏମସି) ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ବାଳ । ଏହି ତିନି ଜଣଙ୍କ ଠାରୁ ଦାଦାବଟିରୁ ଆଦାୟ ହୋଇଥିବା ଏକ ଲକ୍ଷ ଟଙ୍କା ପୋଲିସ ଜବତ କରିଛି । ଏହି ଘଟଣା ପରେ ଆଜି ବି କଟକରେ ଡି-ବ୍ରଦର୍ସଙ୍କ ପ୍ରାଦୁର୍ଭାବ ରହିଥିବା ପୁଣି ଥରେ ସ୍ପଷ୍ଟ ହୋଇଛି ।

ଗିରଫ ହୋଇଥିବା ଡି-ବ୍ରସର୍ସ ଗ୍ୟାଙ୍ଗର ତିନି ଜଣ ସଦସ୍ୟ ହେଉଛନ୍ତି ଚାନ୍ଦିନିଚୌକ ବାସିନ୍ଦା ରଞ୍ଜିତ ସିଂ, ମାନସିଂପାଟଣା ବାସିନ୍ଦା ସାଇକେଲ ନନା ଓରଫ ସୁଚିତ୍ର ନାରାୟଣ ମହାପାତ୍ର ଏବଂ ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ବାଳ । ଡି-ବ୍ରଦର୍ସ ଲିଙ୍କରେ ରଞ୍ଜିତା ବିଶ୍ବାଳଙ୍କ ଏହା ତୃତୀୟ ଥର ଗରିଫଦାରୀ । ଥରେ ଡି-ବ୍ରଦର୍ସଙ୍କ ଗିରଫଦାରୀ ସମୟରେ ଓ ଆଉ ଥରେ ଡି-ବ୍ରଦର୍ସଙ୍କ ପାଇଁ ବନ୍ଧୁକ କାରବାର କରିବା ଅଭିଯୋଗରେ ପୋଲିସ ତାଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଥିଲା ।

ଏହା ବି ପଢ଼ନ୍ତୁ | Bihar Election Results: ବିହାରରେ NDAକୁ ମିଳିଲା ବହୁମତ; ୨୪୩ରୁ ୧୨୨; PM ଶୁଭେଚ୍ଛା ଦେଲେ

ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ନଭେମ୍ବର ୯ ତାରିଖ ଦିନ ଜେଲରେ ଥିବା ଡି-ବ୍ରଦର୍ସଙ୍କ ଇସାରାରେ ଏହି ତିନି ଜଣ ଅଭିଯୁକ୍ତ ସିଡିଏ ସେକ୍ଟର ୧୧ରେ ଥିବା ବାଲିଘାଟକୁ ଦାଦାବଟି ଆଦାୟ ପାଇଁ ଯାଇଥିଲେ । ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରି ଏହି ତିନି ଜଣଙ୍କୁ ଗିରଫ କରିଥିଲା । ଗରିଫ ପରେ ପଚରାଉଚରା କରିବାରୁ ଅଭିଯୁକ୍ତ ରଞ୍ଜିତ ସିଂ ଚାରି ଦିନ ତଳେ ଏକ ଲକ୍ଷ ଟଙ୍କା ବଟି ଆଦାୟ କରି ସେହି ଟଙ୍କାକୁ ସିଡିଏ ସେକ୍ଟର ୬ରେ ରହୁଥିବା ଡି-ବ୍ରଦର୍ସଙ୍କ ବାପା ସରୋଜ ଧଳସାମନ୍ତଙ୍କୁ ଦେଇଥିବା କହିଥିଲା । ଏହା ପରେ ସରୋଜ ଧଳସାମନ୍ତଙ୍କ ଘରେ ରେଡ୍‌ କରି ସେହି ଟଙ୍କାକୁ ପୋଲିସ ଜବତ କରିଥିଲା ।

ପୋଲିସ ଜବତ କରିଥିବା ଏକ ଲକ୍ଷ ଟଙ୍କା


‘‘ବିଶେଷ କରି ଡି-ବ୍ରଦର୍ସଙ୍କ ଇସାରାରେ ବାଲିଘାଟ ନିଲାମ ନେଇଥିବା ଠିକାଦାରଙ୍କୁ ଏମାନେ ଟାର୍ଗେଟ କରୁଥିଲେ । ଗୋଟିଏ ମାମଲାରେ ଆମେ ଏମାନଙ୍କୁ ଗିରଫ କରିଛୁ । ଏମାନେ ଆଉ ଏମିତି କେତେ ଜଣ ଠିକାଦାରଙ୍କ ଠାରୁ ଦାଦାବଟି ଆଦାୟ କରିଛନ୍ତି ସେ ନେଇ ତଦନ୍ତ କରାଯାଉଛି,’ କହିଛନ୍ତି ଜୋନାଲ୍‌ ଏସିପି ପି.ସି. ବଡ଼ଜେନା ।

ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ତାଙ୍କ ସ୍ୱାମୀ ସେନାରେ କାର୍ଯ୍ୟରତ

ଏହି ମାମଲାର ତଦନ୍ତ କରୁଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି, ‘‘ଏମାନେ ଅନେକ ଦିନ ହେଲା ବଟି ଆଦାୟ କରୁଛନ୍ତି । ଡି-ବ୍ରଦର୍ସଙ୍କ ନାଁ ନେଇ ଏମାନେ ଠିକାଦାରମାନଙ୍କୁ ଧମକ ଦିଅନ୍ତି ଓ ବଟି ଆଦାୟ କରନ୍ତି । ସବୁ ଯାକ ଟଙ୍କା ଡି-ବ୍ରଦର୍ସଙ୍କ ବାପାଙ୍କ ପାଖରେ ରଖନ୍ତି । ସେହି ଟଙ୍କା ଜେଲ ବାହାରେ ଥିବା ଡି-ବ୍ରଦର୍ସଙ୍କ ଗ୍ୟାଙ୍ଗକୁ ସକ୍ରିୟ ରଖିବା ପାଇଁ ବ୍ୟବହାର କରାଯାଏ । ତିନି ଜଣ ଯାକ ଅଭିଯୁକ୍ତ ନିୟମିତ ଭାବେ ଡି-ବ୍ରଦର୍ସଙ୍କୁ ଭେଟିବା ପାଇଁ ଜେଲକୁ ଯାଆନ୍ତି । ପ୍ରତି ଥର ସରୋଜ ଧଳସାମନ୍ତ ସେମାନଙ୍କ ସହ ଯାଇଥାନ୍ତି ।’’



ପୋଲିସର ‘ଦାଦାବଟିକୁ ନାଁ’ ଅଭିଯାନରେ ଗତ ମାସକ ମଧ୍ୟରେ ସହରର ବିଭିନ୍ନ ଥାନାରେ ମୋଟ ୩୯ଟି ମାମଲା ରୁଜୁ ହୋଇଛି ଓ ଏ ପର୍ଯ୍ୟନ୍ତ ୪୮ ଜଣ ଗିରଫ ହୋଇ ସାରିଲେଣି । ସେମାନଙ୍କ ମଧ୍ୟରେ ଅଧିକାଁଶ ଡି-ବ୍ରଦର୍ସ ଓ ସକିଲ୍‌ ଗ୍ୟାଙ୍ଗର ସଦସ୍ୟ ରହିଛନ୍ତି । ଗିରଫ ଅଭିଯୁକ୍ତଙ୍କ ଠାରୁ ତିନିଟି ବନ୍ଧୁକ ସହ ଗୁଳି ଏବ ଅନେକ ମାରାଣାସ୍ତ୍ର ମଧ୍ୟ ଜବତ ହୋଇଛି ।
Published by: Anand Shankar Thankur Das
First published: November 10, 2020, 11:59 PM IST
corona virus btn
corona virus btn
Loading