କଟକ: ସ୍ତ୍ରୀ ଥାଇ ମଧ୍ୟ ବିବାହ ବେଦୀରେ ବର ହୋଇ ବସିଥିଲେ ସ୍ୱାମୀ; ପୋଲିସ ଉଠାଇ ନେଲା

ପଣ୍ଡିତଙ୍କ ମନ୍ତ୍ର ପାଠ ପୂର୍ବରୁ ନାଟକିୟ ଢଙ୍ଗରେ ରଡ଼ି ଛାଡି ମନ୍ଦିରରେ ପଶିଥିଲେ ପତ୍ନୀ ଜୟନ୍ତୀ । ଆଉ ଜୟନ୍ତୀ ସାଙ୍ଗରେ ଥିଲା ପୋଲିସ । ଜୟନ୍ତୀଙ୍କ ରଡ଼ି ଆଉ ପୋଲିସକୁ ଦେଖି ପ୍ରଥମେ କନ୍ୟା କିମ୍ବା ତାଙ୍କ ଘର ଲୋକ କିଛି ବୁଝି ପାରିନଥିବା ବେଳେ ବର ସାଜିଥିବା ସ୍ୱାମୀ ପ୍ରକାଶ କିନ୍ତୁ ସବୁ ବୁଝି ସାରିଥିଲେ ।

କଟକ: ସ୍ତ୍ରୀ ଥାଇ ମଧ୍ୟ ବିବାହ ବେଦୀରେ ବର ହୋଇ ବସିଥିଲେ ସ୍ୱାମୀ; ପୋଲିସ ଉଠାଇ ନେଲା
ସ୍ତ୍ରୀ ଥାଇ ମଧ୍ୟ ବିବାହ ବେଦୀରେ ବର ହୋଇ ବସିଥିଲେ ସ୍ୱାମୀ ପ୍ରକାଶ
  • News18 Odia
  • Last Updated: December 12, 2020, 11:50 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବ୍ୟକ୍ତି ଜଣକ ବୟସ ୪୬ ବର୍ଷ ଓ ସେ ପୂର୍ବରୁ ବିବାହିତ ଥିଲେ । ଏପରିକି ତାଙ୍କର ଏକ ୧୦ ବର୍ଷର ପୁତ୍ର ସନ୍ତାନ ମଧ୍ୟ ରହିଛି । ତଥାପି ତାଙ୍କର ବାହା ହେବାର ନିଶା ଛାଡ଼ି ନ ଥିଲା  । ଯାହାଫଳରେ ନିଜ ବୟସ ଠାରୁ ଅଧା ସାନ ଥିବା ଜଣେ ଯୁବତୀଙ୍କୁ ବିବାହ କରିବାକୁ ବିବାହ ବେଦୀରେ ବସିଥିଲେ । ସ୍ବଭାଗ୍ୟ ବସତଃ ଏହି ଖବର ତାଙ୍କ ପତ୍ନୀଙ୍କ କାନରେ ପଡ଼ିଥିଲା । ଆଉ ପୋଲିସ ସହାୟତାରେ ବାହା ବେଦୀରୁ ବାଧ୍ୟହୋଇ ଉଠିଥିଲେ ବର ।

ଏହି ଭଳି ଏକ ଘଟଣା କଟକ ନିକଟ ସାର୍ତ୍ତୋଳ ଅଞ୍ଚଳରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ନିଜ ପତ୍ନୀଙ୍କ ଥାଉ ଥାଉ ଆଉ ଜଣେ ଯୁବତୀଙ୍କୁ ବାହା ହେବା ପାଇଁ ପ୍ରସ୍ତୁତ ହେଉଥିଲେ ମାହାଙ୍ଗା ବାସିନ୍ଦା ପ୍ରକାଶ ସାମଲ । ବାହାଘର ପାଇଁ ସାର୍ତ୍ତୋଳ ଚଣ୍ଡୀ ମନ୍ଦିରରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିଲା । ମୁହଁରେ ଚନ୍ଦନ ଟିପା ଆଉ ପାଉଡର ମାରିବା ସହିତ ବାହା ମୁକୁଟ ପିନ୍ଧି ସାରିଥିଲେ ପ୍ରକାଶ । ସେ ବିବାହ କରିବାକୁ ଯାଉଥିବା ଯୁବତୀ ଜଣକ ମଧ୍ୟ ବେଶ ଖୁସିଥିଲେ । ଉଭୟ ବର କନ୍ୟା ବିବାହ ବେଦୀରେ ବସି ସାରିଥିଲେ । କିନ୍ତୁ ପଣ୍ଡିତଙ୍କ ମନ୍ତ୍ର ପାଠ ପୂର୍ବରୁ ନାଟକିୟ ଢଙ୍ଗରେ ରଡ଼ି ଛାଡି ମନ୍ଦିରରେ ପଶିଥିଲେ ପତ୍ନୀ ଜୟନ୍ତୀ । ଆଉ ଜୟନ୍ତୀ ସାଙ୍ଗରେ ଥିଲା ପୋଲିସ । ଜୟନ୍ତୀଙ୍କ ରଡ଼ି ଆଉ ପୋଲିସକୁ ଦେଖି ପ୍ରଥମେ କନ୍ୟା କିମ୍ବା ତାଙ୍କ ଘର ଲୋକ କିଛି ବୁଝି ପାରିନଥିବା ବେଳେ ପ୍ରକାଶ କିନ୍ତୁ ସବୁ ବୁଝି ସାରିଥିଲେ ।

ଏହି ଭଳି ସ୍ଥିତିରେ ଜୟନ୍ତୀଙ୍କ ସାଙ୍ଗରେ ଯାଇଥିବା ମଧୁପାଟଣା ଥାନା ପୋଲିସ ପୂରା ଘଟଣା ବାବଦରେ କନ୍ୟା ପକ୍ଷଙ୍କୁ ଅବଗତ କରାଇବା ପରେ ସେଠାରେ ଏକ ପ୍ରକାର ଅସ୍ବଭାବିକ ପରିସ୍ଥିତି ଉପୁଜିଥିଲା । ଶେଷରେ ଦିର୍ଘ ସମୟର ଆଲୋଚନା ଓ ଜୟନ୍ତୀଙ୍କ ଯୁକ୍ତି ଶୁଣିବା ପରେ ସବୁ କିଛି ସ୍ପଷ୍ଟ ହୋଇଯାଇଥିଲା । କିନ୍ତୁ ବିବାହ ନେଇ କନ୍ୟା ତଥା କନ୍ୟା ପକ୍ଷଙ୍କ ମନରେ ଯେଉଁ ଖୁସି ଥିଲା ତାହା ସମସ୍ତଙ୍କ ଆଖିରୁ ଲୁହ ହୋଇ ଝରି ଯାଇଥିଲା । ଶେଷରେ ବାହା ବେଦୀରୁ ପୋଲିସ ଜିପରେ ଥାନାକୁ ଆସିଥିଲେ ପ୍ରକାଶ । ହେଲେ ସେ ବିବାହ କରିବାକୁ ଯାଉଥିବା କନ୍ୟା କିମ୍ବା ତାଙ୍କ ପରିବାର ପକ୍ଷରୁ କେହି ବି ଏ ସଂକ୍ରାନ୍ତରେ ଥାନାରେ କୌଣସି ପ୍ରକାର ଅଭିଯୋଗ କରି ନ ଥିଲେ । ଫଳରେ ପୋଲିସ ପ୍ରକାଶଙ୍କୁ ତାଗିଦ କରିବା ସହ ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ବାପାଙ୍କ ସହ ଛାଡ଼ି ଦେଇଥିଲା ।

“ମୋତେ ଅସୁବିଧା ହୋଇଛି । ବାରମ୍ବାର ଆପସ ବୁଝାମଣା ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ସେ ରାଜି ହେଲେ ନାହିଁ । ମୁଁ ଆଉ କଣ କରିଥାନ୍ତି,'' କହିଛନ୍ତି ପ୍ରକାଶ ।

ପ୍ରକାଶଙ୍କ ପତ୍ନୀ ଜୟନ୍ତୀ ପ୍ରଧାନ


“୨୦୦୭ ମସିହାରେ ଆମର ବାହାଘର ହୋଇଥିଲା । ଆମର ଗୋଟିଏ ୧୧ ବର୍ଷର ପୁଅ ଅଛି । ଆମର ଛାଡ଼ପତ୍ର ହୋଇନାହିଁ । ମୁଁ ତାଙ୍କ ଲଭ୍‌ମ୍ୟାରେଜ କରିଥିଲି । ସିଏ ମୋର ସୁନା ଗହଣା ବନ୍ଧା ପକେଇଛନ୍ତି । ମୋ ବ୍ୟାଙ୍କ ପାସ ବୁକରେ ଲକ୍ଷେ ଟଙ୍କା ଥିଲା । ତାକୁ ବି ନେଇ ଯାଇଛନ୍ତି । ମୁଁ ସେ ଗୁଡ଼ାକ ମାଗିବାରୁ ମୋ ସହିତ ଝଗଡା କଲେ । ମୁଁ କହିଲି ମୋର ଟଙ୍କା ସୁନା ଦିଅ ତା ପରେ ମୁଁ ତମ ଘରକୁ ଯିବି । ଆମେ ଏବେ ଅଲଗା ରହୁଛୁ” କହିଛନ୍ତି ପତ୍ନୀ ଜୟନ୍ତୀ ପ୍ରଧାନ ।
Published by: Jagdish Barik
First published: December 12, 2020, 11:49 AM IST
corona virus btn
corona virus btn
Loading