କଟକ: ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରେ ରାସ୍ତା ପ୍ରସସ୍ଥିକରଣରେ ଖର୍ଚ୍ଚ ହେଉଛି ୨୧ କୋଟି ଟଙ୍କା

ପୂର୍ବରୁ ମାତ୍ର ୧୦ ଫୁଟ ଓସାର ଥିବା ଏହି ରାସ୍ତା ଦୁଇଟିକୁ ୩୦ ଫୁଟ ପ୍ରଶସ୍ତ କରାଯାଇଛି । ଏହା ସହିତ ରାସ୍ତାର ଉଭୟ ପଟେ ପ୍ରାତଃଭ୍ରମଣ କରୁଥିବା ଲୋକଙ୍କ ପାଇଁ ଫୁଟପାଥ କରାଯାଉଛି ।

କଟକ: ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରେ ରାସ୍ତା ପ୍ରସସ୍ଥିକରଣରେ ଖର୍ଚ୍ଚ ହେଉଛି ୨୧ କୋଟି ଟଙ୍କା
ତାଳଦଣ୍ଡା କେନାଲ ପାର୍ଶ୍ୱରେ ନିର୍ମିତ ହୋଇଥିବା ନୂତନ ରାସ୍ତା ଓ ଫୁଟପାଥ
  • News18 Odia
  • Last Updated: August 23, 2020, 4:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କଟକ: ବଦଳୁଛି କଟକ ସହର । ଯେଉଁ ଉଦେଶ୍ୟ ନେଇ କଟକକୁ ଏକ ଆଦର୍ଶ ସହର କରି ଗଢ଼ି ତୋଳିବା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ତାହା ଏବେ ଧିରେ ଧିରେ ବାସ୍ତବତାର ରୂପ ନେଉଛି । ଏବଂ ଏହାର ଏକ ବଳିଷ୍ଟ ଉଦାହରଣ ହେଉଛି ତାଳଦଣ୍ଡା କେନାଲ ରାସ୍ତାର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ।

ତାଳଦଣ୍ଡା କେନାଲ କୂଳର ଦୁଇ ପଟ ଦେଇ ଯୋବ୍ରା ବ୍ୟାରେଜ୍‌ରୁ ରାଣୀହାଟ ପର୍ଯ୍ୟନ୍ତ ଲମ୍ବିଥିବା ଦେଢ଼ କିଲୋମିଟର ରାସ୍ତା ଆଉ ଅଣ ଓସାରିଆ ହୋଇ ରହିନାହିଁ । କିମ୍ବା ସେହି ରାସ୍ତାରେ ଯିବା ବେଳେ ଆଉ ପୁତିଗନ୍ଦମୟ ପରିବେଶ ପଥଚାରୀଙ୍କୁ ଏକ ତିକ୍ତ ଅନୁଭୂତି ଦେଉଥିଲା । ଯେଉଁ ବାଟ ଦେଇ ଯିବା ପାଇଁ ପୂର୍ବରୁ ଅନେକ ପସନ୍ଦ କରୁନଥିଲେ । ବେଆଇନ ବସ୍ତି ଉଚ୍ଛେଦ ପରେ ତାହା ଏବେ ପାଲଟି ଯାଇଛି ସହରର ଅନ୍ୟତମ ଆକର୍ଷଣୀୟ ସ୍ଥାନ ।

କାରଣ ଏହି ଦେଢ଼ କିଲୋମିଟରର ରାସ୍ତା ଏବେ ବହୁତ ପ୍ରସସ୍ତ ଓ ସହରର ଅନ୍ୟତମ ପ୍ରବେଶ ପଥ ପାଲଟି ଯାଇଛି । ପୂର୍ବରୁ ମାତ୍ର ୧୦ ଫୁଟ ଓସାର ଥିବା ଏହି ରାସ୍ତା ଦୁଇଟିକୁ ୩୦ ଫୁଟ ପ୍ରଶସ୍ତ କରାଯାଇଛି । ଏହା ସହିତ ରାସ୍ତାର ଉଭୟ ପଟେ ପ୍ରାତଃଭ୍ରମଣ କରୁଥିବା ଲୋକଙ୍କ ପାଇଁ ଫୁଟପାଥ କରାଯାଉଛି । ଏବଂ ଧାଡ଼ିରେ ଲଗାଯାଇଥିବା ଗଛ ମଧ୍ୟ ଏହି ରାସ୍ତାର ଶୋଭା ବର୍ଦ୍ଧନ କରୁଛି । ଏହି ପରିବର୍ତ୍ତନ ସହରବାସୀଙ୍କୁ ବେଶ ଆମୋଦିତ କରୁଛି ।

ରାସ୍ତା ପାର୍ଶ୍ୱରେ ଧାଡ଼ି କରି ଲଗାଯାଇଥିବା ଗଛ


“ଅନେକ ବର୍ଷ ହେଲା ମୁଁ ମୋର ସାଙ୍ଗମାନଙ୍କ ସହ ଏହି ରାସ୍ତାରେ ମଣିଙ୍ଗୱାର୍କ କରିଆସୁଛି । ପୂର୍ବରୁ ଏହି ଅଞ୍ଚଳ ଏତେ ଅପରିଷ୍କାର ଥିଲା ଆଉ ଭିଡ଼ ରହୁଥିଲା ଯେ ଏହି ବାଟ ଦେଇ ଯିବା ଆସିବା କରିବାକୁ ଖରାପ ଲାଗୁଥିଲା । ହେଲେ ଏବେ ରାସ୍ତା ଏତେ ଚଉଡ଼ା ହୋଇଛି ଯେ ଗାଡି ତା ବାଟରେ ଆଉ ଆମେ ଆମ ବାଟରେ ଯାଉଛୁ । ଆଉ ପରିବେଶର ବହୁତ ନିର୍ମଳ ହୋଇଯାଇଛି । ଏହାକୁ ଦେଖି ଲାଗୁଛି ଯେ କଟକ ବଦଳୁଛି,” କହିଛନ୍ତି କଟକ ବାସିନ୍ଦା ସୁଜିତ କୁମାର ନାୟକ ।

ଏହି ଦୁଇ ପଟ ରାସ୍ତା ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୭ କୋଟିର ବ୍ୟୟ ବରାଦ ରହିଛି । ଏହି ପ୍ରକଳ୍ପ ମଧ୍ୟରେ ତାଳଦଣ୍ଡା କେନାଲର ଉଭୟ ପଟରାସ୍ତାର ପ୍ରସସ୍ଥିକରଣ କାର୍ଯ୍ୟ ସହିତ ରାସ୍ତାର ଉଭୟ ପାର୍ଶ୍ବରେ ସବୁଜିମା ସୃଷ୍ଟି କରିବା, ଆଲୋକିକରଣ ଓ ପାର୍କି ପ୍ଲେସ ତିଆରି କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହା ବ୍ୟତିତ ଏହି ଐତିହାସିକ କେନାଲର ଉଭୟ ବନ୍ଧକୁ ସଂଯୋଗ କରିବା ପାଇଁ ୧୪ କୋଟି ଟଙ୍କା ବ୍ୟୟରେ ନୂଆ କରି ୩ଟି ପୋଲ ମଧ୍ୟ ତିଆରି ହେବ । ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା ତାଳଦଣ୍ଡା କେନାଲର ରାସ୍ତା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଶେଷ କରିବା ପାଇଁ ଲକ୍ଷ୍ୟ ରକ୍ଷା ଯାଇଛି ।

କେବଳ ଏହି ଗୋଟିଏ ସ୍ଥାନ ନୁହେଁ ବରଂ ସହରର ବିଭିନ୍ନ ସ୍ଥାନରେ ନୂ୍ତନତା ସ୍ପଷ୍ଟ ବାରି ହୋଇ ପଡୁଛି । ବିଶେଷ କରି ସହରର ଫ୍ଲାଏ ଓଭର ବ୍ରିଜ୍ ଓ ରାସ୍ତା କଡ଼ ସରକାରୀ ପାଚେରୀରେ ସହରର ଏୖତିହ୍ୟ, ସଂସ୍କୃତି, କଳା, ସାମାଜିକ ଚଳଣୀର ଓ୍ବାଲ୍‌ପେଣ୍ଟିଂ କରାଯାଉଛି । ଏହା ବ୍ୟତିତ ରାସ୍ତା କଟରେ ଖାଲିଥିବା ସରକାରୀ ଜମିରେ ସବୁଜିମା ମଧ୍ୟ ସୃଷ୍ଟି କରାଯାଉଛି । ଯାହାକି ସହର ସୌନ୍ଦର୍ଯ୍ୟକୁ ଅନେକ ମାତ୍ରରେ ବୃଦ୍ଧି କରୁଛି ।

“କଟକ ସହରକୁ ପାଇଁ ଏକ ବହୁତ ବଡ଼ ଯୋଜନା ସରକାର ପ୍ରସ୍ତୁତ କରିଛନ୍ତି । ଏବଂ ଏହି ଯୋଜନା ମୁତାବକ ସମସ୍ତ କାମ ହେଉଛି । ଏସସବି ମେଡିକାଲକୁ ଏକ ବିଶ୍ବସ୍ତରୀୟ ମେଡିକାଲରେ ପରିଣତ କରାଯିବା କାର୍ଯ୍ୟ ମଧ୍ୟ ଜାରି ରହିଛି । ବାକି ଥିବା କାମ ଗୁଡ଼ିକର କାର୍ଯ୍ୟ ମଧ୍ୟ ଧିରେ ଧିରେ କରି ଜାରି ରହିଛି । ଆଉ କିଛି ଦିନ ପରେ କଟକ ଯେ ଏକ ଆଦର୍ଶ ସହରରେ ପରିଣତ ହେବ ଏଥିରେ କୌଣସି ସନ୍ଦେହ ନାହିଁ,” କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

ଗତ ଜାନୁଆରୀ ମାସ ୨୩ ତାରିଖ ଦିନ ଏସସିବି(SCB) ମେଡ଼ିକାଲର ନବର୍ନିମାଣ ଓ ସହରର ବିକାଶ ନେଇ ଏକ ବୃହତ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏବଂ ଏହାର ଫଳ ସରୂପ ଏସସିବିକୁ ସଂଯୋଗ କରୁଥିବା ଏହି ରାସ୍ତାର ନବ ର୍ନିମାଣ କାର୍ଯ୍ୟ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ କରାଯାଉଛି ।
Published by: Jagdish Barik
First published: August 23, 2020, 4:23 PM IST
corona virus btn
corona virus btn
Loading