କମିଶନରେଟ ପୋଲିସ ପର୍ଦ୍ଦାଫାଶ କଲା ଆଉ ଏକ ଚୋରା ବନ୍ଧୁକ କାରବାର ରାକେଟ୍; ୧୨ ଜଣ ଗିରଫ ହେଲେ

ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୩ ଜଣ ଥିବା ବେଳେ କେବଳ ଜଗତସିଂପୁର ଜିଲ୍ଲାର ୯ ଜଣ ରହିଛନ୍ତି । ସବୁଠୁ ବଡ଼ କଥା ହେଉଛି ଅଭିଯୁକ୍ତମାନଙ୍କ ମଧ୍ୟରେ ରହିଛନ୍ତି ତିର୍ତ୍ତୋଲ ଥାନା ଗାଡ଼ି ଚଲାଉଥିବା ଜଣେ ହେମଗାର୍ଡ ଲିପୁ ଓରଫ ସ୍ମୃତିରଞ୍ଜନ ଦାସ ।

କମିଶନରେଟ ପୋଲିସ ପର୍ଦ୍ଦାଫାଶ କଲା ଆଉ ଏକ ଚୋରା ବନ୍ଧୁକ କାରବାର ରାକେଟ୍; ୧୨ ଜଣ ଗିରଫ ହେଲେ
ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ରହିଛି ୭ଟି ବନ୍ଧୁକ, ୩୫ ରାଉଣ୍ଡ ଗୁଳି ଓ ଗୋଟିଏ ଇନେଭା କାର
  • News18 Odia
  • Last Updated: December 15, 2020, 9:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କଟକ: ପୁଣି ଏକ ଚୋରା ବନ୍ଧୁକ ରାକେଟ୍‌ର ପର୍ଦ୍ଦାଫାସ ହେଲା । ଗତ ଶୁକ୍ରବାର ଦିନ ଡ଼ି-ବ୍ରଦର୍ସ ଓ ତାଙ୍କର ୮ ସହଯୋଗୀମାନଙ୍କ ଠାରୁ ୧୬ ଟି ବନ୍ଧୁକ ଓ ୧୦୯୫ଟି ଗୁଳି ଜବତ ହେବାର ସପ୍ତାହରେ ନପୁରୁଣୁ ପୁଣି ଏକ ବେଆଇନ ଅସ୍ତ୍ରଶସ୍ତ୍ର ରାକେଟ ଉପରୁ ପର୍ଦ୍ଦା ହଟାଇଛି କଟକ କମିଶନରେଟ ପୋଲିସ । କଟକ ତଥା ଜଗତସିଂପୁରର ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ଚେରା ବନ୍ଧୁକ ସହ ଗୁଳି ଜବତ କରିଛି ।

ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ରହିଛି ୭ଟି ବନ୍ଧୁକ, ୩୫ ରାଉଣ୍ଡ ଗୁଳି ଓ ଗୋଟିଏ ଇନେଭା କାର । ଏହା ସହିତ ଏହି ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ୧୨ ଜଣଙ୍କୁ ଗିରଫ ମଧ୍ୟ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ କଟକର ୩ ଜଣ ଥିବା ବେଳେ କେବଳ ଜଗତସିଂପୁର ଜିଲ୍ଲାର ୯ ଜଣ ଅଭିଯୁକ୍ତ ରହିଛନ୍ତି । ସବୁଠୁ ବଡ଼ କଥା ହେଉଛି ଅଭିଯୁକ୍ତମାନଙ୍କ ମଧ୍ୟରେ ରହିଛନ୍ତି ତିର୍ତ୍ତୋଲ ଥାନା ଗାଡ଼ି ଚଲାଉଥିବା ଜଣେ ହେମଗାର୍ଡ ଲିପୁ ଓରଫ ସ୍ମୃତିରଞ୍ଜନ ଦାସ ।

ଏହା ବି ପଢ଼ନ୍ତୁ | ଝିଅକୁ ଅନଲାଇନ୍ କ୍ଲାସ୍ ପାଇଁ ବାପା ନିଜ ଫୋନ୍ ଦେଇଥିଲେ; ସେଥିରୁ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଧରାପଡ଼ିଗଲା

ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସ୍ମୃତି ପ୍ରାୟ ୬ ମାସ ତଳେ ଏହି ଚୋରା ବନ୍ଧୁକ ବ୍ୟବସାୟୀଙ୍କ ସ୍ପଂସ୍ପର୍ଶରେ ଆସିଥିଲା । ଏବଂ ଦୁଇ ମାସ ହେଲା ଚୋରା ବନ୍ଧୁକ କାରବାର ଆରମ୍ଭ କରିଥିଲା । ଜବତ ହୋଇଥିବା ସମସ୍ତ ୭ଟି ଜାକ ବନ୍ଧୁକ ସ୍ମୃତି ଜରିଆରେ ହିଁ ବିକ୍ରି ହୋଇଥିଲା । ବନ୍ଧୁକ ବିକ୍ରି ବାବଦରେ ସେ ଗୋଟା ପିଛା ୧୦ ହାଜର ଟଙ୍କାର କରି ୭୦ ହଜାର ଟଙ୍କାର କମିଶନ ମଧ୍ୟ ନେଇଛି ।

ଥାନା ଅଧିକାରୀଙ୍କ ଗାଡ଼ି ଚାଲାଇବା ଓ ଥାନାର ଅନ୍ୟ କର୍ମଚାରୀ ସିଧାସଳଖ ସଂସ୍ପର୍ଶରେ ରହୁଥିବାରୁ ସ୍ମୃତି ପାଖରେ ଜଗତସିଂପୁର ଜିଲ୍ଲାର ଅପରାଧୀକ ନେଟଓ୍ବାର୍କ ଓ ଅପରାଧୀଙ୍କ ବାବଦରେ ଗଭିର ଜ୍ଞାନ ରହିଥିଲା । ବିଶେଷ କରି ଗିରଫ ହୋଇ ଥାନାକୁ ଆସୁଥିବା ଅପରାଧୀମାନେ ଥିଲେ ତାର ଗ୍ରାହକ ।

ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀ ଜେଜେବାପା ହେଲେ; ପୁଅ ଆକାଶ ବୋହୂ ଶ୍ଳୋକା ଏକ ଶିଶୁ ପୁତ୍ର ଜନ୍ମ ଦେଲେ

"ଆମେ ପୁଣି ଏକ ଚୋରା ବନ୍ଧୁକ ରାକେଟ୍‌ର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛୁ । ଏହି ରାକେଟ୍‌ରେ ୭ ଜଣଙ୍କୁ ଗିରଫ କରାଯାଇଛି । ଏବଂ ବନ୍ଧୁକ ଗୁଳି ବି ଜବତ କରିଛୁ । ଏହି ରାକେର୍ଟରେ ଆଉ କେଉଁକେଉଁ ମାନେ ରହିଛନ୍ତି । ତାହାର ଅନୁସନ୍ଧାନ ଆରମ୍ଭ ହୋଇଛି," ଏକ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି କଟକର ଅତିରିକ୍ତ ଡିସିପି ଅସୀମ ମିଶ୍ର ।

ଗତ ଶୁକ୍ରବାର ଦିନ ଗିରଫ ହୋଇଥିବା ବନ୍ଧୁକ ବେପାରୀ ପ୍ରକାଶ ବେହେରା ଓ ଶରତ ସେଠୀକୁ ପଚରା ଉଚରାରୁ ସେମାନେ କଟକ ବ୍ୟତିତ ଜଗତସିଂପୁର ଜିଲ୍ଲାରେ ମଧ୍ୟ ବନ୍ଧୁକ ବିକ୍ରି କରିଥିବା କଥା ପୋଲିସ କହିଥିଲେ । ଏହା ପରେ ଉଭୟ ବନ୍ଧୁକ ବେପାରୀଙ୍କ ଠାରୁ ମିଳିଥିବା ତଥ୍ୟକୁ ଆଧାର କରି ଜଗତସିଂପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଡ ଆରମ୍ଭ କରିଥିଲା କଟକ କମିଶନରେଟ ପୋଲିସ । ତେବେ ଏହି ଲିଙ୍କର ମୁଖ୍ୟ ସୁତ୍ରଧର ହୋମଗାର୍ଡ ସ୍ମୃତିକୁ ଧରିବା ପରେ ସେ ବିକ୍ରି କରିଥିବା ୭ଟି ବନ୍ଧୁକ ଏବଂ ସେଗୁଡ଼ିକୁ କିଣିଥିବା ଲୋକଙ୍କ ବାବଦରେ ଜଣା ପଡ଼ିଥିଲା ।

ଏହି ରାକେଟ୍‌ରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ


ଲକଡାଉନ ସମୟରେ ବନ୍ଧୁକ କିଣା ବିକା ପାଇଁ ସଉଦା ହୋଇଥିଲା । ଏବଂ ଲକଡାଉନ ହଟିବା ପରେ ଡିଲ ମୁତାବକ ଡେଲିଭେରୀ ଦିଆଯାଉଛି । ଏହି କ୍ରମରେ କେବଳ ପ୍ରକାଶ ବେହେରା ୪୫ଟି ବନ୍ଧୁକ ବିକ୍ରି କରିଛି । ସେଥିମଧ୍ୟରୁ ଗତ ସପ୍ତାହରେ ୮ଟି ଏବଂ ଗତ ମଙ୍ଗଳବାର ଦିନ ୭ଟି କରି ମୋଟ ୧୪ଟି ବନ୍ଧୁକ ଜବତ ହୋଇଛି । ବାକି ୩୧ଟି ବନ୍ଧୁକ କାହାକୁ କାହାକୁ ବିକ୍ରି ହୋଇଛି ତାହା ଅନୁସନ୍ଧାନ ଆରମ୍ଭ କରିଛି କଟକ କମିଶନରେଟ ପୋଲିସ ।

ଏହା ବି ପଢ଼ନ୍ତୁ | ପ୍ରଧାନ ମନ୍ତ୍ରୀ ମୋଦୀ ନୂତନ ସଂସଦ ଗୃହର ଭୂମି ପୂଜନ କଲେ; PICS ରେ ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣ ଡ଼ି-ବ୍ରଦର୍ସଙ୍କ ସହଯୋଗୀ ଭାବେ ପୂର୍ବରୁ ଗିରଫ ହୋଇଥିଲେ । ତେବେ ଏହି କାରବାର ପଛରେ ଡି-ଲିଙ୍କ ଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି । ବିଶେଷ କରି ବ୍ୟବସାୟୀ ଓ ଠିକାଦାରଙ୍କ ଠାରୁ ଦାଦାବଟି ଆଦାୟ ପାଇଁ ଏହି ବନ୍ଧୁକ କାରବାର ହେଉଥିଲା ବୋଲି ଏହି ମାମଲା ତଦନ୍ତ କରୁଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦ୍ରାପଡାରେ ଟିଟେର ଆଧିପତ୍ୟ ଥିବାରୁ ଏବଂ କଟକରେ କମିଶନରେଟ ପୋଲିସର ଲଗାତାର ଚଢାଉ ହେଉଥିବାରୁ ନିଜର ବିଲୁପ୍ତ ପ୍ରାୟ ସାମ୍ରାଜ୍ୟର ପୁର୍ନଗଠନ ପାଇଁ ଡି-ବ୍ରଦର୍ସ ଜଗତସିଂପୁରକୁ ବାଛିଥିବା କହିଛନ୍ତି ସମ୍ପୃକ୍ତ ଅଧିକାରୀ ।



ମୁଙ୍ଗେରରୁ ଭାୟା କଟକ ଦେଇ ଜଗତସିଂପୁରକୁ ଏହି ସମସ୍ତ ବନ୍ଧୁକ ଚାଲାଣ ହୋଇଛି । ଏହି ଲିଙ୍କ ପୁରା ଶୃଙ୍ଖଳା ଭାଙ୍ଗିବାକୁ କମିଶନରେଟ ପୋଲିସ ଜଗତସିଂପୁରରେ କ୍ୟାମ୍ପ କରିବା ପାଇଁ ଯୋଜନା କରୁଥିବା ମଧ୍ୟ ଜଣା ପଡ଼ିଛି । ସେପଟେ ଘରୁ ବନ୍ଧୁକ ଓ ଗୁଳି ଜବତ ହେବା ପରେ ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଏହି ସାମ୍ବାଦିକ ସମ୍ମଳନୀ ଅବସରରେ ସୂଚନା ଦେଇଛନ୍ତି କଟକ କମିଶନରେଟ ପୋଲିସର ଅନ୍ୟତମ ଅତିରିକ୍ତ ଡିସିପି ତ୍ରିନାଥ ମିଶ୍ର ।
Published by: Jagdish Barik
First published: December 15, 2020, 9:06 PM IST
corona virus btn
corona virus btn
Loading