କଟକ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ: ବିନା ଅଗ୍ନି ନିରାପତ୍ତା ଲାଇସେନ୍ସରେ ଚାଲିଥିଲା ଏତେ ବଡ଼ ହସ୍ପିଟାଲ
ତିନି ଦିନ ତଳେ ଏହି ହସ୍ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଆୟୋଜିତ ଏକ ମକ୍ ଡ୍ରିଲ୍ ସମୟରେ ଅଧିକାରୀମାନେ ହସ୍ପିଟାଲର ଅଗ୍ନି ନିରାପତ୍ତା ଲାଇସେନ୍ସ ନ ଥିବା ଜାଣିବାକୁ ପାଇଥିଲେ । ତଥାପି କିଛି ପଦକ୍ଷେପ ନିଆଯାଇ ନ ଥିଲା ।

ସନ୍ ହସପିଟାଲରେ ନିଆଁ ଲାଗିଥିବା ସମୟର ଏକ ଦୃଶ୍ୟ
- News18 Odia
- Last Updated: February 1, 2021, 11:01 PM IST
କଟକ: କଟକ ସଦଗୁରୁ ହସ୍ପିଟାଲରେ ଅଗ୍ନିକାଣ୍ଡର ଭୟାବହତା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସୋମବାର ମଧ୍ୟାନ୍ନରେ ତୁଳସୀପୁରରେ ଥିବା ବେସରକାରୀ ହସ୍ପିଟାଲ୍ରେ ନିଆଁ ଲଗି ହସ୍ସିଟାଲଟି ଛାରଖାର ହୋଇଯାଇଛି । କିନ୍ତୁ ଆଶ୍ବସ୍ତିକର କଥା ଏହା ଯେ ଏହି ଅଗ୍ନିକାଣ୍ଡ ଯୋଗୁଁ ସେଠାରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇ ପାରିଥିଲା ।
ତଦନ୍ତରୁ ଜଣା ପଡ଼ିଛି ଯେ ସଦଗୁରୁ ହସ୍ପିଟାଲ୍ ଭଳି ସନ୍ ହସ୍ପିଟାଲର ମଧ୍ୟ ଅଗ୍ନି ନିରାପତ୍ତା ଲାଇସେନ୍ସ ନ ଥିଲା । ଏହା ସତ୍ତ୍ୱେ ଏହି ହସ୍ପିଟାଲକୁ କୋଭିଡ ହସ୍ପିଟାଲ୍ ଭାବେ ପ୍ରଶାସନ ପକ୍ଷରୁ ବ୍ୟବହାର କରାଯାଇଥିଲା । ତିନି ଦିନ ତଳେ ଏହି ହସ୍ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକ୍ ଡ୍ରିଲ୍ ମଧ୍ୟ କରାଯାଇଥିଲା । ଏହି ଡ୍ରିଲ୍ ସମୟରେ ଅଗ୍ନିଶମ ବିଭାଗର ଅଧିକାରୀମାନେ ହସ୍ପିଟାଲର ଅଗ୍ନି ନିରାପତ୍ତା ଲାଇସେନ୍ସ ନ ଥିବା ମଧ୍ୟ ଜାଣିବାକୁ ପାଇଥିଲେ ।
ଏହା ବି ପଢ଼ନ୍ତୁ | Budget 2021: ନିର୍ମଳା ସୀତାରମଣଙ୍କ ବଜେଟର ୧୪ଟି ମୁଖ୍ୟ କଥା ସହଜ ଭାଷାରେ ପଢ଼ନ୍ତୁ

ଅଗ୍ନିଶମ ବିଭାଗକୁ ନିଆଁ ଲିଭାଇବାକୁ ନାକେଦମ୍ ହେବାକୁ ପଡ଼ିଥିଲା ।
ଏହି ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲ୍ରେ ୧୨ ଜଣ ରୋଗୀ ଚିକିତ୍ସିତ ହେଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ନିଆଁ ଲାଗିବା ପରେ ସମସ୍ତଙ୍କୁ ନିକଟସ୍ଥ ଆଉ ଏକ ବେସରକାରୀ ହସ୍ପିଟାଲ ସ୍ଥାନାନ୍ତିରିତ କରାଯାଇଛି । ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ନିଆଁ ଲାଗିବାର ମାତ୍ର ଅଧ ଘଣ୍ଟା ପୂର୍ବରୁ ଦୁଇ ଜଣ ରୋଗୀଙ୍କର ଅପରେସନ ମଧ୍ୟ ହୋଇଥିବା ଜଣା ପଡ଼ିଛି । କିନ୍ତୁ ସେହି ହସ୍ପିଟାଲରେ ୧୨ ଜଣ ରୋଗୀ ଚିକିତ୍ସିତ ହେବା କଥାକୁ ସହଜରେ ବିଶ୍ବାସ କରି ପାରୁ ନାହାଁନ୍ତି ସ୍ଥାନୀୟ ବାସିନ୍ଦା । ସେମାନଙ୍କ ମତରେ ୧୨ ନୁହେଁ ବରଂ ୩୦ରୁ ଉର୍ଦ୍ଧ ରୋଗୀ ଏଠାରେ ଚିକିତ୍ସିତ ହେଉଥିଲେ ।
ଏହା ବି ପଢ଼ନ୍ତୁ | FM Exclusive Interview: ସାଧାରଣ ଜନତାଙ୍କ ଉପରେ Budget 2021 କିଛି ପ୍ରଭାବ ପକାଇବ ନାହିଁ
“ଦେଖନ୍ତୁ, ଏହି ହସ୍ପିଟାଲ୍ ପାଖରେ ମୋ’ ଘର । ନିଆଁ ଲାଗିବାର କିଛି ସମୟ ପୂର୍ବରୁ ମୁଁ ଏହି ବାଟେ ଯାଇଛି । ହସ୍ପିଟାଲ୍ଆଗରେ ବାଇକଗୁଡ଼ିକର ଲମ୍ବା ଲାଇନ୍ ଲାଗିଥିଲା । ଏହା ଛଡ଼ା ଏହି ହସ୍ପିଟାଲଟି ବହୁତ ପୁରୁଣା । ଏଠାକୁ ବହୁତ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ତେଣୁ ଏଠି ମାତ୍ର ୧୨ ଜଣ ରୋଗୀ ଚିକିତ୍ସିତ ହେଉଥିବା କଥା ସମ୍ପୂର୍ଣ୍ଣ ମିଛ । ଅତି କମରେ ୩୦ରୁ ୪୦ ଜଣ ରୋଗୀ ଏଠି ଭର୍ତ୍ତି ହୋଇଥିଲେ,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ଅନଙ୍ଗ ଭୁଷଣ ଦାସ ।
ଏହା ବି ପଢ଼ନ୍ତୁ | ରାଜସ୍ୱ ବଢ଼ିଲା, ହେଲେ Tech Mahindra ୫,୦୦୦ BPO ଷ୍ଟାଫଙ୍କୁ ବାହାର କରିଦେବ; ଜାଣନ୍ତୁ କାରଣ
ନିଆଁ କେମିତି ଲାଗିଲା ତା’ର ତଦନ୍ତ ଆରମ୍ଭ କରିଛି ଅଗ୍ନିଶମ ବିଭାଗ । ପ୍ରାଥମିକ ଅନୁସନ୍ଧାନରୁ ପାଞ୍ଚ ମହଲା ବିଶିଷ୍ଟ ଏହି ହସ୍ପିଟାଲର ସବା ଉପର ମହଲାରେ ୱେଲଡିଂ ଚାଲିଥିଲା । ଅସାବଧାନତା ବସତଃ ନିଆଁ ପ୍ରଥମେ ସେହି ଠାରୁ ବ୍ୟାପି ଥିଲା । ପଞ୍ଚମ ମହଲାଟି ନିଆଁରେ ଛାରଖାର ହୋଇଯାଇଥିବା ବେଳେ ଏହାର ପ୍ରଭାବ ପୂରା ହସ୍ପିଟାଲ୍ଉପରେ ପଡ଼ିଥିଲା ।
ଏହା ବି ପଢ଼ନ୍ତୁ | Economic Survey ୨୦୨୧: ଦୁଇ ବର୍ଷ ପରେ ଦେଶରେ ଘରୋଇ ଟ୍ରେନ୍ ଚାଲିବ; ମେ ସୁଦ୍ଧା ଟେଣ୍ଡର୍ ସରିବ
“ଏହି ଘଟଣାର ତଦନ୍ତ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟୀତ୍ବ ଦିଆଯାଇଛି । ନିଆଁ କେଉଁ ପରିସ୍ଥିତିରେ ଲାଗିଲା ଓ ଏହାକୁ ଲିଭାଇବା ପାଇଁ ହସ୍ପିଟାଲ ପକ୍ଷରୁ କିଛି ପଦକ୍ଷେପ ନିଆଯାଇଥିଲା ବା ନାହିଁ ତଦନ୍ତ ପରେ ଜଣା ପଡ଼ିବ । କିନ୍ତୁ ଆମ ବିଭାଗର କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ କାରଣରୁ ନିଆଁକୁ ଆୟତ୍ତ କରାଯାଇ ପାରିଲା । ନ ହେଲେ କ୍ଷୟକ୍ଷତିର ପରିମାଣ ବହୁତ ହୋଇଥାନ୍ତା,’’ କହିଛନ୍ତି ମୁଖ୍ୟ ଅଗ୍ନିଶମ ଅଧିକାରୀ ମହେଶ୍ବର ସେଠୀ ।
ଏହି ଘଟଣା ଘଟିବା ପରେ ସେଠାରେ ବହୁ ପଶାସନିକ ଅଧିକାରୀ ପହଞ୍ଚିଥିଲେ । ଯଦି ସନ୍ ହସ୍ପିଟାଲର ଅଗ୍ନି ନିରାପତ୍ତା ଲାଇସେନ୍ସ ନ ଥିଲା ତେବେ ହସ୍ପିଟାଲଟି ଚାଲିଥିଲା କେମିତି ଓ ପ୍ରଶାସନ ଏହାକୁ କୋଭିଡ ହସ୍ପିଟାଲ୍ଲର ମାନ୍ୟତା କେମିତି ଦେଇଥିଲା ଏହି ପ୍ରଶ୍ନର ଉତ୍ତରରେ ଜଣେ ଅଧିକାରୀ କହିଥିଲେ, ‘‘ସହରର ଅନେକ ହସ୍ପିଟାଲର ଅଗ୍ନି ନିରାପତ୍ତା ଲାଇସେନ୍ସ ନାହିଁ । ତେଣୁ ଯଦି ସେଗୁଡ଼ିକୁ ବନ୍ଦ କରି ଦିଆଯାଏ ତା ହେଲେ ରୋଗୀ ସେବା କେମିତି ଚାଲିବ?’’