ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସଫ୍ଟୱେୟାର ଇଞ୍ଜିନିୟରରୁ ସାଜିଲେ ମାଛ ଚାଷୀ; ଏମିତି ନିଆରା ପ୍ରୟାସ କରିଛନ୍ତି କଟକ ବାସିନ୍ଦା ସୁବ୍ରତ ମହାପାତ୍ର

ସଫ୍ଟୱେୟାର ଇଞ୍ଜିନିୟରରୁ ସାଜିଲେ ମାଛ ଚାଷୀ; ଏମିତି ନିଆରା ପ୍ରୟାସ କରିଛନ୍ତି କଟକ ବାସିନ୍ଦା ସୁବ୍ରତ ମହାପାତ୍ର

ସୁବ୍ରତ ମହାପାତ୍ର "ବାୟୋ ଫ୍ଲକ" ପ୍ରଣାଳୀରେ ବିଜ୍ଞାନ ଆଧାରିତ ଜ୍ଞାନ କୌଶଳକୁ ବ୍ୟବହାର କରି ନିଜ ଘରକୁ ଲାଗି କରିଥିବା ସ୍ଥାନରେ କରିଛନ୍ତି ନିଜସ୍ବ ମାଛ ଉତ୍ପାଦନ କେନ୍ଦ୍ର ।

ସଫ୍ଟୱେୟାର ଇଞ୍ଜିନିୟରରୁ ସାଜିଲେ ମାଛ ଚାଷୀ; ଏମିତି ନିଆରା ପ୍ରୟାସ କରିଛନ୍ତି କଟକ ବାସିନ୍ଦା ସୁବ୍ରତ ମହାପାତ୍ର
ସଫ୍ଟୱେୟାର ଇଞ୍ଜିନିୟରରୁ ସାଜିଲେ ମାଛ ଚାଷୀ
  • News18 Odia
  • Last Updated: August 24, 2021, 2:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଚାଷ ଏପରି ଏକ କ୍ଷେତ୍ର, ଯାହା ପାଇଁ ସମସ୍ତଙ୍କ ଭୋକ ମେଣ୍ଟାଇ ଥାଏ । ହେଲେ ବିଭିନ୍ନ କାରଣ ଦର୍ଶାଇ ଏହି କ୍ଷେତ୍ରକୁ ଅତି ଛୋଟ ବୋଲି ଭାବି ଚାଷ କରିବା ଲାଗି ଅନେକ ଲୋକ କୁଣ୍ଠା ବୋଧ କରନ୍ତି । ଖାସ୍ କରି ଯୁବ ପିଢି । ହେଲେ ଚାଷକୁ ନେଇ ଥିବା ଏହି ଧାରଣା ଏବେ ବଦଳି ଯାଇଛି, କାରଣ ନୂଆ ଜ୍ଞାନ କୌଶଳରେ ଚାଷ ଯୋଗୁଁ ଏଥିରୁ ଉପାର୍ଜିତ ହେଉଥିବା ଅର୍ଥ ଏବେ ଅନେକଙ୍କୁ ଆକୃଷ୍ଟ କରୁଛି । ଆଜ୍ଞା ହଁ, ଏହାର ଏକ ନିଛକ ଉଦାହରଣ ପଲଟିଛନ୍ତି କଟକ ବିଶନାବର ବାସିନ୍ଦା ସୁବ୍ରତ ମହାପାତ୍ର ।

ସଫ୍ଟୱେୟାର ଇଞ୍ଜିନିୟରିଂକୁ ନିଜ ପେସା କରିସାରି ଥିବା ସୁବ୍ରତ ଏବେ ପେସା ପରିବର୍ତ୍ତନ କରି ପାଲଟି ଯାଇଛନ୍ତି ମାଛ ଚାଷୀ । "ବାୟୋ ଫ୍ଲକ" ପ୍ରଣାଳୀରେ ବିଜ୍ଞାନ ଆଧାରିତ ଜ୍ଞାନ କୌଶଳକୁ ବ୍ୟବହାର କରି ନିଜ ଘରକୁ ଲାଗି କରିଥିବା ସ୍ଥାନରେ କରିଛନ୍ତି ନିଜସ୍ବ ମାଛ ଉତ୍ପାଦନ କେନ୍ଦ୍ର । ତିନୋଟି କୃତିମ ପୋଖରିରେ ସିଂଙ୍ଗି, ମାଗୁର, ସେରାଣା, ଅମୁରକାର୍ଫ ଓ ଆକ୍ବାରିଅମରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରଜାତିର ମାଛ ଚାଷ କରି ବେଶ୍ ଭଲ ରୋଜଗାର ମଧ୍ୟ କରି ପାରୁଛନ୍ତି ।

ନିଜ ଜୀବିକା ବିଷୟରେ ଆଲୋଚନା କହି ସୁବ୍ରତ କହିଛନ୍ତି, "ସେ ଦିନ ଆଉ ନାହିଁ ଯେବେ କି ଲୋକେ ହଳ ଲଙ୍ଗଳ ଆଉ ବଳଦ ଧରି ବିଲକୁ ଚାଷ ପାଇଁ ଯାଉଥିଲେ। ଏବେ ବୈଜ୍ଞାନିକ ପଦ୍ଧିତି ଆପଣାଇ ଆଧୁନିକ ଉପାୟରେ ଚାଷ ହୋଇ ପାରୁଛି । ବି.ଟେକ୍ ପଢ଼ିବା ବେଳ ଠାରୁ ମୋର ଚାଷ ପାଇଁ ଭାରି ଇଚ୍ଛା ଥିଲା । ହେଲେ ସୁଯୋଗ ପାଉନଥିଲି। ଲୋକେ ସିନା ଚାଷକୁ ଛୋଟ ନଜରରେ ଦେଖୁଛନ୍ତି, କିନ୍ତୁ ଦିନେ ସମୟ ଏମିତି ଆସିବ ଯାହା ଭାଗ୍ୟରେ ଥିବ କେବଳ ସେହି ହିଁ ଚାଷ କରିବା ପାଇଁ ସୁଯୋଗ ପାଇବ ।’’

ସଫ୍ଟୱେୟାର ଇଞ୍ଜିନିୟରରୁ ସାଜିଲେ ମାଛ ଚାଷୀ


୨୦୧୨ରେ ବି.ଟେକ୍ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ପରେ ଅନ୍ୟ ସହପାଠୀମାନଙ୍କ ଭଳି ସେ ମଧ୍ୟ ସଫ୍ଟୱେୟାର ସମ୍ପର୍କିତ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଥିଲେ । ଭୁବନେଶ୍ବରରେ ନିଜସ୍ବ ଅଫିସ, ସେଠାରେ ଅନେକ କର୍ମଚାରୀଙ୍କୁ ନେଇ ବିଦେଶୀ କ୍ଲାଇଣ୍ଟଙ୍କ ପାଇଁ ସଫ୍ଟୱେୟାର ସମ୍ପର୍କିତ ସମସ୍ୟା ଦୂର କରୁଥିବା ସୁବ୍ରତଙ୍କୁ ସମସ୍ୟାରେ ପକାଇଥିଲା କରୋନା । କୋଭିଡ ପାଇଁ ସଫ୍ଟୱେୟାର କାରବାର ଗୁରୁତର ଭାବେ ପ୍ରଭାବିତ ହେବା ସହ ଏଥିରେ ଭବିଷ୍ୟତ ନଥିବା ଉପଲବ୍ଧି କରି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ସୁବ୍ରତ।

ଗତ ବର୍ଷ ୟୁଟ୍ୟୁବରୁ "ବାୟୋ ଫ୍ଲକ" ପ୍ରଣାଳୀରେ ମାଛ ଚାଷର ଧାରଣା ପାଇ ସେ ନିଜ ବୃତ୍ତିକୁ ବଦଳାଇଥିଲେ । ମାଛ ଚାଷରେ ସଫଳ ହେବା ପରେ ଏବେ ଅର୍ଗାନିକ ଫାମିଂ ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ସୁବ୍ରତ । ତାଙ୍କର ଏହି ନୁଆ ପେସା ପାଇଁ ପରିବାର ଲୋକଙ୍କ ଦୃଢ଼ ସମର୍ଥନ ତାଙ୍କ ପ୍ରତି ରହିଛି ।

"ମୋର ଗୋଟିଏ ବୋଲି ପୁଅ । ମୁଁ ଚାହୁଁଥିଲି କି ମୋ ପୁଅ ରୋଜଗାର ଆଶାରେ ବାହାରକୁ ନ ଯାଉ । ସେଥି ପାଇଁ ମୁଁ ତାକୁ ଚାଷକୁ ଆଧାର କରି ରୋଜଗାର କ୍ଷମ ହେବା ପାଇଁ ତାକୁ କହିଥିଲି । ମୋ ପୁଅ ଶେଷରେ ତାହା କରି କି ଦେଖାଇଛି । କେବଳ ଏତିକି ନୁହେଁ ବରଂ ସେ ଅନେକ ଲୋକଙ୍କୁ ରୋଜଗାର ଦେଇ ପାରିଛି । ଏହା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ବି ପାଲଟିଛି," କହିଛନ୍ତି ସୁବ୍ରତଙ୍କ ବାପା ବଦ୍ରୀନାରାୟଣ ମହାପାତ୍ର ।

ନିଆରା ପ୍ରୟାସ କରିଛନ୍ତି କଟକ ବାସିନ୍ଦା ସୁବ୍ରତ ମହାପାତ୍ର


ମାଛ ଚାଷ ପାଇଁ ବ୍ୟାଙ୍କରୁ ଋଣ ମିଳିଗଲା । ହେଲେ ମାଛ ଚାଷ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଅପେକ୍ଷାକୃତ କମଦରରେ ବିଦ୍ୟୁତ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ଥିଲେ ମଧ୍ୟ ସୁବ୍ରତ ସହରାଞ୍ଚଳରେ ଏହି ପ୍ରକଳ୍ପଟି କରିଥିବାରୁ ତାଙ୍କୁ ସେହି ସୁବିଧା ମିଳିପାରୁନାହିଁ । ଯଦି ଗ୍ରାମାଞ୍ଚଳ ଭଳି ସହରାଞ୍ଚଳରେ ମଧ୍ୟ ସୁଲଭ ଦରରେ ବିଦ୍ୟୁତ ମିଳେ ତା ହେଲେ ସହରରେ ରହୁଥିବା ଅନେକ ଶିକ୍ଷିତ ଯୁବକ ଯୁବତୀ "ବୟୋ ଫ୍ଲକ୍" ପ୍ରଣାଳୀରେ ମାଛ ଚାଷ କରିବା ପାଇଁ ପ୍ରେରଣା ପାଇବେ ଆଶା ରଖିଛନ୍ତି ସୁବ୍ରତ।
Published by: Lipina Das
First published: August 24, 2021, 2:35 PM IST