କଟକରେ +୨ ଛାତ୍ରଙ୍କ ଶବ ମିଳିଲା; ପରିବାର କହିଲା ତ୍ରିକୋଣୀୟ ପ୍ରେମ ସମ୍ପର୍କ ଯୋଗୁଁ ହତ୍ଯା ହୋଇଛି

ଖ୍ରୀଷ୍ଟ କଲେଜର ଯୁକ୍ତ ଦୁଇ ଛାତ୍ର ତୁଷାରକାନ୍ତ ସାହୁଙ୍କର ସେହି କଲେଜରେ ପଢୁଥିବା ଜଣେ ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଗଢି଼ଉଠିଥିଲା । କିନ୍ତୁ ଛାତ୍ରୀଙ୍କର ପୂର୍ବରୁ ଆଉ ଜଣେ ପୁରୁଷ ବନ୍ଧୁ ଥିଲେ ।

ତୁଷାରଙ୍କ ମୃତ ଦେହ ଗୁରୁବାର ଦିନ ନଦୀରୁ ବାହାର କରାଯାଇଥିଲା ।

ତୁଷାରଙ୍କ ମୃତ ଦେହ ଗୁରୁବାର ଦିନ ନଦୀରୁ ବାହାର କରାଯାଇଥିଲା ।

  • Share this:
News18 Odia Digital

କଟକ: ଘରୁ ନିଖୋଜ ହେବାର ଦୁଇ ଦିନ ପରେ ମହାନଦୀର ମଧୁସୁଦନ ସେତୁ ଉପରୁ ମିଳିଥିଲା ଖ୍ରୀଷ୍ଟ କଲେଜର ଯୁକ୍ତ ଦୁଇ ଛାତ୍ର ତୁଷାରକାନ୍ତ ସାହୁଙ୍କ ଦୁଇ-ଚକିଆ ଗାଡ଼ି । ତା’ର ଦିନକ ପରେ ଗୁରୁବାର ଦିନ ଯୋବ୍ରା ବ୍ୟାରେଜରୁ ମିଳିଛି ତାଙ୍କ ମୃତ ଦେହ । କିଶୋର ବୟସରେ ପ୍ରେମ କରି ଏକ ତ୍ରିକୋଣୀୟ ପ୍ରେମ ସମ୍ପର୍କରେ ଛନ୍ଦି ହୋଇପଡ଼ିବା କାରଣରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଅଭିଯୋଗ କରିଛି ।

ତୃଷାରଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଖ୍ରୀଷ୍ଟ କଲେଜରେ ପଢୁଥିବା ଜଣେ ଛାତ୍ରୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି଼ଉଠିଥିଲା । କିନ୍ତୁ ସମ୍ପୃକ୍ତ ଛାତ୍ରୀଙ୍କର ପୂର୍ବରୁ ଆଉ ଜଣେ ପୁରୁଷ ବନ୍ଧୁ ଥିଲେ । ତିନି ମାସ ତଳେ ଛାତ୍ରୀ ଜଣକ ତୁଷାରଙ୍କ ଘରକୁ ଆସିଥିବା ବେଳେ ତୁଷାର ତାଙ୍କ ପ୍ରତି ଦୃବ୍ୟବହାର କରିଛନ୍ତି ବୋଲି ଛାତ୍ରୀ ଜଣକ ତୁଷାରଙ୍କ ପରିବାର ଲୋକଙ୍କ ନିକଟରେ ଅଭିଯୋଗ କରିଥିଲେ ଓ ଏ ବିଷୟରେ ନିଜ ପୁରୁଷ ବନ୍ଧୁଙ୍କୁ ମଧ୍ୟ ଅବଗତ କରାଇଥିଲେ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଆମର ପୂରା ସନ୍ଦେହ ହେଉଛି ସେହି ଝିଅ ଓ ତା’ ବୟଫ୍ରେଣ୍ଡ୍ ଉପରେ । ସେହି ଝିଅ ମୋ’ ଭାଇକୁ ଧମକପୂର୍ଣ୍ଣ ହ୍ବାଟ୍ସଆପ ମେସେଜ୍‌ କରିଥିଲା । ତା’ର ସବୁ ସ୍କ୍ରିନସଟ୍ ମୋ’ ପାଖରେ ଅଛି । ସେଥିରେ ସେ ତାକୁ ବରବାଦ କରିଦେବ ବୋଲି ଧମକ ଦେଇଥିଲା । ସେମାନେ ତୁଷାରକୁ ମହାନଦୀକୁ ଠେଲି ଦେଇଛନ୍ତି । ନହେଲେ ତାକୁ ଏତେ କଷ୍ଟ ଦେଇଛନ୍ତି ଯେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି । ଏହା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ କଠୋର ଦଣ୍ଡ ମିଳୁ୍,’’ ନ୍ୟୁଜ୧୮ ଓଡ଼ିଆ ଡିଜିଟାଲ୍ ସହ କଥା ହୋଇ କହିଛନ୍ତି ତୁଷାରଙ୍କ ବଡ଼ ଭଉଣୀ ପୂନମ୍‌ ସାହୁ ।

ତୁଷାରଙ୍କ ଶବ ଦେଖିବା ପରେ ତାଙ୍କ ଶୋକାତୁରା ବଡ଼ ଭଉଣୀ ପୂନମ୍‌ ସାହୁ


ଏହା ବି ପଢ଼ନ୍ତୁ | ଝିଅ ପ୍ରେମ ବିବାହ କରିବାରୁ ତାବାପା ନିଜେ ତାକୁ ହତ୍ୟା କଲା, ଶବକୁ କେନାଲରେ ଫିଙ୍ଗିଦେଲା

ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ତୁଷାରଙ୍କୁ ହତ୍ୟା କରାଯାଇଛି ବା ଯଦି ସେ ଆତ୍ମହତ୍ୟା କରିଥିବେ ତେବେ ସେଥି ପାଇଁ ତାଙ୍କୁ ବାଧ୍ୟ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ । ଏହି ଘଟଣା ପୁରା କଟକ ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପୋଲିସ୍ ରେଡ୍ ଠାରୁ ଗିରଫ ହେବା ଯାଏଁ... ରାଜ କୁନ୍ଦ୍ରା ନିର୍ଭୟରେପ୍ଲାନ୍ ବିପାଇଁ ପ୍ରସ୍ତୁତ ହେଉଥିଲେ

ଗତ ତିନି ମାସ ଧରି ସମ୍ପୃକ୍ତ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁ ଉଭୟ ହ୍ବାଟ୍ସଆପ ଜରିଆରେ ତୁଷାରଙ୍କୁ ଧମକ ଚମକ ଦେଇ ଆସୁଥିଲେ ବୋଲି ସେ କହିଛନ୍ତି । ‘‘ଗତ ମଙ୍ଗଳବାର ସନ୍ଧ୍ୟାରେ ସେମାନେ ତୁଷାରଙ୍କୁ ବାରବାଟୀ ଷ୍ଟାଡିୟମ ନିକଟକୁ ଡକାଇ ସେଠାରେ ତାଙ୍କୁ ମାଡ଼ ମାରିବା ସହ ଅପମାନିତ କରିଥିଲେ ଓ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ । ତା’ ରେ ସେ (ତୁଷାର) ତା’ର କିଛି ବନ୍ଧୁଙ୍କୁ ଅବଗତ କରାଇଥିଲା ଓ ଘରକୁ ଆସି ମୋ’ ହୋଣ୍ଡା ଆକ୍ଟିଭା ବାଇକ୍‌ ନେଇ କେଉଁ ଆଡ଼େ ଚାଲି ଯାଇଥିଲା,’’ କହିଛନ୍ତି ପୂନମ୍‌।

ଏହା ବି ପଢ଼ନ୍ତୁ | ଶାହ ନଡ୍ଡାଙ୍କୁ ଭେଟିବା ପରେ ବାବୁଲ ସୁପ୍ରିୟୋ କହିଲେ ସେ MP ରହିବେ, ହେଲେ ରାଜନୀତି ଛାଡ଼ିଦେବେ

ଏହି ଘଟଣା ପରେ ତୁଷାରଙ୍କ ପରିବାର ଲୋକେ କ୍ୟାଣ୍ଟନମେଣ୍ଟ୍‌ ଥାନାରେ ଏକ ମାମଲା ରୁଜୁ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରି ସମ୍ପୃକ୍ତା ଛାତ୍ରୀଙ୍କୁ ଥାନାକୁ ଡ଼ାକି ପଚରାଉଚରା ମଧ୍ୟ କରିଥିଲା । କିନ୍ତୁ ଛାତ୍ରୀ ଜଣକ ତୁଷାର କେଉଁ ଆଡ଼େ ଯାଇଛନ୍ତି ତାହା ଜାଣି ନ ଥିବା ପୋଲିସକୁ କହିଥିଲେ ।

ଏହା ବି ପଢ଼ନ୍ତୁ | ୧୬ କୋଟି ଟଙ୍କା ଦାମ୍ ବିଶ୍ୱର ସବୁଠୁ ମହଙ୍ଗା ଇଞ୍ଜେକ୍ସନ୍ ବି ବଞ୍ଚାଇ ପାରିଲା ନାହିଁ ୧୩ ମାସର କୁନି ଝିଅକୁ

ଏହାର ଦିନକ ପରେ ମହାନଦୀର ମଧୁସୁଦନ ସେତୁ ଉପରେ ତାଙ୍କ ହୋଣ୍ଡା ଆକ୍ଟିଭା ବାଇକ୍‌ ଛିଡ଼ା ହୋଇଥିବା ଖବର ପାଇ ପୋଲିସ ସେଠାରେ ପହଞ୍ଚି ତୁଷାର କାଳେ ନଦୀକୁ ଖସି ପଡ଼ିଥିବେ ବୋଲି ସନ୍ଦେହ କରି ଓଡ୍ରାଫ ଟିମ୍ ଦ୍ବାରା ଭରା ନଦୀରେ ସର୍ଚ୍ଚ ଅପରେନ ଆରମ୍ଭ କରିଥିଲା । ସେତେବେଳେ ପୋଲିସକୁ ତୁଷାରଙ୍କ ବାବଦରେ କୌଣସି ଖୋଜ ଖବର ମିଳି ନ ଥିଲା ।



ହେଲେ ଦିନକ ପରେ ଗୁରୁବାର ଅପରାହ୍ଣରେ ମହାନଦୀର ଯୋବ୍ରା ବ୍ୟାରେଜରେ ଏକ ଅଜଣା ମୃତ ଦେହ ଭାସୁଥିବା ଖବର ପାଇ ପୋଲିସ ସେଠାରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ପରେ ତାହା ତୁଷାରଙ୍କର ବୋଲି ଜଣା ପଡ଼ିଥିଲା । ପୂର୍ବରୁ କ୍ୟାଣ୍ଟନମେଣ୍ଟ୍‌ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିବା ବେଳେ ମୃତ ଦେହ ମିଳିବା ପରେ ଜଗତପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତୁଷାରଙ୍କ ମୃତ ଦେହର ପୋଷ୍ଟମଟମ କରିବା ପରେ ତାହା ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରିଛି ।
Published by:Anand S.T. Das
First published: