ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ

୬୦ ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ ଦାଖଲ କରା ନଯିବାରୁ ତ୍ରିନାଥଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ କୋର୍ଟ। ପ୍ରମାଣକୁ ନଷ୍ଟ ନ କରିବାକୁ ସର୍ତ୍ତ ରଖିଲେ କୋର୍ଟ।

ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ

ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ

  • Share this:
News18 Odia Digital

କଟକ: ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗର ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ। ତ୍ରିନାଥ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ। ୬୦ ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ ଦାଖଲ ନ ହୋଇପାରିବାରୁ ତ୍ରିନାଥ ମିଶ୍ରଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ନିଜ ବିରୋଧରେ ଦାୟର ହୋଇଥିବା ମାମଲା ସହ ସମ୍ପୃକ୍ତ ଥିବା କୌଣସି ପ୍ରକାରର ପ୍ରମାଣକୁ ନଷ୍ଟ ନ କରିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି। ଜାମିନ ସମ୍ପର୍କିତରେ ଅନ୍ୟାନ୍ୟ ସର୍ତ୍ତ ମଧ୍ୟ ରଖିଛନ୍ତି ଭିଜିଲାନ୍ସ କୋର୍ଟ। ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଫେବୃଆରୀ ୧୬ ତାରିଖ ଦିନ ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ। ଗିରଫ ପରେ ତ୍ରିନାଥଙ୍କୁ ଚୌଦ୍ବାର ଜେଲକୁ ପଠାଇବା ସହ ତାଙ୍କ ପତ୍ନୀ ଦିପ୍ତିମୟୀ ମିଶ୍ରଙ୍କ ନାଁରେ ମଧ୍ୟ ଭିଜିଲାନ୍ସ ମମାଲା ଦାୟର କରିଥିଲା। ତେବେ ଦିପ୍ତିମୟୀ ପୂର୍ବରୁ ହାଇକୋର୍ଟ ଆଗୁଆ ଜାମିନ ପାଇସାରିଛନ୍ତି। ତେବେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ପରେ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅଵସର ମଧ୍ୟ ଦେଇଥିଲେ।

ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତ୍ରିନାଥଙ୍କର ଭୁବନେଶ୍ୱର ରସୁଲଗଡ ସ୍ଥିତ ମନୋରମା ଇଷ୍ଟେଟ୍ ଫ୍ଲାଟ ନଂ-୨/୨୫, ନବରଙ୍ଗପୁର ଡାବୁଗାଁସ୍ଥିତ ପୈତୃକ ଘର, ଯାଜପୁର ବଡଚଣାସ୍ଥିତ ଶ୍ବଶୁର ଘର, ଯାଜପୁର ବଡଚଣାସ୍ଥିତ ଶାନ୍ତିଲତା ଫାର୍ମ ହାଉସ, ଚଣ୍ଡିଖୋଲ ବଜାର ଧାନମଣ୍ଡଳସ୍ଥିତ ଶାନ୍ତିଲତା କେୟାର୍ ଆଣ୍ଡ ନର୍ସିଂ ହୋମ୍ ସହ ମେଡିସିନ୍ ଦୋକାନ, ଚଣ୍ଡିଖୋଲ ସ୍ଥିତ ଶାନ୍ତିଲତା ଟ୍ରାନ୍ସପୋର୍ଟ, ଚଣ୍ଡିଖୋଲ ଧାନମଣ୍ଡଳରେ ଶାନ୍ତିଲତା ଟ୍ରାନ୍ସପୋର୍ଟ ନାମକ ଅନ୍ୟ ଏକ ଟ୍ରାନ୍ସପୋର୍ଟ ସଂସ୍ଥା, ଜଗତସିଂହପୁର ବିରିଡିରେ ଥିବା ଡ୍ରାଇଭରଙ୍କ ଘର, କଟକ ମହାନଦୀ ବିହାରରେ ଦୁଇ ପୁଅ ତୁଷାର ମିଶ୍ର ଓ ତରୁଣ ମିଶ୍ରଙ୍କ ନାଁରେ ମେଡିସିନ୍ କମ୍ପାନୀ, କଟକ ତୁଳସୀପୁର ସ୍ଥିତ ଅଫିସ, କଟକ ମଧୁପାଟଣା ପୋଲିସ କ୍ୟାମ୍ପସରେ ଥିବା ସରକାରୀ କ୍ବାର୍ଟରରେ ଏକକାଲିନ ଚଢ଼ାଉ କରିଥିଲା ଭିଜିଲାନ୍ସ।

ପ୍ରକାଶ ଥାଉକି ଗତ ଫେବୃଆରୀ ୧୫ ତାରିଖ ଦିନ ଏହି ମୋଟ ୧୧ଟି ସ୍ଥାନରେ ଚଢ଼ାଉ ହୋଇଥିବା ବେଳେ ଏହି ସମୟରେ ତ୍ରିନାଥଙ୍କ ପାଖରୁ ମୋଟ ୮ କୋଟି ୬୧ ଲକ୍ଷ ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ସହ ବହୁ ଦାମୀ କାର ଓ ବାଇକ ସହିତ ଦିଲ୍ଲୀ ଓ ପୁଣେ ସହିତ ଟୁଇନ ସିଟିରେ ଥିବା ତ୍ରିନାଥ ମିଶ୍ରଙ୍କ ୮ ବ୍ୟାଙ୍କ ଆକାଉଣ୍ଟ ଠାବ କରିଥିଲା ଭିଜିଲାନ୍ସ। ଠାବ ହୋଇଥିବା ତାଙ୍କର ମୋଟ ସମ୍ପତ୍ତି ତ୍ରିନାଥଙ୍କ ମୂଳ ରୋଜଗାରର ୭୮୯ ପ୍ରତିଶତ ଅଧିକ ବୋଲି ଦର୍ଶାଇଥିଲା ଭିଜିଲାନ୍ସ।
Published by:Lipina Das
First published: