ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଗ୍ୟାଙ୍ଗଷ୍ଟର୍ ହାଇଦରକୁ ଫେରାର୍ ହେବାରେ ସାହାଯ୍ୟ କରି ନ ଥିଲେ ତ SCB ହସପିଟାଲ କର୍ତ୍ତୃପକ୍ଷ?

ଗ୍ୟାଙ୍ଗଷ୍ଟର୍ ହାଇଦରକୁ ଫେରାର୍ ହେବାରେ ସାହାଯ୍ୟ କରି ନ ଥିଲେ ତ SCB ହସପିଟାଲ କର୍ତ୍ତୃପକ୍ଷ?

ହାଇଦରକୁ ହସପିଟାଲରେ ଏକ କ୍ୟାବିନ୍ ଦିଆଯାଇଥିବା ଓ ସେଇଠି ତା’ ଚିକିତ୍ସା ହେଉଥିବା ତଥ୍ୟ ପୋଲିସ କିମ୍ବା ଏସ୍.ସି.ବି. ହସପିଟାଲ୍ କତ୍ତୃପକ୍ଷଙ୍କୁ ଜଣାଇ ନ ଥିଲେ ଡାକ୍ତର । ନିଲମ୍ବିତ କନଷ୍ଟେବଲମାନଙ୍କ ସହ ଲଜକୁ ଆସୁଥିବା ଚାରି ଜଣଙ୍କ ପରିଚୟ ଅଜ୍ଞାତ ରହିଛି ।

ଗ୍ୟାଙ୍ଗଷ୍ଟର୍ ହାଇଦରକୁ ଫେରାର୍ ହେବାରେ ସାହାଯ୍ୟ କରି ନ ଥିଲେ ତ SCB ହସପିଟାଲ କର୍ତ୍ତୃପକ୍ଷ?
ଶେଖ୍ ହାଇଦର୍; (ଡାହାଣ) କନଷ୍ଟେବଲମାନେ ରହୁଥିବା ଅହଲ୍ୟା ଲଜ୍
  • News18 Odia
  • Last Updated: April 13, 2021, 8:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ଶେଖ୍‌ ହାଇଦରକୁ ଏସ୍‌.ସି.ବି. ହସପିଟାଲରେ ଦିଆଯାଉଥିବା ଆତିଥ୍ୟ ଓ ତା’ର ସ୍ବାର୍ଥ ରକ୍ଷା ପାଇଁ ହସପିଟାଲ କତ୍ତୃପକ୍ଷଙ୍କ ଅହେତୁକ ଅନୁକମ୍ପା ନେଇ ପୂର୍ବରୁ ଆଲୋଚନା ହେଉଥିବା ବେଳେ ଏବେ ତା’ ଉପରୁ ଉଠିଛି ପରଦା । କେମିତି ହାଇଦରକୁ କ୍ୟାବିନ୍ ମିଳିଲା ଓ ଏଥି ପାଇଁ କେଉଁମାନେ ତାକୁ ସହଯୋଗ କରିଥିଲେ ସେ ବାବଦରେ ସାଙ୍ଘାତିକ ତଥ୍ୟ ସାମନାକୁ ଆସିଛି ।

ମାର୍ଚ୍ଚ ୨୩ ତାରିଖ ଦିନ ହାଇଦର୍‌ ଏସ.ସି.ବି. ହସପିଟାଲକୁ ଆସି ସେହି ଦିନ ହିଁ ନିଜେ ସର୍ଜରୀ ବିଭାଗରେ କ୍ୟାବିନ୍‌ ପାଇଁ ଆବେଦନ କରିଥିଲା । କ୍ୟାବିନ ପାଇଁ ହାଇଦରର ଦରଖାସ୍ତ ପାଇବା ପରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସେହି ଦରଖାସ୍ତରେ ତୁରନ୍ତ ଦସ୍ତଖତ କରି କ୍ୟାବିନ୍ ଆଲଟମେଣ୍ଟ୍‌ ସେକ୍ସନକୁ ପଠାଇଥିଲେ । ସେହି ସେକ୍ସନ୍‌ କାଳ ବିଳମ୍ବ ନ କରି ହାଇଦରକୁ ଏକ କ୍ୟାବିନ୍‌ ଆଲଟ୍‌ କରିଥିଲା । ଏହି ସବୁ କାର୍ଯ୍ୟ ମାତ୍ର କେଇ ମିନିଟ୍ ମଧ୍ୟରେ ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗର୍ଭରେ ଥିବା ଶିଶୁ ପାଇଁ କରୋନା ଭାଇରସ୍ କେତେ ବିପଦଜନକ ହୋଇପାରେ? ଜାଣନ୍ତୁ

ଆହୁରି ସାଙ୍ଘାତିକ କଥା ହେଉଛି ଯେ ହାଇଦରକୁ କ୍ୟାବିନରେ ଚିକିତ୍ସା ପ୍ରଦାନ କରୁଥିବା ଡାକ୍ତର ନିର୍ଦ୍ଦେଶ ଥାଇ ମଧ୍ୟ ପୋଲିସ କିମ୍ବା ଏସ୍‌.ସି.ବି. ହସପିଟାଲ୍‌ କତ୍ତୃପକ୍ଷଙ୍କୁ ଏହି ତଥ୍ୟ ଜଣାଇ ନ ଥିଲେ । ଏହାକୁ ଆଜି ସ୍ବୀକାର କରିଛନ୍ତି ଏସ୍‌.ସି.ବି. ହସପିଟାଲର ଜରୁରୀକାଳୀନ ଅଧିକାରୀ ।

ଏସ୍.ସି.ବି. ହସପିଟାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା


‘‘ହାଇଦରଙ୍କର ଡାଇବେଟିସ୍, ବ୍ଲଡ୍‌ ପ୍ରେସର୍‌ ଓ କିଡନୀ ବେମାରୀ ଥିଲା । ଏହା ସହିତ ହାଇଡ୍ରୋସିଲ୍‌ ଅପରେସନ ପାଇଁ ସେ ଏସ୍‌.ସି.ବି.ରେ ଭର୍ତ୍ତି ହୋଇଥିଲେ । ତାଙ୍କର ସବୁ ପରୀକ୍ଷା ରିପୋର୍ଟ ଆସିବା ପରେ ଅପରେସନ୍ ହୋଇଥାନ୍ତା । ୨୩ ତାରିଖ ଦିନ ହାଇଦର୍‌ ନିଜେ କ୍ୟାବିନ ପାଇଁ ଆବେଦନ କରିଥିଲେ । ଖାଲିଥିବାରୁ ସେହି ଦିନ ହିଁ ତାଙ୍କୁ କ୍ୟାବିନ୍‌ ମିଳିଥିଲା । ହାଇଦର୍‌ ଭର୍ତ୍ତି ହେବା ନେଇ ପୋଲିସକୁ ସୂଚନା ଦେବା ଦାୟିତ୍ବ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କର ଥିଲା । ସେ କାହିଁକି ଦେଇ ନ ଥିଲେ ମୁଁ କହିପାରିବି ନାହିଁ,’’ କହିଛନ୍ତି ଏସ୍‌.ସି.ବି.ର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

ଏହା ବି ପଢ଼ନ୍ତୁ | Bengal Polls: ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ୨୪-ଘଣ୍ଟିଆ ବ୍ୟାନ୍ ଜାରି କଲା ନିର୍ବାଚନ କମିଶନ୍

ହାଇଦର୍‌ କ୍ଷେତ୍ରରେ ଘଟିଥିବା ଏହି ସବୁ ପ୍ରକ୍ରିୟାକୁ ଦାୟିତ୍ବହୀନତା କହି ଏସ୍‌.ସି.ବି. କତ୍ତୃପକ୍ଷ ଖସି ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପ୍ରଶ୍ନ ଉଠିଛି ଯେ ସେହି କ୍ୟାବିନଟି ପୂର୍ବରୁ ଖାଲି ଥିଲା ନା ତାକୁ ଖାଲି ରଖାଯାଇଥିଲା? ହାଇଦର ବାବଦରେ ପୋଲିସକୁ ଅନ୍ଧାରରେ ରଖିବା ପାଇଁ ହାଇଦରର ନିର୍ଦ୍ଦେଶ ନ ଥିଲା ତ? ଜଣେ କୁଖ୍ୟାତ ଅପରାଧୀ ପାଇଁ ଏସ୍‌.ସି.ବି. ହସ୍ପିଟାଲର କର୍ମଚାରୀଙ୍କ ଏହି ଦରଦର କାରଣ କଣ? ହାଇଦରର ଅର୍ଥ ବଳ ନା ଭୟ?

ଏହା ବି ପଢ଼ନ୍ତୁ | କଶ୍ମୀରରେ ୧୪ ବର୍ଷର ବାଳକ ଆତଙ୍କବାଦୀ ହେଲା; ଆତ୍ମସମର୍ପଣ କଲାନି; ସେନାର ଗୁଳିରେ ପ୍ରାଣ ଗଲା

ଏ ସବୁ ଭିତରେ ହାଇଦରର ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କର୍ମୀମାନଙ୍କ ବାବଦରେ ନ୍ୟୁଜ୍‌୧୮ ଓଡ଼ିଆ ଡିଜିଟାଲ୍‌ ହାତରେ ଲାଗିଛି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ହାଇଦରର ବିରିଆନି ଖାଇ ବେହୋସ ହୋଇଥିବା ନିଲମ୍ବିତ କନଷ୍ଟେବଲ ମହମ୍ମଦ୍‌ ମୈସିନ୍ ନିଜକୁ ହାଇଦରର ସମ୍ପର୍କୀୟ ବୋଲି ଦର୍ଶାଇ ମଙ୍ଗଳାବାଗରେ ଏକ ଲଜରେ ରୁମ୍‌ ନିଜ ନାଁରେ ବୁକ୍‌ କରିଥିଲା । ମହମ୍ମଦ ମୈସିନ୍ ସହିତ ସେହି ରୁମରେ ନିଲମ୍ବିତ ଅନ୍ୟ ତିନି ଜଣ କନଷ୍ଟେବଲ୍‌ ବି ରହୁଥିଲେ । ୨୩ ତାରିଖ ସନ୍ଧ୍ୟା ୫ଟା ୪୫ରେ ଏହି ରୁମଟି ବୁକ୍ ହୋଇଥିଲା । ଏଥି ପାଇଁ ମହମ୍ମଦ ମୈସିନ୍ ନିଜ ପୋଲିସ ପରିଚୟ ପତ୍ରକୁ ପ୍ରମାଣ ସ୍ବରୂପ ଲଜରେ ଦାଖଲ କରିଥିଲା ।

ଅହଲ୍ୟା ଲଜର ଅତିଥି ଉପସ୍ଥିତି ପୁସ୍ତିକା


‘’୨୩ ତାରିଖ ଦିନ ପ୍ରଥମେ ଜଣେ ଲୋକ ରୁମ ଦେଖି କରି ଯାଇଥିଲେ । ସେ ଦୁଇଟି ରୁମ ଦେଖି ଯାଇଥିଲେ । ଏହାର କିଛି ସମୟ ସେହି ତାଙ୍କ ସହିତ ମୋଟ ଆଠ ଜଣ ଲଜକୁ ଆସିଥିଲେ । ସେମାନଙ୍କ ମଧ୍ୟରେ ମହମ୍ମଦ ମୈସିନ୍ ଓ ଅନ୍ୟ ତିନି ଜଣ କନଷ୍ଟେବଲ୍‌ ବି ଥିଲେ । ସେମାନେ ପ୍ରଥମେ ଦୁଇଟା ରୁମ୍‌ ନେଇଥିଲେ । ପରେ ଗୋଟିଏ ରୁମ୍‌ ଛାଡ଼ି ଦେଇଥିଲେ । ଗତ ମାସ ୨୩ ତାରିଖରୁ ହାଇଦର ଫେରାର ହେବା ଦିନ ପର୍ଯ୍ୟନ୍ତ ରୁମ୍‌ ଭଡା ବାବଦକୁ ୧୪,୪୦୦ ଟଙ୍କା ପଇଠ ହୋଇଛି । ପ୍ରଥମ ଦୁଇ ଦିନର ଭଡ଼ା ମହମ୍ମଦ ମୈସିନ୍ ଦେଇଥିଲେ । ପରେ ଆଉ ଜଣେ ଦେଉଥିଲେ,’’ କହିଛନ୍ତି ମଙ୍ଗଳାବାଗରେ ଥିବା ଅହଲ୍ୟା ଲଜର ପରିଚାଳକ ଦିବାକାର ରାଉତ ।

ଏହା ବି ପଢ଼ନ୍ତୁ | IPL 2021: ରୋହିତ ଶର୍ମା ଖୋଲିଲେ ନିଜ ଜୋତାର ରହସ୍ୟ; ଜାଣି 'ହିଟମ୍ୟାନ୍'ଙ୍କୁ ନମସ୍କାର କରିବେ ଆପଣ

ଏହି ତଥ୍ୟ ସାମନାକୁ ଆସିବା ପରେ ପ୍ରଶ୍ନ ଉଠୁଛି ଯେ ମହମ୍ମଦ ମୈସିନ୍ ସମେତ ମୋଟ ଚାରି ଜଣ କନଷ୍ଟେବଲ୍‌ ତ ହାଇଦରର ସୁରକ୍ଷା ଦାୟିତ୍ବରେ ଥିଲେ, ହେଲେ ଅନ୍ୟ ଚାରି ଜଣ ଲୋକ କିଏ ଥିଲେ? ଲଜ୍‌ ଭଡ଼ା ବବାଦ ଅର୍ଥ ପ୍ରଥମ ଦୁଇ ଦିନର ଭଡା ଟଙ୍କା ମହମ୍ମଦ ମୈସିନ୍ ନିଜେ ଭରିଥିବା ବେଳେ ବାକି ୧୬ ଦିନର ଟଙ୍କା କିଏ ଦେଇଥିଲା?

ଏହା ବି ପଢ଼ନ୍ତୁ | Jio ଆଣିଲା IPL 2021 ଉପଭୋଗ କରିବା ପାଇଁ ୧୦୦% ଲାଭପ୍ରଦ ଯୋଜନା; ପ୍ରତି ଦିନ ପୁରସ୍କାର ଜିତନ୍ତୁ

ଏହି ସବୁ ପ୍ରଶ୍ନ ଏକ ବଡ଼ ଷଡ଼ଯନ୍ତ୍ର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସୋମବାର ଦିନ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ହାଇଦରର ସହଯୋଗୀ ୟାକୁବ ଖାନକୁ ମଙ୍ଗଳବାର ଦିନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।



‘‘ହାଇଦରକୁ ଫେରାର କରାଇ ଦେବା ପଛରେ ୟାକୁବର ହାତ ରହିଛି । ଏ କଥା ସେ ପୋଲିସ ନିକଟରେ ସେ ନିଜେ ସ୍ବୀକାର କରିଛି । ପଚରାଉଚରାରୁ ତା’ ଠାରୁ କିଛି ତଥ୍ୟ ମିଳିଛି । ୟାକୁବକୁ ପୁଣି ରିମାଣ୍ଡରେ ଆଣି ପଚରାଉଚରା କରାଯିବ । ହାଇଦରକୁ ଧରିବା ପାଇଁ ଜୋରଦାର୍‌ ଉଦ୍ୟମ ଚାଲିଛି,’’ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।
Published by: Anand ST Das
First published: April 13, 2021, 8:37 PM IST