କାର୍ତ୍ତିକ ପୂର୍ଣ୍ଣିମା: କଟକରେ ବୋଇତ ବନ୍ଦାଣ ଉତ୍ସବ ଉପରେ କଟକଣା ପରେ ତେଜୁଛି ଜନ ଅସନ୍ତୋଷ

କୋଭିଡ ପରିଚାଳନା ନାଁରେ ପ୍ରଶାସନ ପରମ୍ପରା ଉପରେ କୁଠାରାଘାତ କରୁଥିବା ଅଭିଯୋଗ କରିଛି ତୈଳିକ ବୈଶ୍ୟ ସାମାଜ । ବୋଇତ ବନ୍ଦାଣ ଉତ୍ସବ ଉପରୁ କଟକଣାକୁ ପ୍ରତ୍ୟାହାର ନ କଲେ ସମାଜ ହାଇ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି କହିଛି ।

କାର୍ତ୍ତିକ ପୂର୍ଣ୍ଣିମା: କଟକରେ ବୋଇତ ବନ୍ଦାଣ ଉତ୍ସବ ଉପରେ କଟକଣା ପରେ ତେଜୁଛି ଜନ ଅସନ୍ତୋଷ
ଗତ ବର୍ଷ କଟକ ଗଡ଼ଗଡ଼ିଆ ଘାଟରେ ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣର ଏକ ଦୃଶ୍ୟ
  • News18 Odia
  • Last Updated: October 31, 2020, 11:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କୋଭିଡ ସଂକ୍ରମଣ ଆଶଙ୍କା କରି ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା ସହିତ କଟକ ଗଡ଼ଗଡ଼ିଆ ଘାଟରେ ବୋଇତ ବନ୍ଦାଣ ଉପରେ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି । ବାଲିଯାତ୍ରାକୁ ବନ୍ଦ କରିବା ନିଷ୍ପତ୍ତିକୁ ବିଭିନ୍ନ ବର୍ଗର ଲୋକେ ସ୍ବାଗତ କରୁଥିବା ବେଳେ ବୋଇତ ବନ୍ଦାଣ ଉତ୍ସବ ବନ୍ଦ ନିର୍ଦ୍ଦେଶକୁ ନେଇ ବିରୋଧରେ ସ୍ବର ଉଠିଛି ।

କୋଭିଡ ପରିଚାଳନା ନାଁରେ ପ୍ରଶାସନ ପରମ୍ପରା ଉପରେ କୁଠାରାଘାତ କରୁଥିବା ଅଭିଯୋଗ କରି ବୋଇତ ବନ୍ଦାଣ ଉତ୍ସବ ପାଳନକୁ କାହିଁକି ବନ୍ଦ କରାଯାଉଛି ବୋଲି ପ୍ରଶ୍ନ କରିଛି ତୈଳିକ ବୈଶ୍ୟ ସାମାଜ । ଏହି କଟକଣାକୁ ପ୍ରତ୍ୟାହାର ନ କଲେ ସମାଜ ହାଇ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି କହିଛନ୍ତି ଏହାର କର୍ମକର୍ତ୍ତାମାନେ ।

ଏହା ବି ପଢ଼ନ୍ତୁ ପତି ମାରପିଟ୍ କଲେ, ହେଲେ ପୂନମ୍ ପାଣ୍ଡେ ତାଙ୍କୁ କ୍ଷମା କଲେ; କିସ୍ କରି କହିଲେ: ‘ତୁମକୁ ଛାଡ଼ି ପାରିବିନି’

‘‘ଦୀର୍ଘ ବର୍ଷ ହେଲା କାର୍ତ୍ତିକ ପୂର୍ଣ୍ଣିମା ଦିନ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଗଡ଼ଗଡ଼ିଆ ଘାଟରେ ରାଜ୍ୟସ୍ତରୀୟ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହୋଇଆସୁଛି । ସେହି ବୋଇତରେ ସାଧବ ପୁଅମାନେ ରୁହନ୍ତି, ସାଧବାଣୀମାନେ ସେମାନଙ୍କୁ ବନ୍ଦାପନା କରିଥାନ୍ତି । କିନ୍ତୁ ଏ ବର୍ଷ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି, ଯାହାକି ଆମକୁ ମର୍ମାହିତ କରିଛି । କରୋନା କଟକଣା ଭିତରେ ସଂସ୍କୃତି ମଧ୍ୟ ବଞ୍ଚି ରହିବା ଦାରକାର । ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବା ପାଇଁ ଆମେ ଜିଲ୍ଳାପାଳଙ୍କୁ ଲିଖିତ ଭାବେ ଅବଗତ କରାଇବୁ । ତା’ ପରେ ବି ଯଦି କିଛି ଫଳ ନ ମିଳିଲା ଆମେ ହାଇ କୋର୍ଟଙ୍କ ଦ୍ବାରସ୍ଥ ହେବୁ,’’ କହିଛନ୍ତି କଟକ ମହାନଗର ତୈଳିକ ବୈଶ୍ୟ ସମାଜର ସମ୍ପାଦକ ସରୋଜ ସାହୁ ।

କଟକ ମହାନଗର ତୈଳିକ ବୈଶ୍ୟ ସମାଜର ସମ୍ପାଦକ ସରୋଜ ସାହୁ


ହେଲେ ଜିଲ୍ଳା ପ୍ରଶାସନର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବିଶେଷଜ୍ଞମାନେ । ଯଦି ବହୁ ଲୋକ ସମାଗମ ହେଉଥିବା କାର୍ଯ୍ୟକ୍ରମକୁ ସରକାର ଅନୁମତି ଦିଅନ୍ତି, ୟୁରୋପ ସମେତ ଦେଶର ବିଭିନ୍ନ ସ୍ଥାନ ଭଳି ଓଡ଼ିଶାରେ ମଧ୍ୟ କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ସୃଷ୍ଟି ହେବାର ଅନେକ ସମ୍ଭାବନା ରହିଛି । ତେଣୁ କୌଣସି ପରିସ୍ଥିତିରେ ଏହି ଭଳି ଆୟୋଜନକୁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ।

ଏହା ବି ପଢ଼ନ୍ତୁ | ବରିଷ୍ଠ IPS ଅଫିସର ନିଜ ସ୍ତ୍ରୀଙ୍କୁ ଖୁବ୍ ପିଟିଲେ; Video ଭାଇରାଲ୍ ହେଲା; ପଦରୁ ହଟାଗଲେ

‘‘ୟୁରୋପ ତ' ସମସ୍ତଙ୍କ ଆଖି ଖୋଲି ଦେଇଛି । କରୋନା ସଂକ୍ରମଣ କମିବା ପରେ ସେଠାରେ ଲୋକେ ଖାମଖିଆଲ ମନୋଭାବ ପୋଷଣ କଲେ । କ୍ଲବ ସହିତ ସମୁଦ୍ର ତଟକୁ ବି ପର୍ଯ୍ୟଟକମାନଙ୍କ ପାଇଁ ଖୋଲି ଦିଆଗଲା । ଏହା ଫଳରେ ପୂରା ୟୁରୋପରେ କରୋନା ପୁଣି ଦୃତ ଗତିରେ ବଢିଚାଲିଛି । ସେଥି ପାଇଁ ସେଠାକାର ଅନେକ ସ୍ଥାନରେ ପୁଣି ଥରେ ରାତ୍ରିକାଳୀନ କର୍ଫ୍ୟୁ ଓ ଆଉ କିଛି ସ୍ଥାନରେ ଲକଡାଉନ କରାଯାଉଛି । ତେଣୁ ଯେ ପର୍ଯ୍ୟନ୍ତ ଆମେ କୋଭିଡ ସଂକ୍ରମଣକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ ନ କରି ପାରିଛେ ସେ ପର୍ଯ୍ୟନ୍ତ ଜନଗହଳିପୂର୍ଣ୍ଣ ସମାବେଶ କରିବା ଉଚିତ ନୁହେଁ,’’ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ ।



ଏହାରି ଭିତରେ ଲୋକେ ବ୍ୟକ୍ତିଗତ ସ୍ତରରେ ବୋଇତ ବନ୍ଦାଇ ପାରିବେ ବୋଲି କଟକ ଜିଲ୍ଲାପାଳଙ୍କ ଉକ୍ତି ଏବେ ଏକ ବିବାଦକୁ ଜନ୍ମ ଦେଇଛି । କଟକ ସହରର ଲୋକେ ମୁଖ୍ୟତଃ ମହାନଦୀର ଗଡ଼ଗଡ଼ିଆ ଘାଟ ସହିତ କାଠଯୋଡ଼ି ନଦୀର ବିଭିନ୍ନ ଘାଟରେ ବୋଇତ ବନ୍ଦାଣ କରିଥାନ୍ତି । ଯଦି ପ୍ରଶାସନ ବ୍ୟକ୍ତିଗତ ସ୍ତରରେ ବୋଇତ ବନ୍ଦାଣ ପାଇଁ ଲୋକଙ୍କୁ ଅନୁମତି ଦେଉଛି, ତେବେ ଅସୁବିଧା କେଉଁଠି ବୋଲି କହିଛନ୍ତି ବିଶେଷଜ୍ଞମାନେ ।
Published by: Anand Shankar Thankur Das
First published: October 31, 2020, 11:42 PM IST
corona virus btn
corona virus btn
Loading