ରାମ ନବମୀରେ ରେଳ ମନ୍ତ୍ରୀଙ୍କ ବଡ଼ ଘୋଷଣା; ବିଶ୍ୱସ୍ତରୀୟ ହେବ କଟକ ରେଳ ଷ୍ଟେସନ

କଟକ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକଙ୍କ ମତାମତ ପରେ ସର୍ବଶ୍ରେଷ୍ଠ ଡିଜାଇନକୁ ଅନୁମୋଦନ ପାଇଁ ପଠାଯିବ: ଅଶ୍ୱନୀ ବୈଷ୍ଣବ

 ବିଶ୍ୱସ୍ତରୀୟ ହେବ କଟକ ରେଳ ଷ୍ଟେସନ

ବିଶ୍ୱସ୍ତରୀୟ ହେବ କଟକ ରେଳ ଷ୍ଟେସନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ବିଶ୍ୱସ୍ତରୀୟ ହେବ କଟକ ରେଳ ଷ୍ଟେସନ। ରାମ ନବମୀରେ ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନ ପାଇଁ ସବୁଜ ପତାକା ଦେଖାଇବା ଅବସରରେ ଏପରି ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ। କଟକ ରେଳ ଷ୍ଟେସନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି।

ରେଳ ମନ୍ତ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାର ୫୭ଟି ରେଳ ଷ୍ଟେସନର ଉନ୍ନତୀକରଣ କରାଯିବ। କଟକ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକଙ୍କଠାରୁ ଡିଜାଇନ ଆସିବା ନେଇ ବ୍ୟବସ୍ଥା ହୋଇଛି। ଲୋକମାନେ ଏହା ଉପରେ ମତ ଦେବେ। ଲୋକଙ୍କ ମତାମତ ପରେ ସର୍ବଶ୍ରେଷ୍ଠ ଡିଜାଇନକୁ ଅନୁମୋଦନ ପାଇଁ ପଠାଯିବ।

ଭୁବନେଶ୍ୱରରେ ଖୋଲିଲା ଦ୍ୱିତୀୟ ଟ୍ରାଫିକ ଥାନା; ଷ୍ଟାଫକୁ ନେଇ ଚିନ୍ତାରେ ପୋଲିସ

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶର ଭିତ୍ତିପ୍ରସ୍ତର ସମାରୋହରେ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଗୋଟିଏ ନୂଆ ଟ୍ରେନ୍ ଚଳାଚଳ କରିବ ବୋଲି ଘୋଷଣା କରିଥିଲେ। ଶେଷରେ ଲୋକଙ୍କ ସୁବିଧା ପାଇଁ ଆଜି ମେମୁ ଟ୍ରେନର ଶୁଭାରମ୍ଭ ହୋଇଛି।
Published by:Soumya Das
First published: