• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • କଟକ ପ୍ରତାପନଗରୀ ଗୁଣ୍ଡାଗର୍ଦ୍ଦି ମାମଲା; ଜେଲ ଗଲା ମୁଖ୍ୟ ଅଭିଯୁକ୍ତ ଭିକି ଓରଫ ଅମରେନ୍ଦ୍ର ପ୍ରତାପ ସ୍ୱାଇଁ

କଟକ ପ୍ରତାପନଗରୀ ଗୁଣ୍ଡାଗର୍ଦ୍ଦି ମାମଲା; ଜେଲ ଗଲା ମୁଖ୍ୟ ଅଭିଯୁକ୍ତ ଭିକି ଓରଫ ଅମରେନ୍ଦ୍ର ପ୍ରତାପ ସ୍ୱାଇଁ

ମହଙ୍ଗା ପଡ଼ିଲା ସର୍ବସାଧାରଣ ସ୍ଥାନରେ ଗୁଣ୍ଡାଗର୍ଦ୍ଦି । ଗିରଫ ହେଇ ଜେଲ ଗଲା ଯୁବ ବିଜେଡି ସାଧାରଣ ସମ୍ପାଦକ ତଥା ମନ୍ତ୍ରୀ ରାଜା ସ୍ୱାଇଁଙ୍କ ପୁତୁରା ଭିକି ଓରଫ ଅମରେନ୍ଦ୍ର ସ୍ୱାଇଁ ।

କଟକ ପ୍ରତାପନଗରୀ ଗୁଣ୍ଡାଗର୍ଦ୍ଦି ମାମଲା; ଜେଲ ଗଲା ମୁଖ୍ୟ ଅଭିଯୁକ୍ତ ଭିକି ଓରଫ ଅମରେନ୍ଦ୍ର ପ୍ରତାପ ସ୍ୱାଇଁ

କଟକ ପ୍ରତାପନଗରୀ ଗୁଣ୍ଡାଗର୍ଦ୍ଦି ମାମଲା; ଜେଲ ଗଲା ମୁଖ୍ୟ ଅଭିଯୁକ୍ତ ଭିକି ଓରଫ ଅମରେନ୍ଦ୍ର ପ୍ରତାପ ସ୍ୱାଇଁ

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ: ମହଙ୍ଗା ପଡ଼ିଲା ସର୍ବସାଧାରଣ ସ୍ଥାନରେ ଗୁଣ୍ଡାଗର୍ଦ୍ଦି । ଗିରଫ ହେଇ ଜେଲ ଗଲା ଯୁବ ବିଜେଡି ସାଧାରଣ ସମ୍ପାଦକ ତଥା ମନ୍ତ୍ରୀ ରାଜା ସ୍ୱାଇଁଙ୍କ ପୁତୁରା ଭିକି ଓରଫ ଅମରେନ୍ଦ୍ର ସ୍ୱାଇଁ । ଶନିବାର ରାତିରେ ଭିକିକୁ ଗରିଫ କରିଥିବା କଟକ ସଦର ଥାନା ପୋଲିସ ରବିବାର ସନ୍ଧ୍ୟାରେ ତାକୁ କୋର୍ଟ ଚାଲାଣ କରିଥିଲା । ତେବେ କୋର୍ଟ ଭିକିକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇବା ସହ ତାର ଜାମିନ ଆବେଦନର ଶୁଣାଣି ସୋମବାର ଅପରାହ୍ନକୁ ଧାର୍ଯ୍ୟ କରିଛନ୍ତି ।



ସେପଟେ ଜାମିନ ଆବେଦନ ଖାରଜ ହେବା ପରେ ଭିକିକୁ ଚୌଦ୍ୱାର ଜେଲକୁ ପଠାଯାଇଛି । ସେଠାରେ ଅନ୍ୟ କଏଦୀମାନଙ୍କ ସହ ସମୟ କଟାଉଛି ଭିକି । ତେବେ ବଡ଼ କଥା ହୋଉଛି କୋର୍ଟ ଚାଲାଣ ହେଉଥିବା ସମୟରେ ଭିକିର ଚେହେରାରେ ସାମାନ୍ୟତମ ପଶ୍ଚ୍ୟାତାପ କିମ୍ବା ଗ୍ଳାନି ଦେଖିବାକୁ ମିଳିନଥିଲା । ଅନ୍ୟ ପଟେ ଭିକିର ଜେଲ ଯିବା ଖବର କଟକ ସହରର ବିଜେଡି କ୍ୟାମ୍ପରେ ଆଲୋଚନାର ମୁଖ୍ୟ ବିଷୟ ପାଲଟିଛି ।

"ଅମରେନ୍ଦ୍ର ପଣ୍ଡାଙ୍କୁ ପୋଲିସର ଗିରଫଦାରୀ ବେଆଇନ । କାରଣ ଯେଉଁ ସବୁ ଦଫା ଅମରେନ୍ଦ୍ରଙ୍କ ବିରୁଦ୍ଧରେ ଲାଗିଛି ସେ ସମସ୍ତ ଦଫାରେ ଜେଲ ଦଣ୍ଡ ୭ ବର୍ଷରୁ କମ । ଏହି ଭଳି କ୍ଷେତ୍ରରେ ପୋଲିସ ତାଙ୍କୁ ସିଆରପିସିର ଧାରା ୪୧ ଆଧାରରେ ନୋଟିସ ଦେଇ ଥାନାରୁ ଛାଡ଼ି ଦେବାର ଥିଲା । କିନ୍ତୁ ପୋଲିସ ତାହା କରି ନାହିଁ । ସୋମବାର ଦିନ ଜାମିନ ଆବେଦନର ଶୁଣାଣି ସମୟରେ ଆମେ ଏକଥା କୋର୍ଟଙ୍କୁ ଅବଗତ କରାଇବୁ" କହିଛନ୍ତି ଭିକିଙ୍କ ଓକିଲ ରଶ୍ମୀରଞ୍ଜନ ମହାପାତ୍ର ।
ଭିକି ପାଇଁ ଗୁଣ୍ଡାଗର୍ଦ୍ଦିର ଏହା ପ୍ରଥମ ମାମଲା ନଥିଲା । ଏହା ଥିଲା ମାମଲା ନମ୍ବର ୧୪ । ପ୍ରତାପନଗରୀ ଘଟଣା ପୂର୍ବରୁ ଭିକି କଟକ ସହରର ବିଭିନ୍ନ ସ୍ଥାନରେ ଉପଦ୍ରବ ମଚାଇ ସାରିଛି । ଗତ ୧୦ ବର୍ଷ ମଧ୍ୟରେ ତା ନାଁରେ କଟକ ସହରର ବିଭିନ୍ନ ସ୍ଥାନରେ ୧୪ଟି ମାମଲା ରୁଜ୍ଜୁ ହୋଇଛି । ପ୍ରତିଟି ମାମଲା ସେହି ସମାନ ଦଫା । ସର୍ବସାଧାରଣ ସ୍ଥାନରେ ଗଣ୍ଡୋଗୋଳ କରିବା , ଲୋକମାନଙ୍କୁ ଖରାପ ଭାଷାରେ ଗାଳିଗୁଲୋଜ କରିବା, ମାଡ ମାରିବା, ଧମକ ଦେବା ଏବଂ ମରାନ୍ତ୍ରକ ଆକ୍ରମଣ କରିବା ଭଳି ଦଫା ତା ନାଁରେ ରହିଛି ।

ନିଜର ରାଜନୈତିକ ପତିଆରା ପାଇଁ ଭିକି ପ୍ରତିଥର ଆଇନଜାଲରୁ ମୁକୁଳି ଯାଉଥିଲା । ଏପରି କି ପୋଲିସ ମଧ୍ୟ ଭିକିର ଅପରାଧ ପାଇଁ ପୂର୍ବରୁ କେବେ ବି ଭିକିକୁ ଗରିଫ କରିବାର ଆବଶ୍ୟକତା ଅନୁଭବ କରି ନଥିଲା । କିନ୍ତୁ ଗତ ଶୁକ୍ରବାର ଦିନ ପ୍ରତାପନଗରୀଠାରେ ଭିକି ଦ୍ୱାରା ସଂଗଠିତ ହୋଇଥିବା ଅପରାଧର ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଫଳସ୍ୱରୂପ ଭିକିର ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିଙ୍କ ଏତଲା ଆଧାରରେ ଶେଷରେ ପୋଲିସ ତାକୁ ଗିରଫ କରିଥିଲା ।

"ଅଭିଯୁକ୍ତ ତାର କିଛି ସାଙ୍ଗ ସହ ଶୁକ୍ରବାର ଦିନ ଭୁବନେଶ୍ୱରରୁ କଟକ ଫେରୁଥିବା ସମୟରେ ବିଜେବି କଲେଜ ନିକଟରେ ଏକ ବସ ଏମାନଙ୍କ କାର ସହିତ ଘଷି ହୋଇଯାଇଥିଲା । ଏହା ପରେ କାରରେ ଖର୍ଚ୍ଚ ହେବାକୁ ଥିବା ଟଙ୍କା ବା କ୍ଷୟକ୍ଷତି ଭରଣା ପାଇଁ ଅଭିଯୁକ୍ତ ଭିକି ସମ୍ପୃକ୍ତ ବସର କଣ୍ଡକ୍ଟରଙ୍କୁ କଟକ ନେଇଆସିଥିଲା । ପ୍ରତାପନଗରୀ ପଖାରେ ଥିବା ଟୋୟୋଟା କାର ସୋରୁମ ପାଖରେ ବସର କଣ୍ଡକ୍ଟରଙ୍କୁ ଆଣ୍ଠେଇବା ସହ ମାଡ଼ ମାରିଥିଲା । ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଅଭିଯୁକ୍ତ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା" କହିଛନ୍ତି କଟକ ଜୋନ ୪ ଏସିପି ଚନ୍ଦନ ଘଢେଇ ।
Published by:Soubhagya Mishra
First published: