କଟକ ପୋଲିସ ଧରିଲା କୁଖ୍ୟାତ ସିନ୍ଧିଚୋର ‘ବାବା’କୁ; ତା’ ବିରୋଧରେ ଥାନାରେ ପଡ଼ିଛି ୪୩ଟି ମାମଲା

ସିନ୍ଧିଚୋରୀ, ଡକାୟତି ଓ ମାରଣାସ୍ତ୍ର ଦେଖାଇ ଲୁଟ୍ କରିବାରେ ଉସ୍ତାଦ୍ ଥିଲା ଦିଲ୍ଲୀପ ଦାସ ଓରଫ ବାବା । କିନ୍ତୁ ସେହି ସବୁ ଅପରାଧରେ ଅଧିକ ପରିଶ୍ରମ କରିବାକୁ ପଡ଼ୁଥିବାରୁ ଗତ କିଛି ଦିନ ଧରି ସେ ଛିନତାଇରେ ମନ ଲଗେଇଥିଲା ।

କଟକ ପୋଲିସ ଧରିଲା କୁଖ୍ୟାତ ସିନ୍ଧିଚୋର ‘ବାବା’କୁ; ତା’ ବିରୋଧରେ ଥାନାରେ ପଡ଼ିଛି ୪୩ଟି ମାମଲା
ଦିଲ୍ଲୀପ ଦାସ ଓରଫ ବାବା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଜଗତପୁର ପୋଲିସ ହାତରେ ଏମିତି ଏକ ଚୋର ଧରା ପଡ଼ିଛି ଯେ ତା’ କାରନାମାକୁ ନେଇ ଖାଲି ସାଧାରଣରେ ନୁହେଁ, ବରଂ ପୋଲିସ ମହଲ ବି ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀପ ଦାସ ଓରଫ ବାବା ନାମକ ଏହି ଚୋର ନାଁରେ ଥିବା ମାମଲା ସଂଖ୍ୟା ତା’ ବୟସ ସହ ପ୍ରାୟ ସମାନ । କୁଖ୍ୟାତ ଡି-ବ୍ରଦର୍ସ, ଟିଟୋ ଓ ହାଇଦର ଭଳି ପେସାଦାର ଅପରାଧୀଙ୍କ ନାଁରେ ମୋ’ଟ ଯେତିକି ମାମଲା ରହିଛି ଏକା ବାବା ନାଁରେ ତା’ ଠାରୁ ଅଧିକ ମାମଲା ଅଛି ।

୪୬ ବର୍ଷୀୟ ବାବା ନାଁରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏ ପର୍ଯ୍ୟନ୍ତ ୪୩ଟି ମାମଲା ଥିବା ଜଣାପଡ଼ିଛି । କିନ୍ତୁ ୧୯୯୫ ମସିହାରୁ ଅପରାଧ ଜଗତରେ ସକ୍ରିୟ ଥିବା ବାବାର ୨୬ ବର୍ଷର ଲମ୍ବା ଆପରାଧିକ ଇତିହାସକୁ ଦେଖିଲେ ସେ କରିଥିବା ଅପରାଧଗୁଡ଼ିକର ତାଲିକା ଆହୁରି ଲମ୍ବା ବୋଲି କହିଛି କମିଶନରେଟ ପୋଲିସ । ଉପକୂଳବର୍ତ୍ତୀ ଜିଲ୍ଳାଗୁଡ଼ିକରେ ଏମିତି କୌଣସି ଅଞ୍ଚଳ ନାହିଁ ଯେଉଁଠି ନିଜ ଚୋରି ବିଦ୍ୟାର ପ୍ରୟୋଗ କରିନାହିଁ ବାବା । ଆଳିରୁ କେନ୍ଦୁଝର ଓ କୁଆଖିଆରୁ କଟକ ସଦର ଥାନା ପର୍ଯ୍ୟନ୍ତ ଲମ୍ବିଛି ତା’ ଅପରାଧର ନେଟୱର୍କ ।

ଏହା ବି ପଢ଼ନ୍ତୁ | ମନ୍ଦିରା ବେଦୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହେଲା; ଅଭିନେତ୍ରୀଙ୍କ Insta ପୋଷ୍ଟକୁ ନେଇ ଉଠିଲା ଅନେକ ପ୍ରଶ୍ନ

ସିନ୍ଧିଚୋରି, ଡକାୟତି ଓ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରିବାରେ ବାବା ଉସ୍ତାଦ୍‌ ଥିଲା । କିନ୍ତୁ ସେହି ସବୁ ଅପରାଧରେ ଅଧିକ ପରିଶ୍ରମ କରିବାକୁ ପଡ଼ୁଥିବାରୁ ଗତ କିଛି ଦିନ ଧରି ସେ ଛିନତାଇରେ ମନୋନିବେଶ କରିଥିଲା । ଗତ ଏପ୍ରିଲ ୧୨ ତାରିଖ ଦିନ ଜଗତପୁର ଅଞ୍ଚଳରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଛିନତାଇ ମାମଲାର ଅନୁସନ୍ଧାନ କରି ବାବା ପାଖରେ ପହଞ୍ଚିଥିଲା କମିଶନରେଟ ପୋଲିସ । ତା' ଠାରୁ ଲୁଟ୍‌ ହୋଇଥିବା ସେହି ଚେନ୍ ସହିତ ମୋ’ଟ ତିନିଟି ସୁନା ଚେନ୍, ସାତଟି ମୋବାଇଲ୍ ଫୋନ୍ ଓ ଗୋଟିଏ ବାଇକ୍‌ ଜବତ କରିବା ସହିତ ତା’ର ଜଣେ ସହଯୋଗୀକୁ ବି ଗରିଫ କରିଥିଲା କମିଶନରେଟ୍‌ ପୋଲିସ ।

ବାବାର ଗିରଫଦାରୀ ବିଷୟରେ କହୁଛନ୍ତି କଟକ ଡିସିପି ପ୍ରତୀକ ସିଂ (ଡାହାଣ)


‘‘ଦୀଲ୍ଲିପ ଦାସ ଓରଫ ବାବା ଜଣେ ପୁରୁଣା ଅପରାଧୀ । ଡକାୟତି ଅଭିଯୋଗ ବି ତା’ ନାଁରେ ରହିଛି । ପାଞ୍ଚଟି ଜିଲ୍ଲାରେ ତା’ର କାର୍ଯ୍ୟକଳାପ ବ୍ୟାପିଛି । ଆମ ପୋଲିସ ପ୍ରାୟ ଦୁଇ ମାସ ଥରି ତାକୁ ଖୋଜୁଥିଲା । ଅନେକ ମାମଲାରେ ସେ ୱାଣ୍ଟେଡ୍‌ ଥିଲା । ବିଭିନ୍ନ ଜିଲ୍ଲାରେ ୧୫ଟି ମାମଲାରେ ତା’ ନାଁରେ ୱାରେଣ୍ଟ ବି ରହିଛି । ତା’ର ଆପରାଧିକ ଇତିହାସକୁ ଦେଖି ଆମେ ବିଭିନ୍ନ ଥାନାକୁ ଏ ବାବଦରେ ସୂଚନା ଦେଇଛୁ,’’ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ଏହା ବି ପଢ଼ନ୍ତୁ | ପିଲାମାନଙ୍କୁ କରୋନା ହେବା ସମ୍ଭାବନା ବିଷୟରେ ଭ୍ରମିତ ହୁଅନ୍ତୁ ନାହିଁ, କହିଲେ ବଡ଼ ବିଶେଷଜ୍ଞମାନେ

ବାବାର ଚେହେରା ଯେମିତି ତା’ କାରନାମା ବି ସେମିତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାବାର ମୂଳ ଘର ଭଦ୍ରକ ଜିଲ୍ଳା ଚାନ୍ଦବାଲି ଅଞ୍ଚଳରେ । କିନ୍ତୁ ନିଜ ଚୋରି ପ୍ରବୃତ୍ତିକୁ ଚରିତାର୍ଥ କରିବା ପାଇଁ ସେ ନିୟମିତଭାବେ ନିଜର ଠିକଣା ବଦଳାଇ ଥାଏ । ଯେଉଁ ଅଞ୍ଚଳକୁ ଯାଏ ସେଠାରେ କଳାକନା ବୁଲାଇ ଥାଏ । ତିନି ଦଶନ୍ଧି ଧରି ଚୋରିକୁ ନିଜ ପେସା କରିଥିବା ବାବା ପ୍ରତି ଏରିଆରେ ନିଜର ଅନେକ ଶିଷ୍ୟମାନଙ୍କୁ ବି ତିଆରି କରିପାରିଛି ବୋଲି ପୋଲିସ ଜାଣିବାକୁ ପାଇଛି । ପ୍ରତି ଥର ନିଜ ଶିଷ୍ୟମାନଙ୍କୁ ସାଥି କରି ସେ ସେମାନଙ୍କ ଅଞ୍ଚଳରେ ରାହାଜାନି କରିବା ପରେ ସେଠାରୁ ଅନ୍ତର୍ଦ୍ଧାନ ହୋଇଯାଏ ।

ଏହା ବି ପଢ଼ନ୍ତୁ | ଆତଙ୍କବାଦୀମାନେ ହତ୍ୟା କରି ଚାଲିଯିବା ପରେ ଯାଇ ମୁଁ କାନ୍ଦିପାରିଲି’: ପୁଲୱାମା ପୋଲିସ ଅଫିସରଙ୍କ ବୋହୁ

ସବୁ ବେଳେ ନିଜର ଜଣେ ସହଯୋଗୀକୁ ଧରି ବିଭିନ୍ନ ସ୍ଥାନ ବୁଲି ବୁଲି ଦିନ ବେଳେ ରେକି କରିଥାଏ ଓ ରାତିରେ ଘରେ ପଶି କଳାକନା ବୁଲାଇଥାଏ । ଅଧିକାଂଶ ସମୟରେ ଅଟୋ ଚଳାଇ ଚୋରି କରିବାକୁ ଥିବା ସ୍ଥାନକୁ ସେ ଯାଏ । ଚୋରି କରିବା ପରେ ମିଳିଥିବା ସବୁ ସାମଗ୍ରୀକୁ ଅଟୋରେ ଭର୍ତ୍ତି କରି ସେଠାରୁ ଚମ୍ପଟ ମାରେ । କେନ୍ଦ୍ରାପଡ଼ା ଅଞ୍ଚଳରେ ସେ ଏହି ଢଙ୍ଗରେ ଚୋରି କରିଥିବା ପୋଲିସ ପକ୍ଷରୁ କୁହାଯାଇଛି ।



୨୦୧୭ ମସିହାରେ ଶେଷ ଥର ପାଇଁ ପୋଲିସ ହାତରେ ଧରା ପଡ଼ିଥିଲା ବାବା । କିନ୍ତୁ କିଛି ଦିନର ଜେଲ୍‌ ରହଣି ପରେ ସେ ଜେଲରୁ ବାହାରି ପୁଣି ଅପରାଧରେ ମାତିଥିଲା । ଚାରି ବର୍ଷ ପରେ ଏବେ ସେ ଧରା ପଡ଼ିଛି ।
Published by: Anand ST Das
First published: July 4, 2021, 11:53 PM IST