ଘରେ ଗୁପ୍ତଧନ ଅଛି କହି ମହିଳାଙ୍କଠୁ ୬୨ ଲକ୍ଷ ଟଙ୍କା ଲୁଟୁ ନେଲେ ଭଣ୍ଡ ତାନ୍ତ୍ରିକ

କଟକରେ ମାତିଛନ୍ତି ଭଣ୍ଡ ବାବା। ଘରେ ଭୂତପ୍ରେତ ଥିବା କହି ଲୋକଙ୍କୁ ଭୁଆଁ ବୁଲାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା।

ଘରେ ଗୁପ୍ତଧନ ଅଛି କହି ମହିଳାଙ୍କଠୁ ୬୨ ଲକ୍ଷ ଟଙ୍କା ଲୁଟୁ ନେଲେ ଭଣ୍ଡ ତାନ୍ତ୍ରିକ

ଘରେ ଗୁପ୍ତଧନ ଅଛି କହି ମହିଳାଙ୍କଠୁ ୬୨ ଲକ୍ଷ ଟଙ୍କା ଲୁଟୁ ନେଲେ ଭଣ୍ଡ ତାନ୍ତ୍ରିକ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

କଟକ: କଟକ (Cuttack) ମଙ୍ଗଳାବାଗ ପୋଲିସ (Police) ଦ୍ବାରା ଗିରଫ ହୋଇଥିବା ତାନ୍ତ୍ରିକ (Fraud baba) କୈଫିକ ଖାନ ନାଁରେ ଲମ୍ବି ଚଲାଛି ଅଭିଯୋଗର ତାଲିକା। ମଙ୍ଗଳାବାଗର ଜଣେ ମହିଳାଙ୍କୁ ୬୨ ଲକ୍ଷ ଟଙ୍କାର ଠକେଇ ନେଇ କୈଫିକ ନାଁରେ ଗତକାଲି ଏକ ମାମଲା ରୁଜୁ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ କୈଫିକ ନାଁରେ ମାମଲା ଦାୟର କରାଯାଇଛି।

ଜଣଙ୍କୁ ଘରୁ ଭୂତ ଭଗାଇବା କହି ଏବଂ ଆଉ ଜଣଙ୍କୁ ହୀରା ବ୍ୟବସାୟୀ ହେବାର ସ୍ବପ୍ନ ଦେଖାଇ କୈଫିକ ମୋଟ ୨୦ ଲକ୍ଷ ଟଙ୍କା ଠକିଥିବା ଥାନାରେ ଅଭିଯୋଗ ହୋଇଛି।

ଆଜି ଦ୍ବିତୀୟ ଅଭିଯୋଗକାରୀ ଭାବେ ମଙ୍ଗଳାବାଗ ଥାନାରେ ମାମଲା ରୁଜୁ କରିଛନ୍ତି ଭଦ୍ରକ ବୈଦରଡ଼ା ବାସିନ୍ଦା ସେଖ ଜୌହୁର ଇସଲାମ। ଘରେ କିଛି ଭୈତିକ କାଣ୍ଡ ଘଟୁଥିବା ଅନୁଭବ କରି ଏହାର ସମାଧାନ ପାଇଁ ତାନ୍ତ୍ରିକ କୈଫିକର ସହାୟତା ନେଇଥିଲେ ଜୌହୁର।

କୈଫିକ ତାଙ୍କ ଘରୁ ଭୂତ ବାହାର କରିବ କଣ ବରଂ ଜୌହୁର ଘରକୁ ଲାଗି କରିଥିବା ଏକ ଲିମ୍ବ ଗଛ ତଳେ କୋଟି ଟଙ୍କାରୁ ଉର୍ଦ୍ଧ୍ବ ସୁନା ଚାପି ହୋଇ ରହିଥିବାରୁ ଏପରି ଘଟୁଥିବା ଦର୍ଶାଇଥିଲା। ଏହି ସୁନାକୁ ବାହାର କରିବା ପାଇଁ ୫ ଲକ୍ଷ ଟଙ୍କା ନେବା ପରେ ସୁନା ନାଁରେ ଦଶ କେଜି ଓଜନର ପିତଳ ଧରାଇ ଦେଇ ଚମ୍ପଟ ମାରିଥିଲା କୈଫିକ।

ସେହିପରି କଟକ ସୋମପୁର ବାସିନ୍ଦା ଜଣେ ମହିଳାଙ୍କୁ ବଡ଼ ହୀରା ବ୍ୟବସାୟୀ କରାଇ ଦେବ କହି ୧୫ ଲକ୍ଷ ଟଙ୍କା ଠକେଇ କରି ନେଇଥିଲା। ଏନେଇ କୈଫିକ ଦ୍ବାରା ଠକାମିର ଶିକାର ହୋଇଥିବା ଦୁଇ ଜଣ ବ୍ୟକ୍ତି ଶନିବାର ଦିନ ମଙ୍ଗଳାବାଗ ଥାନାରେ ଏତଲା ମଧ୍ୟ ଦେଇଛନ୍ତି।

"ମୋ ଭଉଣୀଙ୍କୁ ଚାକିରିରୁ ଛଟେଇ ହୋଇଯାଇଥିଲା। ପୁଣି ଥରେ କେଉଁ ଚାକିରି ହେବ ସେହି ଆଶାରେ ଭଉଣୀ କୈଫିକ ପାଖକୁ ଯାଇଥିଲେ। କିନ୍ତୁ କୈଫିକ ଚାକିରି କରିବା ବଦଳରେ ହୀରା ବ୍ୟବସାୟ କରିବା ପାଇଁ ଭଉଣୀଙ୍କୁ ପରାମର୍ଶ ଦେବା ସହ ଏଥିପାଇଁ ସେ ସାହାଯ୍ୟ ପ୍ରଦାନ କରିବ ବୋଲି କହିଥିଲା। ବିଭିନ୍ନ ପର୍ଯ୍ୟାୟରେ ଭଉଣୀଙ୍କ ପାଖରୁ ୧୫ ଲକ୍ଷ ଟଙ୍କା ଠକି ନେଇଥିଲା," କହିଛନ୍ତି ଠକେଇର ଶିକାର ହୋଇଥିବା ମହିଳାଙ୍କ ଭାଇ ଏମ.ରାଜ।

ସେପଟେ ଠକ ତାନ୍ତ୍ରିକ କୈଫିକ ବରୁଦ୍ଧରେ ବଢୁଥିବା ଅଭିଯୋଗକୁ ଦେଖି ଏହି ଘଟଣାକୁ ଗୁରୁତର ସହ ନେଇଛି କଟକ କମିଶନରେଟ ପୋଲିସ। କୈଫିକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏବେ ତାକୁ ରିମାଣ୍ଡରେ ଆଣି ଅଧିକ ଜେରା କରିବାକୁ ଯୋଜନା କରୁଛି ପୋଲିସ।

ଏହା ସହ କୈଫିକ ନାଁରେ ଥିବା ୧୧ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ବ୍ୟତିତ ଠକେଇ ହୋଇଥିବା ଅର୍ଥର ଏକ ବୃହତ ଅଶଂକୁ ସେ ସୋୟର ବଜାରରେ ଲଗାଇଥିବାରୁ ସେହି ଟଙ୍କାକୁ ଫେରାଇ ଆଣିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ଠକେଇ ଅର୍ଜିତ ଅର୍ଥରେ କୈଫିକ ଗଚ୍ଛିତ ରଖିଥିବା ସମ୍ପତ୍ତିକୁ ଜବତ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଥିବା କହିଛନ୍ତି କଟକ ଡିସିପି।

ପଢ଼ନ୍ତୁ ପୂରା ଖବର:  Low Pressure: ମେ ୫ରେ ଲଘୁଚାପ! ସୃଷ୍ଟି ହୋଇପାରେ ବଡ଼ ସାମୁଦ୍ରିକ ଝଡ଼

"ବହୁତ ଲୋକଙ୍କୁ କୈଫିକ ଠକେଇ କରିଥିବା ଆମେ ଜାଣିବାକୁ ପାଇଛୁ । ସେଥିପାଇଁ ତାକୁ ରିମାଣ୍ଡରେ ଆଣିବା ପାଇଁ ଯାଉଛୁ । ସେ ରିମାଣ୍ଡରେ ଆସିବା ପରେ ତା ଠାରୁ ଆହୁରି କିଛି ତଥ୍ୟ ସଂଗ୍ରହ କରାଯିବ" କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।
Published by:Lipina Das
First published: