କି ହେବ ଶୁଆ ପୋଷିଲେ? ମାଲିକାଣୀଠୁ ପୁଣି ଦୂରେଇଗଲା କଟକର ପୋଷା ଶୁଆ କୋକୋ; ବନ ବିଭାଗ ନେଇଗଲା

Cuttack pet parrot Koko found, but taken away from its owner by forest dept officials | ନିଖୋଜ ପୋଷା ଶୁଆ କୋକୋକୁ ଫେରିପାଇବା ପାଇଁ ପ୍ରଫେସର୍ ସସ୍ମିତା ବେହେରା ୫,୦୦୦ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ହେଲେ କୋକୋର ଅନ୍ତର୍ଦ୍ଧାନ ହେବା ଓ ଫେରିଆସିବା ଉପରେ ତୀକ୍ଷ୍ଣ ନଜର ରଖିଥିଲେ ବନ ବିଭାଗର ଅଧିକାରୀମାନେ ।

କୋକୋର ମାଲିକାଣୀ ପ୍ରଫେସର୍ ସୁସ୍ମିତା ବେହେରା; (ଡାହାଣ) କୋକୋକୁ ନେଇଯାଉଛନ୍ତି ଜଣେ ବନ ବିଭାଗ କର୍ମଚାରୀ

କୋକୋର ମାଲିକାଣୀ ପ୍ରଫେସର୍ ସୁସ୍ମିତା ବେହେରା; (ଡାହାଣ) କୋକୋକୁ ନେଇଯାଉଛନ୍ତି ଜଣେ ବନ ବିଭାଗ କର୍ମଚାରୀ

  • Share this:
News18 Odia Digital

କଟକ: ଘରେ ପାଳିଥିବା ପ୍ରିୟ ଶୁଆ କୋକୋ ଯେବେଠୁ କେଉଁ ଆଡ଼େ ଉଡ଼ି ପଳାଇଥିଲା, ସେବେଠୁ ପ୍ରଫେସର୍‌ ସସ୍ମିତା ବେହେରାଙ୍କୁ ରାତିରେ ଠିକ୍‌ ଭାବେ ନିଦ ଆସୁ ନ ଥିଲା । ପୋଷା ଶୁଆଟିକୁ ଖୋଜିପାଇବାର ସବୁ ଉଦ୍ୟମ ବିଫଳ ହେବା ପରେ ସେ ୫,୦୦୦ ଟଙ୍କାର ପୁରସ୍କାର ଘୋଷଣା କରି ଏକ ଲିଫଲେଟ୍‌ ବାଣ୍ଟିଥିଲେ । ଶେଷରେ ତାଙ୍କ ଶୁଆ କୋକୋ ତାଙ୍କୁ ମିଳିଗଲା, ହେଲେ ଏ ଥର ଆଉ ତାଙ୍କ ପାଖରେ ରହିଲା ନାହିଁ ।

କଟକର ତୁଳସୀପୁର ମଧୁସୂଦନ ନଗରରେ ଥିବା ପ୍ରଫେସର୍‌ ସସ୍ମିତା ବେହେରାଙ୍କ ଘର ମଙ୍ଗଳବାର ଦିନ ଭୋ ଭୋ କ୍ରନ୍ଦନ ଶବ୍ଦରେ କମ୍ପୁଥିଲା । ପରିବାରର କୌଣସି ସଦସ୍ୟଙ୍କର କୌଣସି କ୍ଷୟକ୍ଷତି ହୋଇ ନ ଥିଲା । ବନ ବିଭାଗ ଅଧିକାରୀମାନେ ତାଙ୍କ ପାଳିତ ଶୁଆ କୋକୋକୁ ନେଇଯିବାକୁ ଆସି ପହଞ୍ଚିଥିବାରୁ ପ୍ରଫେସର୍‌ ସସ୍ମିତା ବେହେରା ଓ ତାଙ୍କ ଘର ଲୋକେ କାନ୍ଦୁଥିଲେ । ନିଶ୍ଚୟ ପୋଷା ଶୁଆ କୋକୋ ତାଙ୍କ ପରିବାରର ସଦସ୍ୟଠାରୁ କମ୍‌ ନ ଥିଲା ।

ଏହା ବି ପଢ଼ନ୍ତୁ | ଦୁଇଟି ମାଙ୍କଡ଼ ପ୍ରତିଶୋଧ ନେଲେ; ପାଖାପାଖି ୨୦୦ଟି କୁକୁରଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲେ

ଜାନୁଆରୀ ୫ ତାରିଖରେ ହଠାତ୍‌ କୁଆଡ଼େ ଗାୟବ୍‌ ହୋଇଯିବା ପରଠୁ ଏହି ଶୁଆ କୋକୋ ଖୁବ୍‌ ଚର୍ଚ୍ଚିତ ହୋଇପଡ଼ିଥିଲା । ତାକୁ ପାଇବା ପାଇଁ ତା’ ମାଲିକାଣୀ ଦେଇଥିବା ଲିଫଲେଟ୍ ବିଜ୍ଞାପନ ଦେଖି ପୁରସ୍କାର ଆଶାରେ ଅନେକ ଲୋକ ତାକୁ ଖୋଜିବା ଆରମ୍ଭ କରିଥିଲେ । ଶେଷରେ ଭୁବନେଶ୍ୱରର କେଶୁରାର ଜଣେ ବ୍ୟକ୍ତି ସେହି ପକ୍ଷୀଟିକୁ ପାଇ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ପ୍ରଫେସର୍‌ ସସ୍ମିତା ବେହେରାଙ୍କ ପାଖକୁ ଫେରିଆସିଥିଲା କୋକୋ । ମାତ୍ର ପରେ ପରେ କୋକୋର ଅନ୍ତର୍ଦ୍ଧାନ ହେବା ଓ ଫେରିଆସିବା ଉପରେ ତୀକ୍ଷ୍ଣ ନଜର ରଖୁଥିବା ବନ ବିଭାଗ ଅଧିକାରୀମାନେ ଆସି ପହଞ୍ଚିଥିଲେ ତାଙ୍କ ଘରେ । କୋକୋକୁ ନେଇଯାଇଥିଲେ ସେମାନେ ।

କୋକୋକୁ ହରାଉଥିବା ଦୁଃଖରେ କାନ୍ଦୁଛନ୍ତି ତା’ ମାଲିକାଣୀ ପ୍ରଫେସର୍ ସୁସ୍ମିତା ବେହେରା ।


‘‘ୱାଇଲ୍ଡଲାଇଫ୍‌ କଞ୍ଜର୍ଭେସନ୍‌ ଆକ୍ଟ, ୧୯୭୨ର ପ୍ରାବଧାନ ଅନୁସାରେ କୌଣସି ବ୍ୟକ୍ତି ନିଜ ଘରେ କୌଣସି ବନ୍ୟ ଜନ୍ତୁକୁ ପାଳିପାରିବେ ନାହିଁ । ଆମେ ଏହି ଶୁଆଟି ନିଖୋଜ ହେବା ଓ ପରେ ମିଳିଯିବା ବିଷୟରେ ଅବଗତ ଥିଲୁ । ତେଣୁ ଆଇନ ଉତ୍ତଙ୍ଘନ ହେଉଥିବାରୁ ଆମେ ସ୍ପେଶାଲ ସର୍ଚ୍ଚ ୱାରାଣ୍ଟ ନେଇ ଶୁଆର ମାଲିକାଣୀଙ୍କ ଘରେ ପହଞ୍ଚିଥିଲୁ ଓ ଶୁଆଟିକୁ ନିଜ ଆୟତ୍ତକୁ ନେଇଥିଲୁ,’’ କହିଛନ୍ତି ଏ.ସି.ଏଫ୍‌. ଶୁଭେନ୍ଦୁ କୁମାର ପ୍ରଧାନ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ହେ ଭଗବାନ! କାହିଁକି ମୋବାହାଘର କରେଇଲମୋସ୍ୱାମୀ ଖୁବ୍ ଖରାପ…’’ ଭାଇରାଲ୍ ଭିଡିଓରେ କହିଲେ ମହିଳା

ପ୍ରଫେସର୍‌ ସସ୍ମିତା ବେହେରା ଓ ତାଙ୍କ ପରିବାର କୋକୋକୁ ବନ ବିଭାଗ ହାତରେ ଦେବାକୁ ଆଦୌ ପ୍ରସ୍ତୁତ ନ ଥିଲେ । ସେମାନେ କୋକୋ କେମିତି ଖାଇବ ଓ କେମିତି ରହିବ ବୋଲି ଅନେକ ପ୍ରଶ୍ନ ପଚାରିଥିଲେ ଓ ତାକୁ ନେଇ ନ ଯିବାକୁ ଅନେକ ଅନୁରୋଧ ମଧ୍ୟ କରିଥିଲେ । କୋକୋ ସହ ବିଶେଷ ଭାବରେ ଅନ୍ତରଙ୍ଗ ଥିବା ପ୍ରଫେସର୍‌ ବେହେରାଙ୍କ ପୁଅ ତ କୋକୋ ପୁଣି ଚାଲିଯିବ ଜାଣି ଅଚେତ ହୋଇପଡ଼ିଥିଲା । ବନ ବିଭାଗ ଅଧିକାରୀମାନେ କୋକୋର ସବୁ ଯତ୍ନ ନିଆଯିବ ଓ ତାକୁ ଦେଖିବାକୁ ପରିବାରକୁ ସୁଯୋଗ ଦିଆଯିବ ବୋଲି ବହୁତ ବୁଝାଇବା ପରେ ପ୍ରଫେସର୍‌ ବେହେରାଙ୍କ ପରିବାର ତାକୁ ହସ୍ତାନ୍ତର କରିବାକୁ ରାଜି ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କୋହଲି ଟେଷ୍ଟ ଅଧିନାୟକତ୍ୱ ଛାଡି଼ବା ପରେ ଧୋନି ଶାସ୍ତ୍ରୀଙ୍କ ନାଁ ନେଲେ; କହିଲେ ଜାଣନ୍ତୁ

‘‘ମୁଁ ଜାଣି ନ ଥିଲି ଶୁଆକୁ ଘରେ ରଖିବା ବନ୍ୟ ପ୍ରାଣୀ ଆଇନର ଉଲ୍ଲଙ୍ଘନ ବୋଲି । ଆମେ ଶୁଆଟିକୁ ଅସୁସ୍ଥ ଅବସ୍ଥାରେ ପାଇଥିଲୁ । ତା’ର ଯତ୍ନ ନେଇ ତାକୁ ଠିକ୍‌ କରିଥିଲୁ ଓ ତାକୁ ଘରେ ପାଳିଥିଲୁ । ତା’ ନାଁ କୋକୋ ଦେଇଥିଲୁ । ତା’ ସହ ଆମେ ଖୁବ୍‌ ଅନ୍ତରଙ୍ଗ ଥିଲୁ । ଆମକୁ ବନ ବିଭାଗ ଅଧିକାରୀମାନେ ଆଶ୍ୱସ୍ତ କରିଛନ୍ତି ଯେ ସେମାନେ କୋକୋକୁ ଭଲରେ ରଖିବେ ଓ ତା’ର ଯତ୍ନ ନେବେ । ଆମକୁ ତା’ ସହ ଦେଖା ବି କରେଇବେ ସେମାନେ,’’ ଆଖିରୁ ଲୁହ ପୋଛି କହିଛନ୍ତି ପ୍ରଫେସର୍‌ ସସ୍ମିତା ବେହେରା ।

ଏହା ବି ପଢ଼ନ୍ତୁ | ଏହି ପେନ୍ସନ୍ପ୍ଲାନ୍ ନେଲେ ଆପଣଙ୍କୁ ପ୍ରତି ମାସ ମିଳିବ ୧୨,୦୦୦ ଟଙ୍କା ପେନ୍ସନ୍‌; ଜାଣନ୍ତୁ ସବୁ କିଛି

ଏବେ ନଦନ କାନନରେ ରହିବ ବହୁ-ଚର୍ଚ୍ଚିତ କୋକୋ । ବନ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ପ୍ରଥମେ କୋକୋର ଡାକ୍ତରୀ ପରୀକ୍ଷା ହେବ ଓ ତା’ ପରେ ତାକୁ ନନ୍ଦନ କାନନ କର୍ତ୍ତୃପକ୍ଷଙ୍କ ଜିମା ଦିଆଯିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ

‘‘ଏମିତି ବନ ବିଭାଗ ଅଧିକାରୀମାନେ ଶୁଆକୁ ଜବତ କରି ନେଇଯିବା ଘଟଣା ନୂଆ ନୁହେଁ । ପୂର୍ବରୁ ଅନେକ ଥର ଶୁଆ, କଇଁଚ ଓ ନେଉଳ ଆଦି ବନ୍ୟ ପ୍ରାଣୀକୁ ରଖିବା ବେଆଇନ୍‌ ହୋଇଥିବାରୁ ସେଗୁଡ଼ିକୁ ପୂର୍ବରୁ ବିଭିନ୍ନ ସ୍ଥାନରେ ଲୋକଙ୍କ ଘରୁ ଜବତ କରି ନେଇନିଆଯାଇଛି । ଏହା ଦ୍ୱାରା ବନ ବିଭାଗ ଅଧିକାରୀମାନେ ଆଇନର ଅନୁପାଳନ ହିଁ କରୁଛନ୍ତି,’’ କହିଛନ୍ତି ବନ୍ୟ ପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ ।
Published by:Anand S.T. Das
First published: