କଟକରେ ଦୁର୍ଗା ପୂଜା: ସରକାରଙ୍କ କଟକଣା ବିରୋଧରେ ଜନତା ଓ ଦଳମାନଙ୍କ ବିରୋଧ ତେଜିଲା

ଦୁର୍ଗା ମା’ଙ୍କ ମୂର୍ତ୍ତିର ଉଚ୍ଚତା ଓ ମଣ୍ଡପର କଳେବରକୁ ନେଇ ସରକାରଙ୍କ ଗାଇଡଲାଇନ ବିରୋଧରେ ପୂଜା କମିଟିଗୁଡ଼ିକ ସ୍ୱର ଉଠାଇବା ପରେ ଏବେ ବିଭିନ୍ନ ରାଜନୈତିକ ଦଳ ଏହି କଟକଣାର ପ୍ରତିବାଦ କରିବା ଆରମ୍ଭ କରିଛନ୍ତି ।

କଟକରେ ଦୁର୍ଗା ପୂଜା: ସରକାରଙ୍କ କଟକଣା ବିରୋଧରେ ଜନତା ଓ ଦଳମାନଙ୍କ ବିରୋଧ ତେଜିଲା
ଶେଖ ବଜାର ପୂଜା ମଣ୍ଡପ
  • News18 Odia
  • Last Updated: September 12, 2020, 11:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଦୁର୍ଗା ପୂଜାରେ ମା’ଙ୍କ ମୂର୍ତ୍ତିର ଉଚ୍ଚତା କମାଇବା ଓ ମା’ଙ୍କୁ ପରଦା ଆଢୁଆଳରେ ରଖିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ ନିବେଦନ କରି ହାଇ କୋର୍ଟରେ ଏକ ମାମଲା ଦାୟର ହୋଇଥିବା ବେଳେ କଟକ ସହରରେ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି ବିରୋଧର ସ୍ବର । ଏହାକୁ ଦେଖି କମିଶନରେଟ ପୋଲିସ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଭିଡିଓ କନଫରେନସିଂରେ ଏକ ବୈଠକ ଆୟୋଜିତ ହୋଇଛି ।

ପ୍ରଥମେ ହାତଗଣତି ପୂଜା କମିଟିଗୁଡ଼ିକ ସରକାରଙ୍କ କଟକଣାମୂଳକ ନିଷ୍ପତ୍ତି ବିରୋଧରେ ସ୍ବର ଉତ୍ତୋଳନ କରିଥିବା ବେଳେ ଏବେ ଅଧିକାଂଶ ପୂଜା କମିଟିର କର୍ମକର୍ତ୍ତା ଏହାକୁ ବିରୋଧ କରିବା ଆରମ୍ଭ କଲେଣି । ଏପରିକି ସହରବାସିନ୍ଦାଙ୍କ ମଧ୍ୟରେ ବି ଏହା ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି । ଲୋକେ କହୁଛନ୍ତି ଏବେ ସବୁ କିଛି ଖୋଲା ଗଲାଣି, ପୂର୍ବ ଭଳି ଆଉ କଟକଣା ନାହିଁ । କରେନା ସଂକ୍ରମଣ ସହରରେ ଚିନ୍ତାଜନକ ସ୍ଥିତିରେ ଅଛି ସତ, କିନ୍ତୁ ରାଜ୍ୟ ଏହା ଆସନ୍ତା ସପ୍ତାହରୁ କମିବା ଆରମ୍ଭ ହେବ ବୋଲି ରାଜ୍ୟ ସରକାର କହୁଥିବା ବେଳେ ପୂଜାକୁ ଆହୁରି ମାସେରୁ ଅଧିକ ସମୟ ବାକି ଅଛି । ଏହି ସ୍ଥିତିରେ ଦଶହରା ସହିତ ଜଡ଼ିତ ଥିବା ପରମ୍ପରାକୁ ଭଙ୍ଗା ନ ଯାଉ ବୋଲି ସହର ବାସୀ କହିଛନ୍ତି ।

ସେପଟେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ବିଜେପି ନେତା ସମୀର ଦେଙ୍କ କଟକ ବନ୍ଦ ଡାକରାର ଚେତବନୀ ବିରୋଧର ଏହି ସ୍ବରକୁ ଆହୁରି ଶାଣିତ କରିଛି । ସରକାର ନିଜ ନିଷ୍ପତ୍ତିର ପୂର୍ନବିଚାର ନ କଲେ ଏହାକୁ ବିରୋଧ କରି ଦଳ ରାଜରାସ୍ତାକୁ ଓହ୍ଲାଇବ ଓ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବ ବୋଲି ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ସମୀର ଦେ । ଏହା ବିରୋଧର ସ୍ବରକୁ ଅଧିକ ତୀବ୍ର କରିଛି ।

ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ


ବିଜେପିର ଏହି ଆଭିମୁଖ୍ୟକୁ ଦେଖି ନିଜ ପକ୍ଷ ସ୍ପଷ୍ଟ କରିଛି କଂଗ୍ରେସ । ସମୀର ଦେଙ୍କ ପରେ ଏବେ ରାଜ୍ୟ ସରକାରଙ୍କୁ ନିଜ ନିଷ୍ପତ୍ତିକୁ ପୁର୍ନବିଚାର କରିବା ପାଇଁ ଦାବୀ କରିଛି କଂଗ୍ରେସ । କଂଗ୍ରେସ ନେତା ତଥା ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

‘‘ଯେତେବେଳେ ପୂଜା ପାର୍ବଣ ଆସେ ଯିଏ ଯେଉଁ ଦଳର ହୋଇଥାନ୍ତୁ ନା କାହିଁକି ଆମେ ସବୁ କିଛି ଭୁଲି ଯାଉ ଯେ କିଏ କେଉଁ ରାଜନୈତିକ ଦଳରେ ଅଛୁ ବୋଲି । କଟକର ଭାଇଚାରା ପାଇଁ ଆମେ ସବୁ ବେଳେ ଲଢ଼େଇ କରିଥାଉ । ଆଜି ମଧ୍ୟ ସେହି ସମୟ ଆସିଛି ଭାଇଚାରାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ । କଟକ ସହରର ଗୌରବ ଓ ତା’ର ଏୗତିହ୍ୟକୁ ବଜାୟୀ ରଖିବା ପାଇଁ ଆମେ ସମସ୍ତେ ଏହି ଲଢ଼େଇରେ ସାମିଲ ହେବୁ । ସରକାରଙ୍କୁ ଆମେ ଚେତାବନୀ ଦେଉଛୁ ଯେ ଯାହା ଇଚ୍ଛା ତାହା ତାହା ଆମ ଉପରେ ଲଦି ଦେବାକୁ ଚେଷ୍ଠା କରନ୍ତୁ ନାହିଁ । ଯେମିତି ମୂର୍ତ୍ତି ତିଆରି ହେଉଥିଲା ସେମିତି ହେବ । ପୂଜା ବି ସେମିତି ହେବ,’’ କହିଛନ୍ତି ମହମ୍ମଦ ମୋକିମ ।

ସରକାରଙ୍କ ଗାଇଡଲାଇନକୁ ପରିବର୍ତ୍ତନ କରିବା ପାଇଁ କଟକରେ ଉଠୁଥିବା ସ୍ବର ଶାସକ ଦଳକୁ ଅଡୁଆରେ ପକାଇଛି । ଗୋଟିଏ ପଟେ ପୂଜା କମିଟିଗୁଡ଼ିକର ବିରୋଧ ଓ ଏବେ ବିଭିନ୍ନ ରାଜନୈତିକ ଦଳର ପ୍ରତିବାଦ ସହିତ ସହରବାସୀଙ୍କ ମନରେ ଥିବା ଅସନ୍ତୋଷକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି ଶାସକ ଦଳର ନେତା ।

ଏହା ବି ପଢ଼ନ୍ତୁ | Sushant Case: ରିୟା ଓ ତାଙ୍କ ଭାଇ ଶୌଭିକଙ୍କୁ ଜାମିନ ମିଳିଲା ନାହିଁ; ଜାଣନ୍ତୁ ୧୦ଟି ମୁଖ୍ୟ କଥା

ଏହା ବି ପଢ଼ନ୍ତୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତି

ଦଶହରା ସହିତ ସହରବାସୀଙ୍କ ଭାବାବେଗ ଜଡ଼ିତ ହେଇ ରହିଥିବାରୁ ମୂର୍ତ୍ତିର ଉଚ୍ଚତାକୁ ପୂର୍ବବତ ରଖିବା ଓ ମା’ଙ୍କ ମଣ୍ଡପ ଆଗରେ ପରଦା ନ ରଖିବା ନେଇ ରାଜ୍ୟ ସରକାର ଓ କମିଶନରେଟ ପୋଲିସ ମୁଖିଆଙ୍କ ଦୃଷ୍ଟି ଆକର୍ଶଣ କରାଯିବ ବୋଲି କହିଛନ୍ତି କଟକ ବାରବାଟୀର ପୂର୍ବତନ ବିଧାୟକ ତଥା ବିଜେଡ଼ି ନେତା ଦେବାଶିଷ ସାମନ୍ତରାୟ ।



‘‘ରାଜ୍ୟରେ ସୃଷ୍ଟି ହୋଇଥିବା କୋଭିଡ ସ୍ଥିତିକୁ ଦେଖି ସରକାର ଏହି ଗାଇଡଲାଇନ ଜାରି କରିଛନ୍ତି । କିନ୍ତୁ ଏବେ ମା’ଙ୍କ ମୂର୍ତ୍ତିର ଉଚ୍ଚତାକୁ ନେଇ ଯେଉଁ ବିବାଦ ଉଠିଛି ସେ କଥା ଏବେ ହାଇ କୋର୍ଟରେ ବିଚାରାଧିନ ଅଛି । ହାଇ କୋର୍ଟଙ୍କ ନିର୍ଦ୍ଦେଶ କ’ଣ ରହୁଛି ତାକୁ ସମସ୍ତେ ଅପେକ୍ଷା କରିବା । ମୋ’ର ବ୍ୟକ୍ତିଗତ ମତ ଯେ ମା’ଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧି କରାଯିବା ଉଚିତ । ଯଦି ଆଉ ଦୁଇ ଚାରି ଫୁଟ ଉଚ୍ଚା ମୂର୍ତ୍ତି ଦରକାର ହେଉଛି ତେବେ ଏଥି ପାଇଁ ଆମେ ସରକାରଙ୍କୁ ଓ ପୋଲିସ କମିଶନରଙ୍କ କହିବା । ଯେତେବେଳେ କଟକର ଭାବାବେଗକୁ ନେଇ କଥା ଉଠିବ ସେତେବେଳେ ଆମେ ସମସ୍ତେ ଏକ ସ୍ବରରେ କଥା ଉଠାଇବୁ,’’ କହିଛନ୍ତି ଦେବାଶିଷ ସାମନ୍ତରାୟ ।
Published by: Anand Shankar Thankur Das
First published: September 12, 2020, 11:52 PM IST
corona virus btn
corona virus btn
Loading