ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଘରେ ଟିଭିରେ ରଥ ଯାତ୍ରା ଦେଖି ଭକ୍ତିରେ ବିହ୍ୱଳ କଟକର ଭକ୍ତମାନେ; ମନ୍ଦିର ସବୁ ଥିଲା ଶୁନ୍ ଶାନ୍

ଘରେ ଟିଭିରେ ରଥ ଯାତ୍ରା ଦେଖି ଭକ୍ତିରେ ବିହ୍ୱଳ କଟକର ଭକ୍ତମାନେ; ମନ୍ଦିର ସବୁ ଥିଲା ଶୁନ୍ ଶାନ୍

ଘୋଷ ଯାତ୍ରା ଦିନ ହଜାର ହଜାର ଭକ୍ତଙ୍କ ସମାଗମରେ କୋଳାହଳମୟ ହୋଇଉଠୁଥିବା କଟକର ବିଭିନ୍ନ ମନ୍ଦିରରେ ଆଜି ଥିଲା ଖାଁ ଖାଁ ପରିବେଶ । ହେଲେ ମନ୍ଦିର ଭିତରେ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା ।

ଘରେ ଟିଭିରେ ରଥ ଯାତ୍ରା ଦେଖି ଭକ୍ତିରେ ବିହ୍ୱଳ କଟକର ଭକ୍ତମାନେ; ମନ୍ଦିର ସବୁ ଥିଲା ଶୁନ୍ ଶାନ୍
ଦୋଳମୁଣ୍ଡାଇ ମନ୍ଦିର ଓ (ଡାହାଣ) ସେଠାରେ ହୋଇଥିବା ପହଣ୍ଡିର ଦୃଶ୍ୟ
  • News18 Odia
  • Last Updated: June 23, 2020, 10:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ପ୍ରତି ବର୍ଷ ପୁରୀରେ ରଥ ଯାତ୍ରା ଦେଖିବାକୁ କଟକ ସହରରୁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଯାଆନ୍ତି, କିନ୍ତୁ ଏ ଥର ପୂରୀ ଯାଇ ରଥାରୁଢ ମହାବାହୁଙ୍କୁ ସ୍ବଚକ୍ଷୁରେ ଦର୍ଶନ କରିବା ସମ୍ଭବ ହେଲା ନାହିଁ । ତଥାପି ମନରେ କୌଣସି ଦ୍ବିଧା ନ ରଖି ଘରେ ରହି ଭଗବାନଙ୍କୁ ଦର୍ଶନ କରିପାରୁଥିବାରୁ ଖୁସି ପ୍ରକଟ କରିଛନ୍ତି କଟକ ବାସିନ୍ଦାମାନେ ।

କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ପୁରୀ ଯିବା ଉପରେ କଟକଣା ଲାଗିଥିବାରୁ କଟକ ସହରରେ ଲୋକେ ଘରେ ବସି ଟିଭି ଜରିଆରେ ଲୀଳାମୟଙ୍କ ରଥ ଯାତ୍ରା ରୂପକ ଏହି ଅଦ୍ଭୁତ ଲୀଳାକୁ ଦର୍ଶନ କରିଥିଲେ ।

‘‘ପୁରୀ ଯାଇ ଏ ଥର ଠାକୁରଙ୍କୁ ଥର ଉପରେ ଦେଖିବାକୁ ମୋର ଭାରି ଇଚ୍ଛା ଥିଲା । ତାହା ତ ସମ୍ଭବ ହେଲା ନାହିଁ, ହେଲେ ମୁଁ ଟିଭି ମାଧ୍ୟମରେ କାଳିଆ ସାଆନ୍ତଙ୍କୁ ରଥରେ ଦେଖି ଅପୂର୍ବ ଆତ୍ମସନ୍ତୋଷ ଲାଭ କରୁଛି । ଏଥି ପାଇଁ ମୁଁ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି,’’ କହିଛନ୍ତି କଟକ ବାସିନ୍ଦା ଅଗାାଧୁ ଚରଣ ଦାସ।

ନିଜ ଘରେ ପରିବାର ସହ ପୁରୀ ରଥ ଯାତ୍ରା ଦେଖୁଥିବା ଅଗାଧୁ ଦାସ (ଡାହାଣ)


ବିଶ୍ବାସ ଅଛି ଯେ ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତିକୁ ଥରେ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଏହା ସହିତ ସର୍ବସାଧାରଣଙ୍କୁ ଦର୍ଶନ ଦେବା ପାଇଁ ବର୍ଷକୁ ଥରେ ମହାପ୍ରଭୁ ଭାଇ ଭଉଣୀଙ୍କ ସହ ବଡ଼ଦାଣ୍ଡକୁ ଆସୁଥିବାରୁ ତାଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିତରେ ଆତୁରତା ମଧ୍ୟ ରହିଥାଏ । କିନ୍ତୁ ଚଳିତ ବର୍ଷ କରୋନାର କରାଳ ଛାଇ ସମଗ୍ର ବିଶ୍ବକୁ ଢାଙ୍କି ଦେଇଥିବା ବେଳେ ଏହି ଭଳି ଏକ ଘଡ଼ିସନ୍ଧି ମହୂର୍ତ୍ତରେ ଭକ୍ତ ବିହୀନ ଭାବେ ହେଉ ପଛେ ମହାପ୍ରଭୁଙ୍କ ରଥ ବଡ଼ ଦାଣ୍ଡରେ ଗଡ଼ିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅଦ୍ଭୁତ ଭାବାବେଗ ସୃଷ୍ଟି କରିଛି ।

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟର ଅନ୍ୟ ପ୍ରାନ୍ତ ଭଳି କଟକରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକର କର୍ମକର୍ତ୍ତାମାନେ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି । ସହରର ଆଠଟି ପ୍ରମୁଖ ମନ୍ଦିରରେ ରଥ ଯାତ୍ରାକୁ ମହାଆଡ଼ମ୍ବର ସହ ପାଳନ କରାଯାଇ ଆସୁଥିବା ବେଳେ ଏ ଥର ସବୁଠି ରଥ ଯାତ୍ରା ବନ୍ଦ ରହିଛି । ମନ୍ଦିର ଭିତରେ କେବଳ ସମସ୍ତ ନୀତିକାନ୍ତିକୁ ସମ୍ପନ୍ନ କରାଯାଇଛି । ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା ନ ହୋଇ କେବଳ ଶ୍ରୀକ୍ଷେତ୍ରରେ ହେଉଥିବାରୁ ବିଭିନ୍ନ ଜଗନ୍ନାଥ ମନ୍ଦିର ପୂଜକ ଓ କର୍ମକର୍ତ୍ତାମାନେ ଖୁସି ବ୍ୟକ୍ତ କରିଛନ୍ତି ।

ଦୋଳମୁଣ୍ଡାଇର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର


‘‘ଆମର ଏଠାକାର ମନ୍ଦିରରେ ଠାକୁର ରଥରେ ଚଢ଼ି ନାହାଁନ୍ତି କି ରଥ ଗଡ଼ି ନାହିଁ, କିନ୍ତୁ ଠାକୁରଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଛି । ଭୋର ୪ଟାରୁ ପହୁଡ଼ ଖୋଲିବା ପରେ ସକାଳ ଧୂପ ଇତ୍ୟାତି ନୀତି କରାଯାଇଥିଲା । ଆଉ ଦିନ ସାଢେ ୧୨ଟା ବେଳେ ଆମେ ତିନି ଠାକୁରଙ୍କୁ ପହଣ୍ଡି କରି ମନ୍ଦିର ବେଢ଼ାରେ କରିଥିବା ଏକ ଆସ୍ଥାନରେ ବିରାଜମାନ କଲୁ । ଏଠି ୯ ଦିନ ରହିବା ପରେ ଆମେ ପୁଣି ପହଣ୍ଡି କରି ସିଂହାସନକୁ ନେଇ ଯିବୁ । ହେଲେ ଆଜି କୌଣସି ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ ପବେଶ କରିବାକୁ ଦେଇନୁ । ଏହି ୯ ଦିନ କାହାରିକୁ ବି ମନ୍ଦିର ଭିତରକୁ ଛାଡ଼ିବୁ ନାହିଁ,’’ କହିଛନ୍ତି ଦେଳମୁଣ୍ଡାଇ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ତ୍ରିଲୋଚନ ପଣ୍ଡା ।

ଏହା ବି ପଢ଼ନ୍ତୁ: 

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 23, 2020, 10:43 PM IST