କଟକରେ ଦୁର୍ଗା ମୂର୍ତ୍ତିର ଉଚ୍ଚତା ବିବାଦ: ପୂଜା କମିଟିଗୁଡ଼ିକୁ ଆଲୋଚନା ପାଇଁ ଡାକିଲେ ସରକାର

ଧର୍ମାନୁଷ୍ଠାନ ଓ ସିନେମା ହଲ୍ ଖୋଲାଯାଇଥିବା ବେଳେ ଲୋକେ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କୁ ଦର୍ଶନ କରିବାରେ କ’ଣ ସମସ୍ୟା ଅଛି ଓ ମୂର୍ତ୍ତିର ଉଚ୍ଚତା ସହିତ କରୋନା ସଂକ୍ରମଣର କ’ଣ ସମ୍ପର୍କ ଅଛି ବୋଲି ପଚାରିଛନ୍ତି ପୂଜା କମିଟିଗୁଡ଼ିକ ।

ଏକ ପ୍ରତିବାଦ ସଭାରେ କଟକ ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍

ଏକ ପ୍ରତିବାଦ ସଭାରେ କଟକ ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍

  • News18 Odia
  • Last Updated :
  • Share this:
News18 Odia Digital

କଟକ: କଟକରେ ଦୁର୍ଗା ପୂଜାରେ ମୂର୍ତ୍ତିର ଉଚ୍ଚତା ଓ ଦର୍ଶନକୁ ନେଇ ବିବାଦ ଜାରି ରହିଛି । ରାଜ୍ୟ ସରକାର ଘୋଷଣା କରିଥିବା ପୂଜା ଗାଇଡଲାଇନରେ ଏହି ଦୁଇଟି ପ୍ରସଙ୍ଗରେ କଟକଣାକୁ କୋହଳ କରିବା ଦାବିରେ ଆଠ ଦିନ ଧରି ସହରରେ ଜାରି ରହିଛି ପ୍ରତିବାଦ । ଏହି ଦାବିକୁ ନେଇ ବିଜେପି ୧୩ ତାରିଖ ଦିନ କଟକ ବନ୍ଦ ଡାକରା ଦେବା ପରେ ପୂରା ମାମଲା ରାଜନୈତିକ ରୂପ ନେଇଛି ।

ମୂର୍ତ୍ତିର ଉଚ୍ଚତା ଓ ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ ପ୍ରସଙ୍ଗରେ କଟକର ପୂଜା କମିଟି ଓ ସହରବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅଶାନ୍ତି ଅଧିକ ଉତ୍କଟ ହେବା ପୂର୍ବରୁ ଏହାକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । କଟକର ପୂଜା କମିଟି ଓ ଶାନ୍ତି କମିଟିର କର୍ମକର୍ତ୍ତାଙ୍କୁ ଆଲୋଚନା ପାଇଁ ଡାକିଛନ୍ତି ସରକାର । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୁଧବାର ସକାଳ ୧୦ଟା ବେଳେ ସଚିବାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କଟକର ପୂଜା କମିଟି ଓ ଶାନ୍ତି କମିଟିର ଏକ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢ଼ନ୍ତୁ | ପତ୍ନୀଙ୍କ ଇଚ୍ଛା ବିରୋଧରେ ସ୍ୱାମୀ ତାଙ୍କ ସହ Sex କରିବା ବଳାତ୍କାର ନୁହେଁ: ଛତିଶଗଡ଼ ହାଇ କୋର୍ଟ

‘‘ଦେଖନ୍ତୁ, ଆମର ସେହି ଗୋଟିଏ କଥା: ରାଜ୍ୟ ସରକାର କୋଭିଡ କଟକଣା କୋହଳ କଲେ, ଧର୍ମାନୁଷ୍ଠାନ ଖୋଲିଲେ, ସିନେମା ହଲ୍‌ ଖୋଲିଲେ, ତେଣୁ ଲୋକେ ପୂଜା ମଣ୍ଡପରେ ମା'ଙ୍କୁ ଦର୍ଶନ କରିବାରେ ସମସ୍ୟା କଣ? ମୂର୍ତ୍ତିର ଉଚ୍ଚତା ସହିତ କରୋନା ସଂକ୍ରମଣର ସମ୍ପର୍କ କଣ? ଏହି ବୈଠକରେ କିଛି ଗୋଟିଏ ଫଳପ୍ରଦ ନିଷ୍ପତ୍ତି ହେବ ବୋଲି ମୋ’ର ଶତ ପ୍ରତିଶତ ବିଶ୍ବାସ ଅଛି,’’ କହିଛନ୍ତି ଖାନନଗର ପୂଜା ମଣ୍ଡପର ସମ୍ପାଦକ ପ୍ରଫୁଲ୍ଲ ସାହୁ । ସେ ବୁଧବାରର ବୈଠକରେ ଯୋଗ ଦେବେ ।

କଟକରେ ଦୁର୍ଗା ପୂଜାର ପ୍ରସିଦ୍ଧି ସାରା ଓଡ଼ିଶାରେ ଜଣାଶୁଣା ।


ଏହା ବି ପଢ଼ନ୍ତୁ | ବଡ଼ ଖବର: ଟ୍ରେନ୍ରେ AC ଯାତ୍ରା ଶସ୍ତା ହେବାକୁ ଯାଉଛି; ରେଳବାଇ ଏହି ସବୁ ପରିବର୍ତ୍ତନ କରୁଛି

ସହରର ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ପ୍ରତିବାଦ ଜାରି ରହିଛି । ମଙ୍ଗଳବାର ସନ୍ଧ୍ୟାରେ ବିଭିନ୍ନ ସଙ୍ଗଠନର ସଦସ୍ୟମାନେ ମା' କଟକ ଚଣ୍ଡି ମନ୍ଦିର ସମ୍ମୁଖରେ ଏକାଠି ହୋଇ ଦୀପ ଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କଟକ ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ।

ଏହା ବି ପଢ଼ନ୍ତୁ | ଅଭିନେତା ଅଭିଷେକ ବଚ୍ଚନ ୪୫ କୋଟି ଟଙ୍କାରେ ବିକିଲେ ମୁମ୍ବାଇରେ ନିଜ ଲଗ୍ଜରୀ ଆପାର୍ଟମେଣ୍ଟ୍

‘‘ପୂର୍ବରୁ ଏ ନେଇ ଆମେ ମୁଖ୍ୟ ମନ୍ତ୍ରୀଙ୍କୁ ଏକ ଚିଠି ଦେଇଥିଲୁ । ସରକାରୀ କଟକଣାଗୁଡ଼ିକର ପୁନର୍ବିଚାର କରିବା ପାଇଁ ଅନରୋଧ କରିଥିଲୁ । ପୁନର୍ବିଚାର କରା ନ ଯିବାରୁ ଆଜି ବିଧାନସଭା ଭିତରେ ଏକ ପ୍ରଶ୍ନ ଉଠାଯାଇଥିଲା । ସରକାରଙ୍କୁ ଏହାର ପୁନର୍ବିଚାର ପାଇଁ ବାଚସ୍ପତି ମଧ୍ୟ ରୁଲିଂ ଦେଇଛନ୍ତି । ମୁଁ ଆଶା କରୁଛି ଯେ ସରକାର କଟକ ସହରବାସୀ ଓ ଓଡ଼ିଶାର ସାଢେ ଚାରି କୋଟି ଜନତାଙ୍କ ଭାବ ସହିତ ଖେଳିବେ ନାହିଁ ଓ ଧର୍ମକୁ କୁଠାରାଘାତ କରିବେ ନାହିଁ,’’ ସାମ୍ବାଦିକମାନଙ୍କୁ କହିଥିଲେ ମୋକିମ୍‌ ।



ବିଧାୟକ ଆହୁରି କହିଥିଲେ ଯେ ଯଦି ରାଜ୍ୟ ସରକାର କରୋନା ଗାଇଡଲାଇନର ପୁନର୍ବିଚାର ନ କରନ୍ତି ତେବେ ଆଗକୁ ଏହି ଆନ୍ଦୋଳନ ଅଧିକ ଜୋରଦାର ହେବ ।
Published by:Anand S.T. Das
First published: