କଟକରେ ଚାଲ୍ବାଜି: ମହିଳାଙ୍କ ବନ୍ଧକ ସୁନାକୁ ବିକିଲେ ମୁଥୁଟ୍ ଫାଇନାନ୍ସର ୩ କର୍ମଚାରୀ; ଗିରଫ ହେଲେ
୨୦୧୮ ମସିହାରେ ଚଣ୍ଡି ଛକ ସ୍ଥିତ ମୁଥୁଟ୍ ଫାଇନାନ୍ସର ଶାଖାରେ ସୁନା ବନ୍ଧକ ରଖି ୬୦ ହଜାର ଟଙ୍କା ଋଣ ନେଇଥିବା କଲ୍ୟାଣୀ ମହାପାତ୍ର କିଛି ଦିନ ତଳେ ଋଣ ବାବଦରେ ବୁଝିବା ପାଇଁ ଶାଖାକୁ ଯାଇ ସେଠାରୁ ଯାହା ଶୁଣିଲେ ତାହା ତାଙ୍କର ହୋସ୍ ଉଡ଼ାଇ ଦେଇଥିଲା ।

ମୁଥୁଟ୍ ଫାଇନାନ୍ସର ଏକ ଶାଖା; (ଡାହାଣ) କ୍ୟାଣ୍ଟନମଣ୍ଟ୍ ଥାନାରେ ଏତାଲା ଦିଆଯାଇଛି ।
- News18 Odia
- Last Updated: March 10, 2021, 6:17 PM IST
କଟକ: ଆଇ.ଆଇ.ଏଫ.ଏଲ୍. ସୁନା ଲୁଟ୍ ଘଟଣାକୁ ଦିନ କେଇଟା ବିତିଥିବା ବେଳେ ଆଉ ଏକ ଫାଇନାନ୍ସ କମ୍ପାନୀ ଦ୍ବାରା ଗ୍ରାହକଙ୍କୁ ଠକେଇର ମାମଲା ଏବେ ସାମନାକୁ ଆସିଛି । ଚଣ୍ଡି ଛକଠାରେ ଥିବା ମୁଥୁଟ୍ ଫାଇନାନ୍ସର ତିନି ଜଣ କର୍ମଚାରୀଙ୍କ ସହ ସୁନା କିଣିଥିବା ଜଣେ ଗ୍ରାହକଙ୍କୁ ସୁନା ବିକ୍ରି କରିଦେବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି କ୍ୟାଣ୍ଟନମେଣ୍ଟ୍ ଥାନା ପୋଲିସ । ଗିରଫ ତିନି କର୍ମଚାରୀଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି ।
ଗିରଫ ହୋଇଥିବା ଚାରି ଜଣଙ୍କ ମଧ୍ୟରେ ଅଛନ୍ତି ସଂସ୍ଥାର ପୂର୍ବତନ ପରିଚାଳକ, କାର୍ଯ୍ୟରତ ଦୁଇ ଜଣ ଆକାଉଣ୍ଟାଣ୍ଟ୍, କଲେକ୍ସନ୍ କରୁଥିବା ଜଣେ କର୍ମଚାରୀ ଓ ଗହଣା କିଣିଥିବା ଜଣେ ବ୍ୟକ୍ତି । ଥାନାରେ ହୋଇଥିବା ଏତାଲା ମୁତାବକ ମାନସିଂପାଟଣା ବାସିନ୍ଦା କଲ୍ୟାଣୀ ମହାପାତ୍ର ନାମକ ଜଣେ ମହିଳା ୨୦୧୮ ମସିହା ମେ ମାସ ୭ ତାରିଖ ଦିନ ୩୫ ଗ୍ରାମର ସୁନା ଚଣ୍ଡି ଛକ ମୁଥୁଟ୍ ଫାଇନାନ୍ସରେ ବନ୍ଧକ ରଖି ୬୦ ହଜାର ଟଙ୍କାର ଋଣ ନେଇଥିଲେ । କିନ୍ତୁ କିଛି ଦିନ ତଳେ ସେହି ଋଣ ବାବଦରେ ବୁଝିବା ପାଇଁ ଶାଖାକୁ ଯିବା ପରେ ସେଠାରେ ଯାହା ଶୁଣିଲେ ତାହା ତାଙ୍କର ହୋସ୍ ଉଡ଼ାଇ ଦେଇଥିଲା ।
ଏହା ବି ପଢ଼ନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂହ ରାଜପୁତ ମାମଲା: NCB ୩୦,୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା; ରିୟା ମୁଖ୍ୟ ଅଭିଯୁକ୍ତ
ଏହି ଘଟଣାର ତଦନ୍ତ କରିବା ପରେ ଗିରଫ ହୋଇଥିବା କର୍ମଚାରୀମାନେ କଲ୍ୟାଣୀଙ୍କ ଅଗୋରରେ ଓ ତାଙ୍କ ନାଁରେ ଏକ ମିଥ୍ୟା ସତ୍ୟପାଠ ଦାଖଲ କରି ସେ ବନ୍ଧକ ରଖିଥିବା ସୁନାକୁ ବିକ୍ରି କରି ଦେବା ସହ ତାଙ୍କ ଋଣ ଖାତାକୁ ବନ୍ଦ କରି ଦେଇଥିବା ଜଣାପଡ଼ିଥିଲା । ତା’ ପରେ ପୋଲିସ ଏହି କାଣ୍ଡ କରିଥିବା ଚାରି ଜଣ କର୍ମଚାରୀଙ୍କୁ ଠକେଇ, ଜାଲ କାଗଜ ପ୍ରସ୍ତୁତ କରିବା ଓ ଆପରାଧିକ ଷଡ଼ଜନ୍ତ୍ର ରଚନା ଆଦି ଦଫାରେ ଗରିଫ କରି କୋର୍ଟ ଚାଲାଣ କରିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସାରା ଅଲୀ ଖାନ୍ ମିଠା ଶୈଳୀରେ ନିଜ ଭାଇକୁ ଜନ୍ମ ଦିନର ଶୁଭ କାମନା ଦେଲେ, ଅଦେଖା ଫଟୋ ଶେୟାର୍ କଲେ
ଏହି ମାମଲାର ତଦନ୍ତ କରୁଥିବା ପୋଲିସ ଟିମ୍ ସମ୍ପୃକ୍ତ ସଂସ୍ଥାର କର୍ମଚାରୀମାନେ କଲ୍ୟାଣୀଙ୍କ ଭଳି ଅନ୍ୟ କେତେକ ଗ୍ରାହକଙ୍କ ସହ ଠକେଇ କରି ସେମାନଙ୍କ ସୁନାକୁ ବି ବିକ୍ରି କରି ଦେଇଥିବା ଆଶଙ୍କା ପ୍ରକାଶ କରିଛନ୍ତି । ଫଳରେ ସେହି ଶାଖା ସହିତ ମୁଥୁଟ୍ ଫାଇନାନ୍ସର କଟକରେ ଥିବା ଅନ୍ୟ ଶାଖା ଓ ସେଠାକାର କର୍ମଚାରୀମାନଙ୍କୁ ସ୍କାନରକୁ ନେଇଛି କମିଶନରେଟ ପୋଲିସ ।
ଏହା ବି ପଢ଼ନ୍ତୁ | ତାମିଲ ନାଡୁରେ ନାରୀ ଶକ୍ତି? ଗୃହିଣୀମାନଙ୍କୁ ପ୍ରତି ମାସ ୧,୦୦୦ ଟଙ୍କା ମିଳିବ, କହିଲା DMK
"ଋଣ ନେଇଥିବା ମହିଳା ଜଣକ ନିୟମିତ ଭାବେ କିସ୍ତି ଅର୍ଥ ପଇଠ କରୁ ନ ଥିବାରୁ ତାଙ୍କ ସୁନାକୁ ଆଉ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ସେହି ଟଙ୍କାକୁ ମୁଖ୍ୟାଳୟରେ ଜମା କରି ଅଭିଯୋଗକାରିଣୀଙ୍କ ଋଣ ଖାତାକୁ କ୍ଲୋଜ୍ କରି ଦିଆଯଆଇଥିବା ଜଣାପଡ଼ିଛି । ଏଥି ପାଇଁ ମୁଥୁଟ୍ ଫାଇନାନ୍ସର କର୍ମଚାରୀମାନେ ଅଭିଯୋଗକାରିଣୀଙ୍କ ନାଁରେ ଏକ ମିଥ୍ୟା ସତ୍ୟପାଠ ମଧ୍ୟ ଶାଖାରେ ଦାଖଲ କରିଛନ୍ତି । ଉଭୟ କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ୍,’’ କହିଛନ୍ତି କ୍ୟାଣ୍ଟନମେଣ୍ଟ ଥାନାର ଜଣେ ପୋଲିସ ଅଧିକାରୀ ।
ଏହି ଅର୍ଥଲଗାଣକାରୀ ସଂସ୍ଥା ଠାରୁ ଋଣ ନେଇ କିସ୍ତି ଅର୍ଥ ଶୁଝୁ ନ ଥିବା ଅନ୍ୟ ଲୋକଙ୍କ ସୁନା ଗହଣାର ସ୍ଥିତି ବିଷୟରେ ପୋଲିସ ଏବେ ବିବରଣୀ ମାଗିଥିବା ଜଣାପଡ଼ିଛି ।