ମୃତ ବି.ଗୁଣବତୀ (ଫାଇଲ ଫଟୋ)
News 18 Odia Digital
କଟକ: କଟକ କୁତାଖାଇ ଗଳି ବାସିନ୍ଦା ବି.ଗୁଣବତୀଙ୍କୁ ନିର୍ମମ ଭାବେ ଗଳାକାଟି ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ନିଜ ସ୍ବାମୀ ଓ ପୁଅ ସହ ନିଜ ଘରେ ରହୁଥିବା ବି.ଗୁଣବତୀ ଜଣେ ଗୃହିଣୀ ହୋଇଥିବା ବେଳେ କେଉଁ କାରଣ ଯୋଗୁଁ ସେ ହତ୍ୟାର ଶିକାର ହେଲେ ଏହି ପ୍ରଶ୍ନ ଏବେ ତାଙ୍କ ପରିବାର ଏପରି କି ସ୍ଥାନୀୟ ବାସିନ୍ଦାଙ୍କୁ ଘାରୁଛି ।
ବି.ଗୁଣବତୀଙ୍କୁ କାହିଁକି ହତ୍ୟା କରାଗଲା ଓ ଏହି ହତ୍ୟାକାଣ୍ଡ କିଏ ଘଟାଇଥାଇ ପରେ ଏହି ଦୁଇଟି ପ୍ରସଙ୍ଗଙ୍କୁ ନେଇ ତନାଘନା ଆରମ୍ଭ କରିଛି କମିଶନରେଟ ପୋଲିସ । ପୋଲିସ ପ୍ରଥମେ କାହିଁକି ହତ୍ୟା କରାଯାଇ ପାରେ ପ୍ରଶ୍ନର ଉତ୍ତର ଖୋଜିବା ଆରମ୍ଭ କରିଛି । ଏହି କ୍ରମରେ ବି.ଗୁଣବତୀଙ୍କ ପରିବାର ଲୋକ ଓ ନିକଟ ସମ୍ପର୍କିୟଙ୍କୁ ପଚରା ଉଚାରା ଆରମ୍ଭ ହୋଇଛି । ଏହା ସହ ଶନିବାର ଦିନ ଘଟଣା ସ୍ଥଳକୁ ଯାଇ ସ୍ଥିତିର ଅନୁସୁନ୍ଧାନ କରିଛନ୍ତି କମିଶସନରେଟ ପୋଲିସର ସ୍ପେସାଲ ସ୍ବାର୍ଡ କ୍ରାଇମ ଡିସିପି ପ୍ରମୋଦ ରଥ ।
ବି.ଗୁଣବତୀ ପିନ୍ଧିଥିବା ସମସ୍ତ ସୁନା ଅଳଙ୍କାର ସୁରକ୍ଷିତ ରହିବା, ଘରୁ କିଛି ଜିନିଷ ଚୋରି ନ ହେବା ଇତ୍ୟାଦିକୁ ଦେଖି ଓ ପ୍ରାଥମିକ ଅନୁସନ୍ଧାନକୁ ଆଧାର କରି ଲୁଟ ଉଦ୍ଦେଶ୍ଯ ନେଇ ଏହି ହତ୍ୟାକାଣ୍ଡ ଘଟି ନ ଥାଇ ପାରେ ଅନୁମାନ କରାଯାଉଛି । ତେବେ ଏହି ମାମଲାକୁ ଅତି ଗୁରୁତର ସହ ନେଇ ଜୋନ ଓ ଏସସିପିଙ୍କୁ ଏହାର ତଦନ୍ତ ଦିଆଯାଇଛି । "ତଦନ୍ତ ଏବେ ପ୍ରାଥମିକ ସ୍ତରର ଅଛି । ଏଣୁ କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଲା ସେ ସମ୍ପର୍କ ଏବେ କିଛି କହି ହେବ ନାହିଁ । କିନ୍ତୁ କିଛି ଦିନ ମଧ୍ୟରେ ଆମେ ଏକ ନିର୍ଯ୍ଯାସରେ ପହଁଚିପାରିବୁ ବୋଲି ଆଶା କରାଯାଉଛି," କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।
"ମୁଁ ନିର୍ଦ୍ଦିଷ୍ଟ ଭାବେ କହି ପାରୁ ନାହିଁ ଯେ କାହିଁକି ମୋ ପତ୍ନୀଙ୍କୁ ହତ୍ୟା କରାଗଲା କିନ୍ତୁ କେହି ଜଣେ ବାହାର ଲୋକ ଏହି କାମ କରିଛି । ମୋର କାହା ସହିତ ଶତୃ୍ତା ନଥିଲା କିମ୍ବା କୌଣସି ପ୍ରକାର ବିବାଦ ମଧ୍ୟ ନଥିଲା," କହିଛନ୍ତି ବି.ଗୁଣବତୀ ରାଓଙ୍କ ସ୍ବାମୀ ବି.ଆପା ରାଓ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।