ଆରମ୍ଭ ହେଲା ମୋ ୱାର୍ଡ ପରିକ୍ରମା; ବସ୍ତିରେ ଖାଇଲେ ମେୟର
- News18 Odia
- Last Updated :
- Cuttack, India
News18 Odia Digital
କଟକ : କଟକରେ ଆରମ୍ଭ ହେଲା ମୋ ୱାର୍ଡ ପରିକ୍ରମା। ୱାର୍ଡକୁ ଯାଇ ଲୋକଙ୍କ ସହ ରହିଲେ ମେୟର ସୁବାସ ସିଂ।କଟକ ୧ ନମ୍ବର ୱାର୍ଡ ରାଧା କିଶୋର ବସ୍ତିରେ ଲୋକଙ୍କ ସହ ଆଲୋଚନା କରି ଶୁଣିଛନ୍ତି ସମସ୍ୟା। ଏହାଛଡା ସେହି ବସ୍ତିର ବିରଞ୍ଚି ନାରାୟଣ ପତିଙ୍କ ଘରେ ରାତ୍ରି ଭୋଜନ କରିଥିଲେ ମେୟର। ପରେ ସେହି ବସ୍ତିରେ ବି ରାତ୍ରୀ ଯାପନ କରିଥିଲେ।
ପଢନ୍ତୁ ଏହି ଖବର :
http://ଜେଲରେ PG ଡିପ୍ଲୋମା କଲେ ମାଓବାଦୀ ଆଜାଦ; ପ୍ରଥମ ଶ୍ରେଣୀରେ ହେଲେ ଉତ୍ତୀର୍ଣ୍ଣ ମୋ ୱାର୍ଡ ଅଭିଯାନରେ ପ୍ରତି ୱାର୍ଡକୁ ଯାଇ ୨ ଦିନ ଲୋକଙ୍କ ସହ ରହିବେ ମେୟର। ୱାର୍ଡର ସମସ୍ୟା, ଡ୍ରେନେଜ, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା ସମସ୍ୟା ସହ ବରିଷ୍ଠ ନାଗରିକଙ୍କ ଓ ଏସ୍ଏଚ୍ଜିଙ୍କ ସହ କରିବେ ଆଲୋଚନା। ଏହି ଦୁଇଦିନିଆ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଡାଟା ବେସ ପ୍ରସ୍ତୁତ କରିବା ସହ ସମସ୍ୟାର ସମାଧାନ ମଧ୍ୟ କରାଯିବ ବୋଲି କହିଛନ୍ତି ମେୟର।
https://www.youtube.com/watch?v=ftVayEngw6Q
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।